Categories
ବିଶେଷ ଖବର

ନିର୍ବାଚନରେ “ମିଥ୍ୟା ପ୍ରତିଶୃତି” ଉପରେ ନଜର ରଖିବା ପାଇଁ ଇସି ନେଲା ଏହି ବଡ ପଦକ୍ଷେପ

ନୂଆଦିଲ୍ଲୀ: ନିର୍ବାଚନରେ ମାଗଣା ଉପହାରକୁ ନେଇ ଦେଶରେ ଚାଲିଥିବା ବିତର୍କ ମଧ୍ୟରେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ନିର୍ବାଚନ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳମାନେ ଏହି ପ୍ରତିଶ୍ରୁତି ପାଇଁ କିପରି ଅର୍ଥ ଜମା କରିବାକୁ ