Categories
ଆଞ୍ଚଳିକ

ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ପାଇଁ ବାଣପୁର ଏନଏସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ବାହୁଡା଼ଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଚରଣ ଚକାଦେବ ଓ ରଙ୍କନାଥ ଦେବଙ୍କ ବାହୁଡା଼ ଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ଏ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଏନଏସି ସଭାଗୃହରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ କାର୍ଯ୍ୟନିବାହି ଅଧିକାରୀ ଅବିନାଶ ମହାନ୍ତି, ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।  ବାଣପୁରରେ ଦୁଇ ଗୋଟି ସ୍ଥାନରେ ରଥଯାତ୍ରା ହେଉଥିବାରୁ ଉଭୟ ସ୍ଥାନରେ ବାହୁଡା଼ ଯାତ୍ରା ପାଇଁ ସମୟ ନିର୍ଦ୍ଧାରିତ ହୋଇଛି। ଦିନ ୨.୩୦ ମିନିଟରେ ଚରଣ ଚକାଦେବଙ୍କର ଏବଂ ୩.୩୦ ମିନିଟରେ ରଙ୍କନାଥ ଦେବଙ୍କ ରଥ ଟଣା ଆରମ୍ଭ ହେବ ବୋଲି ଉକ୍ତ ବୈଠକରେ ନିଷ୍ପତି ହୋଇଛି।

ସନ୍ଧ୍ୟା ପୁର୍ବରୁ ଉଭୟ ସ୍ଥାନରେ ରଥ ମନ୍ଦିର ନିକଟରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି।  ରଥଯାତ୍ରା ପରି ବାହୁଡ଼ାଯାତ୍ରାରେ ମଧ୍ୟ ସ୍ଵେଚ୍ଛାସେବୀ ନିୟୋଜିତ ହେବେ ବୋଲି ନିଷ୍ପତି ନିଆଯାଇଛି।

ଅନୁରୂପ ଭାବେ ଶୃଙ୍ଖଳିତ ବାହୁଡ଼ାଯାତ୍ରାକୁ ଗୁରୁତ୍ୱ ଦେଇଛନ୍ତି ଆଇଆଇସି ଶ୍ରୀ ପରିଡ଼ା।  ପରିଶେଷରେ କାର୍ଯ୍ୟନିବାହି ଅଧିକାରୀ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁର1: ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ସନ୍ଧ୍ୟ। ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ପରମ୍ପରା ଅନୁଯାୟୀ, ଆଜି ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସନ୍ଧ୍ୟ। ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ମନା: ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ପଇତାଲାଗି ନୀତି

ଭୁବନେଶ୍ଵର/ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି। ବୈଶାଖ ମାଷ କୃଷ୍ଣ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ପାଳନ କରାଯାଏ। ସନ୍ଧ୍ୟା ସମୟରେ ଏହି ନୀତି ପାଳନ କରାଯିବ। ଏହା ଶ୍ରୀଜିଉଙ୍କର ଗୁପ୍ତ ନୀତି ଅଟେ। ତେଣୁ ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି।

ସେଥିପାଇଁ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ପଢନ୍ତୁ କେତେବେଳେ ଶ୍ରଦ୍ଧାଳୁ କରିପାରିବେ ଦର୍ଶନ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ନବଯୌବନ ଦର୍ଶନ ହେବ। ଏହାପରେ ମହାପ୍ରଭୁଙ୍କର ନେତ୍ରୋତ୍ସବ ପାଳିତ ହେବ। ତେବେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ ଜାରି କରିଛି।

ଆସନ୍ତାକାଲି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ପରେ ସକାଳ ୯ ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ। ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ ଟାରୁ ୬ ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି।

ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ ୧୧ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଛି। ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ରୁ ଦିନ ୨ଟା, ୩ଟାରୁ ୬ଟା ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୦ରୁ ସାଢ଼େ ୧୧ ଦର୍ଶନ ବନ୍ଦ ରହିବ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ମହାପ୍ରଭୁଙ୍କ ରଥଯାତ୍ରା ସମୀକ୍ଷା ବୈଠକରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ଲୋକସଂପର୍କ ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସୁଚାରୁ ରୂପେ ସଂପାଦନ କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ନିଷ୍ଠାପର ଭାବରେ ନିୟୋଜିତ ହେବେ ବୋଲି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଆଶାପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଅମାତ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ନୂଆ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ହେବା ପରେ ସେ ରଥଯାତ୍ରା ସମୀକ୍ଷାରୁ କାର୍ଯ୍ୟ ଆରମ୍ଭ କରିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଓ ସରସସୁନ୍ଦର କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱଗୁଡ଼ିକ ବାବଦରେ ସଚେତନ ହୋଇ ସଫଳ ସଂପାଦନରେ ଅଧିକାରୀ ତଥା କର୍ମଚାରୀମାନେ ପ୍ରତିବଦ୍ଧ ହେବାକୁ ମନ୍ତ୍ରୀ ଅମାତ ପରାମର୍ଶ ଦେଇଥିଲେ। ରଥଯାତ୍ରାର ବିଶ୍ୱପ୍ରସିଦ୍ଧିକୁ ଦୃଷ୍ଟିରେ ରଖି ପ୍ରଚାର, ବିଜ୍ଞାପନ ଓ ପ୍ରଦର୍ଶନୀ ଇତ୍ୟାଦି ନେଇ ବିଶେଷ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମୀକ୍ଷା ବୈଠକରେ ଯୋଗଦେଇ ସାମାଜିକ ଗଣମାଧ୍ୟମରେ ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରସାର ପାଇଁ ପରାମର୍ଶ ଦେବା ସହିତ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ବଳିତ ବିିଭିନ୍ନ କିମ୍ବଦନ୍ତୀ, ଲୋକକଥା, ତଥ୍ୟର ପ୍ରଚାର ଉପରେ ବିଭାଗ ଗୁରୁତ୍ୱ ଦେବ ବୋଲି ଉଲ୍ଲେଖ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ବିଭାଗ ତରଫରୁ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ଉପରେ ସୂଚନା ଦେଇଥିଲେ। ଦୂରଦର୍ଶନ ଜରିଆରେ ସିଧା ପ୍ରସାରଣ, ଅନ୍ୟାନ୍ୟ  ଗଣମାଧ୍ୟମକୁ ଲାଇଭ୍‌ କମନ୍‌ ଫିଡ୍‌ ଯୋଗାଣ, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ସାମ୍ବାଦିକମାନଙ୍କ ଗସ୍ତ, ସମ୍ମାନନୀୟ ଅତିଥିମାନଙ୍କ ପରିଚର୍ଯ୍ୟା, ବିଭିନ୍ନ ପ୍ରକାଶନର ରଥଯାତ୍ରା ବିଶେଷାଙ୍କ ବିକ୍ରୟ, ଫଟୋଚିତ୍ର ପ୍ରଦର୍ଶନୀ, ବିଜ୍ଞାପନ ପ୍ରସାରଣ ସହିତ ହୋଡ଼ିଙ୍ଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗ ଉପରେ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଅବଗତ କରାଇଥିବା ବେଳେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ରଥଯାତ୍ରା ଦିନ ଉଭୟ ପତି୍ରକାର ବିଶେଷାଙ୍କ ସଂଖ୍ୟା ଲୋକାର୍ପିତ ହେବ ବୋଲି ଉଲ୍ଲେଖ କରିଥିଲେ ।

ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, କ୍ଷେତ୍ରୀୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ। ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।