Categories
ଆଜିର ଖବର ରାଜ୍ୟ ଖବର

କାଠଫାଳିଆରେ ମା’କୁ ପିଟି ପିଟି ହତ୍ୟା କଲା ପୁଅ

ବିନିକା : ନିଜ ଜନ୍ମକଲା ମା’କୁ ପିଟି ପିଟି ହତ୍ୟା କରିଛି ପୁଅ । କାଠ ଫାଳିଆରେ ନିଜ ମା’କୁ ପିଟି ପିଟି ମାରି ଦେଇଛି ଜଣେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଅଭିଯୁକ୍ତ ପୁତ୍ରଙ୍କ ବୟସ 28ବର୍ଷ ହୋଇଥିବାବେଳେ ସେ ତାଙ୍କ ବୃଦ୍ଧା ମା’ଙ୍କୁ କାଠ ଫାଳିଆରେ ତାଙ୍କ ମୁଣ୍ଡ ଏକାଧିକ ପ୍ରହାର କରିଥିଲେ । ଯାହାଫଳରେ ବୃଦ୍ଧା ମା’ଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହିତ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବୃଦ୍ଧାଙ୍କ ବୟସ 62 ବର୍ଷ ବୋଲି ଜଣାପଡିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଗିରଫ କରିଛି ।