Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲିଙ୍ଗରାଜ ମନ୍ଦିରରେ ବଡ ଅଘଟଣ, ମନ୍ଦିରରୁ ଖସିପଡିଲେ ମହାଦୀପ ନେଇ ଯାଉଥିବା ସେବକ, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ବର: ଆଜି ମହାଶିବରାତ୍ରିରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଘଟିଲା ମହା ଅଘଟଣ। ମହାଦୀପ ନେଇ ମନ୍ଦିର ଉପରକୁ ସେବକ ଯିବା ବେଳେ ସେ ଖସିପଡି ତଳେ ପଡିଯାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କୁ କ୍ୟାପିଟାଲ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଯୋଗେନ୍ଦ୍ର ସମର୍ଥା ବୋଲି ଜଣାପଡିଛି।

ଘଟଣାରୁ ଜଣାପଡିଛି ଯେ, ମହାଦୀପ ଧରି ସେବକମାନେ ମନ୍ଦିର ପରିକ୍ରମା କରୁଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ତଳେ ଗଣ୍ଡଗୋଳ ଚାଲିଥିବା ବେଳେ ମନ୍ଦିର ବେଢା ଉପରେ ଛିଡା ହୋଇଥିବା ଯୋଗେନ୍ଦ୍ର ମହାଦୀପ ଛଡାଇ ନେଇ ମନ୍ଦିର ଉପରକୁ ତରତର ହୋଇ ଚଢିଯାଇଥିଲେ। ଫଳରେ ତାଙ୍କର ଗୋଡ ଖସିଯାଇଥିଲା।

ତେବେ ସେ ଦୀପ ସହିତ ତଳେ ପଡିଥିବାରୁ ଏଥିରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସେବକ ହୋଇଥିବା ବେଳେ ଆଉ ଜଣେ ପୋଲିସ ଅଧିକାରୀ ବୋଲି ଜଣା ପଡିଛି। ଏମାନଙ୍କ ଗୋଡରେ ତେଲ ପଡି ପୋଡିଯାଇଥିବାରୁ ଫୋଟକା ହୋଇଛି। ଏହି ଦୁଇଜଣଙ୍କୁ ପ୍ରାଥମିକ ଚିକତ୍ସା କରି ରାତିରେ ଛାଡି ଦିଆଯାଇଛି। ହେଲେ ଯୋଗେନ୍ଦ୍ର ସମର୍ଥାଙ୍କ ଚିକିତ୍ସା ଚାଲିଛି।

ଏହି ଖବର ଜଣାପଡିବା ପରେ କ୍ୟାପିଟାଲ ହସପିଟାଲ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ତାଙ୍କ ସହିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ସ୍ଥାନୀୟ ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ।

ଏହି ଘଟଣା ନେଇ ଭକ୍ତଙ୍କ ମହଲରେ ବେଶ ଅସନ୍ତୁଷ୍ଠ ସୃଷ୍ଟି ହୋଇଛି। ତେବେ ଏହି ଘଟଣା ଉପରେ ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚାଲିଶ ମିନିଟ ବିଳମ୍ବରେ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ, ମନ୍ଦିରରୁ ଖସିପଡିଲେ ଜଣେ ସେବକ

ଭୁବନେଶ୍ବର: ଆଜି ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟର 40 ମିନିଟ ବିଳମ୍ବରେ ଉଠିଛି। ଭକ୍ତମାନେ ଅତୁର ଚିତରେ ଏହି ମହାଦୀପ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ସେବକମାନେ ମନ୍ଦିର ଶିଖରକୁ ଉଠିବା ପରେ ପୁରା ମନ୍ଦିର ହରିବୋଲ ହୁଳହୁଳିରେ ଉଛୁଳି ପଡିଥିଲା।

