Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମହାକାଶରୁ ମହାକୁମ୍ଭ ୨୦୨୫ର ଚମତ୍କାର ଫଟୋ ଉଠାଇଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଧାର୍ମିକ ଓ ମାନବୀୟ କାର୍ଯ୍ୟକ୍ରମ ମହାକୁମ୍ଭ ମେଳାର ଫଟୋ କେବଳ ଭୂପୃଷ୍ଠରୁ ନୁହେଁ, ମହାକାଶରୁ ମଧ୍ୟ ଉଠାଯାଉଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ରବିବାର ରାତିରେ ମହାକାଶରୁ ମହାକୁମ୍ଭର ମନଲୋଭା ଫଟୋ ଉଠାଇଛି। ଏହି ଫଟୋଗୁଡ଼ିକରେ ମହାକୁମ୍ଭ ମେଳାର ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳୁଛି, ଏଥିରେ ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଉଜ୍ଜଳ ଆଲୋକରେ ଜାଜ୍ଜ୍ୱଲ୍ୟମାନ ଦେଖାଯାଉଛି। ଆଇଏସଏସର ମହାକାଶଚାରୀ ଡନ୍ ପେଟିଟ୍ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି।

ଫଟୋରେ ମହାକୁମ୍ଭ ମେଳାର ଭବ୍ୟ ଆଲୋକ ଓ ପ୍ରବଳ ଜନସମାଗମ ଦେଖାଯାଉଛି, ଯାହାକି ଗଙ୍ଗା ନଦୀ କୂଳକୁ ଏକ ଚମତ୍କାର ଦୃଶ୍ୟରେ ପରିଣତ କରୁଛି। ମହାକାଶରୁ ନିଆଯାଇଥିବା ଫଟୋ ପୃଥିବୀରେ ଏହି ଧାର୍ମିକ ସମାବେଶର ବିଶାଳତାକୁ ଦର୍ଶାଉଛି।

ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ଉତ୍ସବ, ଯେଉଁଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ସ୍ନାନ କରି ଆଧ୍ୟାତ୍ମିକ ଶାନ୍ତି ଲାଭ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରି ଏହି ସୁଖଦ ଓ ଧାର୍ମିକ ଅନୁଭୂତିକୁ ଅନୁଭବ କରିସାରିଥିବା ବେଳେ ଏଠାରୁ ଆସୁଥିବା ଫଟୋ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି। ମହାକାଶରୁ ନିଆଯାଇଥିବା ଏହି ଫଟୋ ମହାକୁମ୍ଭକୁ ନେଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ନିଶ୍ଚିତ। ଫଟୋ ଶେୟାର କରି ଡନ୍ ପେଟିଟ୍ ଲେଖିଛନ୍ତି ଯେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ନିଆଯାଇଥିବା ଫଟୋରେ ୨୦୨୫ ମହାକୁମ୍ଭ ମେଳାର ଏକ ଅବିଶ୍ବସନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଚମକୁଛି।

ଡୋନାଲ୍ଡ ରୟ ପେଟିଟ୍

ଆମେରିକୀୟ ମହାକାଶଚାରୀ ତଥା ରାସାୟନିକ ଇଞ୍ଜିନିୟର ଡୋନାଲ୍ଡ ରୟ ପେଟିଟ୍ ଆଷ୍ଟ୍ରୋ-ଫଟୋଗ୍ରାଫି ଏବଂ ମହାକାଶରେ ଉଦ୍ଭାବନ ପାଇଁ ପ୍ରସିଦ୍ଧ । ପେଟିଟ୍ ମହାକାଶରେ ସୃଷ୍ଟି ହୋଇଥିବା ପ୍ରଥମ ପେଟେଣ୍ଟ ବସ୍ତୁ ‘ଜିରୋ ଜି କପ୍’ର ଉଦ୍ଭାବକ। ୬୯ ବର୍ଷ ବୟସରେ ସେ ହେଉଛନ୍ତି ନାସାର ସବୁଠାରୁ ବୟସ୍କ ସକ୍ରିୟ ମହାକାଶଚାରୀ।

Categories
ଆଜିର ଖବର ଜାତୀୟ ଖବର

ଭାରତର ଏହି ‘ଆଖି’, ମହାକାଶରୁ ସମସ୍ତଙ୍କ ଉପରେ ରଖିବ ନଜର!

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଆଜି NAVIC (GPS) ସେବାକୁ ବଢାଇବା ପାଇଁ ଏକ ନୂତନ ପିଢିର ଉପଗ୍ରହ ଉତକ୍ଷେପଣ କରିଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିବା GSLV-F12 ରକେଟରେ NVS-1 ଉପଗ୍ରହ ସ୍ଥାପନ କରାଯାଇଥିଲା।

ସୂଚନା ଅନୁଯାୟୀ, ଦୁଇ ହଜାର କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ମହାକାଶଯାନ NVS-01 ଭାରତର ନାଭିଗେସନ୍ ଏବଂ ସିସିଟିଭି କ୍ଷମତା ବୃଦ୍ଧି କରିବ। କୁହାଯାଉଛି ଯେ, ଏହି ମହାକାଶଯାନ ମହାକାଶରେ ସଫଳତାର ସହିତ ସଂସ୍ଥାପିତ ହୋଇଛି।

NVS-01 ଭାରତର ‘ଆଖି’ ହେବ:

