Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଣପୁର ମହୋତ୍ସବ ‘ଅର୍ଜୁନ’ର ଚତୁର୍ଥ ଦିବସ ମନ ମୋହିଲା ମହିଳା ପାଇକ ଆଖଡ଼ା

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ମୁଖ୍ୟ ବକ୍ତା ଭାବେ ଐତିହାସିକ ସତ୍ୟବାଦୀ ବଳିୟାରସିଂହ, ବିଶିଷ୍ଟ ଅତିଥି ପୁରୀର କମାଣ୍ଡିଂ ଅଫିସର କର୍ନେଲ ପ୍ରଶୁନ ପଣ୍ଡା , ସମ୍ମାନିତ ଅତିଥି ଭାବେ ରାଜ୍ୟ ଖାଉଟି ଫୋରମର ଅବସର ପ୍ରାପ୍ତ ସଭାପତି ନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଓଡିଶା ବିହନ ନିଗମର ଅଧ୍ୟକ୍ଷ ବିଜୟ ନାୟକ, ରଣପୁର ବିଜ୍ଞାପିତ ପରିଷଦର ଉପାଧ୍ୟକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ, ରଣପୁର ଆତ୍ମାର ଅଧ୍ୟକ୍ଷା ନର୍ମଦା ରାୟ, ମହୋତ୍ସବ କମିଟିର ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଭାରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଂଯୋଜକ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଡ଼ଃ ପ୍ରଶାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗୀତ କଳା ବିଦ୍ୟା ନିକେତନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। କମାଣ୍ଡିଂ ଅଫିସର କର୍ନେଲ ଶ୍ରୀ ପଣ୍ଡା ରଣପୁର ସ୍ଥିତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପୁଣି ଥରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ।

ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ଚତୁର୍ଥ ସନ୍ଧ୍ୟାର ମଜା ଉଠାଇ ଥିଲେ। ଆରାଧନା ପ୍ରିନ୍ସସେସ ଡ୍ୟାନ୍ସ ଏକାଡେମୀ, ଚିଲିକାରଣୀ ମହିଳା ପାଇକ ଆଖଡ଼ା, ପୁରୀ ସିଂଘାରି ଏଣ୍ଟରଟେନମେଣ୍ଟ ଏବଂ ଫାୟାଇ ଆକ୍ଟ ଆଣ୍ଡ ଡ୍ୟାନ୍ସ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।

ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତି ଯୋଗିତା କରାଯାଇଥିଲା। ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ। ପୋଲିସ ବିଭାଗ ଓ ଦମକଳ ବାହିନୀ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

ମହୋତ୍ସବ ଅବସରରେ ସ୍କୁଲ ଛକ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦୋକାନ ବଜାର ପଡ଼ିଥିବା ଦେଖିବାକୁ ମିଳିଛି। ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟ ଜମୁଛି।  ମୀନ ବଜାର ଓ ଦୋଳି ପଡ଼ିଥିବା ସ୍ଥାନରେ ବହୁ ସଂଖ୍ୟାରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।

ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମାଜସେବୀ କିଶୋର ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଆଇନୀଜୀବୀ ଦିଲ୍ଲୀପ କୁମାର ନନ୍ଦ, ଆଇନୀଜୀବୀ ବନମାଳୀ ମହାପାତ୍ର, ସୁଶାନ୍ତ ମିଶ୍ର, ଯୁବ ନେତା ରାଜିବ ପ୍ରଧାନ, ରଞ୍ଜନ ଦାଶଙ୍କ ସହ ସାମ୍ବାଦିକ ଓ କାଉନସିଲରମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ବିଶାଳ ମହିଳା ପାଇକ ଆଖଡା ସମାବେଶ, ଜନଗର୍ଜନ ଶୋଭାଯାତ୍ରା