ତେବେ ଏହି ମହାଦୀପ ନେବା ବେଳେ ଏକ ଅଘଟଣ ଘଟିଥିଲା। ତାହା ହେଲା ମହାଦୀପ ନେଇ ମନ୍ଦିର ଉପରକୁ ଚଢିବା ବେଳେ ଜଣେ ସେବକ ମନ୍ଦିର ଉପରୁ ମହାଦୀପ ଧରି ଖସି ପଡିଲେ। ଫଳରେ ଅନ୍ୟଜଣେ ସେବକ ସେହି ମହାଦୀପ ଧରି ମନ୍ଦିର ଚୂଡାକୁ ଯାଇଥିଲେ। ଖସିପଡିଥିବା ସେବକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ପାଖେଇଲା ମହାଶିବରାତ୍ରୀ, ଜାଣନ୍ତୁ କେବେ ଏବଂ କେତେବେଳେ ଉଠିବ ମହାଦୀପ

ଭୁବନେଶ୍ବର: ହିନ୍ଦୁ ଧର୍ମର ଅନ୍ୟତମ ବଡ ପର୍ବ ହେଉଛି ମହାଶିବରାତ୍ରୀ ବା ଜାଗର। ଏହିଦିନକୁ ଶୈବ୍ୟ ଭକ୍ତମାନେ ଅନେଇ ରହିଥାନ୍ତି। ଏହିଦିନ ଭକ୍ତମାନେ ପୁରା ଉପବାସ କରି ମହାଦ୍ବୀପ ଦେଖିବା ପରେ ଖାଦ୍ୟ ଗ୍ରହଣ କରିଥାନ୍ତି। ଏହି ମହାଶିବରାତ୍ରୀରେ ସମସ୍ତ ଶୈବ୍ୟପିଠରେ ପ୍ରବଳ ଭିଡ ହୋଇଥାଏ।

ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା ଫେବୃୟାରୀ ୨୬ ତାରିଖ ବୁଧବାରରେ ପଡୁଛି। ଏଥିପାଇଁ ସମସ୍ତ ଶିବ ମନ୍ଦିରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ପ୍ରଭୃ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାଶିବରାତ୍ରୀଦିନ ରାତି ୧୦ଟା ବେଳେ ମହାଦୀପ ଉଠିବ ବୋଲି ନିଷ୍ପତି କରାଯାଇଛି। ଅନ୍ୟ ପୂଜା ଯାହା ରହିଛି ତାହା ହେଲା

  • ୨୫ ତାରିଖ ରାତି ୨ଟା ୩୦ ମିନିଟରେ ମନ୍ଦିର ଖୋଲିବ
  • ଭୋର ୩ ଟାରୁ ୩.୩୦ ମିନିଟ ପର୍ଯ୍ୟନ୍ତ ମଙ୍ଗଳା ଆରତି ଓ ଅବକାଶ ନୀତି
  • ଭୋର ୩ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ସାହାଣ ମେଲା
  • ସକାଳ ୬ ଟା ରେ ରୋଷ ହୋମ
  • ଦିନ ୧୧ ଟାରୁ ୧୨ ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର
  • ଦିନ ୧୨ ଟାରୁ ୧୨ ଟା ୪୫ ମଧ୍ୟରେ ମହାସ୍ନାନ
  • ଅପରାହ୍ନ ୩ଟା ୨୪ ରୁ ୪ ଟା ୪୫ ପର୍ଯ୍ୟନ୍ତ ପୁଣି ସାହାଣ ମେଲା ଦର୍ଶନ
  • ସଂଧ୍ୟା ୭ ଟା ୧୦ ରେ ଠାକୁରଙ୍କ ସଂଧ୍ୟା ଆଳତି
  • ରାତି ୮ ଟା ୧୦ ରେ ଶ୍ରୀଜିୟୁଙ୍କର ବେଢା ପରିକ୍ରମା
  • ରାତି ୧୦ଟାରେ ମହାଦୀପ ଉଠିବ
  • ରାତି ୧୦ଟାରୁ ୧୧ ଟା ପର୍ଯ୍ୟନ୍ତ ପୁଣି ସାହାଣ ମେଲା ଦର୍ଶନ
  • ରାତି ୩ ଟାରେ ହରିହର ଭେଟ

 

Categories
ବିଶେଷ ଖବର ରାଜ୍ୟ ଖବର

ରାତି ୧୦ ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କର ମହାଦୀପ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ  

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ପର୍ବ  ପାଳନ  ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଯେ,  ମହା ଶିବରାତ୍ରୀ ଆମ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ତେବେ  କରୋନା ଭୁତାଣୁ  ଆମଠାରୁ ସଂପୂର୍ଣ୍ଣ ରୂପେ ଦୂରେଇ ଯାଇ ନାହିଁ। ଆମ୍ଭେମାନେ ଏବେବି ଅସାଧାରଣ ପରିସ୍ଥିତିର ସମ୍ମୁଖୀନ ହୋଇଛୁ । କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଆମେ ଆମକୁ ସେହିଭଳି ଅସାଧାରଣ ଭାବେ ଏହାର  ମୁକାବିଲାକୁ ଜାରି ରଖିବାର ଆବଶ୍ୟକତା ରହିଛି । ଏଥି ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ  କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ମହାଶିବରାତ୍ରୀ ପର୍ବ ପାଳନ ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସମସ୍ତଙ୍କର ସହଯୋଗରେ ଏ ବର୍ଷର ମହାଶିବରାତ୍ରୀ ପର୍ବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନେଇ ସେ  ମନ୍ଦିରର  ସେବାୟତ ପ୍ରତିନିଧି , ସଂପୃକ୍ତ ବିଭିନ୍ନ ପ୍ରଶାସନିକ ଅଧିକାରୀ  ଓ ଅନୁଷ୍ଠାନମାନଙ୍କର ସହଯୋଗ କାମନା କରିଥିଲେ। ବୈଠକର  ନିଷ୍ପତ୍ତି ଅନୁସାରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ରାତ୍ର ୧୦ ଟାରେ ମହାଦୀପ ଉଠିବ। ଭକ୍ତମାନେ ଧାଡିରେ ଯାଇ  ମନ୍ଦିର ଭିତରେ ଥିବା ଆଡକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ବହୁ ଜନସମାଗମ ଏବଂ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ସେଠାରେ ଦର୍ଶନ କରି ନ ଅଟକି  ମନ୍ଦିରରୁ ପ୍ରସ୍ଥାନ କରିବେ ।

ମହାପ୍ରଭୁଙ୍କ ଗର୍ଭଗୃହରେ ପ୍ରବେଶ  ଭକ୍ତମାନଙ୍କ ପାଇଁ ବନ୍ଦ ରହିବ । ବୈଠକରେ ବିଭିନ୍ନ ପ୍ରସ୍ତାବ ମଧ୍ୟରେ ମହା ଶିବରାତ୍ରୀରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପାଦନ ଓ ସେବା ପୂଜା ନିମନ୍ତେ ସମୟ ନିର୍ଘଣ୍ଟ, ମନ୍ଦିରର ଅନ୍ତଗୃହ ଓ ବେଢାର ପରିଷ୍କାର ପରିଚ୍ଛନ୍ନତା, ଭୋଗ ସ୍ଥାନ ନିରୂପଣ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଆରକ୍ଷୀ ବ୍ୟବସ୍ଥା, ଯାତ୍ରୀମାନଙ୍କର ଆଗମନ ଓ ପ୍ରସ୍ଥାନକୁ ସୁଗମ କରିବା ପାଇଁ ମନ୍ଦିରର ବିଭିନ୍ନ ଦ୍ୱାରରେ ଅସ୍ଥାୟୀ ବେରିକେଡ୍ ବ୍ୟବସ୍ଥା, ମନ୍ଦିର ସମେତ  ବିନ୍ଦୁସାଗର ଓ ଦେବୀ ପାଦହରା  ଚତୁଃପାର୍ଶ୍ୱରେ  ଆଲୋକୀକରଣ ବ୍ୟବସ୍ଥା,ଯାନବାହନ ନିୟନ୍ତ୍ରଣ ଓ ଯାତ୍ରୀ ପରିବହନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମନ୍ଦିର ଭିତରେ ଓ ବାହାରେ ଭକ୍ତ ଓ ଜନସାଧାରଣଙ୍କ ନିମନ୍ତେ ସୂଚନା ଓ ୧ ତାରିଖ ପ୍ରତ୍ୟୁଷରୁ ଭଜନ, ଜଣାଣ ଓ ଶିବସ୍ତୋତ୍ର ଆଦି ପ୍ରସାର  ପାଇଁ  ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅସ୍ଥାୟୀ  ସୂଚନା କେନ୍ଦ୍ର ଓ ବ୍ୟାପକ  ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବ ।

