Categories
ଆଜିର ଖବର ରାଜ୍ୟ ଖବର

ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ବ୍ରହ୍ମପୁର: ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍‌ଯାପିତ ହୋଇଯାଇଛି। ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ତାଲିମ୍ ଗ୍ରହଣ କରୁଥିବା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ତାଲିମ୍‌ପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ରିଆକ୍ଟ ପୁସ୍ତକ ପ୍ରଦାନ କରାଯାଇଥିଲେ। ମାଷ୍ଟର ଟ୍ରେନର ମାମିନା ରାଣୀ ବେହେରା ୮ଦିନ ଧରି ୧୨୮ ଜଣ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ୍ ପ୍ରଦାନ କରିଥିଲେ।

ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ଛାତ୍ରୀମାନେ ସହଯୋଗ କରିଥିଲେ। ସହକାରୀ ଗ୍ରନ୍ଥାଗାର କେ.ଧର୍ମା ରାଓ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ

ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିବସରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ମନ୍ଦିରରୁ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ମାନଙ୍କ ସହ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ମସାଲ ଶୋଭାଯାତ୍ରାରେ ସାମିଲ ହୋଇ ବିଦ୍ୟାଳୟରେ ପହଞ୍ଚି ଉତ୍ସବକୁ ଆନୁଷ୍ଠାନିକ ରୂପେ ଉଦଘାଟନ କରିବା ସହ ପତାକା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।

ପ୍ରଥମ ଦିନରେ ଲାମ୍ବା ଡିଆଁ, ଦୌଡ, ଗୋଳା ଫିଙ୍ଗା ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, କ୍ରୀଡା ଉପସଭାପତି ଅଧ୍ୟାପିକା କଲ୍ୟାଣୀ ବୈରିଗଞ୍ଜନ, ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ, କ୍ରୀଡା ଶିକ୍ଷକ ବିଭୁଦେନ୍ଧୁ ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କ୍ରୀଡା ଉତ୍ସବକୁ ସୁନିଲ କୁମାର ପଟ୍ଟନାୟକ, କଳ୍ପଶ୍ରୀ ପ୍ରଧାନ, ନୀତିଶ କୁମାର ରାଉତ ଓ ସିଦ୍ଧାନ୍ତ କୁମାର ସ୍ବାଇଁ ପ୍ରମୁଖ କ୍ରୀଡା ଶିକ୍ଷକ ଖେଳ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, ସୁଚିତ୍ରା ଦାଶ, ରୋଜାଲିନ୍ ଦାଶ, ସାଗରିକା ଦାଶ, କସ୍ତୁରି ପଟ୍ଟନାୟକ, ରବିନ୍ଦ୍ର ମାର୍ଥା, ଅକ୍ରୁର ପ୍ରଧାନ ସୁନିଲ୍ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଛାତ୍ରୀ ମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ସ୍ଥିତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ନିମନ୍ତେ ଆଠ ଦିନ ପାଇଁ ଆତ୍ମସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ପରମଗୁରୁ ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଦିବାକର ମିଶ୍ର ଯୋଗଦେଇ ଆଜିର ସମାଜରେ ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷା ତାଲିମ୍ ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି।

ଅନୁଷ୍ଠିତ କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ଆଶିଷ କୁମାର ପ୍ରଧାନ ପରିଚାଳନା କରିଥିଲେ। ଅଧ୍ୟାପକ ଗଣ ଯଥା ଡ଼ଃ ରଞ୍ଜିତା କୁମାରୀ ମିଶ୍ର, ମନୋଜ କୁମାର ପାଢ଼ୀ, ଶିଶିରକାନ୍ତ ବିଷୋୟୀ ଓ ଧରିତ୍ରୀ ନାୟକ ପ୍ରମୁଖ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ତାଲିମ୍ ଶିବିର ରେ ମାଷ୍ଟର ଟ୍ରେନର୍ ସୁଚିତ୍ରା ବେହେରା ଓ ସୁନାନି ପ୍ରଧାନ ପ୍ରମୁଖ ତାଲିମ୍ ପ୍ରଦାନ କରିଛନ୍ତି।