Categories
ଆଞ୍ଚଳିକ

ଛାତ୍ରୀ ମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ସ୍ଥିତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ନିମନ୍ତେ ଆଠ ଦିନ ପାଇଁ ଆତ୍ମସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ପରମଗୁରୁ ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଦିବାକର ମିଶ୍ର ଯୋଗଦେଇ ଆଜିର ସମାଜରେ ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷା ତାଲିମ୍ ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି।

ଅନୁଷ୍ଠିତ କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ଆଶିଷ କୁମାର ପ୍ରଧାନ ପରିଚାଳନା କରିଥିଲେ। ଅଧ୍ୟାପକ ଗଣ ଯଥା ଡ଼ଃ ରଞ୍ଜିତା କୁମାରୀ ମିଶ୍ର, ମନୋଜ କୁମାର ପାଢ଼ୀ, ଶିଶିରକାନ୍ତ ବିଷୋୟୀ ଓ ଧରିତ୍ରୀ ନାୟକ ପ୍ରମୁଖ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ତାଲିମ୍ ଶିବିର ରେ ମାଷ୍ଟର ଟ୍ରେନର୍ ସୁଚିତ୍ରା ବେହେରା ଓ ସୁନାନି ପ୍ରଧାନ ପ୍ରମୁଖ ତାଲିମ୍ ପ୍ରଦାନ କରିଛନ୍ତି।