Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ ସୌର ଶକ୍ତି ସଂସ୍ଥାପନ; ୨୦୨୭ ସୁଦ୍ଧା ଏକ କୋଟି ଲକ୍ଷ୍ୟ

ଭୁବନେଶ୍ଵର: ବିଶ୍ୱର ସର୍ବ ବୃହତ ଘରୋଇ ସୌର ଶକ୍ତି ଯୋଜନା ହେଉଛି ପିଏମ ସୂର୍ଯ୍ୟ ଘର – ମାଗଣା ବିଜୁଳି ଯୋଜନା ବା ପିଏମଏସଜିଏମବିୱ।ଇ। ଭାରତବର୍ଷରେ ସୌର ଶକ୍ତିର ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ବିଶେଷ ସହାୟକ ହୋଇପାରିଛି। ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ, ଅକ୍ଟୋବର ୨୦୨୫ ସୁଦ୍ଧା ୨୦ ଲକ୍ଷ, ମାର୍ଚ୍ଚ ୨୦୨୬ ସୁଦ୍ଧା ୪୦ ଲକ୍ଷ, ମାର୍ଚ୍ଚ ୨୦୨୭ ସୁଦ୍ଧା ଏକ କୋଟି ଆବଶ୍ୟକୀୟ ଯନ୍ତ୍ରପାତି ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ମାସ ପିଛା ୭୦ ହଜାର ଲେଖାଏଁ ନଅ ମାସ ଭିତରେ ୬.୩ ଲକ୍ଷ ଆବଶ୍ୟକୀୟ ଯନ୍ତ୍ରପାତି ଲଗାଯାଇଥିବା କୁହାଯାଇଛି। ଫେବୃଆରୀ ୨୦୨୪ରେ ଏହି ଯୋଜନା ଆରମ୍ଭ ହେବା ପରେ ପ୍ରତି ମାସରେ ଲଗାଯାଉଥିବା ଯନ୍ତ୍ରପାତିକୁ ଏବେ ଦଶଗୁଣା ବୃ୍‌ଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏକ୍ଷେତ୍ରରେ ଗୁଜରାଟ, ମହାରାଷ୍ଟ୍ର, କେରଳ ଓ ଉତରପ୍ରଦେଶ ବିଶେଷ ଅଗ୍ରଗତି କରିଛି।

ସୌର ଶକ୍ତି ଯନ୍ତ୍ରପାତି ଲଗାଇବା ନେଇ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ସମସ୍ତ ସମସ୍ୟାକୁ ଏହା ଭିତରେ ସମାଧାନ କରାଯାଇଛି। ଆବଶ୍ୟକୀୟ ଶକ୍ତି ସଂସ୍ଥାପନ ଲାଗି ବିତରକ ସମ୍ପାନୀଗୁଡିକ କାମ କରିଛନ୍ତି। ଏପରିକି ୧୦ କିଲୋ ବାଟ ପର୍ଯ୍ୟନ୍ତ ସିଷ୍ଟମ ଲାଗି ଟେକ୍ନିକାଲ ଫିଜିବିଲିଟି ରିପୋର୍ଟ ବା ଟିଏଫଆରକୁ ଛାଡ କରାଯାଇଛି। ବିତରକ କମ୍ପାନୀଗୁଡିକର ପରିଦର୍ଶନ ଦ୍ୱାରା ସବସିଡ ମଞ୍ଜୁର ହେବା ସହ ନେଟ ମିଟର ସଂସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୩ କିଲୋ ବାଟ ପର୍ଯ୍ୟନ୍ତ ସିଷ୍ଟମ ଲାଗି ଜନ ସମର୍ଥ ପୋର୍ଟାଲର ବି ବ୍ୟବସ୍ଥା କରାଯାଇଛି।

ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ପଦକ୍ଷେପ

୯୦ରୁ ଅଧିକା ବିତରକ କମ୍ପାନୀ, ବ୍ୟାଙ୍କ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ସଙ୍ଗଠିତ କରିବା ଲାଗି ଆଇଟି କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ନିଆଯାଇଛି। ବିକ୍ରେତାମାନଙ୍କୁ ମୁତୟନ କରିବାକୁ ଅଗ୍ରାଧିକାର ଦିଆଯାଇଛି। ପ୍ରାୟ ନଅ ହଜାର ବିକ୍ରେତାମାନଙ୍କୁ କାର୍ଯ୍ୟକ୍ଷମ କରାଯାଇଛି ଓ ପ୍ରତିଦିନି ନୂଆ ନୂଆ ବିକ୍ରେତା ଯୋଡି ହେଉଛନ୍ତି। ଉଚ୍ଚମାନର ସଂସ୍ଥାପନ ଓ ସେବା ଯୋଗାଇବା ଲାଗି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାଖାପାଖି ୪୦ ହଜାର ଲୋକଙ୍କୁ ତାଲିମ ଦିଆଯାଇଛି। ଆସନ୍ତା ୮ ମାସ ଭିତରେ ଆଉ ୨ ଲକ୍ଷ ଟେକ୍ନିସିଆନମାନଙ୍କୁ ତାଲିମ ଦିଆଯିବାକୁ ଯୋଜନା ବି ରଖାଯାଇଛି। ଅନୁଧ୍ୟାନ, ସୌର ପ୍ଲାଂଟ କମିଶନ ଓ ନେଟ ମିଟର ଯୋଗାଇବା ଲାଗି ୫୦ ହଜାରୁ ଅଧିକା ବିତରକ କମ୍ପାନୀର ଇଞ୍ଜିନିୟରମାନଙ୍କୁ ସ୍ୱତନ୍ତ୍ର ତାଲିମ ଯୋଗାଯାଉଛି।

ବ୍ୟାପକ ଭିତିଭୂମି ଉପରେ ଗୁରୁତ୍ୱ

ବିଭିନ୍ନ ଖାଉଟିଙ୍କ ଲାଗି ଏହି ଯୋଜନାକୁ ବି ସରଳୀକରଣ କରାଯାଇଛି । ପୂର୍ବରୁ ଆବେଦନକାରୀମାନେ ବିବିଧ କାଗଜପତ୍ର ଦେଉଥିଲେ ଓ ବିଭିନ୍ନ ବିତରକ କମ୍ପାନୀ ଅଫିସକୁ ଲଗାତର ଦୌଡୁଥିଲେ। ୧୦ କିଲୋବାଟ ସିଷ୍ଟମ ଲାଗି ଦରକାରୀ ପ୍ରଯୁକ୍ତିଗତ ସୁବିଧା ସୁଯୋଗକୁ ବିଭିନ୍ନ ବିତରକ କମ୍ପାନୀ ଏବେ ସୁଲଭ କରିଛନ୍ତି। ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରି ଏବେ କମ୍ପାନୀଗୁଡିକ ଡିଜିଟାଲ ମାଧ୍ୟମ ଆପଣେଇଛନ୍ତି । ପିଏମ ସୂର୍ଯ୍ୟଘର ବେବସାଇଟରେ ମାତ୍ର ପାଂଚ ମିନିଟ ସମୟ ଭିତରେ ଆବେଦନକାରୀମାନେ ଆବେଦନ କରିପାରୁଛନ୍ତି । ପୋର୍ଟାଲର ଜିଆଇଏସ ଫିଚର ମାଧ୍ୟମରେ ଆବେଦନକାରୀମାନେ ଛାତ ଉପରେ ସୌର ପ୍ୟାନେଲ ସଂସ୍ଥାପନ ପାଇଁ ପ୍ଲାନ କରିପାରୁଛନ୍ତି । ପୋର୍ଟାଲ ମାଧ୍ୟମରେ ୭ ପ୍ରତିଶତ ସୁଧ ହାରରେ ଋଣ ବି ଯୋଗାଯାଉଛି । ଅନୁସନ୍ଧାନ କରିବାକୁ ପୋର୍ଟାଲ ମାଧ୍ୟମରେ ବିତରକ କମ୍ପାନୀଗୁଡିକୁ ସୂଚନା ଦିଆଯାଉଛି । ପରେ ସେହି ପୋର୍ଟାଲ ମାଧ୍ୟମରେ ଆବେଦନକାରୀ ରିହାତି ବା ସବସିଡ ପାଇପାରୁଛି ।

