Categories
ବିଶେଷ ଖବର ରାଜ୍ୟ ଖବର

Breaking News: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଏଥର ମଧ୍ୟ ଛାତ୍ରୀ ଆଗରେ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ପୁସ୍ତିକାକୁ ଉନମୋଚନ କରିଛନ୍ତି। ତାଙ୍କ ସହିତ ଗଣଶିକ୍ଷା ସଚିବ ଏବଂ ବୋର୍ଡ ସଭାପତି ପ୍ରମୁଖ ଉପସ୍ଥିତ‌ି ଥିଲେ।

ଚଳିତ ବର୍ଷ ପାସ ହାର ରହିଛି ୯୬.୪0 ପ୍ରତିଶତ। ସେଥିରେ ଏ-୧ରେ ୪,୧୫୮ ଜଣ ପାସ କରିଥିବାବେଳେ ଏ-୨ରେ ୨୯,୮୩୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ବି-୧ରେ ୭୭,୫୬୭ ଜଣ ପାସ କରିଥିବାବେଳେ ବି-୨ରେ୧, ୧୮,୭୫୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ତେବେ ଏଥର ବି ପାସହାରରେ ଛାତ୍ରୀମାନେ ଆଗରେ ଅଛନ୍ତି ।

ଏଥର ଛାତ୍ରୀଙ୍କ ପାସ ହାର ୯୭.୦୫ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସହାର ୯୫.୭୫ ପ୍ରତିଶତ ରହିଛି । ତେବେ କଟକ ଓ ଜଗତସିଂହପୁର ଜିଲ୍ଲାର ପାସହାର ସର୍ବାଧିକ ରହିଛି । ଏହି ଦୁଇ ଜିଲ୍ଲାରେ ପାସହାର ୯୭.୯୯% ରହିଛି । ତେବେ ମାଲକାନଗିରିରେ ପାସହାର ସର୍ବନିମ୍ନ ରହିଥିବା ଜଣାଯାଇଛି । ଏଠାରେ ପାସ ହାର ୯୨.୬୩ ପ୍ରତିଶତ ରହିଛି। ତେବେ ରାଜ୍ୟର ୩୨୨୨ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ଜଣାପଡିଛି।

ଆଜି ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟ www.bseodisha.ac.in  ରୁ ପରୀକ୍ଷା ଫଳ ପାଇପାରିବେ।  ସେହିପରି ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ଦ୍ୱାରା ମଧ୍ୟ ପରୀକ୍ଷାଫଳ ଜାଣିହେବ । ପରୀକ୍ଷାର୍ଥୀ ନିଜ ମୋବାଇଲରୁ OR10 ଟାଇପ୍‌ କରି ୫୬୭୬୭୫୦ ନମ୍ୱରକୁ ପଠାଇ ଫଳାଫଳ ଜାଣି ପାରିବେ।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ଘୋଷଣା: ୬ ତାରିଖରେ ପ୍ରକାଶ ପାଇଁ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। କାରଣ ସେମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆଉ ଗୋଟିଏ ଦିନ ପରେ ତଥା ଜୁଲାଇ ୬ ତାରିଖରେ ମାଟ୍ରିକ ଫଳ ପ୍ରକାଶ ପାଇବ। ଜୁଲାଇ ୬ ତାରିଖ ଅପରାହ୍ନ ୧ ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। କିନ୍ତୁ ଯୁକ୍ତ ଦୁଇ ପରୀକ୍ଷା କେବେ ପ୍ରକାଶ ପାଇବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।