Categories
ଆଞ୍ଚଳିକ

ଲୋକଙ୍କୁ କରୋନା ସଚେତନ ସହ ମାସ୍କ ବାଣ୍ଟିଲା ମାଉସୀ ମା’ ଛକ ଗଜଲକ୍ଷ୍ମୀ ପୂଜା କମିଟି

ଭୁବନେଶ୍ୱର: ଓମିକ୍ରନର ଭୟାବହତାକୁ ଦୃଷ୍ଟିରେ ଆଜି ମାଉସୀମା’ ଛକରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ଏବଂ ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶୋଧନ ସହିତ ତୁଣ୍ଡି ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, କାର୍ଯ୍ୟକାରୀ ସଭାପତି ରୋଟାରୀଆନ୍ ପ୍ରସନ୍ନ ଚୈଧୁରୀ, ଅତିରିକ୍ତ ସଂପାଦକ ଶଶୀଭୂଷଣ ଦାସ, ଅନୁଷ୍ଠାନର ସମ୍ପାଦକ ପ୍ରଭାତ ସାହୁ, ଉପ-ସଭାପତି ରୋଟାରିଆନ ଗଦାଧର ଦାସ, କୋଷାଧ୍ୟକ୍ଷ ବ୍ରଜ ନାୟକ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

କମିଟି ସଦସ୍ୟ ପ୍ରଣୟ ଜେଠୀ, ଲୋକନାଥ ଓଝା, ଶ୍ରୀକାନ୍ତ ନାୟକ, ଆଲୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତେ ସରକାରୀ ନିୟମ ମାନି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।