Categories
ଆଞ୍ଚଳିକ

ମହୁକୁଦରେ ବ୍ଲକ୍ ସ୍ତରୀୟ ଶିଶୁ ମେଳା

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ୍ ପଞ୍ଚାୟତର ମହୁକୁଦ ଠାରେ ଗ୍ରାମମଙ୍ଗଳ ଯୁଵକ ସଂଘ ଆନୁକୂଲ୍ୟରେ ଵ୍ଲକ୍ ସ୍ତରୀୟ ଶିଶୁମେଳା ଓ ନେହେରୁ ଜୟନ୍ତୀ ପାଳିତ ହୋଇଥିଲା। ବଳମ୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ  ଅନୁପମା ଗଡନାୟକ ଙ୍କ ଦ୍ଵାରା ଉଦଘାଟିତ ଏହି ସମାରୋହରେ ୨୦ ଟି ଵିଦ୍ୟାଳୟ ର ୩୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି ଅଵସର ରେ ଗଣିତ ଦୌଡ,ପୁଚି, ମ୍ୟୁଜିକ ଚେୟାର, ଚିତ୍ରାଙ୍କନ, ପ୍ରବନ୍ଧ, ଵକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘର ସଭାପତି ସନ୍ତୋଷ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ, ମୁଖ୍ୟବକ୍ତା ଭାବେ ସୁରଜମଲ୍ କଲେଜ୍ ରେଙ୍ଗାଲୀର ଅଧ୍ୟକ୍ଷ କବି ଡ଼ ମନୋଜ କୁମାର୍ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ତହସିଲଦାର ସୁକାନ୍ତ କୁମାର୍ ନାୟକ, ଵୈଜ୍ଞାନିକ ଶେଷଦେଵ କିଶାନ୍, ସରପଞ୍ଚ ଅନୁପମା ଗଡନାୟକ ଓ ସମିତି ସଭ୍ୟା ଭାରତୀ ନାୟକ ଯୋଗଦେଇ ପଣ୍ଡିତ ନେହେରୁଙ୍କ ଜୀବନ ଓ ଭୂମିକା ତଥା ଶିଶୁ ମାନଙ୍କର ମାନସିକତା ସମ୍ପର୍କରେ ଆଲୋକପାତ କରିଥିଲେ।

ନୃସିଂହ ଚରଣ ବିଶ୍ଵାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ଵେଳେ ସମ୍ପାଦକ ଜିତେନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ। ଡ଼ ଦୀପେନ୍ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଶିଶୁ ଓ କିଶୋର ମାନଙ୍କ ଦ୍ବାରା ଵିଚିତ୍ରା ପ୍ରଦର୍ଶିତ ହୋଇଥିଲା।

Categories
ଆଞ୍ଚଳିକ

ମହୁକୁଦରେ ବ୍ଲକ୍ ସ୍ତରୀୟ ଶିଶୁ ମେଳା

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ମହୁକୁଦ ଗ୍ରାମ ମଙ୍ଗଳ ଯୁଵକ ସଙ୍ଘ ଆନୁକୂଲ୍ୟରେ ଶିଶୁମେଳା, ଵିଶିଷ୍ଠ ଯୁଵ ସଙ୍ଗଠକ ସ୍ଵର୍ଗତ ରୋମାନ୍ଚ ସାହୁ ଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ଓ ସ୍ମରଣିକା ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ନୃସିଂହ ଚରଣ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରେଢାଖୋଲ ଵିଧାୟକ ରୋହିତ ପୂଝାରୀ, ମୁଖ୍ୟ ବକ୍ତା ଭାଵରେ ଡ଼ାକ୍ତର ଅମୂଲ୍ୟ ରତ୍ନ ମହନ୍ତ, ସମ୍ମାନୀତ ଅତିଥି ଭାବରେ ସୁଦର୍ଶନ ସାହୁ, ସରପଞ୍ଚ ଵୀରେନ ପ୍ରଧାନ, ଵ୍ଲକ୍ ଚେୟାରମ୍ୟାନ ମନ୍ଦାକିନୀ ରାଉଳ ଓ ରଘୁନାଥ ପ୍ରଧାନ ଯୋଗ ଦେଇ ସ୍ଵର୍ଗତ ରୋମାନ୍ଚ ସାହୁ ଙ୍କ ର ଜୀବନ ଓ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅଵସର ରେ ସ୍ମରଣିକା ସ୍ମୃତି ରେ ସ୍ମୃତି ରେ ରୋମାନ୍ଚ ଉନ୍ମୋଚିତ ହୋଇଥିଲା। ଉଚ୍ଚଶିକ୍ଷା ରେ ସଫଳତା ପାଇଁ ଵିଶ୍ଵଜିତ ବିଶ୍ବାଳ ଙ୍କୁ ସମ୍ମାନୀତ କରାଯାଇଥିଲା। ସ୍ବର୍ଗତ ରୋମାନ୍ଚ ଙ୍କ ପୂତ୍ର ରୋହିତ ସାହୁଙ୍କୁ ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସ୍ଵର୍ଗତ ରୋମାନ୍ଚ ଙ୍କ ଵନ୍ଧୁ ଗଣ ଓ ଅତିଥି ଗଣ ସ୍ମୃତି ଚାରଣ କରି ଥିଲେ।

Categories
ଆଞ୍ଚଳିକ

ଆଉ ନାହାନ୍ତି ମହୁକୁଦର କବି ପିତାମ୍ବର ବିଶ୍ୱାଳ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳୁ ନାକଟିଦେଉଳ ମାଟିର ବୟୋଜ୍ୟଷ୍ଠ କବି ପିତାମ୍ବର ବିଶ୍ୱାଳ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଜଣା ପଡିଛି।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ବିଭିନ୍ନ ସମୟରେ ବନବିଭାଗରେ ବନପାଳ ଭାବରେ ଚାକିରୀ କରି ଅବସର ଗ୍ରହଣ କରିଥିଲେ। ପିତାମ୍ବର ବହୁ କବିତା ରଚନା କରିଛନ୍ତି। କେତୋଟି ପତ୍ରିକାରେ ତାଙ୍କ ଲେଖା ମଧ୍ୟ ପ୍ରକାଶିତ ହୋଇଥିବା ବେଳେ “କବିତା ମାଳ” ନାମକ କବିତା ପୁସ୍ତକ ପ୍ରକାଶ ପାଇଛି। ସେ ସାହିତ୍ୟ ପ୍ରତି ରୁଚି ରଖିଥିବା ବେଳେ ପ୍ରଚାର ପ୍ରସାର ଠାରୁ ଦୂରେଇ ରହିଥିଲେ।

ପିତାମ୍ବର ପରୋପକାରୀ ଶ୍ରଦ୍ଧାବାନ୍ ଏବଂ ଜଣେ ସାହିତ୍ୟିକ ଥିଲେ। ଓଡିଶାର ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନୀତ କରିଛି। ବିଭିନ୍ନ ସାହିତ୍ୟ ଆସରରେ କବିତା ପାଠ କରି ସେ ପ୍ରଶଂସିତ ଥିଲେ। ସେ ଦୀର୍ଘ ଦିନ ହେଲା ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ। ଆଜି ଭୋରରୁ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଉଥିବା ବେଳେ ରେଢାଖୋଲ ପାଖରେ ତାଙ୍କର ଦେହାନ୍ତ ହୋଇଥିବା ଜଣା ପଡିଛି।