Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ତୃଣମୂଳ ଏବଂ ବିଜେପିର ଲଢାଇ ମଧ୍ୟରେ ମହାପଞ୍ଚାୟତ କରିବେ କୃଷକ ନେତା ରାକେଶ

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢାଇ ଜାରି ରହିଛି। ହେଲେ ସେହି ଦୁଇ ଦଳର ରାଜନୈତିକ ଲଢାଇ ମଧ୍ୟରେ କୃଷକ ନେତା ରାକେଶ ଟିକେତ ମଧ୍ୟ ନନ୍ଦୀଗ୍ରାମରେ ମହାପଞ୍ଚାୟତ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସେ ନନ୍ଦୀଗ୍ରାମରେ ଭ୍ରମଣ କରୁଛନ୍ତି। ଏହି ନନ୍ଦୀଗ୍ରାମ ଆସନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ସେହି ବିଧାନସଭା ଆସନ ପାଇଁ ତୃଣମୂଳ କଂଗ୍ରେସର ବିଧାୟକ ରହିଥିବା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ବିରୋଧରେ ନାମାଙ୍କାନ ପତ୍ର ଦାଖଲ କରିଛନ୍ତି।

ତେବେ ରାକେଶ ଟିକେତ କଲିକତାରୁ ନନ୍ଦୀଗ୍ରାମ ଯିବା ପୂର୍ବରୁ ତୃଣମୂଳ କଂଗ୍ରେସର ନେତାମାନଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ତିନି କୃଷକ ଆଇନ ଯୋଗୁଁ ବିଜେପିକୁ ବିରୋଧ କରୁଥିବା ଏହି କୃଷକ ନେତାଙ୍କ ମହାପଞ୍ଚାୟତ ଦ୍ଵାରା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କି ପ୍ରଭାବ ପକାଉଛି, ଦେଖିବା ବାକି ରହିଲା।

Categories
ଆଜିର ଖବର ଜାତୀୟ ଖବର

କୃଷି ଆଇନ ବିରୋଧରେ ସଚିନ ପାଇଲେଟଙ୍କ ମହାପଞ୍ଚାୟତ: ସାମିଲ ହୋଇପାରନ୍ତି ଏକ ଲକ୍ଷ ଲୋକ

ଜୟପୁର: କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ ଜାରି ରହିଛି। ସେପଟେ ଆଜି ରାଜସ୍ଥାନ ଦୋସା ସହରରେ ଏକ ବିଶାଳ କିଷାନ ମହାପଞ୍ଚାୟାତର ଆୟୋଜନ କରାଯାଉଛି। ରାଜେଶ ପାଇଲେଟ ଷ୍ଟାଡିୟମରେ ଏହି ଆୟୋଜନ ହେବାର ଅଛି। ଏଥିରେ ବଡ ସଂଖ୍ୟାରେ ଚାଷୀ ସାମିଲ ହେବା ନେଇ ଦାବି କରାଯାଉଛି।

ତେବେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲେଟଙ୍କ ଏହା ଏକ ପ୍ରକାର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। ସଚିନ ସମର୍ଥକ ବିଧାୟକମାନେ ଏହାକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି। ଏହି ମହାପଞ୍ଚାୟତରେ ପାଖାପାଖି ଏକ ଲକ୍ଷ ଲୋକ ସାମିଲ ହେବେ ବୋଲି ଦାବି କରାଯାଉଛି।