Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ରଖ୍ୟାତ ଭାରତୀୟ ଆଥଲେଟ ମିକ୍କା ସିଂଙ୍କର କରୋନାରେ ପରଲୋକ

ନୂଆଦିଲ୍ଲୀ, କିମ୍ବଦନ୍ତୀ ଭାରତୀୟ ଆଥଲେଟ୍ ମିଲ୍କା ସିଂଙ୍କର କରୋନାରେ ପରଲୋକ ଘଟିଛି। ଶୁକ୍ରବାର ରାତିରେ ଚଣ୍ଡିଗଡ଼ର ଏକ ହସପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି କରୋନାରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହେବାର ପାଞ୍ଚ ଦିନ ପରେ ତାଙ୍କର ଦେହାନ୍ତ ହୋଇଛି।

କରୋନା ଆକ୍ରାନ୍ତ ମିକ୍କାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ତାଙ୍କୁ ଆଇସିୟୁ ରଖି ଚିକିତ୍ସା କରାଯାଉଥିଲା। ହେଲେ ସେ ଶୁକ୍ରବାର ରାତି 11 ଟା 30 ମିନଟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।