Categories
ଆଜିର ଖବର ରାଜ୍ୟ ଖବର

ଭାଙ୍ଗିଲା ଭୁବନେଶ୍ବର ମାଷ୍ଟରକ୍ୟାଟିନ ଛକରେ ଥିବା ମା ତାରିଣୀ ମନ୍ଦିର

ଭୁବନେଶ୍ୱର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ମା ତାରିଣୀ ମନ୍ଦିରକୁ ଭାଙ୍ଗି ଦିଆଗଲା। ବିଏମସି ତରଫରୁ ଆଜି ଡ୍ରୋଜର ଲଗାଇ ଏହାକୁ ଭାଙ୍ଗି ଦିଆଯାଇଛି। ଦୀର୍ଘ ୪୦ ବର୍ଷ ଧରି ପୁରା ରାସ୍ତା ଉପରେ ଥିବା ଏକ ବରଗଛ ମୂଳେ ପୂଜା ପାଉଥିଲେ ମା। ଏହି ରାସ୍ତାରେ ବହୁ ଲୋକଙ୍କର ମା ଥିଲେ ସାହା ଭରସା।

ହେଲେ ବିଏମସି ଏବଂ ସ୍ମାର୍ଟ ସିଟି କର୍ପୋରେସନ ତରଫରୁ ସୌନ୍ଦର‌୍ୟ୍ୟକରଣ ପାଇଁ ଏହି ମନ୍ଦିରକୁ ଆଜି ଭାଙ୍ଗି ଦିଆଯାଇଛି।ପୂର୍ବରୁ ଏହି ସ୍ଥାନରେ ଥିବା ହନୁମାନ ମନ୍ଦିର ଏବଂ ଏହା ଚାରିପଟେ ଥିବା ପାଚେରୀକୁ ଭାଙ୍ଗି ଦିଆଯାଇଥିଲା। ପୂର୍ବରୁ ଅଳ୍ପ ଭଙ୍ଗା ଯିବା ପରେ ଆଜି ତାହାକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ମଙ୍ଗଳବାରରେ ଖୋଲିଲା ମା ତାରିଣୀ ମନ୍ଦିର, ଭୋଗ ହେବ ନି, କେବଳ ଦର୍ଶନ

ଭୁବନେଶ୍ବର, ଆଜି ମଙ୍ଗଳବାରରେ ଓଡିଶାର ପ୍ରତିଷ୍ଠାତ ଘଟଗାଁ ମା ତାରିଣୀ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଇଛି। କରୋନା ପାଇଁ ଏହି ମନ୍ଦିର ଦୀର୍ଘ ମାସ ଧରି ବନ୍ଦ ରହିଥିଲା। ମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି।

ତେବେ ଭକ୍ତମାନେ କେହି ପୂଜା କରିପାରିବେ ନାହିଁ। ଧାଡିରେ ଶାରୀରିକ ଦୂରତାରେ ରହି ମାଙ୍କର କେବଳ ଦର୍ଶନ କରିପାରିବେ। ସେଥିପାଇଁ ଏକ ଗାଇଡ ଲାଇନ ଜାରୀ କରାଯାଇଛି। ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଧାଡିରେ ଯିବା ପାଇଁ ସେଠାରେ ବାରିକେଟ ବ୍ୟବସ୍ଥା ମଧ୍ୟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ମାର୍ଟ ଜନପଥର ଉନ୍ନତିକରଣ ପାଇଁ ବିଏମସିର ନିଷ୍ପତ୍ତି: ରାଜଧାନୀରୁ ଉଠିବ ୩ ମନ୍ଦିର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଅସ୍ଥାୟୀ ଭାବେ ୩ ଟି ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀ ମନ୍ଦିରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ରାଜମହଲ ଛକରେ ଥିବା ଶିବ ମନ୍ଦିର ଏବଂ ପାଣ୍ଟାଲୁନ ସମ୍ମୁଖରେ ଥିବା ମା’ କାଳୀ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ।

ଏହି ତିନି ମନ୍ଦିରକୁ ଏବେ ଅସ୍ଥାୟୀ ଭାବେ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ପରେ ୟୁନିଟ-୨ ରେ ଦେବାସ୍ଥଳୀ ନିର୍ମାଣ କରି ଏହି ଦେବାଦେବୀଙ୍କୁ ସେଠାରେ ଅବସ୍ଥାପିତ କରାଯିବ। ସ୍ମାର୍ଟ ଜନପଥ ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ପାଇଁ ଭୁବନେଶ୍ବର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।