Categories
ଆଜିର ଖବର ରାଜ୍ୟ ଖବର

ପାଞ୍ଚ ଦଫା ଦାବୀ ନେଇ ରାଜଧାନୀରେ ପ୍ରତିବାଦ କଲେ ଗାଁ ସାଥୀ

ଭୁବନେଶ୍ବର:  ପାଞ୍ଚ ଦଫା ଦାବ ନେଇ ଆଜି ଭୁବନେଶ୍ବରରେ ଗାଁ ସାଥୀ ପ୍ରତିବାଦ କରିବା ସହିତ ମାନବ ଶୃଙ୍ଖଳ କରିଥିଲେ। ମୁଖ୍ୟତଃ ଏହି ଗାଁ ସାଥୀ ଦାର୍ଘ ବର୍ଷ କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କ ଉଚିତ ପ୍ରାପ୍ୟ ଦେଉ ନାହାଁନ୍ତି। ସେଥିପାଇଁ ସେମାନେ ରାମମନ୍ଦିର ଛକଠାରୁ ନବୀନ ନିବାସ ଯାଏ ମାନବ ଶୃଙ୍ଖଳ କରି ଛିଡା ହୋଇଥିଲେ।

ମୁଖ୍ୟତଃ ସେମାନେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ତାଙ୍କୁ ସ୍ଥାୟୀ କରି ନାହାଁନ୍ତି। ସେଥିପାଇଁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ମାସିକ ଆଠ ହଜାର ଟଙ୍କା ପାରିଶ୍ରମିକ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି। ଏହି ପ୍ରତିବାଦରେ ରାଜ୍ୟ ପ୍ରାୟ ଏକଶହ ଟି ସଂଘ ଯୋଗ ଦେଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିମାନ ବନ୍ଦର ପ୍ରତିଷ୍ଠା ଦାବି ନେଇ ମାନବ ଶୃଙ୍ଖଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଜୋର୍ ଧରିଛି ବିମାନ ବନ୍ଦର ପ୍ରତିଷ୍ଠା ଦାବି। ବିଭିନ୍ନ ସଂଗଠନ ପକ୍ଷରୁ ବହୁଦିନ ଧରି ଦାବି ମଧ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଗଂଜାମ ଗଂଜାମ ଜିଲ୍ଲ ବିଭିନ୍ନ ଅଂଚଳର ଶତାଧିକ ସାମାଜିକ ଅନୁଷ୍ଠାନକୁ ନେଇ ମିଳିତ ଭାବେ ଗଠିତ “ଫରମ୍ ଫର୍ ବ୍ରହ୍ମପୁର ଏୟାରପୋର୍ଟ” ସଂଗଠନ ପକ୍ଷରୁ ବ୍ରହ୍ମପୁରଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବ୍ରହ୍ମପୁର କୋର୍ଟପେଟା ସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ ନିକଟରେ ଏକ ବିରାଟ ହ୍ୟୁମାନ୍ ଚେନ୍ ମାଧ୍ୟମରେ ପ୍ରତିବାଦ କରାଯାଇ ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସେହପରି ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି, ଘଟଣା ବିଷୟରେ ବ୍ୟକ୍ତିଗତ ଭାବେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପୂର୍ବରୁ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ କହିଥିଲେ। କିନ୍ତୁ ଏହି ପ୍ରସଂଗ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରିଛି ଡ଼େଭଲପ୍‌ମେଣ୍ଟ ଫୋରମ୍। ପୂର୍ବରୁ ସ୍ଥାନ ଚିହ୍ନଟ କରାଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉଦାସୀନତା ଯୋଗୁଁ କାମ ଆଗେଇ ପାରୁନାହିଁ ବୋଲି କହିଛନ୍ତି ସଭାନେତ୍ରୀ ବବିତା ପାତ୍ର।

ଆୟୋଜିତ ପ୍ରତିବାଦରେ ସଂଗଠନର ରାମ ପ୍ରସାଦ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ପାଢ଼ୀ, ମାନସ ପାତ୍ର, ସରୋଜ ପଟ୍ଟନାୟକ, ବି. ସୌମେଶ୍ୱର ରାଓ, ଟୁନା ମହାରଣା, ଶ୍ରୀକାନ୍ତ ପାଢ଼ୀ ସମେତ କ୍ରିୟାନୁଷ୍ଠାନ କମିଟିର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।