Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସ୍ୱପ୍ନରେ ମାଛ ଦେଖିବାର ଅର୍ଥ କ’ଣ?, ମିଳିଥାଏ ଏହି ସଂକେତ

ସ୍ଵପ୍ନ ଶାସ୍ତ୍ର: ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ସ୍ୱପ୍ନର ନିଶ୍ଚିତ କିଛି ଅର୍ଥ ଅଛି। ଯଦି ସ୍ୱପ୍ନରେ ମାଛ ଦେଖୁଛନ୍ତି, ତେବେ ଏହାର ଏକ ବିଶେଷ ଅର୍ଥ ଅଛି। ଯେତେବେଳେ ଏକ ମାଛ ସ୍ୱପ୍ନରେ ଆସେ, ଏହା ଅନେକ ଜିନିଷକୁ ସୂଚିତ କରେ।

ମାଛକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ, ସ୍ୱପ୍ନରେ ମାଛ ଦେଖିବା ମଧ୍ୟ ଏକ ଖୁସି ଖବର ଆଣିଥାଏ। ମାଛର ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଆପଣ ଶୀଘ୍ର କିଛି ଭଲ ଖବର ଶୁଣି ପାରନ୍ତି। ଏହା ମଧ୍ୟ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାର ଶୁଭ ସଙ୍କେତ ଦେଇଥାଏ। ସ୍ୱପ୍ନ ଶାସ୍ତ୍ରରୁ ଜାଣନ୍ତୁ ଯେ, ସ୍ୱପ୍ନରେ କେଉଁ ପ୍ରକାରର ମାଛ ଦେଖିବାର ଅର୍ଥ କ’ଣ?

ସୁନା ମାଛ ସ୍ୱପ୍ନ:

ସ୍ୱପ୍ନରେ ସୁନା ମାଛ ଦେଖିବା ପ୍ରେମ ଏବଂ ସମ୍ମାନ ପାଇବାକୁ ସୂଚିତ କରେ। ଯଦି ସ୍ୱପ୍ନରେ ସୁନା ମାଛ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆଗାମୀ ସମୟରେ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କଠାରୁ ବହୁତ ପ୍ରେମ ପାଇବାକୁ ଯାଉଛନ୍ତି। ସମାଜରେ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ଏଥି ସହିତ, ସ୍ୱପ୍ନରେ ଡଲଫିନ୍ ମାଛ ଦେଖିବା ଆଗାମୀ ଦିନରେ ଆର୍ଥିକ ଲାଭ ପାଇବାକୁ ସୂଚାଇଥାଏ। ଏହା ମଧ୍ୟ ଏକ ନୂତନ ଚାକିରି କିମ୍ବା ବ୍ୟବସାୟରେ ଲାଭ ପାଇବା ପାଇଁ ଏକ ସଙ୍କେତ ଅଟେ।

ରଙ୍ଗୀନ ମାଛ ସ୍ୱପ୍ନ:

ଯଦି ସ୍ୱପ୍ନରେ ରଙ୍ଗୀନ ମାଛ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆଗାମୀ ଦିନରେ କିଛି ବଡ ସଫଳତା ପାଇବାକୁ ଯାଉଛନ୍ତି। ଯେଉଁ କାମ ପାଇଁ ଆପଣ ଦୀର୍ଘ ସମୟ ଧରି ଚେଷ୍ଟା କରୁଥିଲେ ଶେଷରେ ସମାପ୍ତ ହେବ। ଆପଣଙ୍କ କାର୍ଯ୍ୟରେ ଥିବା ସମସ୍ତ ପ୍ରତିବନ୍ଧକ ଦୂର ହେବ। ଏହି ସ୍ୱପ୍ନ ସଫଳତା ବିଷୟରେ ସୂଚିତ କରେ। ଯଦି ସ୍ୱପ୍ନରେ ମାଛ ଧରିବା ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଶୀଘ୍ର କିଛି ନୂଆ ଆରମ୍ଭ କରିପାରନ୍ତି। ଏହି ସ୍ୱପ୍ନକୁ ପ୍ରଗତିର ସୂଚକ ଭାବରେ ବିବେଚନା କରାଯାଏ।

Categories
ଆଜିର ଖବର ରାଜ୍ୟ ଖବର

ପୋଖରିରେ ବିଷ ପକେଇ ମାଛ ମାରିଥିବା ଅଭିଯୋଗ: ଥାନାରେ ଏତଲା

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମ ର ବାପିନୀ ସ୍ଵାଇଁ ବାରିଆହେତା ଗ୍ରାମ ନିକଟରେ ଥିବା ନିଜ ଜମିରେ ଏକ ପୋଖରୀ ଖନନ କରି ମାଛ ଚାଷ କରିଥିଲେ। ଢେର ଦି ପଇସା ରୋଜଗାର କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଥିଲେ। କିନ୍ତୁ କୌଣସି ଦୃବର୍ତ୍ତ ଉକ୍ତ ପୋଖରୀରେ ବିଷ ପକେଇ ମାଛ ମାରିଥିବା ନେଇ ବାପିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବାପିନୀଙ୍କ କହିବା ମୁତାବକ ସେ ଗତ ୨୪ ତାରିଖ ଦିନ କୌଣସି ଏକ କାମରେ ଭୁବନେଶ୍ବର ଯାଇଥିଲେ। କାମ ସାରି ସେ ୨୬ ତାରିଖ ଦିନ ଭୁବନେଶ୍ବରରୁ ଫେରି ପ୍ରତିଦିନ ଭଳି ସେଦିନ ମଧ୍ୟ ପୋଖରୀକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ସେ ଦେଖିଲେ ପୋଖରିରେ ସବୁ ମାଛ ମରି ଭାସୁଛି। ପୋଖରିରେ ପ୍ରାୟ ୫ ଶହ କିଲୋ ମାଛ ଥିବା ନେଇ ସେ କହିଛନ୍ତି। ଏବଂ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କୌଣସି ଦୃବର୍ତ୍ତ ପୋଖରିରେ ବିଷ ପକେଇ ମାଛ ମାରିଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ଏ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାସ୍ତବରେ କୌଣସି ଦୃବର୍ତ୍ତ ବିଷ ପକେଇ ମାଛ ମାରିଛି ନା ଅନ୍ୟ କିଛି କାରଣ ପାଇଁ ମାଛ ମରିଛି ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଦେଶରେ ଓଡିଶାର ମାଛ ଚିଙ୍ଗୁଡି ବିକ୍ରୀ କରି କେତେ ଟଙ୍କା ମିଳିଛି ଜାଣିଛନ୍ତି ?

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୪୮୦ କିମି ଉପକୂଳ ଓ ବ୍ୟାପକ ଖାରିପାଣି ଅଞ୍ଚଳ ଯୋଗୁ ରାଜ୍ୟରେ ବ୍ୟାପକ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀର ସୁଯୋଗ ରହିଛି । ସାମୁଦି୍ରକ ଖାଦ୍ୟ ରପ୍ତାନୀ ଗତ ୨୦ ବର୍ଷ ମଧ୍ୟରେ ୧୨ ଗୁଣ ବୃଦ୍ଧି ପାଇଛି ।

୨୦୨୧-୨୨ରେ ଏହି ରପ୍ତାନୀ କାରବାର ୪ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପରିମାଣ ଏହି ସମୟରେ ୮ ଗୁଣା ବୃଦ୍ଧି ପାଇ ୧୦,୬୪୪ ମେଟି୍ରକ୍‌ ଟନ୍‌ରୁ ୮୬,୪୮୧ ମେଟି୍ରକ୍‌ ଟନ୍‌ରେ ପହଞ୍ଚିଛି ।

ଆଗାମୀ ଦିନରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀର ଆହୁରି ଅଧିକ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଭୁବନେଶ୍ୱରଠାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାମୁଦ୍ରିକ ଖାଦ୍ୟ ରପ୍ତାନୀ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଓଡ଼ିଶା ଭାରତରେ ମାଛ ଉତ୍ପାଦନରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଖାରିଜଳ ଚିଙ୍ଗୁଡ଼ି ଓ ମାଛ ଉତ୍ପାଦନ ପ୍ରାୟ ୧୨ ଗୁଣ ବୃଦ୍ଧି ପାଇଛି ।

କୃଷକଙ୍କ ରୋଜଗାରକୁ ବହୁଗୁଣିତ କରିବା ସହିତ ଲାଭଦାୟକ ନିଯୁକ୍ତି ସୃଷ୍ଟି, ଜୀବିକାରେ ଉନ୍ନତିକରଣ, ରପ୍ତାନୀ ବୃଦ୍ଧି ଦିଗରେ ମତ୍ସ୍ୟ ଓ ଜଳକୃଷିର ଏକ ପ୍ରମୁଖ ଭୂମିକା ରହିଛି । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଯୋଗୁ ରାଜ୍ୟ ସରକାର ମତ୍ସ୍ୟ କ୍ଷେତ୍ର ପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି ଓ ୧୫ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଓ ଉଦ୍ୟୋଗୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମତ୍ସ୍ୟଚାଷ ସଂପୃକ୍ତ ବ୍ୟକ୍ତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୋତ୍ସାହନ, ପ୍ରକ୍ରିୟାକରଣ ଓ ରପ୍ତାନୀ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିିଭିନ୍ନ ଯୋଜନା ଓ ସାମୁଦି୍ରକ ଖାଦ୍ୟ ରପ୍ତାନୀକାରୀ, ମତ୍ସ୍ୟ ବିଶେଷଜ୍ଞମାନେ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ମାଛ ଉତ୍ପାଦନରେ ବିବିଧିକରଣ ଆଣିବା ଓ ବିମାନ ଯୋଗେ ମଧ୍ୟପ୍ରାଚ୍ୟ, ପଶ୍ଚିମ ଏସିଆ ଓ ପୂର୍ବ ଏସିଆ ଦେଶଗୁଡ଼ିକୁ ଶୀତଳୀକୃତ ସାମୁଦି୍ରକ ଖାଦ୍ୟ ରପ୍ତାନୀ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଉତ୍ପାଦିତ ମତ୍ସ୍ୟର ପ୍ରକ୍ରିୟାକରଣ କରି ମୂଲ୍ୟବୃଦ୍ଧି ଓ ଗଭୀର ସମୁଦ୍ରରେ ଟୁନା ଜାତୀୟ ମୂଲ୍ୟବାନ ମାଛ ଧରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।

କର୍ମଶାଳାରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ସାମୁଦି୍ରକ ଖାଦ୍ୟ ରପ୍ତାନୀ ନିମନ୍ତେ ଏକ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରି ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ କହିଥିବାବେଳେ ମାଛ କାରବାର ବୃଦ୍ଧି ନିମନ୍ତେ ବାଲେଶ୍ୱରଠାରେ ଏକ ହୋଲ୍‌ସେଲ୍‌ ମାର୍କେଟ ନିର୍ମାଣ କରାଯାଉଛି ବୋଲି କହିଥିଲେ ।

ଚାନ୍ଦିପୁରଠାରେ ଏକ ଅତ୍ୟାଧୁନିକ ମାଛଧରା ବନ୍ଦର ନିର୍ମାଣ କରାଯିବ ବୋଲି ସେ କହିଥିଲେ । ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା ରାଜ୍ୟ ସରକାରଙ୍କ ଓଡ଼ିଶା ମତ୍ସ୍ୟନୀତି ୨୦୧୫ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି କହିବା ସହ ସାମୁଦି୍ରକ ଖାଦ୍ୟରେ ଆଣ୍ଟିବାୟୋଟିକ୍‌ ବ୍ୟବହାର ନକରିବା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ରାଜ୍ୟ ସରକାର ନୂତନ ମାଛଧରା ବନ୍ଦର ନିର୍ମାଣ ଓ ମତ୍ସ୍ୟ ଅବତରଣ କେନ୍ଦ୍ର ସହ ଭିତ୍ତିଭୂମିର ବିକାଶ ଦିଗରେ ପ୍ରାଥମିକତା ପ୍ରଦାନ କରୁଛନ୍ତି । ସାମୁଦ୍ରିକ ମାଛ ଉତ୍ପାଦନ ଦିଗରେ ପାରାଦୀପ, ଧାମରା, ବାହାବଳପୁର ଓ ଗୋପାଳପୁର ମାଛଧରା ବନ୍ଦର ସହ ୬୯ଟି ମତ୍ସ୍ୟ ଅବତରଣ କେନ୍ଦ୍ରର ଉନ୍ନତିକରଣ କରାଯାଉଛି । ୨୦୧୦ରେ ବିଦେଶୀ ଭେନାମାଇ ଚିଙ୍ଗୁଡ଼ି ଚାଷ ଆରମ୍ଭ ପରେ ରାଜ୍ୟରେ ଖାରିଜଳ ଚିଙ୍ଗୁଡ଼ି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ବୋଲି ସେ କହିଥିଲେ ।

କର୍ମଶାଳାର ବୈଷୟିକ ଅଧିବେଶନରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚର ବୈଜ୍ଞାନିକ, ମାରାଇନ୍‌ ପ୍ରଡକଫସ୍‌ ଏକ୍ସପୋର୍ଟ ଡେଭଲପ୍‌ମେଣ୍ଟ ଅଥରିଟି ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ ସଫଳ ସାମୁଦି୍ରକ ଖାଦ୍ୟ ରପ୍ତାନୀକାରୀମାନେ ଅଂଶଗ୍ରହଣ କରି ବୈଷୟିକ ଜ୍ଞାନକୌଶଳ ଓ ନୀତିନିର୍ଦ୍ଧାରଣ ମାଧ୍ୟମରେ ଓଡ଼ିଶାରେ ସାମୁଦି୍ରକ ଖାଦ୍ୟ ରପ୍ତାନୀର ବିଭିନ୍ନ ଦିଗ ଉପରେ ମତାମତ ରଖିଥିଲେ । କର୍ମଶାଳାରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ସଫଳ ମତ୍ସ୍ୟ ରପ୍ତାନୀକାରୀମାନେ ଯୋଗଦେଇଥିଲେ।