Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଋଣ ବୋଝରେ ମାନସିକ ଭାରସାମ୍ୟ ହରାଇଲେ ବ୍ୟବସାୟୀ!, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଆସ୍କା: ଆସ୍କା ସହର କୁମ୍ଭାର ସାହି ନିକଟ ମାଲ ସାହିର ସୀମା ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଉଦ୍ଧାର କରାଯାଇଛି।

ପ୍ରକାଶ ଥାଉକି ୫୫ ବର୍ଷୀୟ ସୀମା ଜଣେ ଜଣାଶୁଣା ଦରଜୀ ଭାବେ ଆସ୍କା ସହରରେ ବହୁତ ପରିଚିତ ବ୍ୟକ୍ତି। କିନ୍ତୁ ଏହି କିଛି ବର୍ଷ ହେଲା ସେ ଦରଜୀ ପେଷା ଛାଡ଼ି ପନିପରିବା ବ୍ୟବସାୟ କରୁଥିଲେ। କିନ୍ତୁ ବ୍ୟବସାୟ ଭଲ ଭାବରେ ଚାଲୁଥିଲା ଓ ସେ କିଛି ଋଣ କରଜ କରି ସୁଝି ପାରୁନଥିଲା। ଯ’ଦ୍ଵାରା ଋଣ ଦେବା ବ୍ୟକ୍ତି ମାନେ ତାଙ୍କୁ ପ୍ରତ୍ୟେକ ଦିନ ଆସି ଟଙ୍କା ମାଗିଥିଲେ। ଯାହା ଫଳରେ ସେ ମାନସିକ ଭାରସାମ୍ୟ ହରାଇ ଏହି ଭଳି ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ସହରରେ ଚର୍ଚ୍ଚା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହ ପୂର୍ବରୁ ପତ୍ନୀ ଗର୍ଭବତୀ ଥିବା ଜାଣି ଯୁବକଙ୍କ ଆତ୍ମହତ୍ୟା

କନ୍ଦର୍ପ ବେହେରା
ରେଢାଖୋଲ: ଭଗବାନଙ୍କୁ ସାକ୍ଷୀ ରଖି ବିବାହ ବନ୍ଦନରେ ବାନ୍ଧି ହୋଇଥାନ୍ତି ପୁଅ ଆଉ ଝିଅ। ନୂତନ ସଂସାର ଗଢିବା ପାଇଁ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏହି ବନ୍ଧନ ଯୁଗ ଯୁଗର। ହେଲେ ବିବାହ ପୂର୍ବରୁ ଝିଅଟି ଗର୍ଭବତୀ ହେବା ଏବଂ ପରେ ବିବାହ ବନ୍ଧନରେ ବାନ୍ଧିହେବା , ତିନି ଦିନ ପରେ ସ୍ୱାମୀ ଏ ସଂପର୍କରେ ଜାଣି ପାରିବା ପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବା ଭଳି ଘଟଣା ଘଟିଛି ରେଢାଖୋଲ ଥାନା ଅଂଚଳରେ। ମାନସିକ ଭାରସାମ୍ୟ ହରାଇ ଶେଷରେ ନବବିବାହିତ ପୂରୁଷ ବିବାହିତା ସ୍ତ୍ରୀର ଶାଢୀରେ ଝୁଲି ଆତ୍ମ ହତ୍ୟା କରିବା ଭଳି ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ରେଢାଖୋଲ ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କୁକୁଡାବାହାଳି ଗ୍ରାମର ମୋହନ ଦେହୁରୀ (୨୪)ଗତ ଜାନୁଆରୀ ମାସ ୨୫ ତାରିଖରେ ଚାରମାଳ ଥାନା ଡଙ୍ଗାପଥର ଗ୍ରାମରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ କିଛି ଦିନ ପରେ ନବବଧୂ ୩/୪ ମାସର ଗର୍ଭବତୀ ଥିବା ପିଲାଘର ଜାଣି ପାରି ଝିଅର ବାପଘରକୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ଗାଁରେ ଏ ନେଇ ଏକ ସଭା ମଧ୍ୟ ବସିଥିଲା। ସଭାରେ ଗ୍ରାମବାସୀ ଡାକ୍ତଖାନାରେ ଝିଅକୁ ପରୀକ୍ଷା କରିବା ପାଇଁ କହିଥିଲେ। ସେଇ ଅନୁଯାୟୀ ଝିଅକୁ ରେଢାଖୋଲ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ୍ କରିବାରୁ ନବବଧୂଟି ଗର୍ଭବତୀ ଥିବାର ଡାକ୍ତର ପ୍ରକାଶ କରିଥିଲେ। ଶେଷରେ ଝିଅଟି ଶାଶୂ ଘରେ ରହିବାକୁ ଇଚ୍ଛା ପ୍ରକାଶ କରିନ ଥିଲା। ମୋହନ ଶେଷରେ ଝିଅକୁ ବାପ ଘରେ ଛାଡି ପଳାଇ ଆସିଥିଲା। ଝିଅଟି ବାପ ଘରେ ରହିବା ସମୟରେ ବାପ ଘର ଅତି ଚତୂରତାର ସହ ଝିଅଟିର ଗର୍ଭପାତ କରିବାରେ ସକ୍ଷମ ହୋଇଥିଲେ।

ଏ ସଂପର୍କରେ ମୋହନ ଦେହୁରୀ କିଛି ବି ଜାଣି ପାରି ନ ଥିଲେ। ତଥାପି ପତ୍ନୀକୁ ନିଜ ଘରକୁ ଆଣିବାକୁ ଶ୍ୱଶୁର ଘର ମୋହନ ଯାଇଥିଲେ। ହେଲେ ସ୍ତ୍ରୀ ଓ ଶାଶୂ ତାଙ୍କୁ ଗାଳିଗୁଲଜ କରିଥିବା ମୋହନର ମା ରେଢାଖୋଲ ଥାନାରେ ଲିଖିତା କାରରେ ଅଭିଯୋଗ କରିଛନ୍ତି। ସ୍ତ୍ରୀ ଏବଂ ଶାଶୂଙ୍କର ଗଞଣା ତଥା ସାହି ପଡିଶାରେ ଏ ସଂପର୍କରେ ନାନା ଟାହି ଟାପରା ଶୁଣି ଶୁଣି ମୋହନ ମାନସିକ ଅବସାଦ ମଧ୍ୟରେ ରହୁଥିଲେ। କୁଆଡେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ମୋହନ ର ମାଆ ପ୍ରକାଶ କରିଛନ୍ତି।

ଗତକାଲି ସେ ପୂର୍ବାହ୍ନ ୧୧ ଟା ଭିତରେ ଘରେ କେହି ନଥିବାର ସୁଯୋଗ ପାଇ ନିଜ ସ୍ତ୍ରୀର ଶାଢୀରେ ଝୁଲି ଆତ୍ମ ହତ୍ୟା କରିଥିବାର ଅନୁମାନ କରାଯାଉଛି। ମୋହନର ସ୍ତ୍ରୀ ଓ ଶାଶୂ ଏଥିପାଇଁ ଦାୟୀ ବୋଲି ମୋହନ ର ମାଆ ଅଭୀଯୋଗ କରିବା ସହ ସେମାନଙ୍କୁ ଗିରଫ ନ କରିବା ଯାଏଁ ଶବକୁ ଛାଡିବୁ ନାହିଁ ବୋଲି ଗ୍ରାମବାସୀ ଅଡି ବସିଥିଲେ। ପୋଲିସ୍ ବହୁତ ବୁଝାସୁଝା ପରେ ସଂଧ୍ୟାରେ ଶବକୁ ଛାଡିଥିଲେ ବୋଲି ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମାନସିକ ଭାରସାମ୍ୟ ହରାଇ ନିଜ ମା ଏବଂ ଭାଇକୁ ହତ୍ୟା କଲା ନାବାଳିକା

ଲକ୍ଷ୍ନୌ: ଜଣେ ନାବାଳିକା ମାନସିକ ଭାରସାମ୍ୟ ହରାଇ ନିଜ ମା ଏବଂ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଲକ୍ଷ୍ନୌର ଗୌତମ ପଲ୍ଲୀ ଥାନା ଅନ୍ତର୍ଗତ ସରକାରୀ ବଙ୍ଗଳା ଠାରେ ରେଲୱେ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.ଡି ବାଜପାୟୀଙ୍କ ପରିବାର ରହିଆସୁଥିଲେ। ସେଠାରେ ତାଙ୍କର ସ୍ତ୍ରୀ, ୧୫ ବର୍ଷିୟା ଝିଅ ଏବଂ ପୁଅ ରହୁଥିଲେ। ଅଧିକାରୀଙ୍କ ଝିଅ ଯିଏ ଦଶମ ଶ୍ରେଣୀରେ ପଢେ ଏବଂ ଜଣେ ତାଲିମ ପ୍ରାପ୍ତ ସୁଟର।  ମାନସିକ ଭାରସାମ୍ୟ ହରାଇ ଝିଅଟି ନିଜ ମା ଏବଂ ଭାଇକୁ ହତ୍ୟା କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି।

ଲକ୍ଷ୍ନୌ କମିଶନର ପୋଲିସ (ସିପି) ସୁଜିତ ପାଣ୍ଡେ କହିଛନ୍ତି ଯେ ଦୁଇଜଣଙ୍କୁ ହତ୍ୟା କରିବା ପରେ ମାନସିକ ସ୍ୱାସ୍ଥ୍ୟ ଭଲ ନଥିବା ନାବାଳିକା ଜଣକ ମଧ୍ୟ ନିଜ ହାତକୁ ବ୍ଲେଡ ସାହାଯ୍ୟରେ ଆଘାତ କରି ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲା। ଘଟଣା ସମୟରେ ରେଳ ଅଧିକାରୀ ଦିଲ୍ଲୀରେ ଥିବାରୁ ତାଙ୍କୁ ଏହି ବିଷୟରେ ଖବର ଦିଆଯାଇଥିଲା। ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି।

