Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଓ କ୍ୟାମ୍ପରେ ଚଢ଼ାଉ, ଏକେ୪୭ ବନ୍ଧୁକ ସହ ବିପୁଳ ପରିମାଣର ସାମଗ୍ରୀ ଜବତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ସିପିଆଇର ମାଓ କ୍ୟାମ୍ପ ଥିବା ସୂଚନାପାଇ ଶନିବାର କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହେଇଥିବାବେଳେ ୩ଟି ବୋମାକୁ ନିଷ୍କ୍ରିୟ କରାଯାଇଥିଲା ବୋଲି ଏସପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମାଓବାଦୀଙ୍କଠାରୁ ୪ଟି ଏକେ୪୭ ବନ୍ଧୁକ, ୪ଟି ଗୋଳା ବାରୁଦ, ୨ଟି ବାରୁଦ ପ୍ୟାକେଟ, ୨ଟି ଇଲେକ୍ଟ୍ରୋନିକ ଡିଟୋନେଟର, ୨ଟି ସୋଲାର ପ୍ୟାନେଲ, ୩ଟି ରେଡ଼ିଓ ଟ୍ରାନଜିଷ୍ଟର୍, ୨ଟି ମଲ୍ଟି ମିଟର, ୫ଟି ଆଇଇଡି ମେକାନିଜମ, ୧୦ମିଟର ଇଲେକ୍ଟ୍ରୋନିକ ତାର, ୫ଟି ମାଓ ଡ୍ରେସ, ୪ଟି ଡ୍ରେସ, ୫ଟି କିଟ ବ୍ୟାଗ, ୪ଟି ମାଓ ବ୍ୟାନର, ୩ଟି ମଓଆ ବେଲ୍ଟ, ୬ଟି ଚପ୍ପଳ, ୪ଟି ଜୋତା, ୧ଟି ମଶାରୀ, ୮ଟି ପଲିଥିନ ଜରି, ୩ଟି ଛୁରୀ, ୧ଟି କୁରାଢ଼ୀ, ବିଭିନ୍ନ ପ୍ରକାର ଔଷଧ, ୨ଟି ଛତା, ୬ଟି ବ୍ୟାଗ, ୪ଟି ବୋତଲ, ୧୪ଟି ପାଣି ଜାର, ୧୭ଟି ବାଲଟି ଜବତ ହେଇଛି ବୋଲି ଏସପି ସୂଚନା ଦେଇଛନ୍ତି। ଗତ କିଛିଦିନ ହେବ ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ସକ୍ରିୟତା ପୋଲିସର ଚିନ୍ତାର ବିଷୟ ପାଲଟିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ମାଓବାଦୀଙ୍କ ସହ ସମ୍ପର୍କ ଓ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମାଓବାଦୀଙ୍କ ସହ ଯୋଗାଯୋଗ ଓ ସେମାନଙ୍କୁ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ନର୍ଲା ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ ଗାଁର ପ୍ରବୀଣ ରାଉତ ଓରଫ କବି, ପ୍ରତିଦାନ ରାଉତ ଏବଂ ଅନୁଗୁଳ ଜିଲ୍ଲାର ଶକ୍ତି ସାମନ୍ତ ଦଳ ବେହେରା। ଏମାନେ କେକେବିଏନ ଡିଭିଜନ ମାଓ ସଂଗଠନକୁ ୱାକିଟକି, ମୋବାଇଲ ଫୋନ୍ ଆଦି ସାମଗ୍ରୀ ଯୋଗାଇ ଆସୁଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ପ୍ରବୀଣ ରାଉତ ଓରଫ କବି ମାଓ ସଂଗଠନର ଜଣେ ସକ୍ରିୟ ମିଲିସିଆ ସଦସ୍ୟ। ସେପଟେ ଶକ୍ତି ସାମନ୍ତ ଦଳ ବେହେରା ଅନୁଗୁଳ ଜିଲ୍ଲାରୁ ଆସି ଲାଞ୍ଜିଗଡ଼ ରୋଡରେ ରହୁଥିଲା। ଏମାନେ ମାଓ ସଂଗଠନକୁ ସୁଦୃଢ କରିବା ପାଇଁ ଅନୁଦାନ ସଂଗ୍ରହ ସହ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ମାଓ ସଂଗଠନକୁ ଯୋଗାଇ ଆସୁଥିବା ନେଇ ଅଭିଯୋଗ ରହିଛି।

ଏନେଇ ନର୍ଲା ଥାନାରେ ୩ ଅଭିଯୁକ୍ତଙ୍କ ନାଁ ରେ ମାମଲା ରୁଜୁ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି କଳାହାଣ୍ଡି ପୋଲିସ। ଏହାକୁ ନେଇ କଳାହାଣ୍ଡି ପୋଲିସ ଏସପି ସୂଚନା ଦେଇଛନ୍ତି। ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରଖିଛି ପୋଲିସ।