Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେବ ରଥକାମ ସହିତ ଚନ୍ଦନ ଯାତ୍ରା

ପୁରୀ: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ସମସ୍ତ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ସେଥିପାଇଁ ଏହି ପବିତ୍ର ଦିନରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥିସହିତ ଆସନ୍ତାକାଲି ଚନ୍ଦନ ଯାତ୍ରାର ମଧ୍ୟ ଆରମ୍ଭ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ରଥ ଖଳାରେ ଆସନ୍ତାକାଲି ତିନୋଟି ୧୨ ଫୁଟିଆ କାଠ ରଖାଯାଇ ପୂଜାର୍ଚ୍ଚନା ପରେ ବିଶ୍ଵକର୍ମା ମହାରଣା ସୁନା ଓ ରୂପା କୁରାଢ଼ୀ ସ୍ପର୍ଶ କରି ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ। ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚଳନ୍ତି ପ୍ରତିମା ବିମାନରେ ବିଜେ କରିବେ । ବିମାନରେ ଯିବା ସମୟରେ ରଥଖଳାରେ ତିନୋଟି ଆଜ୍ଞାମାଳ ତିନି କାଠରେ ଲାଗି କରାଯିବ। ପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ବିମାନରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବା ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ ।

Categories
ଫଟୋ ଖବର

ପୁରୀର ନରେନ୍ଦ୍ର ପୁଷ୍କରଣୀରେ ଚନ୍ଦନଯାତ୍ରା ପାଇଁ ମହାପ୍ରଭୃ ଖେଳୁଛନ୍ତି ଚାପ

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Categories
ଫଟୋ ଖବର

କୋଭିଡ କଟକଣା ଭିତରେ ପୁରୀରେ ଚାଲିଛି ପ୍ରଭୃ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା

ପୁରୀ, ଆଜି ଚନ୍ଦନ ଯାତ୍ରାର ଚତୁର୍ଥ ଦିନରେ ସୁସଜ୍ଜିତ ବିମାନକୁ ବଡୁ ସେବକମାନେ ବିଜେ ହୋଇଥିବା ଚଳନ୍ତି ପ୍ରତିମାଙ୍କୁ ନେଇ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବିଭିନ୍ନ ନୀତିକାନ୍ତି ସହ ନୌକା ବିହାର ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ପୁରୀ : ଦେଶରେ କରୋନା ଭାଇରସ୍‌ ଯୋଗୁଁ ଜାରି ହୋଇଛି ଲକ୍‌ ଡାଉନ୍‌। ଏହି ଲକ୍‌ ଡାଉନ୍‌ରେ ବଳି ପଡିଛି ଆମର ପର୍ବ ପର୍ବାଣୀ। ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପର୍ବ ପର୍ବାଣୀ ମଧ୍ୟ ଏହି ଲକ୍‌ ଡାଉନ୍‌ ଯୋଗୁଁ ପ୍ରଭାବିତ ହୋଇଛି । ତେବେ ବିଧି ରକ୍ଷା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କରାଯିବ। ସେହିପରି ଚନ୍ଦନ ପାଇଁ ମହାଲକ୍ଷ୍ମୀଙ୍କ ରୋଷଶାଳାରେ ପ୍ରସ୍ତୁତ ହେବ ମାଣ୍ଡୁଅ ଭୋଗ। ଚନ୍ଦନ ଯାତ୍ରା ପାଇଁ 2ଟି ଅସ୍ଥାୟୀ କୁଣ୍ଡରେ ନୀତିକାନ୍ତି ପାଳନ ହେବ ।

ସେହିପରି ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। କାଲିର ଦିନରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ସେହିପରି ଲକ୍‌ ଡାଉନ୍‌କୁ ନେଇ ଏଥିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଏହି ସମସ୍ତ ନୀତି ମନ୍ଦିର ପରିସର ମେଘନାଦ ପାଚେରୀ ମଧ୍ୟରେ କରାଯିବ। 3ଟି ଧଉରା କାଠରେ ଶ୍ରୀମନ୍ଦିର ଭିତରେ ରଥ ଅନୁକୂଳ ନୀତି ଅନୁଷ୍ଠିତ ହେବ। ସେବାୟତ, ପୁରୋହିତଙ୍କ ଜିଲ୍ଲାପାଳଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।