Categories
ଅପରାଧ ଆଜିର ଖବର ଜାତୀୟ ଖବର

ରେନାୱାରୀ ଅଞ୍ଚଳରେ ୨ ଲଶ୍କର ଆତଙ୍କବାଦୀ ନିହତ, ଜଣଙ୍କ ପାଖରୁ ମିଳିଲା ମିଡିଆ ପରିଚୟ ପତ୍ର

ଶ୍ରୀନଗର: ଆଜି ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଏକ ଏନକାଉଣ୍ଟରରେ ୨ ଜଣ ଲଶ୍କର-ଏ-ତୋଇବା ନିହତ ହୋଇଛନ୍ତି। ମୃତକ ଆତଙ୍କବଦୀଙ୍କ ମଧ୍ୟରୁ ଜଣଙ୍କ ପାଖରୁ ଏକ ମିଡିଆ ପରିଚୟ ପତ୍ର ଜବତ କରାଯାଇଛି। ଏ ସମ୍ପର୍କରେ କାଶ୍ମୀର ପୋଲିସ ସୂଚନା ଦେଇଛି। ପୋଲିସ୍ ଟ୍ୱିଟ୍ କରି ଲେଖିଛି ଯେ, ନିହତ ହୋଇଥିବା ପ୍ରତିବନ୍ଧିତ ସଂଗଠନ ଲସ୍କରର ଏକ ସ୍ଥାନୀୟ ଆତଙ୍କବାଦୀ ପାଖରେ ମିଡିଆ ପରିଚୟ ପତ୍ର (ଆଇଡି) ରହିଛି। ଏହା ଗଣମାଧ୍ୟମର ଅପବ୍ୟବହାରର ଏକ ସ୍ପଷ୍ଟ ମାମଲା ଦେଖାଯାଉଛି।

ବୁଧବାର ଦିନ ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଘଟିଥିବା ଏକ ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଦୁଇ ଆତଙ୍କବାଦୀ ସାଧାରଣ ନାଗରିକଙ୍କ ହତ୍ୟା ସମେତ ଅନେକ ଆତଙ୍କବାଦୀ ଅପରାଧରେ ଜଡିତ ଅଛନ୍ତି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରାଯାଇଛି ବୋଲି ପୋଲିସ କହିଛି।