Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ମାଓକ୍ୟାମ୍ପ ଠାବ କଲେ ପୋଲିସ, ଜବତ ହେଲା ବହୁ ସାମଗ୍ରୀ

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ପାଟଦର୍ହା ଜଙ୍ଗଲ ଭିତରେ ଏକ ମାଓ କ୍ୟାମ୍ପ ଥିବା ନେଇ ନୂଆପଡ଼ା ପୋଲିସ ଖବର ପାଇବା ପରେ ଗତ ୨୩ ତାରିଖ ଦିନ ଏସଓଜି, ଡିଭିଏଫ୍ ଓ ସିଆରପିଏଫ୍ ଟିମ୍ ପକ୍ଷରୁ କମ୍ବିଂ ଅପରେସନ୍ କରାଇଥିଲା।

ଏହି ସମୟରେ ଉଭୟ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଗତକାଲି ମଧ୍ୟ ସ୍ଥାନୀୟ ଅଞ୍ଚଳରେ କମ୍ଵିଂ ଅପରେସନ କରାଯାଇଥିଲା।

ତେବେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କ୍ୟାମ୍ପରୁ ଗୋଟିଏ ଆଇଡି, ୩ଟି ଡେଟୋନେଟର, ଆମୁନେସନ, ମାଓ ପୋଷାକ, ଔଷଧ ସହ ରୋଷେଇ ସାମଗ୍ରୀ ଭଳି ୩୦ ପ୍ରକାର ସାମଗ୍ରୀ ଜବତ କରା ଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଓ କ୍ୟାମ୍ପରେ ଚଢ଼ାଉ, ଏକେ୪୭ ବନ୍ଧୁକ ସହ ବିପୁଳ ପରିମାଣର ସାମଗ୍ରୀ ଜବତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ସିପିଆଇର ମାଓ କ୍ୟାମ୍ପ ଥିବା ସୂଚନାପାଇ ଶନିବାର କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହେଇଥିବାବେଳେ ୩ଟି ବୋମାକୁ ନିଷ୍କ୍ରିୟ କରାଯାଇଥିଲା ବୋଲି ଏସପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମାଓବାଦୀଙ୍କଠାରୁ ୪ଟି ଏକେ୪୭ ବନ୍ଧୁକ, ୪ଟି ଗୋଳା ବାରୁଦ, ୨ଟି ବାରୁଦ ପ୍ୟାକେଟ, ୨ଟି ଇଲେକ୍ଟ୍ରୋନିକ ଡିଟୋନେଟର, ୨ଟି ସୋଲାର ପ୍ୟାନେଲ, ୩ଟି ରେଡ଼ିଓ ଟ୍ରାନଜିଷ୍ଟର୍, ୨ଟି ମଲ୍ଟି ମିଟର, ୫ଟି ଆଇଇଡି ମେକାନିଜମ, ୧୦ମିଟର ଇଲେକ୍ଟ୍ରୋନିକ ତାର, ୫ଟି ମାଓ ଡ୍ରେସ, ୪ଟି ଡ୍ରେସ, ୫ଟି କିଟ ବ୍ୟାଗ, ୪ଟି ମାଓ ବ୍ୟାନର, ୩ଟି ମଓଆ ବେଲ୍ଟ, ୬ଟି ଚପ୍ପଳ, ୪ଟି ଜୋତା, ୧ଟି ମଶାରୀ, ୮ଟି ପଲିଥିନ ଜରି, ୩ଟି ଛୁରୀ, ୧ଟି କୁରାଢ଼ୀ, ବିଭିନ୍ନ ପ୍ରକାର ଔଷଧ, ୨ଟି ଛତା, ୬ଟି ବ୍ୟାଗ, ୪ଟି ବୋତଲ, ୧୪ଟି ପାଣି ଜାର, ୧୭ଟି ବାଲଟି ଜବତ ହେଇଛି ବୋଲି ଏସପି ସୂଚନା ଦେଇଛନ୍ତି। ଗତ କିଛିଦିନ ହେବ ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ସକ୍ରିୟତା ପୋଲିସର ଚିନ୍ତାର ବିଷୟ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ସୁରକ୍ଷାବଳର ବଡ ସଫଳତା: ମାଓ କ୍ୟାମ୍ପ ଧ୍ଵସ୍ତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଫୁଲବାଣୀ: ଆଜି ସୁରକ୍ଷାବଳକୁ ଏକ ବଡ ସଫଳତା ମିଳିଛି। ମାଓ କ୍ୟାମ୍ପକୁ ସୁରକ୍ଷାବଳ ଧ୍ଵସ୍ତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି।

ସୂଚନା ଯୋଗ୍ୟ ଯେ, ଚକାପଦା ଥାନା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀ ସେମାନଙ୍କ ଉପରକୁ ଅତର୍କିତ ଭାବେ ଗ୍ରେନେଡ ଓ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ପରେ ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥଲେ। ଏସଓଜି ଓ ଡିଭିଏଫର ମିଳିତ ଚଢାଉରେ ମାଓ କ୍ୟାମ୍ପକୁ ସୁରକ୍ଷାବଳ ଧ୍ଵସ୍ତ କରାଯାଇଛି। ଏହା ସହିତ ଘଟଣାସ୍ଥଳରୁ ମାଓ ସାମଗ୍ରୀ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।