Categories
ଆଜିର ଖବର ରାଜ୍ୟ ଖବର

ଦଶପଲ୍ଲାରେ ଯୁବ ମହୋତ୍ସବ ‘ମହକ’: ଶ୍ରୀ ମହାବୀରଙ୍କ ମନ୍ଦିର ଠାରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ଭୁବନେଶ୍ଵର: ସୀତାରାମ ୟୁଥ୍ କ୍ଳବ୍ ଦ୍ଵାରା ଆୟୋଜିତ ଯୁବ ମହୋତ୍ସବ ‘ମହକ’ ତ୍ରିନାଥ ବଜାର ମହକ ମଇଦାନରେ ଆରମ୍ଭ ହୋଇଯାଇଛି। ଜାତୀୟ ଯୁବ ଦିବସ ତଥା ବିଶ୍ଵ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ୧୬୩ତମ ଜନ୍ମ ଜୟନ୍ତୀରେ ଦେଶ ପ୍ରେମ, ମାତୃକାର ବନ୍ଦନା କରିବାକୁ ଦେଶର ଯବାନଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ନୟାଗଡ଼ ଜ଼ିଲ୍ଲା ଦଶପଲ୍ଲାର ଆରାଧ୍ୟ ଶ୍ରୀ ମହାବୀରଙ୍କ ମନ୍ଦିର ଠାରୁ ୩୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକା ଶୋଭା ଯାତ୍ରାରେ ଆରକ୍ଷୀ, ଏନସିସି, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ଓ ଜନସାଧାରଣ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସାମିଲ ହୋଇଥିଲେ ।ଏହି ଅବସରରେ ଚିତ୍ରକଳା, ସୁନ୍ଦର ହସ୍ତାକ୍ଷର ସହିତ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଲେଖକ ହାଡିବନ୍ଧୁ ମହାଖୁଡ଼ ମଞ୍ଚ ସଂଯୋଜନା କରିଥିବା ବେଳେ, ମୁଖ୍ୟଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଯୁବ ଉତ୍ସବର ପ୍ରାସଙ୍ଗିକତାକୁ ବ୍ୟାଖ୍ୟା କରିବା ସହିତ ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ। ଆଜିର ଯୁବକ, ଆସନ୍ତା କାଲିର ଭବିଷ୍ୟତ।

ସେହିଭଳି, ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ଉଦ୍ୟୋଗପତି, ଅଜୟ କୁମାର ମହାନ୍ତି, ଦଶପଲ୍ଲା ବ୍ଲକ୍ ଅଧ୍ଯକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ଯକ୍ଷା ପୁନମ ପ୍ରିୟଦର୍ଶିନୀ, ଉଦ୍ୟୋଗୀ ସୂର୍ଯ୍ୟ ନାରାୟଣ ସାହୁ, ସମାଜସେବୀ ଶୁଭ ନାରାୟଣ ସାହୁ, କ୍ଲବ୍ ସଭାପତି ଶ୍ରୀକାନ୍ତ ସାହୁ ଓ ସମ୍ପାଦକ ଚନ୍ଦନ ସାହୁ ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ସ୍ତରୀୟ “ମହକ” କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଚମ୍ପିୟାନ

ଖୋର୍ଦ୍ଧା: ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥ‌ିବା ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥ‌ିବା ୧୮ ବର୍ଷ ରୁ କମ ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥ‌ିବା “ମହକ-୨୦୨୩” ରେ ଖୋର୍ଦ୍ଧା ଜିଲ୍ଲା ଚମ୍ପିୟାନ ହୋଇଛି।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ତର୍କ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ପିଲାମାନେ ପାରଦର୍ଶିତା ଲାଭ କରି ଏହି ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମରେ ଚମ୍ପିୟାନ ହୋଇଛନ୍ତି।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ଶୁଭା ଶର୍ମା ଏହି ପୁରସ୍କାର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଦାନ କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ରେଗା ଗୀତାରଣୀ ପଟ୍ଟନାୟକ, ଓଡିଶା ସିନେ ଜଗତର ଯୁବ ପ୍ରତିଭା ସ୍ବରାଜ ବାରିକ, ଅନୁ ଚୌଧୁରୀ ଏବଂ ସିନେ ଜଗତର କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା ଏବଂ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ମହକ ର ଚମ୍ପିୟାନ ଦଳ କୁ ଉତ୍ସାହିତ କରିଥିଲେ।

