Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସ୍କିଲ୍ସ କାଉନସିଲ୍ ତରଫରୁ ଆୟୋଜିତ ହେଲା ଇଣ୍ଡଷ୍ଟ୍ରି ପାର୍ଟନର୍ସ ମିଟ୍

ଭୁବନେଶ୍ୱର: ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସ୍କିଲ୍ସ କାଉନସିଲ୍ ବା ମିଡିଆ ଏବଂ ମନୋରଞ୍ଜନ ଦକ୍ଷତା ପରିଷଦ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହେଲା ଶିଳ୍ପ ସହଭାଗୀ ମାନଙ୍କ ମିଟ। ଇଭେଣ୍ଟ ମିଡିଆ ମ୍ୟାନେଜମେଣ୍ଟ, ଉତ୍ପାଦକ, ଭିନ୍ନ ସଂସ୍ଥାର ନିର୍ଦ୍ଦେଶକ, ଆନିମେସନ୍ ଷ୍ଟୁଡିଓ ଏବଂ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଶିଳ୍ପ କ୍ଷେତ୍ରରୁ ସମସ୍ତ ବିଭିନ୍ନ କ୍ଷେତ୍ରର ପ୍ରତିନିଧୀମାନେ ଏହି କାର୍ଯକ୍ରମରେ ଏକତ୍ରିତ ହୋଇଥିଲେ ସ୍କିଲ ଇଣ୍ଡିଆ ମିଶନକୁ ସମର୍ଥନର ଲକ୍ଷ ନେଇ।

ଏହି ମିଟ ବା ବୈଠକ, ହିତାଧିକାରୀମାନଙ୍କ ସହଯୋଗ ଏବଂ ସ୍କିଲ୍ ଇଣ୍ଡିଆର ଉଦ୍ଦେଶ୍ୟକୁ ଆହୁରି ଆଗକୁ ନେବା ପାଇଁ ଅଭିନବ ଉପାୟ ଅନୁସନ୍ଧାନ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା। ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିର ବିଭିନ୍ନ କ୍ଷେତ୍ରର ପ୍ରତିନିଧୀମାନେ ଉତ୍ପାଦନକାରୀ ଆଲୋଚନାରେ ଭାଗ ନେଇ ଦକ୍ଷତା ବିକାଶର ଗୁରୁତ୍ୱ ଏବଂ ଶିଳ୍ପ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ।

ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସ୍କିଲ୍ସ କାଉନସିଲ୍ ର ଏହି ଇଣ୍ଡଷ୍ଟ୍ରି ପାର୍ଟନର୍ସ ମିଟ୍ ଦକ୍ଷତା ବିକାଶ ପଦକ୍ଷେପକୁ ଅଗ୍ରଗତି କରିବା, ବ୍ୟକ୍ତିବିଶେଷଙ୍କୁ ସଶକ୍ତିକରଣ ଏବଂ ପ୍ରତିଭା ବିକାଶ କରିବାର ଏକ ବ୍ୟାପକ ଜାତୀୟ ଏଜେଣ୍ଡା ନେଇ ଏହି କାର୍ଯକ୍ରମ ଆୟୋଜନ କରିଥିଲା ଓ ଶିଳ୍ପ କ୍ଷେତ୍ରରେ ପ୍ରମୁଖ ବିନିଯୋଗକାରୀଙ୍କ ଅଂଶଗ୍ରହଣ ଭବିଷ୍ୟତ ପାଇଁ ଏକ ଦକ୍ଷ ଏବଂ ଗତିଶୀଳ କର୍ମଜୀବୀ ଗଠନ ପାଇଁ ଏକ ସାମୂହିକ ପ୍ରତିବଦ୍ଧତାକୁ ସୂଚିତ କରିଥିଲା।