ଥଣ୍ଡା, କାଶ ଆଦି କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥିବା ଭକ୍ତ ଅସୁସ୍ଥ ଅନୁଭବ କଲେ ସେମାନଙ୍କ ପାଇଁ ମନ୍ଦିର ସମ୍ମୁଖରେ  ସ୍ୱତନ୍ତ୍ର ଅସ୍ଥାୟୀ ସଙ୍ଗରୋଧ ବା ଆଇସୋଲେସନ ପ୍ରକୋଷ୍ଠ ବ୍ୟବସ୍ଥା ସହ ଜରୁରୀ ସ୍ଥଳେ  କୋଭିଡ୍ ପରୀକ୍ଷା ବ୍ୟବସ୍ଥା ରହିବ ।  ତତ୍ ସହିତ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ  ଅସ୍ଥାୟୀ ଆବଶ୍ୟକ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ସେଣ୍ଟ ଜୋନ୍ ଆମ୍ବୁଲାନ୍ସ, ଭୁବନେଶ୍ୱର ମହାନଗର ନିଗମ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କ ତରଫରୁ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ମୁତୟନ ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦନ ପାଇଁ  ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ , ସହକାରୀ ଦବୋତ୍ତର କମିଶନର ଶ୍ରୀଦୀପ୍ତ ମିଶ୍ର, ଟ୍ରଷ୍ଟବୋର୍ଡ ସଦସ୍ୟ ଶ୍ରୀ ଅବନୀ କୁମାର  ପଟ୍ଟନାୟକ,  ଏସିପି –ଜୋନ୍-2 ଶ୍ରୀ ଅନିରୁଦ୍ଧ ରାଉତ, ଲିଙ୍ଗରାଜ ଥାନା ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ପାତ୍ର ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଓ କର୍ମକର୍ତ୍ତା, ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ, ମନ୍ଦିର ବ୍ରାହ୍ଣଣ ନିଯୋଗର ସଭାପତି ଓ ସଂପାଦକ, ପୂଜାପଣ୍ଡା ନିଯୋଗର ସଭାପତି ଓ ସଂପାଦକ, ବଡୁ ନିଯୋଗ, ସମଥା ନିଯୋଗ ଓ ସେବାୟତ ପ୍ରତିନିଧିମାନେ ବେଠକରେ  ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଫଟୋ ଖବର

ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୃ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ମନ୍ଦିର ଶୀର୍ଷରେ ସ୍ଥାପନ କରାଯାଉଛି

ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୃ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ମନ୍ଦିର ଶୀର୍ଷରେ ସ୍ଥାପନ କରାଯାଉଛି

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭକ୍ତିମେୟ ପରିବେଶ ମଧ୍ୟରେ ଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ

ଭୁବନେଶ୍ବର: ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଛି। ପାରମ୍ପରିକ ବେଢା ପରିକ୍ରମା ପରେ ମହାଦୀପ ଉଠିଛି। ପୂର୍ବରୁ ରାତି ୧୦ ଟା ସମୟରେ ମହାଦୀପ ଉଠିବାର ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ରାତି ୯:୩୦ ମିନିଟ ସମୟରେ ମହାଦୀପ ଉଠିଛି। ମହାଦୀପ ଉଠିଲା ବେଳେ ମନ୍ଦିର ପରିସରରେ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଥିଲା।