ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର ବ୍ଲକ ସଲପଡିହ ଗ୍ରାମ ଅନ୍ତର୍ଗତ ମା’ ପାଣ୍ଡବାଶୁଣୀ ମନ୍ଦିରରେ ନୂତନ ଓଡିଆ ଚଳଚ୍ଚିତ୍ର ‘ତୋ ପାଇଁ କିଛି ବି କରିପାରେ’ ର ଶେଷ ଭାଗର ସୁଟିଂ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ ଅଭିନେତା ଅମ୍ଲାନ, ବବି ମିଶ୍ର ଓ ଅଭିନେତ୍ରୀ ରିୟା ଯୋଗଦେଇ ମା’ ପାଣ୍ଡବଶୁଣୀଙ୍କ ବ୍ୟାନରରେ ନିର୍ମିତ ଫିଲ୍ମର ଶେଷ ଭାଗର ସୁଟିଂ କରିଥିଲେ।
ଏହି ଚଳଚ୍ଚିତ୍ରଟି ମା’ ପାଣ୍ଡବାଶୁଣୀ ଏଣ୍ଟେରଟେନମେଣ୍ଟ ବ୍ୟାନରର ପ୍ରଥମ ଅବଦାନ ଏବଂ ଏହି ଦୁଇ ଅଭିନେତା ଅଭିନେତ୍ରୀ ‘ତୋ ପାଇଁ କିଛି ବି କରିପାରେ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି।
ଏହାର ନିର୍ଦ୍ଦେଶକ ନିରଞ୍ଜନ ବେହେରା ଥିବାବେଳେ ପ୍ରଯୋଜକ ଶଙ୍କର ବେହେରା ଓ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ ବୋଲି ଜଣାପଡିଛି। ହେଲେ ଫିଲ୍ମ ରେ ସମୁଦାୟ ପାଞ୍ଚ ଗୋଟି ଗୀତ ରହିଥିବା ବେଳେ ଦୁଇ ଗୋଟି ଗୀତର ଶୁଟିଂ ପୁଣି ଏହି ମନ୍ଦିର ରେ ଆଗାମୀ ମାସରେ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅତି ନିକଟରୁ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଦେଖିବାକୁ ଦର୍ଶକ ଙ୍କ ବହୁତ ଭିଡ ଜମିଥିଲା ଏବଂ ଲୋକମାନଙ୍କ ମଧ୍ୟରେ ବେଶ କିଛି ସମୟ ଉତ୍ସାହ ଭରିଦେଇଥିଲା।