Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଚାରିଦିନିଆ ଗସ୍ତରେ ରାଜସ୍ଥାନ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜସ୍ଥାନ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଅନୁଷ୍ଠିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ସହ ରାଜସ୍ଥାନର ପର୍ଯ୍ୟଟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ବନ୍ଧରେ ଆଲୋଚନା କରିବେ।

Categories
ଜାତୀୟ ଖବର ବିଶେଷ ଖବର

କିଶୋର ନ୍ୟାୟ ଆଦର୍ଶ ଚିଠା ଉପରେ ଆଇନ: ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ

ନୂଆଦିଲ୍ଲୀ: କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୬ରେ ସଂଶୋଧନ ଆଣିବାକୁ ଯେଉଁ ଆଦର୍ଶ ଚିଠା ଆଇନ ପ୍ରସ୍ତୁତି ହୋଇଛି, ତାହା ଉପରେ ମତାମତ ଓ ପରାମର୍ଶ ଦେବାକୁ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଆଗ୍ରହୀ ପକ୍ଷ ନିଜ ନିଜର ମତାମତ ଓ ପରାମର୍ଶ ୨୦୨୧ ନଭେମ୍ବର ୧୧ ତାରିଖ ସୁଦ୍ଧା [email protected] ଇମେଲ ଆଇଡିରେ ପଠାଇପାରିବେ।

କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ସଂଶୋଧନ ବିଲ୍ ୨୦୨୧ ଚଳିତବର୍ଷ ଜୁଲାଇ ୨୮ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା। ଏବର୍ଷ ବଜେଟ ଅଧିବେଶନରେ ଏହି ବିଲ୍‌ଟି ସଂସଦରେ ଉପସ୍ଥାପିତ ହେବା ପରେ ମାର୍ଚ୍ଚ ୨୪ତାରିଖରେ ଏହା ଲୋକସଭାର ଅନୁମୋଦନ ଲାଭ କରିଥିଲା। ଏହି ବିଲ୍ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫ରେ କେତେକ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ। ୨୦୧୬ରେ ପୁରୁଣା ଆଇନଟି କାର୍ଯ୍ୟକାରୀ ହୋଇଥିଲା।

ଏହି ବିଲ୍‌କୁ ଉପସ୍ଥାପିତ କରିବାବେଳେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ କହିଥିଲେ ଯେ, ପ୍ରଚଳିତ ଆଇନରେ ଶିଶୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ କେତେକ ଅଧିକ ଆଇନଗତ ଆବଶ୍ୟକତା ରହିଛି। ବିଶେଷକରି ଅଧିକ ବିପଦାପନ୍ନ ଶିଶୁଙ୍କ ସୁରକ୍ଷା ପାଇଁ ଏହା ବିଶେଷ ଜରୁରୀ। ଏହି ଶିଶୁଙ୍କ ସୁରକ୍ଷା ଓ ଯତ୍ନ ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯିବା ଆବଶ୍ୟକ। ପିଲାମାନଙ୍କ ସୁରକ୍ଷା ଓ ଯତ୍ନ ଉପରେ ସବୁମନ୍ତେ ସରକାର ଦୃଷ୍ଟି ଦେବେ ବୋଲି ସଂସଦରେ ଯେଉଁ ଅଙ୍ଗୀକାର ପ୍ରକାଶ କରିଛନ୍ତି ତାହାକୁ ପାଳନ କରିବାକୁ ପ୍ରଚଳିତ ଆଇନରେ ସଂଶୋଧନ ଲୋଡା। ସେହି ପ୍ରତିଶ୍ରୁତି ମୁତାବକ ପ୍ରଚଳିତ ଆଇନରେ ସଂଶୋଧନ କରି ଏକ ଚିଠା ଆଦର୍ଶ ଆଇନ ପ୍ରସ୍ତୁତ କରାଯାଇଛି।

ସଂଶୋଧିତ ନୀତି ଅନୁସାରେ ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ସମ୍ପର୍କରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ। ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ ନିର୍ଦ୍ଦେଶ ଜେ ଜେ ଆଇନର ଧାରା ୬୧ଅନୁସାରେ ଜାରି କରିବେ। ପୋଷ୍ୟ ସନ୍ତାନ ଗ୍ରହଣ ମାମଲାର ତ୍ୱରିତ ସମାଧାନ ଏବଂ ଉତ୍ତରଦାୟିତ୍ୱ ବଢାଇବାକୁ ଏହି ପଦକ୍ଷେପ ନିଆଯାଇଛି। ଆହୁରି ମଧ୍ୟ ଆଇନର ସହଜ କାର୍ଯ୍ୟକାରିତା ଏବଂ ଦୁର୍ଦ୍ଦଶାଗ୍ରସ୍ତ ସ୍ଥିତିରେ ଥିବା ପିଲାଙ୍କ ଦୁଃଖ ତୁରନ୍ତ ଅପନୋଦନ ପାଇଁ  ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବ ।

ସଂଶୋଧିତ ଚିଠା ଆଇନ ଅନୁସାରେ ଶିଶୁଙ୍କ ଯତ୍ନ ନେଉଥିବା ଯେକୌଣସି ଅନୁଷ୍ଠାନକୁ ଜିଲ୍ଲାପାଳଙ୍କ ସୁପାରିସ ଆଧାରରେ ହିଁ ପଞ୍ଜୀକୃତ କରାଯିବ। ଜିଲ୍ଲାପାଳ ସ୍ୱାଧୀନ ଭାବେ ଜିଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ କଲ୍ୟାଣ କମିଟି, କିଶୋର ନ୍ୟାୟ ବୋର୍ଡ, ସ୍ୱତନ୍ତ୍ର କିଶୋର ପୁଲିସ ୟୁନିଟ୍ ଓ ଶିଶୁ ସୁରକ୍ଷା ଅନୁଷ୍ଠାନ ସମୂହର କାର୍ଯ୍ୟକୁ ସମୀକ୍ଷା କରିବେ।

ଚିଠା ସଂଶୋଧନ ଆଇନକୁ ଦେଖିବା ପାଇଁ କ୍ଲିକ କରନ୍ତୁ –

https://wcd.nic.in/sites/default/files/Attachment-%20Working%20Draft%20on%20JJ%20Model%20Rules%202016-%20forwarding%20for%20comments%2027102021_0.pdf