Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ମହିଳା ଯନ୍ତ୍ରୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ମହିଳା ଯନ୍ତ୍ରୀ ସାଗରିକା ମହାନ୍ତି ମାତ୍ର ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ମହିଳା ଯନ୍ତ୍ରୀ ସାଗରିକା ମହାନ୍ତି କୌଣସି ଏକ କୋଠା କାମର ବିଲ୍ କରିବା ପାଇଁ ଜନୈକ ଠିକାଦାର ଠାରୁ ଲାଞ୍ଚ ଦାବି କରିଥିଲେ। ଠିକାଦାର ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ପୁର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଛକି ରହି ଲାଞ୍ଚ ଟଙ୍କା ନେବାବେଳେ ଯନ୍ତ୍ରୀଙ୍କ ହାତରୁ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ମହିଳା ଯନ୍ତ୍ରୀଙ୍କ ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ମହିଳା ଯନ୍ତ୍ରୀଙ୍କ ଆତ୍ମହତ୍ୟା, ପୋଲିସ ତଦନ୍ତ ଜାରି

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ମିନାକ୍ଷୀ ନଗର ଦ୍ଵିତୀୟ ଗଳିରେ ରହୁଥିବା ପ୍ରମୋଦ କୁମାର ନାୟକଙ୍କ ବିବାହିତା ଝିଅ ତଥା ହାଇଦ୍ରାବାଦରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ ସୁଚିସ୍ମିତା ନାୟକ ପିତାଙ୍କ ଘରେ ନିଜର ଓଢଣି ବେକରେ ଗୁଡେଇ ଆତ୍ମହତ୍ୟା କରିଛି। ଏହି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ନେଇଥିଲେ, କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ ଓ ଆତ୍ମହତ୍ୟା ସ୍ଥାନକୁ ଯାଇ ପୋଲିସ ମୃତ ସୁଚିସ୍ମିତାର ଡାଏରୀ ଓ ଲାପଟପ୍ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଝିଅକୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ଅଧିକ ଯୌତୁକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ପିତା ପ୍ରମୋଦ କୁମାର ନାୟକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଂଚି ମାମଲା ନଂ ୩୨/୨୩ ଅନୁଯାୟୀ ତଦନ୍ତ ଆରମ୍ଭ କରିବା ସହ ଘଟଣାର ଖୋଳତାଡ଼ ପାଇଁ ଝିଅର ଶ୍ଵଶୁର ଘର ଲୋକଙ୍କୁ ନୋଟିସ ଜାରି କରାଯିବ ବୋଲି କହିଛି।