Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ଜ୍ୟୋତି ବିଶ୍ୱାସଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ ପରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚେନ୍ନାଇସ୍ଥିତ ମାଡ୍ରାସ ବିକାଶ ଅଧ୍ୟୟନ କେନ୍ଦ୍ରର ପ୍ରଫେସର ଅନନ୍ତ କୁମାର ଗିରି ଛାତ୍ରଛାତ୍ରୀ ମାନଙ୍କୁ ଦର୍ଶନ ଶାସ୍ତ୍ରର ଉପଯୋଗିତା ଓ ଗ୍ରୀକ ଦାର୍ଶନିକ ମାନଙ୍କର ବିଶ୍ୱକୁ ଅବଦାନ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ଦର୍ଶନ ହେଉଛି ସର୍ବ ବିଦ୍ୟାର ଆଧାର ଓ ସକଳ ଜ୍ଞାନର ସମନ୍ୱୟ।

ଏଥି ସହିତ ମହାସରସ୍ବତୀଙ୍କ ବିଭାବ, ଦର୍ଶନ ଓ ଭାଷାର ନବ ଉନ୍ମେଷ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ବିଭାଗ ପକ୍ଷରୁ ପ୍ରଫେସର ଗିରିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।  ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର ଅକ୍ଷୟ କୁମାର ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇଥିଲେ। ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସେମିନାର ସମ୍ପାଦିକା ସୁଶ୍ରୀ ଶିଖା ପରିଡା ଓ ବର୍ଷା ବିଶୋଇ।