ଏଠାରେ ପ୍ରକାଶ ଥାଉକି ଗତକାଲି ଏହି ମହକ-୨୦୨୩ କୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଉଦଘାଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ” ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ-୨୦୨୩” ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଭବାନୀପାଟଣା ଉପଜିଲ୍ଲାପାଳ ଡ଼.ବିଶ୍ୱଜିତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରୂପେଶ ହୋତା, ସଦସ୍ୟ ସଞ୍ଜୟ କୁମାର, ଭାରତ ପଣ୍ଡା, ଅଶୋକ ଚୌଧୁରୀ, ସଦସ୍ୟା ବସନ୍ତ ପଟ୍ଟନାୟକ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଭବାନୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମହକ କାର୍ଯ୍ୟକ୍ରମ ରେ ଜିଲ୍ଲାର ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଦୁଇଶହ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀ ମାନଙ୍କ ମଧ୍ୟରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ କ୍ୟୁଜ, ଚିତ୍ରଙ୍କନ, ବକ୍ତୃତା, ଏକକ ସଙ୍ଗୀତ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ରେ ଅୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ସଦସ୍ୟ, କିଶୋର ନ୍ୟାୟ ବୋର୍ଡ ସଦସ୍ୟା, ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଶିଶୁ ମଙ୍ଗଳ ସମିତି ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଅତିଥି ଭାବରେ ଯୋଗଦେଇ କୃତି ଅନ୍ତେବାସୀ ମାନଙ୍କୁ ପୁରସ୍କୃତ କରିଥିଲେ।

ବରିଷ୍ଠ ଓ କନିଷ୍ଠ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅନ୍ତେବାସୀ ବରିଷ୍ଠ ବିଭାଗର ଚିତ୍ରଙ୍କନରେ ପ୍ରଥମ ଡମ୍ବରୁ ମଝି, ଏକକ କଣ୍ଠ ସଂଗୀତରେ ଭୂମିସୁତା ନାଏକ, ବକ୍ତୃତା ରେ ସୁରମା ଜାଲ, କ୍ୟୁଜରେ ଦେବକି ନାଏକ, ଦଳଗତ ନୃତ୍ୟରେ ନେହେରୁ ସେବା ସଂଘ ଓ କନିଷ୍ଠ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଚିତ୍ରଙ୍କନ ରେ ମଣ୍ଟୁ ମାଝୀ, ଏକକ କଣ୍ଠ ସଂଗୀତରେ ଶମ୍ଭୁ ମାଝୀ, ବକ୍ତୃତାରେ ଗୋବିନ୍ଦ ଦାଶ, କ୍ୟୁଜ ରେ ଗୁଲଶନ କୁମାର ଓ ଦଳଗତ ନୃତ୍ୟରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ଅବସରରେ ଆନ୍ତଃର୍ଜାତିକ ଶିଶୁ କନ୍ୟା ଦିବସ ମଧ୍ୟ ଅୟୋଜିତ ହୋଇଥିଲା ଓ ଜିଲ୍ଲାର ୧୩ ଗୋଟି ବ୍ଲକର ବୋର୍ଡ, ସିବିଏସଇ ଓ ଆଇସିଏସଇ ପରୀକ୍ଷାରେ ଦଶମ ଶ୍ରେଣୀରେ ବ୍ଲକରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସହ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଭାରପ୍ରାପ୍ତ ଆନୁଷ୍ଠାନିକ ଯତ୍ନ ଅଧିକାରୀ ଅଂଶୁମାନ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଣ ଆନୁଷ୍ଠାନିକ ଯତ୍ନ ଅଧିକାରୀ ରାଜଲଷ୍ମୀ ଦାଶ, ଶୁଭାଶିଷ ପାଣିଗ୍ରାହୀ, ସୁଧାଂଶୁ ମହାପାତ୍ର, ପ୍ରତୀକ ପଟ୍ଟନାୟକ, ଜୟଶ୍ରୀ ପାଣି, ଗୁରୁ ପ୍ରସାଦ ନାଏକ, ଅବିନାଶ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।