NVS-01 ମାଧ୍ୟମରେ ଭାରତର ନାଭିଗେସନ୍ ସିଷ୍ଟମକୁ ଆହୁରି ମଜବୁତ କରାଯିବ। ଏହା ସହିତ ଏହା ଦେଶର ସୀମା ଉପରେ ନଜର ରଖିବାରେ ସାହାଯ୍ୟ କରିବ। ମହାକାଶରେ ଏହି ଉପଗ୍ରହର ସଫଳ ସ୍ଥାପନ ହେଲେ ଚୀନ୍ ଏବଂ ପାକିସ୍ତାନର ଚିନ୍ତା ବଢିବ। ଉଭୟ ଦେଶ କ୍ରମାଗତ ଭାବରେ ଭାରତୀୟ ସୀମାରେ ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

କୁହାଯାଉଛି ଯେ, NVS-01 ମାଧ୍ୟମରେ ବର୍ତ୍ତମାନ ଭାରତ ସୀମାନ୍ତରେ ପଡୋଶୀ ଦେଶର କାର୍ଯ୍ୟକଳାପକୁ ଜବାବ ଦେବ। କୌଣସି ଜରୁରୀକାଳୀନ ପରିସ୍ଥିତିରେ, ISRO ର NavIC ଉପଗ୍ରହ ସୁରକ୍ଷା ଏଜେନ୍ସିକୁ ରାସ୍ତା ଦେଖାଇବା ପାଇଁ ଦେଶର ଚକ୍ଷୁ ଭାବରେ କାର୍ଯ୍ୟ କରିବ।

NAVIC କ’ଣ?:

ସ୍ୱଦେଶୀ ନାଭିଗେସନ୍ ସାଟେଲାଇଟ୍ (NAVIC) ISRO ଦ୍ୱାରା ବିକଶିତ ଏବଂ ନିର୍ମିତ। ଏହା ସାତଟି ଉପଗ୍ରହର ଏକ ଗୋଷ୍ଠୀ, ଯାହା ମହାକାଶରେ ଗ୍ରାଉଣ୍ଡ ଷ୍ଟେସନ୍ ଭାବରେ କାର୍ଯ୍ୟ କରିବ। ଏହି ନେଟୱାର୍କ ରଣନୈତିକ ଭାବରେ ସାଧାରଣ ଲୋକଙ୍କ ଠାରୁ ସାମରିକ ବାହିନୀ ପର୍ଯ୍ୟନ୍ତ ନାଭିଗେସନ୍ ସେବା ଯୋଗାଇବ। ଭାରତରେ ବିମାନ ଚଳାଚଳ କ୍ଷେତ୍ରରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହି ସିଷ୍ଟମ ଉନ୍ନତ ନାଭିଗେସନ୍, ଟାଇମିଂ ଏବଂ ପୋଜିସନ୍ ରେ ସାହାଯ୍ୟ କରିବ।

ଏହି ଉପଗ୍ରହ ମାଧ୍ୟମରେ ଭାରତ ଏବଂ ଏହାର ଆଖପାଖ ଅଞ୍ଚଳ ପ୍ରାୟ 1500 କିଲୋମିଟର ଉପରେ ନଜର ରଖାଯିବ। ଏହି ଉପଗ୍ରହ ସହିତ ISRO ପ୍ରଥମ ଥର ପାଇଁ ସ୍ୱଦେଶୀ ବିକଶିତ ରୁବିଡିୟମ୍ ପରମାଣୁ ଘଣ୍ଟା ମଧ୍ୟ ଉତକ୍ଷେପଣ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମହାକାଶକୁ ପଠାଯିବ ନଗ୍ନ ମଣିଷର ଫଟୋ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମହାକାଶକୁ ପଠାଯିବ ନଗ୍ନ ମାନବ ଚିତ୍ର। ଏହି କଥାଟିକୁ କେହି ବିଶ୍ବାସ କରୁ ନ ଥିଲେ ମଧ୍ୟ ସତକଥା। ନାସା ର ବୈଜ୍ଞାନିକମାନେ ଏହିପରି ଏକ ଭିନ୍ନ ଚିନ୍ତା କରୁଛନ୍ତି । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ଘଟଣାଟି ହେଲା ଯେ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଏଲିୟାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେଥିରେ ସଫଳ ହୋଇପାରୁ ନାହାଁନ୍ତି।

ବର୍ତ୍ତମାନ, ଅଲ୍ଟରିଅର୍ ଲାଇଫ୍ ଫର୍ମ ସହିତ ଯୋଗାଯୋଗ କରିବାକୁ ଏକ ନୂତନ ପ୍ରସ୍ତାବରେ, ବୈଜ୍ଞାନିକମାନେ ଚିନ୍ତା ଆରମ୍ଭ କରିଛନ୍ତି। ଏକ ସାଇନସ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଏଲିୟନଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ ଜଣ ନଗ୍ନ ବ୍ୟକ୍ତିଙ୍କ ଫଟୋ ମହାକାଶକୁ ପଠାଯିବ। ନଗ୍ନ ମଣିଷ ଫଟୋ ଦେଖିଲେ ଏଲିୟନ ଆକୃଷ୍ଟ ହେବ ବୋଲି ବୈଜ୍ଞାନିକମାନେ ଅଶା କରିଛନ୍ତି। ତେବେଏହି ପ୍ରସ୍ତାବକୁ ନାସାର ସ୍ବୀକୃତିକୁ ଅପେକ୍ଷା କରାଯାଇଛି।