ଝିଅଟିର ଏପରି କାର୍ଯ୍ୟ ମାନସିକ ଅସ୍ଥିରତାକୁ ପ୍ରତିଫଳିତ କରିଥିଲା ​​ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଆବଶ୍ୟକ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ତାଲିମପ୍ରାପ୍ତ ସୁଟର ତଥା ଅସ୍ତ୍ରଶସ୍ତ୍ରର ବହୁଳ ବ୍ୟବହାରକାରୀ ଝିଅ ଏହି ଅପରାଧ କରିବା ପାଇଁ .୨୨ ବୋର ରାଇଫଲ ବ୍ୟବହାର କରିଥିଲା। ପାଣ୍ଡେ କହିଛନ୍ତି ଯେ ଝିଅଟି ତିନିଟି ଗୁଳି ଚଳାଇଥିଲା, ଗୋଟିଏ ଦର୍ପଣରେ ଏବଂ ଅନ୍ୟ ଦୁଇଟି ତାଙ୍କ ମା ଏବଂ ଭାଇଙ୍କ ଦେହରେ ଲାଗିଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଝିଅଟି ଜାପାନୀ ଲେଖକ ଓସାମୁ ଡାଜାଇଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିଲା ଏବଂ ତାଙ୍କ ଚରିତ୍ରକୁ ଅନୁସରଣ କରୁଥିଲେ। ଯିଏ ସମାଜରୁ ବ୍ୟକ୍ତିଙ୍କ ବିଚ୍ଛିନ୍ନତା ବିଷୟରେ କହିଥିଲେ। ପୋଲିସ ତାଙ୍କ କୋଠରୀ ଭିତରୁ ଏକ ଖେଳଣା ‘ଖପୁରୀ’ ଏବଂ ଅନ୍ୟାନ୍ୟ ଗ୍ରୋଟେସ୍କ ଫଟୋ ମଧ୍ୟ ଜବତ କରିଛି।

ସୂଚନା ଯୋଗ୍ୟ ଯେ ଶନିବାର ଅପରାହ୍ନରେ ଶୋଇବା ସମୟରେ ରେଳ ଅଧିକାରୀଙ୍କ ପତ୍ନୀ ମାଳତୀ (୪୫) ଏବଂ ପୁଅ ସର୍ଭଦତ୍ତଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ଡବଲ ହତ୍ୟାକାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ଉଚ୍ଚ-ସୁରକ୍ଷା ଜୋନ୍ ରେ ଅଛି।

ପୋଲିସ ହତ୍ୟା ପରେ ତଦନ୍ତ ଆରମ୍ଭ କରି ପ୍ରଥମେ ସେବକମାନଙ୍କୁ ପଚରାଉଚରା କରିଥିଲା। କିନ୍ତୁ ସେହି ସମୟରେ ଝିଅଟି ଚୁପ୍ ରହିଥିଲା ଏବଂ ପୋଲିସ ଭାବିଲା ଯେ ସେ ଭୟଭୀତ ଅଛନ୍ତି।  ତେବେ ଝିଅଟି ପିନ୍ଧିଥିବା ସାର୍ଟ ଉପରେ ହାତ ବାନ୍ଧି ରଖିଥିଲା​। ପରେ ଜଣାପଡିଥିଲା ​​ଯେ ହାତଟି ବ୍ୟାଣ୍ଡେଜ୍ ହୋଇଛି ଏବଂ ଯେତେବେଳେ ତାଙ୍କ ଜେଜେବାପା ତାଙ୍କୁ ବ୍ୟାଣ୍ଡେଜ୍ କାଢିବାକୁ ଲାଗିଲେ, ସେମାନେ ବ୍ଲେଡ  ଦ୍ୱାରା କଟା ଯାଇଥିବା ଅନେକ କ୍ଷତ ପାଇଲେ। ଏହା ତାଙ୍କୁ ସନ୍ଦେହ କରିଥିଲା।

ଅଧିକ ପଚରାଉଚରା ବେଳେ ଝିଅଟି ପୋଲିସକୁ କହିଛି ଯେ ଶନିବାର ଦିନ ମଧ୍ୟାହ୍ନ ଭୋଜନ ପରେ ତାଙ୍କ ଭାଇ ଓ ମା ଶୋଇଥିଲେ। ଝିଅଟି ବାଥରୁମକୁ ଯାଇ ଗାଧୋଇଲା ଏବଂ ତା’ପରେ ଫଳ ଜାମ ସହିତ ଦର୍ପଣରେ ‘ମୁଁ ଜଣେ ଅଯୋଗ୍ୟ ମଣିଷ’ ବୋଲି ଲେଖିଥିଲା। ସେ ବାଥରୁମ ଦର୍ପଣରେ ମଧ୍ୟ ଗୁଳି ଚଳାଇଥିଲା। ପରେ ସେ ବାହାରକୁ ଆସି ଶୋଇଥିବା ମା ଏବଂ ଭାଇଙ୍କ ଉପରକୁ ଗୁଳି ଚଳାଇଥିଲେ। (ଏଜେନ୍ସି)