ଭୁବନେଶ୍ବର: ରାଜ୍ୟ ସରକାର ବରୁଣେଇ ପାଦ ଦେଶରେ ପ୍ରାୟ ୩୨ କୋଟି ଟଙ୍କାର ୧୦ ଏକର ଜାଗାକୁ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି । ସେହିପରି କେନ୍ଦ୍ର ସରକାର ୧୯୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି ।

ଏହି ଦୃଷ୍ଟିକୋଣରୁ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଗତକାଲି ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ଆସି ଭୁବନେଶ୍ୱରଶ୍ୱରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରୁ ଏକତ୍ରିତ ହୋଇଥିଲେ । ସେଠାରୁ ଯୁଦ୍ଧବାଦ୍ୟର ତାଳେ ତାଳେ ଖଣ୍ଡା, ତଲୱାର, ଗଦା, ମୁଦ୍‌ଗର, ବାଡ଼ି ଆଦି ଚାଳନା କରି ମହିଳା ପାଇକ ଆଖଡ଼ା ଦଳମାନ ଏକ ଜନଗର୍ଜନ ଶୋଭାଯାତ୍ରାରେ ଆସି ଜୟଦେବ ଭବନ ନିକଟରେ ଏକ୍ରତିତ ହୋଇଥିଲେ ।

ସେଠାରେ ପାଇକ ଆଖଡ଼ା ପ୍ରଦର୍ଶନ କରି, ବାଣ ଫୁଟାଇ ହରିବୋଲ, ହୁଳହୁଳି ପକାଇ ବିଜୟ ପର୍ବ ପାଳନ କରିଥିଲେ । ଏହି ଅବସରରେ ଓଡ଼ିଶାରୁ ଆସିଥିବା ପାଇକ ବାହିନୀ ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନଙ୍କୁ ପାଇକ କୁଳର ମଉଡ଼ ମଣି ଉପାଧି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଏହାପରେ ଜୟଦେବ ଭବନ ପରିସରରେ ଆୟୋଜିତ ବିଜୟ ଉତ୍ସବର ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସ୍ୱାଗତ ଭାଷଣ ଦେବା ସହ ଓଡ଼ିଆ ଜାତିର ଅସ୍ମିତା ଓ ଗୌରବଜ୍ଜ୍ୱଳ ଇତିହାସର ସ୍ୱର୍ଣ୍ଣାବ ଚିତ୍ର ଭାବରେ ପାଇକ ସ୍ମାରକୀ ଓ ସ୍ମୃତିସ୍ତମ୍ଭ ସମଗ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଆ ଜାତିର ବୀରତ୍ୱପୂର୍ଣ୍ଣ ଇତିହାସର ପରିଚୟ ପ୍ରଦାନ କରିବ ବୋଲି କହିଥିଲେ ।

ଏଥିରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରମତୀ ଜୟଶ୍ରୀ ଧଳ, ବିଶିଷ୍ଟ ସମାଜସେବୀକା ସ୍ମିତା ଭ୍ରମରବର ରାୟ, ପୂର୍ଣ୍ଣିମା ଦାସ, ଲିପ୍ସା ମହାନ୍ତି, ଡଃ ଅଶୋକ ସୁନ୍ଦରାୟ, ଦୀପକ ଗଡ଼ନାୟକ, ରଞ୍ଜନ କୁମାର ବିଶୋୟୀ, ଅବନୀ ଜେନାଙ୍କ ସମେତ ବହୁ ପାଇକ ସର୍ଦ୍ଦାର, ପାଇକ ଗୁରୁ, ଦଳେଇ, ଦଳବେହେରା ପ୍ରମୁଖ ଅତିଥି ରୂପେ ଯେଗଦେଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦୃଢ ଦାବି ଉପସ୍ଥାପନ କରିଥିଲେ ।

ଏହାପରେ ପ୍ରତ୍ୟେକ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ଓ ପାଇକ ସର୍ଦ୍ଦାର ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ସୂଚକ କୃତଜ୍ଞତା ପତ୍ର ପ୍ରଦାନ କରାଯାଇଥିଲା ।