Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୫ ଟି ବଡ ସହରରେ ୧୮ ରୁ ୪୪ ବର୍ଷର ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା: ଘରୋଇ ହସ୍ପିଟାଲରେ ମାଗଣାରେ ଟୀକାକରଣ

ଭୁବନେଶ୍ବର: ଟୀକା କମ ଥିବାରୁ ଏବେ ରାଜ୍ୟରେ ୫ ଟି ବଡ ସହରରେ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉଲକେଲାରେ ଏବେ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଏନେଇ ସବୁ ସିଡିଏମଓ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏସିଏସ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୮ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିବା ବେଳେ ୪୪ ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ଟୀକାକରଣ  ଦିନ ୨ ଟାରୁ ୬ ଟା ପର୍ଯ୍ୟନ୍ତ ଚାଲିବ।

ସେହିଭଳି ଜିଲ୍ଲା ଟାସ୍କ ଫୋର୍ସ ଅନୁମୋଦିତ ଘରୋଇ ହସ୍ପିଟାଲରେ ମାଗଣା ଟୀକା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର। ହେଲେ ସେଥିପାଇଁ କେବଳ ୧୦୦ ଟଙ୍କା ଦେବାକୁ ପଡିବ ବୋଲି ଏସିଏସ କହିଛନ୍ତି।