Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ବଡ ଘୋଷଣା, ମାଟ୍ରିକ ପରୀକ୍ଷାର୍ଥୀ ନେଇପାରିବେ ସ୍ଵତନ୍ତ୍ର କ୍ଳାସ

ସୀତାରାମ ଅଗ୍ରୱାଲ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଜରୁରୀ ସୂଚନା ଦେଇଛନ୍ତି। ବାଣପୁର ଅଞ୍ଚଳର ବିଭିନ୍ନ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଗ୍ରୀଷ୍ମ ଛୁଟି ସମୟରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ, କଳା ଓ ବାଣିଜ୍ୟ ବିଷୟରେ ପଢିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମହାବିଦ୍ୟାଳୟର ବିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କଦ୍ଵାରା ପ୍ରତିଦିନ ସ୍ୱତନ୍ତ୍ର କ୍ଲାସ କରାଯିବ। ଜଣେ ଛାତ୍ରଛାତ୍ରୀ ଗୋଟିଏ ବିଭାଗରେ କ୍ଳାସ କରିପାରିବେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ସତ୍ୟାନନ୍ଦ ମହାରଣା, ରଘୁନାଥ ଓଝା, ସୁବ୍ରତ ତ୍ରିପାଠୀ, ଆଦିତ୍ୟ ସାରଥୀ ବେଦମତ୍ତା, ଅଜୟ କୁମାର ଦାସ, ସପିନ କୁମାର ପୃଷ୍ଟି ଏବଂ ସୁରପ୍ରତାପ ନରେନ୍ଦ୍ର ସି° ବର୍ମା ଆଦି ଅଧ୍ୟାପକମାନେ ଉକ୍ତ କ୍ଳାସ ନେବେ ବୋଲି ଜଣାପଡିଛି।

ତେଣୁ ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆଜିଠାରୁ ଆସନ୍ତା ମେ ୦୧ ତାରିଖ ଦିନ ୮ ଘଟିକାରୁ ୦୯ ଘଟିକା ମଧ୍ୟରେ ନିଜର ନାମ ପଞ୍ଜୀକରଣ କରାଇପାରିବେ।

ଯୋଗାଯୋଗ:

ବିନାୟକ ହୋତା- ୯୪୩୯୭୭୯୨୫୧
ଆଦିତ୍ୟ ସାରଥିଵେଦମତ୍ତା (ସ°ଯୋଜକ)- ୯୮୫୩୨୩୫୨୮୯
ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା- ୯୪୩୮୪୩୮୨୫୦
ପ୍ରଶାନ୍ତ କୁମାର ହୋତା- ୯୯୩୭୮୮୫୬୫୬
ଜୟନ୍ତ କୁମାର ବିହାରୀ- ୭୦୦୮୮୦୮୫୪୫

ତେବେ ପ୍ରଥମଥର ପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ଦ୍ୱାରା ନିଆଯାଇଥିବା ଉକ୍ତ ଶିକ୍ଷା ସଂସ୍କାର ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦ୍ଵାରା ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’

ଭୁବନେଶ୍ବର: ରାଜ୍ୟସରକାରଙ୍କ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ନାମକ ଏକ ଟେଷ୍ଟ ପେପର ମାଗଣାରେ ବଣ୍ଟାଯିବା ନେଇ ଘୋଷଣା ହୋଇଥିଲା। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ବହିକୁ ଉନ୍ମୋଚନ କରିଛନ୍ତି। ରାଜ୍ୟରେ ମୋଟ ୬ ଲକ୍ଷ ୨୦ ହଜାର ୫୦୮ ଜଣ ପରୀକ୍ଷାର୍ଥୀଙ୍କୁ ‘ପରୀକ୍ଷା ଦର୍ପଣ’ ମାଗଣାରେ ପ୍ରଦାନ କରାଯିବ। ପରୀକ୍ଷାରେ ସାମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ବହି ପ୍ରସ୍ତୁତ ହୋଇଛି। ମୋଟ ୭୦୦ ପୃଷ୍ଠା ଦ୍ଵାରା ଏହି ବହିକୁ ପ୍ରସ୍ତୁତ କରାଯାଇଛି।

ତେବେ ଏହି ବହିକୁ ପେବୃୟାରୀ ୧୫ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖକୁ ପହଞ୍ଚବା ପାଇଁ ଲକ୍ଷ୍ୟ ରଖାଯାଇଛି। ଫେବୃୟାରୀ ୧୨ ତାରିଖ ସୁଦ୍ଧା ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଏହି ବହି ପହଞ୍ଚିବ।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ମିଳିବ ପରୀକ୍ଷା ଦର୍ପଣ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ମିଳିବ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ମିଳିବ। ମାଟ୍ରିକ ପରୀକ୍ଷାରେ ସାମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ଟେଷ୍ଟ ପେପର ପ୍ରସ୍ତୁତ ହୋଇଛି। ଏଥିରେ ୭୦ ପ୍ରତିଶତ ସିଲାବସ ଆଧାରରେ ଏହି ଟେଷ୍ଟ ପେପରକୁ ପ୍ରସ୍ତୁତ କରାଯାଇଛି। ଏବଂ ମୋଟ ୭୦୦ ପୃଷ୍ଠାରେ ପ୍ରସ୍ତୁତ ହୋଇଛି।  ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦର୍ପଣ ମିଳିବ। ଏନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।