Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ସ୍କୁଲରେ ଟିଜି ଶିକ୍ଷକ ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ତାରିଖ, ଜାଣନ୍ତୁ କେଉଁ ଦିନ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଟିଜି ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଏହି ପରୀକ୍ଷା ଚଳିତ ଅକ୍ଟୋବର ୨୫ ତାରିଖରୁ ୨୮ ତାରିଖ ମଧ୍ୟରେ ହେବ । ୨୫ ତାରିଖରେ ଟିଜିଟି-ପିଜିଏମ୍‌, ୨୬ରେ ଟିଜିଟି-ସିବିଜେଡ୍‌ ଓ ୨୭ ଏବଂ ୨୮ ତାରିଖରେ ଟିଜିଟି ଆର୍ଟସ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବା ସ୍ଥିର ହୋଇଛି ।

ପ୍ରାର୍ଥୀମାନେ ୧୬ ଅକ୍ଚୋବରରୁ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ । ଆଜି ସନ୍ଧ୍ୟାରେ ବିଭାଗୀୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହିତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟର ଉପସ୍ଥିତ ଥିଲେ । ପରୀକ୍ଷାର ବିଶଦ କାର୍ଯ୍ୟକାରୀ ଆସନ୍ତାକାଲି ୱେବ୍‌ସାଇଟ୍‌ରେ ପ୍ରକାଶିତ ହେବ ।