ଖାଉଟି ପ୍ରକ୍ରିୟାକରଣରେ ସରଳତା

ସବସିଡ ପ୍ରଦାନରେ କ୍ଷେତ୍ରରେ ବି ଅନେକ ସଫଳତା ମିଳିଛି । ଜୁନ ୨୦୨୪ ଆଦର୍ଶ ଆଚରଣ ବିଧି ସରିବା ପରେ ସବସିଡ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ନଭେମ୍ବର ୨୦୨୪ ସୁଦ୍ଧା ଚାରି ଲକ୍ଷରୁ ଅଧିକା ଖାଉଟିଙ୍କୁ ପ୍ରାୟ ୩୧ ଶହ କୋଟି ଟଙ୍କାର ସବସିଡ ଦିଆଯାଇଛି । ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ମାସିକ ପ୍ରାୟ ୬୭ ହଜାର ଘର ଏହି ସବସିଡ ପାଉଛନ୍ତି । ଏବେ ପ୍ରାୟ ପନ୍ଦର ଦିନ ଭିତରେ ଖାଉଟିମାନଙ୍କୁ ସବସିଡ ମିଳିପାରୁଛି ।

ସବସିଡ ପ୍ରଦାନରେ ସଫଳତା

ସବସିଡ ମିଳିବାରେ ସୁଲଭତା ଓ ବିଜୁଳି ବିଲରେ ଅହେତୁକ ହ୍ରାସ ଯୋଗୁଁ ଅଧିକରୁ ଅଧିକ ଲୋକେ ଏଭଳି ସୌର ପ୍ୟାନେଲ ବ୍ୟବହାର କରିବାକୁ ଚାହୁଁଛନ୍ତି । ୨୮ ପ୍ରତିଶତ ଘରେ ବିଜୁଳି ବିଲ ପ୍ରାୟ ଶୂନ୍ୟ ରହୁଥିବା ଦେଖିବାକୁ ମିଳିଛି ।

ସନ୍ତୁଷ୍ଟ ହିତାଧିକାରୀ

ଏହି ଯୋଜନାର ଉପାଦେୟତା ସମ୍ପର୍କରେ ବ୍ୟାପକ ସଚେତନତା ଅଭିଯାନ କରାଯାଉଛି । ଏପ୍ରକାର ଯୋଜନା ମାଧ୍ୟମରେ ଅଧିକରୁ ଅଧିକା ଲୋକେ ଏହାର ସୁଫଳ ନେବାକୁ ଆଗ୍ରହ ପରିପ୍ରକାଶ କରୁଥିବା କୁହାଯାଇଛି ।

ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ଛାତ ଉପରେ ସୌର ପ୍ୟାନେଲ ସଂସ୍ଥାପନ କ୍ଷେତ୍ରରେ ପିଏମଏସଜିଏମବିବାଇ ଏକ ଯୁଗାନ୍ତକାରୀ ସରକାରୀ ଅଭିଯାନ । ସୁଦୃଢ ଭତିଭୂମି ସହ ଏହାର କାର୍ଯ୍ୟକାରିତା ସାମାଜିକ, ଆର୍ଥନୀତିକ ଅଗ୍ରଗତିରେ ବେଶ ସହାୟକ ହୋଇପାରିଛି । ଦେଶର ଲକ୍ଷ ଲକ୍ଷ ଘର ଏହାର ସୁଫଳ ପାଇବା ସହ ପରିବର୍ତନଶୀଳ ଶକ୍ତି କ୍ଷେତ୍ରରେ ଏହା ଏକ ବୈବ୍ଲବିକ ପରିବର୍ତନ ଆଣିପାରିଛି ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମୀକ୍ଷା ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ମାନଦଣ୍ଡ, ଜମା ସଂଗ୍ରହ, ଡିଜିଟାଲ୍ ପେମେଣ୍ଟ ଏବଂ ସାଇବର ସୁରକ୍ଷା ଢାଞ୍ଚା ଉପରେ ପ୍ରଦର୍ଶନର ସମୀକ୍ଷା କରିବା ସହିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଧୀନରେ ଋଣ ଉପଲବ୍ଧତା ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସହିତ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡ଼ିକର ସମୀକ୍ଷା କରିଛନ୍ତି।

ବୈଠକରେ ସଚିବ ଡ. ବିବେକ ଯୋଶୀ, ଆର୍ଥିକ ସେବା ବିଭାଗର ମନୋନୀତ ସଚିବ ଏମ୍ ନାଗାରାଜୁ; ରାଷ୍ଟ୍ରାୟତ୍ତ ବ୍ୟାଙ୍କମୁଖ୍ୟଙ୍କ (ପିଏସ୍‍ବି) ସମେତ ଆର୍ଥିକ ସେବା ବିଭାଗ (ଡିଏଫ୍ଏସ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।।

ବୈଠକରେ ଉଲ୍ଲେଖ କରାଯାଇଥିଲା ଯେ ଆର୍ଥିକ ବର୍ଷ ୨୪ ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସମସ୍ତ ଆର୍ଥିକ ମାନଦଣ୍ଡରେ ଭଲ ପ୍ରଦର୍ଶନ କରିଛନ୍ତି, ଯାହାର ପ୍ରମାଣ ହେଉଛି ନିଟ୍ ଏନପିଏ (ଏନଏନପିଏ) ୦.୭୬%କୁ ହ୍ରାସ ପାଇଛି, ବ୍ୟାଙ୍କଗୁଡ଼ିକର ସୁଦୃଢ଼ ପୁଞ୍ଜି ପର୍ଯ୍ୟାପ୍ତତା ୧୫.୫୫%, ବ୍ୟାଙ୍କଗୁଡ଼ିକର ନିଟ୍ ସୁଧ ସୀମା (ଏନ୍ ଆଇଏମ୍) ୩.୨୨% ଏବଂ ଅଂଶଧନଧାରୀମାନଙ୍କୁ ୨୭,୮୩୦ କୋଟି ଟଙ୍କାର ଲାଭାଂଶ ସହିତ ସର୍ବାଧିକ ୧.୪୫ ଲକ୍ଷ କୋଟି ଟଙ୍କାର ନିଟ୍ ସମୁଦାୟ ଲାଭ ହୋଇପାରିଛି। ବିଭିନ୍ନ ମାନଦଣ୍ଡରେ ଉନ୍ନତି ମଧ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ବଜାରରୁ ପୁଞ୍ଜି ସଂଗ୍ରହ କରିବାର କ୍ଷମତାକୁ ବୃଦ୍ଧି କରିଛି।

ଜମା ସଂଗ୍ରହ ଉପରେ ଆଲୋଚନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ଋଣ ଅଭିବୃଦ୍ଧି ବୃଦ୍ଧି ପାଇଥିବା ବେଳେ ଋଣ ଅଭିବୃଦ୍ଧିକୁ ସ୍ଥାୟୀ ଭାବେ ପାଣ୍ଠି ଯୋଗାଇବା ପାଇଁ ଜମା ସଂଗ୍ରହରେ ଆହୁରି ଉନ୍ନତି କରାଯାଇପାରିବ ଏବଂ ବ୍ୟାଙ୍କଗୁଡ଼ିକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଜମା ହାସଲ ପାଇଁ ମିଳିତ ପ୍ରୟାସ କରିବାକୁ କହିଛନ୍ତି। ଶ୍ରୀମତୀ ସୀତାରମଣ ଦକ୍ଷ ଗ୍ରାହକ ସେବା ପ୍ରଦାନ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଗ୍ରାହକଙ୍କ ସହିତ ଉତ୍ତମ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳରେ କର୍ମଚାରୀମାନେ ଯେପରି ସେମାନଙ୍କ ଗ୍ରାହକଙ୍କ ସହ ଯୋଗାଯୋଗ କରିପାରିବେ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଶ୍ରୀମତୀ ସୀତାରମଣ ଉଦୀୟମାନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ବାଣ୍ଟି ସମ୍ପୃକ୍ତ ଶକ୍ତିର ଉପଯୋଗ କରିବା ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପରିବର୍ତ୍ତନ ସହିତ ତାଳ ଦେଇ ନିଜକୁ ସଶକ୍ତ କରିବା ପାଇଁ ସହଯୋଗର ଅନୁସନ୍ଧାନ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଥିଲେ।

ସମ୍ପତ୍ତିର ଗୁଣବତ୍ତା ରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କଗୁଡିକ କରିଥିବା ପ୍ରୟାସକୁ ସ୍ୱୀକାର କରିବା ସହିତ ଶ୍ରୀମତୀ ସୀତାରମଣ ଏନସିଏଲଟି ଏବଂ ଏନଏଆରସିଏଲ ଦ୍ୱାରା ପ୍ରଦାନ କରାଯାଇଥିବା ସମାଧାନ ଏବଂ ପୁନରୁଦ୍ଧାରର ପରିସରକୁ ଅନୁକୂଳ କରିବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ଡିଜିଟାଲ ପେମେଣ୍ଟ ଏବଂ ସାଇବର ସୁରକ୍ଷା ଢାଞ୍ଚା ସହ ଜଡିତ ପ୍ରସଙ୍ଗଉପରେ ମଧ୍ୟ ଆଲୋଚନା ହୋଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ସାଇବର ନିରାପତ୍ତା ପ୍ରସଙ୍ଗକୁ ବ୍ୟବସ୍ଥାଗତ ଦୃଷ୍ଟିକୋଣରୁ ଦେଖିବାକୁ ପରାମର୍ଶ ଦେବା ସହ ସାଇବର ବିପଦ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟାଙ୍କ, ସରକାର, ନିୟାମକ ଏବଂ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ମିଳିତ ଆଭିମୁଖ୍ୟ ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ଆଇଟି ବ୍ୟବସ୍ଥାର ପ୍ରତ୍ୟେକ ଦିଗକୁ ସାଇବର ସୁରକ୍ଷା ଦୃଷ୍ଟିକୋଣରୁ ସମୟ ସମୟରେ ଏବଂ ଭଲ ଭାବରେ ସମୀକ୍ଷା କରାଯିବା ଉଚିତ ଯାହା ଦ୍ୱାରା ବ୍ୟାଙ୍କ ବ୍ୟବସ୍ଥାର ନିରାପତ୍ତା ଉଲ୍ଲଂଘନ କିମ୍ବା ବାଧାପ୍ରାପ୍ତ ନ ହୁଏ।

ଶ୍ରୀମତୀ ସୀତାରମଣ ଉଲ୍ଲେଖ କରିଥିଲେ ଯେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସମାଜର ତଳ ସ୍ତରରେ ଥିବା ନାଗରିକମାନଙ୍କୁ ସେମାନଙ୍କ ଜୀବିକା ଏବଂ ଜୀବନରେ ଉନ୍ନତି ଆଣିବା ପାଇଁ ଋଣ ପହଞ୍ଚାଇବାପାଇଁ ସର୍ବଦା ପ୍ରୟାସ କରିଆସିଛନ୍ତି। ଡିଜିଟାଲ କାରବାର ଏବଂ ନଗଦ ପ୍ରବାହ ଉପରେ ଆଧାରିତ ଏମଏସଏମଇ ପାଇଁ ଏକ ନୂତନ ଋଣ ମୂଲ୍ୟାୟନ ମଡେଲ ସମେତ ନିକଟରେ ବଜେଟ୍ ଘୋଷଣାକୁ ତ୍ୱରାନ୍ୱିତ କରିବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଏବଂପିଏମ ବିଶ୍ୱକର୍ମା ଯୋଜନା ପରି ବିଭିନ୍ନ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରବାହକୁ ଆହୁରି ବୃଦ୍ଧି କରିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଥିଲେ।

ଋଣ ପରିଶୋଧ ପରେ ସୁରକ୍ଷା କାଗଜପତ୍ର ହସ୍ତାନ୍ତର ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପାଳନ ସୁନିଶ୍ଚିତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେବା ସହ ଗ୍ରାହକଙ୍କୁ ଦସ୍ତାବିଜ ହସ୍ତାନ୍ତର କରିବାରେ ବିଳମ୍ବ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନାରେ ୧ କୋଟିରୁ ଅଧିକ ପଞ୍ଜୀକରଣକୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନାରେ ୧ କୋଟିରୁ ଅଧିକ ପରିବାର ପଞ୍ଜୀକୃତ ହୋଇଥିବାରୁ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଉତ୍ତମ ଖବର!

“ଏହି ଯୋଜନା ଆରମ୍ଭ ହେବାର ଏକ ମାସ ମଧ୍ୟରେ, ୧ କୋଟିରୁ ଅଧିକ ପରିବାର ନିଜକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ପଞ୍ଜୀକୃତ କରିସାରିଛନ୍ତି।

ଦେଶର ବିଭିନ୍ନ କୋଣରୁ ଯଥା ଆସାମ, ବିହାର, ଗୁଜରାଟ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ୫ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଅଛି।

ଯେଉଁମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକୃତ ହୋଇନାହାନ୍ତି, ସେମାନେ ଅତିଶୀଘ୍ର ଏହାକୁ କରିବା ଉଚିତ୍।

ଏହି ପଦକ୍ଷେପ ଶକ୍ତି ଉତ୍ପାଦନ ବୃଦ୍ଧିକୁ ସୁନିଶ୍ଚିତ କରିବା ସହ ପରିବାରମାନଙ୍କର ବିଦ୍ୟୁତ ଖର୍ଚ୍ଚ ଯଥେଷ୍ଟ ହ୍ରାସ କରିବାକୁ ପ୍ରତିଶୃତ୍ତିବଦ୍ଧ। ଉନ୍ନତ ପରିବେଶ ପାଇଁ ଜୀବନଶୈଳୀ (ଏଲ୍ଆଇଏଫ୍ଇ)କୁ ପ୍ରୋତ୍ସାହନ ଦେବା ସହ ପୃଥିବୀକୁ ଏକ ସବୁଜ ଏବଂ ଉତ୍ତମ ସ୍ଥାନରେ ପରିଣତ କରିବାରେ ଏହି ଯୋଜନା ବେଶ୍ ସହାୟକ ହେବ।”

Categories
ଆଜିର ଖବର ଜାତୀୟ ଖବର

ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଗଣା ବିଦ୍ୟୁତ ସଂଯୋଗ ଯୋଗାଇ ଦେବା ଲାଗି ଛାତ ଉପର ସୌର ପ୍ରଣାଳୀ ସ୍ଥାପନ ନିମନ୍ତେ – ‘ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ର ଘୋଷଣା କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ୍ କରି ଲେଖିଛନ୍ତି ଯେ, ‘‘ଦୀର୍ଘସ୍ଥାୟୀ ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ଆମେ ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ଆରମ୍ଭ କରୁଛୁ। ୭୫,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ଏହି ପ୍ରକଳ୍ପ ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦେଇ ୧ କୋଟି ଘରକୁ ଆଲୋକିତ କରିବା ପାଇଁ ଲକ୍ଷ୍ୟ ରଖିଛି।’’

‘‘ସିଧାସଳଖ ନାଗରିକଙ୍କ ବ୍ୟାଙ୍କ ଏକାଉଣ୍ଟରେ ଜମା ହେବାକୁ ଥିବା ପର୍ଯ୍ୟାପ୍ତ ସବସିଡି ଠାରୁ ଆରମ୍ଭ କରି ବ୍ୟାଙ୍କ ଋଣ ଉପରେ ରିହାତି ପର୍ଯ୍ୟନ୍ତ,ଲୋକଙ୍କ ଉପରେ ଯେପରି ଅଯଥା ଖର୍ଚ୍ଚର ବୋଝ ପଡ଼ିବ ନାହିଁ ତାହା କେନ୍ଦ୍ର ସରକାର ସୁନିଶ୍ଚିତ କରିବେ। ସବୁ ଅଂଶୀଦାରଙ୍କୁ ଗୋଟିଏ ଜାତୀୟ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଏକୀକୃତ କରାଯିବ।’’

‘‘ଏହି ଯୋଜନାକୁ ତୃଣମୂଳ ସ୍ତରରେ ଲୋକପ୍ରିୟ କରିବା ଲାଗି ସହରାଞ୍ଚଳ ପ୍ରଶାସନ ଏବଂ ପଞ୍ଚାୟତଗୁଡ଼ିକୁ ନିଜ ଅଞ୍ଚଳରେ ଛାତ ଉପରେ ସୌର ପ୍ରଣାଳୀର ବ୍ୟବହାର ପାଇଁ ପ୍ରୋତ୍ସାହିତ କରାଯିବ। ଏଥି ଯୋଗୁଁ ଯୋଜନା ଦ୍ୱାରା ଲୋକମାନଙ୍କୁ ଅଧିକ ଆୟ ହେବ, କମ୍ ବିଦ୍ୟୁତ ବିଲ୍ ମିଳିବ ଏବଂ ରୋଜଗାର ସୃଷ୍ଟି ହେବ।’’

‘‘ଚାଲନ୍ତୁ ସୌର ଶକ୍ତି ଓ ଦୀର୍ଘସ୍ଥାୟୀ ପ୍ରଗତିକୁ ଆଗେଇ ନେବା।

https://pmsuryaghar.gov.inରେ ଆବେଦନ କରି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’କୁ ସୁଦୃଢ଼ କରିବା ଲାଗି ମୁଁ ସମସ୍ତ ଆବାସିକ ଉପଭୋକ୍ତା, ବିଶେଷ କରି ଯୁବପିଢ଼ିଙ୍କୁ ନିବେଦନ କରୁଛି।’’