Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9 ହଜାର 520କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ହୁ ହୁ ହୋଇ ବଢିଚାଲିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 11 ହଜାର 502 ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 325ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ 434ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 9 ହଜାର 520ରେ ପହଞ୍ଚିଛି । ସେହିପରି 69 ହଜାର 798ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମିତ ମାମଲା 100ରୁ ଏକ ଲକ୍ଷ ହେବା ପାଇଁ ମାତ୍ର 64 ଦିନ ଲାଗିଛି । ସେହିପରି ଦୁଇ ଲକ୍ଷ ପାଇଁ 15 ଦିନ ଓ ମାତ୍ର ଦଶ ଦିନ ଭିତରେ ତିନି ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି ।  ଦେଶରେ ଏବେ 49.9 ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଦେଶରେ ପଚାଶ ପ୍ରତିଶତ ମାମଲା ଦେଶର ପାଞ୍ଚୋଟି ସହରରୁ ଆସିଛି । ମହାରାଷ୍ଟ୍ରରୁ ହିଁ 32 ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର କରି ସାରିଛି ।

 

କ୍ର.ନ ରାଜ୍ୟର ନମ ସଂକ୍ରମିତ (ବିଦେଶୀ ନାଗରିକଙ୍କ ସମେତ) ସୁସ୍ଥ ମୃତ
1 ଆଣ୍ଡାମାନ ନିକୋବର 33 33 0
2 ଆନ୍ଧ୍ରପ୍ରଦେଶ 6163 3314 84
3 ଅରୁଣାଚଳ ପ୍ରଦେଶ 91 7 0
4 ଆସାମ 4049 1960 8
5 ବିହାର 6470 4170 39
6 ଚଣ୍ଡୀଗଡ 352 293 5
7 ଛତିଶଗଡ 1662 763 8
8 ଦିଲ୍ଲୀ 41182 15823 1327
9 ଗୋଆ 564 74 0
10 ଗୁଜୁରାଟ 23544 16325 1477
11 ହରିୟାଣା 7208 3003 88
12 ହିମାଚଳ ପ୍ରଦେଶ 518 337 7
13 ଜମ୍ମୁ ଓ କାଶ୍ମୀର 5041 2389 59
14 ଝାରଖଣ୍ଡ 1745 905 8
15 କର୍ଣ୍ଣାଟକ 7000 3955 86
16 କେରଳ 2461 1102 19
17 ଲଦାଖ 549 80 1
18 ମଧ୍ୟପ୍ରଦେଶ 10802 7677 459
19 ମହାରାଷ୍ଟ୍ର 107958 50978 3950
20 ମଣିପୁର 458 91 0
21 ମେଘାଳୟ 44 25 1
22 ମିଜୋରାମ 112 1 0
23 ଓଡ଼ିଶା 3909 2708 11
24 ପୁଡ୍ଡୁଚେରୀ 194 91 5
25 ପଞ୍ଜାବ 3140 2356 67
26 ରାଜସ୍ଥାନ 12694 9566 292
27 ତାମିଲନାଡୁ 44661 24547 435
28 ତେଲେଙ୍ଗାନା 4974 2377 185
29 ତ୍ରିପୁରା 1076 315  1
30 ଉତ୍ତରାଖଣ୍ଡ 1819 1111 24
31 ଉତ୍ତରପ୍ରଦେଶ 13615 8268 399
32 ପଶ୍ଚିମବଙ୍ଗ 11087 5060 475
33 ନାଗାଲାଣ୍ଡ 168 88 0
34 ସିକିମ୍‌ 68  4  0
35 ଦାଦ୍ରାନ ନଗର ହାବେଳୀ 36  2  0
ମୋଟ୍‌ ସଂଖ୍ୟା 246628 119293 6929
Categories
ଆଜିର ଖବର ଜାତୀୟ ଖବର

ସୁନ୍ଦରଗଡ ଜିଲ୍ଲାରୁ ଆଉ 4 ପଜିଟିଭ୍‌ ଚିହ୍ନଟ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରୁ ଆଉ ଚାରି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଚାରି ଜଣ ଯାକ ବିସ୍ରା ଓ ଲାଠିକଟା ବ୍ଲକର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ ।  ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ଜଣ ପୁରୁଷ ରହିଛନ୍ତି । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ର ଫେରନ୍ତା ରହିଥିବାବେଳେ ଦୁଇଜଣ ଚେନ୍ନାଇ ଫେରନ୍ତା ରହିଛନ୍ତି । ଏବେ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 37କୁ ବୃଦ୍ଧି ହୋଇଥିବାବେଳେ 25 ଜଣ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିହ୍ନଟ ନୂତନ 48ଜଣଙ୍କ ମଧ୍ୟରେ ଅଧିକାଂଶ ସୁରତ ଫେରନ୍ତା

ଭୁବନେଶ୍ବର : ଆଜି ଚିହ୍ନଟ ନୂତନ 48 ଜଣଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏଥିରୁ ଅଧିକାଂଶ ସୁରତ୍‌ ଫେରନ୍ତା ରହିଛନ୍ତି। ବାଲେଶ୍ବରର 12 ଆକ୍ରାନ୍ତଙ୍କ ମଧ୍ୟରୁ 7 ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ ଦୁଇ ଜଣ ସୁରତ ଫେରନ୍ତା , ଜଣେ ମହାରାଷ୍ଟ୍ର ଓ ଜଣେ ଦିଲ୍ଲୀ ଫେରନ୍ତା ରହିଛନ୍ତି ବାଲେଶ୍ବରର ଅନ୍ୟ ଜଣେ ଆକ୍ରାନ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ।  ଗଞ୍ଜାମର 12 ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ଥିଲେ।  ସେହିପରି କେନ୍ଦ୍ରାପଡାରେ 13 ଆକ୍ରାନ୍ତ ସୁରତ ଫେରନ୍ତା ରହିଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ଥିଲେ। ଯାଜପୁରର ଦୁଇ ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା। ଦୁହେଁ କ୍ବାରେଣ୍ଟିନ୍‌ରେ ଥିଲେ। ସୁନ୍ଦରଗଡର ଜଣେ ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା ସେ କ୍ବାରେଣ୍ଟିନ୍‌ରେ ରହିଥିଲେ।

ସେହିପରି ଦେବଗଡରେ ଜଣେ ଆକ୍ରାନ୍ତ ମଧ୍ୟ ଅହମଦାବାଦ ଫେରନ୍ତା ସେ କ୍ବାରେଣ୍ଟିନ୍‌ରେ ଥିଲେ। ଭଦ୍ରକର ସମସ୍ତ 6 ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ କ୍ବାରେଣ୍ଟିନ୍‌ରେ ରହିଥିଲେ। ନୟାଗଡର ତିନି ଆକ୍ରାନ୍ତ ଓ ପୁରୀର 10 ଆକ୍ରାନ୍ତ ସୁରତ ଫେରନ୍ତା ଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ଥିଲେ।  କଟକର ଜଣେ ଆକ୍ରାନ୍ତ ଅହମ୍ମଦାଦାବ ଫେରନ୍ତା ସେ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନ ରହିଛି।