ଏହି‌ ଅବସରରେ ଭରତ ସରକାରଙ୍କ ସ୍କିଲ ଇଣ୍ଡିଆ ର ମିଡିଆ ଓ ଏଣ୍ଟରଟେନମେଣ୍ଟ ବିଭାଗର ଭାଇସ ପ୍ରେସିଡେଣ୍ଟ ଅପରେସନ୍ସ ପୂଜା ଆରୋରା ,ଓଲିଉଡ୍ ପ୍ରଯୋଜକ ବିରଞ୍ଚି ନାରାୟଣ ପଣ୍ଡା,ଅତିସ କୁମାର ରାଉତ,ଶ୍ରୀଧର ମାର୍ଥା,ସୁବ୍ରତ ନାୟକ,ଯତୀନ୍ ନାଏକ,ରୂପେଶ ନାୟକ,ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଟାଇମସ ଇଣ୍ଟରନେଟ ସଂସ୍ଥାରୁ ଛଟେଇ ହେଲେ ୨୦୦ ସାମ୍ବାଦିକ ଓ କର୍ମଚାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ଗଣମାଧ୍ୟମ ଜଗତ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରିବାରେ ଲାଗିଛି। ବିଭିନ୍ନ ମିଡିଆ କଂପାନୀ ବର୍ତ୍ତମାନ ସାମ୍ବାଦିକମାନଙ୍କୁ ଛଟେଇ କରିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଦେଶର ବୃହତ ମିଡିଆ କଂପାନୀ ଟାଇମସ ଅଫ ଇଣ୍ଡିଆ ଗ୍ରୁପର ଡିଜିଟାଲ ୱଇଙ୍ଗିରୁ କର୍ମଚାରୀ ଛଟେଇ କରାଯାଇଛି।

ଇ4ଏମ ତଥ୍ୟ ଅନୁସାରେ ଟାଇମସ ଇଣ୍ଟରନେଟରେ କାମ କରୁଥିବା ପ୍ରାୟ ୨୦୦ ସାମ୍ବାଦିକ ଓ କର୍ମଚାରଙ୍କୁ ଚାକିରୀ ଛାଡିବା ପାଇଁ ନୋଟିସ ପଠାଯାଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ତୁରନ୍ତ ଛାଡିବାକୁ କୁହାଯାଇଥିବା ବେଳେ ଅନ୍ୟ କେତେକଙ୍କୁ କିଛି ଦିନ ସମୟ ଦିଆଯାଇଛି। ତେବେ ଛଟେଇ କରାଯାଇଥିବା କର୍ମଚାରୀଙ୍କୁ କଂପାନୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯାଇଛି। ହେଲେ କଂପାନୀର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମିଡିଆକୁ ସମାଲୋଚନା କଲେ ଅଭିନେତା ପପୁ ପମପମ

ଭୁବନେଶ୍ବର: ମିଡିଆକୁ ପ୍ରବଳ ମାତ୍ରାରେ ସମାଲୋଚନା କରିଛନ୍ତି ହାସ୍ୟ ଅଭିନେତା ପପୁ ପମପମ। ସେ କାଷ୍ଟିଂ କାଉଚ ମାମଲାରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ସେ ଏହି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମିଡିଆ ଯୋଗୁଁ ମୁଁ ନିନ୍ଦିତ ହେଲି। ମିଡିଆ ନ୍ୟୁଜ ଯୋଗୁଁ ମୁଁ ଜେଲରେ ମାସାଧିକ କାଳ ରହିଲି। ମିଡିଆ ଯୋଗୁଁ ମୁଁ ଦୀର୍ଘ ଛଅ ବର୍ଷ ଧରି ହତସନ୍ତ ହେଲି।

ପପୁ କହିଛନ୍ତି ଯେ ବର୍ତ୍ତମାନ ମିଡିଆ ଟିଆରପି ଚକରରେ ଯାହା ଇଚ୍ଛା ତାହା କରିବାରେ ଲାଗିଛି। ସେ ଟୁଙ୍ଗୁର ଭୋଳ ହେଉ କି ବାବୁସାନ ପ୍ରକୃତି। ଏମାନଙ୍କ ଖବର ଲୋକେ ଦେଖିବେ ବୋଲି ଘଣ୍ଟାଘଣ୍ଟା ଧରି ଘଣ୍ଟାଚକଟା କରାଯାଉଛି। ବର୍ତ୍ତମାନ ସୋସିଆଲ ମିଡିଆ ହେଉ କିମ୍ବା ୱେବ ମିଡିଆ, ଏହାର ପ୍ରାୟ ନବେ ଭାଗ ଖବର ଭୁଲ ବୋଲି ପପୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଓଡ଼ିଆଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟସରକାର: ମିଡିଆକୁ ବାରଣ, ବର୍ଡର ଚେକ୍‌ ପଏଣ୍ଟ ପାଇଁ ଏସ୍‌ଓପି

ଭୁବନେଶ୍ବର : ରାଜ୍ୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ଆକ୍ରାନ୍ତ ବଢୁଥିବାବେଳେ ଏହା ସରକାରଙ୍କ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଅପରପକ୍ଷରେ ରାଜ୍ୟ ସରକାର ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇବ ଆଣିବାର ବନ୍ଦୋବସ୍ତ କରିଛନ୍ତି । ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଗାଡ଼ିରେ ଫେରୁଥିବା ପ୍ରବାସୀଙ୍କ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। 12ଟି ବର୍ଡର ଚେକ୍‌ ପଏଣ୍ଟ (ବିସିପି) ଲାଗି ଏସ୍‌ଓପି ଜାରି କରିଛନ୍ତି ସରକାର। କେବଳ ସ୍ଥିରୀକୃତ ବର୍ଡର ଚେକ୍‌ ପଏଣ୍ଟ ଦେଇ ଲୋକେ ପ୍ରବେଶ କରିପାରିବେ ବୋଲି ସୂଚନା ରହିଛି। ଅତିକମ୍‌ରେ ପୋଲିସ୍‌ ଇନସ୍ପେକ୍ଟର ରାଙ୍କର ଅଫିସର ଦାୟିତ୍ବରେ ରହିବେ । ଆରଟିଓ, ପରିବହନ କମିଶନରଙ୍କ କାର୍ଯ୍ୟାଳୟରେ ଷ୍ଟାଫ୍‌ ସହଯୋଗ କରିବେ।  ଏଥିପାଇଁ ପରିବହନ କମିଶନର କମ୍ପ୍ୟୁଟର, ପ୍ରିଣ୍ଟର, ଡାଟା ଏଣ୍ଟ୍ରି ଅପରେଟର ଆଦି ଯୋଗାଇଦେବେ। ସେହିପର ପବାସୀ ଓଡ଼ିଆଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସୂଚନା ରହିଛି । ସେହିପରି ଜଣେ ଡାକ୍ତରଙ୍କୁ ନେଇ ସ୍ବାସ୍ଥ୍ୟ ଟିମ୍‌ ମଧ୍ୟ ସେଠାରେ ମୂତୟନ କରାଯିବେ । ଫେରୁଥିବା ପ୍ରବାସୀମାନେ ଚେକିଂ ପଏଣ୍ଟରେ ପରିଚୟ ପତ୍ର ଦେଖାଇବେ । ପଞ୍ଜିକୃତ ଡାଟା ସହ ପ୍ରବାସୀଙ୍କ ପରିଚୟ ପତ୍ରକୁ ମେଳାଇବା ପରେ ଛଡାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ପ୍ରବାସୀଙ୍କ ଡାହାଣ ହାତରେ ଅଲିଭା କାଳିରେ ଫେରିବା ତାରିଖ ଲେଖାଯିବ ।

ଅପରପକ୍ଷରେ ପ୍ରବାସୀ ଓଡ଼ିଆଙ୍କ ଫେରନ୍ତା ପ୍ରସଙ୍ଗରେ ଗଣମାଧ୍ୟମ ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।  ପ୍ରବାସ ଫେରନ୍ତାଙ୍କ ପହଞ୍ଚିବା ସ୍ଥଳକୁ ଯିବା ପାଇଁ ମିଡିଆକୁ ବାରଣ କରାଯାଇଛି। ରେଳ ଷ୍ଟେସନ କିମ୍ବା ଚେକ୍‌ ପଏଣ୍ଟକୁ ଯିବା ଲାଗି ମିଡିଆକୁ ବାରଣ କରାଯାଇଛି। କ୍ବାରେଣ୍ଟିନ୍‌ ଓ ଆଇସୋଲେସନ କେନ୍ଦ୍ରକୁ ମଧ୍ୟ ମିଡିଆକୁ ବାରଣ କରାଯାଇଛି। ସଂକ୍ରମଣ ଆଶଙ୍କା ଥିବାରୁ ମିଡିଆକୁ ବାରଣ କଲେ ରାଜ୍ୟ ସରକାର। ପ୍ରବାସୀଙ୍କ ଫେରିବା ସମ୍ପର୍କିତ ଫଟୋ ଓ ସମ୍ବାଦ ଯୋଗାଇ ଦିଆଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଡିଆକୁ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।