Categories
ବିଶେଷ ଖବର

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି, ଜାଣନ୍ତୁ ଭୁବନେଶ୍ଵରରୁ ଲଢିବେ କିଏ

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି। ୩ ମହାନଗର ଯଥା ଭୁବନେଶ୍ଵର, କଟକ ଏବଂ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ଭୁବନେଶ୍ଵର ମହାନଗର ପାଇଁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ କରାଯାଇଥିବା ବେଳେ କଟକ ମହାନଗର ପାଇଁ ସାଂସଦ ସୁବାସ ସିଂହ ଏବଂ ବ୍ରହ୍ମପୁର ମହାନଗର ପାଇଁ ସଙ୍ଘମିତ୍ରା ଦଳାଇଙ୍କୁ ମେୟର ପ୍ରାର୍ଥୀ କରାଯାଇଛି।

ତେବେ ଏହା ପୂର୍ବରୁ ଭୁବନେଶ୍ଵର ମହାନଗର ପାଇଁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ ପକ୍ଷରୁ ଭୁବନେଶ୍ଵର ମହାନଗରର ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ କଟକଣା: ଆଜି ସନ୍ଧ୍ୟାରୁ ଭୁବନେଶ୍ବରର ଜନଗହଳି ଅଞ୍ଚଳରେ ଆରମ୍ଭ ହେବ ଚଢାଉ

ଭୁବନେଶର: ଆଜି ସନ୍ଧ୍ୟାରୁ ଭୁବନେଶ୍ବର ମାର୍କେଟ ଓ ଜନଗହଳି ଅଞ୍ଚଳରେ ଚଢାଉ ଆରମ୍ଭ କରାଯିବ। ମହାନଗରରେ କୋଭିଡ଼ କଟକଣାକୁ କଡାକଡି କରାଯିବ। ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଏସବୁ ଉପରେ ନଜର ରଖାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।

ତେବେ ଭୁବନେଶର ସ୍ଥିତ ଏକ୍ସଆଇଏମବିରୁ ୨୦୪ ଟି ନମୁନା ସଂଗ୍ରହ କରାଯାଇଛି। ତନ୍ମଧ୍ୟରୁ ୨୦୧ ଟି ନେଗେଟିଭ ଆସିଛି। ଶିକ୍ଷାନୁଷ୍ଠାନ ଉପରେ ବିଶେଷ ନଜର ରଖାଯାଇଛି। ଟେଷ୍ଟିଂ ଉପରେ ଅଧିକ ଧ୍ୟାନ ଦିଆଯାଉଛି, ଅବିରତ ଟେଷ୍ଟିଂ କରାଯାଉଛି ବୋଲି କମିଶନର କହିଛନ୍ତି।