Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର: ଏହି ମାସରେ ହେବ ସମେଟିଭ୍ ପରୀକ୍ଷା

ଭୁବନେଶ୍ଵର: ରାଜ୍ୟରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ଆସିଛି। ଚଳିତ ବର୍ଷ ମାଟ୍ରିକ ସମେଟିଭ୍ ପରୀକ୍ଷା ବାବଦରେ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଚଳିତ ବର୍ଷ ନଭେମ୍ବର ୨୩ ତାରିଖରେ ମାଟ୍ରିକ ସମେଟିଭ୍ ପରୀକ୍ଷା ହେବ। ଏହି ପରୀକ୍ଷା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ନଭେମ୍ବର ୧୧ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ୫ ଲକ୍ଷ ୩୨ ହଜାର ୭୧୨ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ରାଜ୍ୟର ୩୦୨୯ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ସେହିଭଳି ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବ।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦର୍ପଣ ବଣ୍ଟନର ଶୁଭାରମ୍ଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ମହାମାରୀ ଯୋଗୁଁ ରାଜ୍ୟର ସବୁ ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରିନଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦର୍ପଣ ନାମକ ଏକ ପୁ୍‌ସ୍ତକ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ଯେଉଁଥିରେ କି ଛାତ୍ରଛାତ୍ରୀମାନେ କମ୍ ସମୟ ମଧ୍ୟରେ ନିଜକୁ ପ୍ରସ୍ତୁତ କରି ନିଜକୁ ପରୀକ୍ଷା ଉପଯୋଗୀ କରାଇପାରିବେ।

ଗଂଜାମ ଜିଲ୍ଲାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ “ପରୀକ୍ଷା ଦର୍ପଣ” ପୁସ୍ତିକା ବଣ୍ଟନ ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ସ୍ଥାନୀୟ ଭିଭି ଗିରି ରୋଡ଼୍ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କୁ ଏହି ପୁସ୍ତିକା ବଣ୍ଟନ କରି ଏହାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତୀ ମହାପାତ୍ର, ପ୍ରଧାନଶିକ୍ଷୟିତ୍ରୀ ଆରତୀବାଳା ପଟ୍ଟନାୟକ ଏବଂ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଜିଲ୍ଲାପାଇଁ ସମୁଦାୟ ୪୮ ହଜାର ୫୮୦ଟି ପୁସ୍ତିକା ମଗାଯାଇଥବାବେଳେ ବର୍ତ୍ତମାନ ସୁଦ୍ଧା ୨୪ହଜାର ପୁସ୍ତକ ପହଞ୍ଚି ସାରିଛି।

ଜିଲ୍ଲାର ଭଂଜନଗର ସ୍ଥିତ ଉପେନ୍ଦ୍ର ଭଂଜ ଉଚ୍ଚ ବିଦ୍ୟାଳୟ, ଆସିକା ହରିହର ଉଚ୍ଚ ବିଦ୍ୟାଳୟ, ପୁରୁଷୋତ୍ତମପୁର ନରସିଂହ ଦାସ ଉଚ୍ଚ ବିଦ୍ୟାଳୟ, ଦିଗପହଣ୍ଡି ବଡ଼ଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଛତ୍ରପୁର ଅନ୍‌ସ୍ଲୋ ଶିକ୍ଷାନୁଷ୍ଠାନରେ ପୁସ୍ତକ ରଖାଯାଇଥିବାବେଳେ ଏଠାରୁ ବିଭିନ୍ନ ସ୍ଥାନକୁ ପ୍ରେରଣ କରି ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି। ଅତି କମ୍ ସମୟ ମଧ୍ୟରେ ଏହି ପୁସ୍ତକ ପଢ଼ି ପିଲାମାନେ ଭଲ ନମ୍ବର ରଖିବେ ବୋଲି ଜିଲ୍ଲାଶିକ୍ଷାଧିକାରୀ ଶ୍ରୀ ପ୍ରଧାନ ଦୃଢ଼ ଆଶା ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ଛାତ୍ରଛାତ୍ରୀଙ୍କ ଫର୍ମପୁରଣ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଫର୍ମପୁରଣ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମପୁରଣ ଅବଧିକୁ ବୃଦ୍ଧି କରାଯାଇଛି। ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷାର ଫର୍ମପୁରଣ ଅବଧି ବୃଦ୍ଧି ହୋଇଛି। ଏନେଇ ମାଧ୍ୟମିକ ଶିକ୍ଷବୋର୍ଡ ସୂଚନା ଦେଇଛି। ପୂର୍ବରୁ ଏହାର ଅବଧି ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଥିଲା।