Categories
ଆଜିର ଖବର ଜାତୀୟ ଖବର

ମିଥୁନ ଚକ୍ରବର୍ତ୍ତୀଙ୍କ ଉପରେ ପଡିଲା ଦୁଃଖର ପାହାଡ଼, ଅଭିନେତାଙ୍କ ମାତା ଶାନ୍ତିରାଣୀଙ୍କର ଦେହାନ୍ତ

କଲିକତା: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମାତାଙ୍କ ଦେହାନ୍ତ ହୋଇଛି। ମିଥୁନଙ୍କ ସାନପୁଅ ନମାଶି ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଅଭିନେତାଙ୍କ ମା’ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ସେ ଆଜି ଦୁନିଆରୁ ବିଦାୟ ନେଇଥିଲେ। ପ୍ରକାଶ ଯେ, ଶାନ୍ତିରାଣୀ କେବଳ ମିଥୁନଙ୍କ ସହ ତାଙ୍କ ମୁମ୍ବାଇ ଘରେ ରହୁଥିଲେ।

ମା’ଙ୍କୁ ହରାଇବା ପରେ ମିଥୁନ ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏହି ସମୟରେ କେବଳ ବଲିଉଡର ସେଲିବ୍ରେଟମାନେ ନୁହଁନ୍ତି ରାଜନେତାମାନେ ମଧ୍ୟ ତାଙ୍କ ମା’ଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଉଲ୍ଲେଖ ଥାଉ ଯେ ତିନି ବର୍ଷ ପୂର୍ବେ କୋଭିଡ ସମୟରେ ଅଭିନେତାଙ୍କ ପିତା ବସନ୍ତ କୁମାର ଚକ୍ରବର୍ତ୍ତୀ ୯୫ ବର୍ଷ ବୟସରେ ଦେହାନ୍ତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିପିଲିରେ ଅଖିମୁଠି ଅନୁକୂଳ କଲେ ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ପିପିଲି: ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଓଡିଶାର ପାରଂପାରିକ ପର୍ବରେ ନିଜକୁ ସାମିଲ କରାଇଛନ୍ତି। ଗତକାଲି ଅକ୍ଷୟ ତୃତୀୟା ଉପଲକ୍ଷେ ମିଥୁନ ଚକ୍ରବର୍ତ୍ତୀ ପିପିଲିରେ ହଳ ବୁଲାଇ ଧାନ ବୁଣିଛନ୍ତି। ସେ ପିପିଲିର ଲକ୍ଷ୍ମୀନାରାୟଣପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ମିଥୁନ ଚକ୍ରବର୍ତ୍ତୀ ମୁଣ୍ଡରେ ଗାମୁଛା ଭିଡି ଓଡିଆ ଚାଷୀପୁଅ ପରି ଧାନ ବୁଣିଥିଲେ। ତାଙ୍କ ସହିତ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭାପତି ଶଙ୍କର ପରିଡା, ପୁରୀ ଜିଲ୍ଲା ବିଜେପି ସଭାପତି ଆର୍ଶିତ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।

Categories
ବିଶେଷ ଖବର

୨୧ ତୃଣମୂଳ କଂଗ୍ରେସ ବିଧାୟକ ମୋ ସହ ଯୋଗାଯୋଗରେ ଅଛନ୍ତି: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମିଥୁନ ଚକ୍ରବର୍ତ୍ତୀ ଶନିବାର ଦାବି କରିଛନ୍ତି ଯେ, ୨୧ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ବଲିଉଡ ଅଭିନେତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ଜୁଲାଇରେ କରିଥିବା ଦାବି ଉପରେ କାୟମ ରହିଛନ୍ତି। ଶାସକ ଟିଏମସିର ୩୮ଜଣ ବିଧାୟକ ବିରୋଧୀ ଦଳ ସହ ଯୋଗାଯୋଗ କରୁଛନ୍ତି, ସେଥିମଧ୍ୟରୁ ୨୧ ଜଣ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି ବୋଲି ମିଥୁନ କହିଛନ୍ତି। ଗତ ବର୍ଷ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଚକ୍ରବର୍ତ୍ତୀ ବିଜେପିରେ ଯୋଗ ଦେଇଥିଲେ।

ସେ କହିଛନ୍ତି ଯେ, ମୁଁ ଜୁଲାଇରେ ଯାହା କହିଥିଲି ତାହା ସତ୍ୟ। ବର୍ତ୍ତମାନ ସୁଦ୍ଧା ୨୧ ଟିଏମସି ବିଧାୟକ ମୋ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଦୟାକରି କିଛି ସମୟ ଅପେକ୍ଷା କର ଏବଂ ଆପଣମାନେ ସବୁକିଛି ଜାଣିବେ। “ସେ କହିଛନ୍ତି ଯେ, ପାର୍ଟି ଭିତରେ ଥିବା ଆପତ୍ତି ବିଷୟରେ ମୁଁ ଅବଗତ ଅଛି। କିନ୍ତୁ, ମୁଁ କହିବାକୁ ଚାହେଁ ଯେ ମୁଁ ମୂର୍ଖ ନୁହେଁ ଏବଂ ସମାନ ଭୁଲ ପୁନରାବୃତ୍ତି ହେବ ନାହିଁ।

ଏହାପୂର୍ବରୁ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ, ବଙ୍ଗଳାର ଟିଏମସି ସରକାର ଏହାର ପାଞ୍ଚ ବର୍ଷ କାର୍ଯ୍ୟ ଶେଷ କରି ପାରିବେ ନାହିଁ ଏବଂ ୨୦୨୪ ସୁଦ୍ଧା କ୍ଷମତାରୁ ବହିଷ୍କୃତ ହେବେ। ଏଥି ସହିତ ଟିଏମସି ଏହାର ପାଲଟା ଆକ୍ରମଣ କରି କହିଛି ଯେ, ତାଙ୍କର ବିଧାୟକମାନେ ବିକ୍ରି ହେବେ ନାହିଁ।

ଟିଏମସି ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ କହିଛନ୍ତି ଯେ, ଏଭଳି ବିବୃତ୍ତି ଲୋକଙ୍କୁ ବୋକା ବନେଇବାର ପ୍ରୟାସ। ବାସ୍ତବତା ସହିତ ଏହାର କୌଣସି ସମ୍ପର୍କ ନାହିଁ। ମୁଁ ଭାବୁଛି ଏଭଳି ମନ୍ତବ୍ୟ ଯୋଗୁଁ ବିଜେପିରେ କଳହ ବୃଦ୍ଧି ପାଇବ। ଟିଏମସି ବିଧାୟକମାନେ ବିଜେପି ନେତାଙ୍କ ପରି ବିକ୍ରି ହେବାକୁ ଯାଉନାହାଁନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ଦାବି: ବିଜେପି ସହ ଯୋଗାଯୋଗରେ ଅଛନ୍ତି ୩୮ ଟିଏମସି ବିଧାୟକ

ନୂଆଦିଲ୍ଲୀ: ଆଜି ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେ ଦାବି କରିଛନ୍ତି ଯେ, ସେ ନିଜେ ୨୧ ଜଣ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି।

ଆଜି କୋଲକାତାରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଥୁନ ଏହି ଦାବି କରିଛନ୍ତି। ସେ ସାମ୍ବାଦିକମାନଙ୍କୁ ପଚାରିଲେ ଯେ, ଆପଣ ବ୍ରେକିଙ୍ଗ୍ ନ୍ୟୁଜ୍ ଜାଣିବାକୁ ଚାହୁଁଛନ୍ତି କି? ମୋର ବ୍ରେକିଙ୍ଗ୍ ଖବର ଅଛି। ବର୍ତ୍ତମାନ ୩୮ ଟିଏମସି ବିଧାୟକ ଆମ ସହିତ ଯୋଗାଯୋଗ କରୁଛନ୍ତି।

ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ସର୍ବଦା ଅଭିଯୋଗ ହେଉଛି ଯେ ଦଙ୍ଗା ଘଟଣାରେ ବିଜେପି ଜଡିତ ଅଛି, ବିଜେପି ଦଙ୍ଗା ସୃଷ୍ଟି କରୁଛି। କିନ୍ତୁ ମୋତେ ଏକ ଘଟଣା ଦେଖାନ୍ତୁ ଯେଉଁଥିରେ ବିଜେପି ଜଡିତ ଅଛି।

ଅନ୍ୟପକ୍ଷରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପ୍ରସଙ୍ଗରେ ମିଥୁନ କହିଛନ୍ତି ଯେ, ଯଦି ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, ତେବେ se ବିଶ୍ରାମ ନିଅନ୍ତୁ ଏବଂ ଶୋଇଯାଅନ୍ତୁ, କିଛି ହେବ ନାହିଁ। କିନ୍ତୁ ଯଦି ପ୍ରମାଣ ତାଙ୍କ ବିରୁଦ୍ଧରେ ଅଛି ତେବେ କେହି ଆପଣଙ୍କୁ ରକ୍ଷା କରିପାରିବେ ନାହିଁ।

ଏଥି ସହିତ ମୁସଲମାନମାନଙ୍କୁ ବିଜେପିର ଘୃଣା ପ୍ରଶ୍ନ ଉପରେ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଭାରତର ଶ୍ରେଷ୍ଠ ତିନି ତାରକା ମୁସଲମାନ। ସଲମାନ, ଶାହାରୁଖ ଏବଂ ଆମୀର! ଏହା କିପରି ସମ୍ଭବ? ୧୮ ଟି ରାଜ୍ୟରେ ବିଜେପି କ୍ଷମତାରେ ଅଛି। ଯଦି ବିଜେପି ତାଙ୍କୁ ଘୃଣା କରେ କିମ୍ବା ହିନ୍ଦୁମାନେ ତାଙ୍କୁ ଭଲ ପାଆନ୍ତି ନାହିଁ, ତେବେ ତାଙ୍କ ଚଳଚ୍ଚିତ୍ର କିପରି ଏହି ରାଜ୍ୟଗୁଡିକରୁ ସବୁଠାରୁ ବଡ ବ୍ୟବସାୟ କରିପାରୁଛି? ଏହା ବ୍ୟତୀତ ଶିକ୍ଷକ ନିଯୁକ୍ତି ସ୍କାମ ସମ୍ପର୍କରେ ମିଥୁନ କହିଛନ୍ତି ଯେ, ଶିକ୍ଷକ ନିଯୁକ୍ତି ସ୍କାମ ହେଉଛି ୨୦୦୦ କୋଟି ଟଙ୍କା ଏବଂ ୧୦୦ କୋଟି ଟଙ୍କା ନୁହେଁ।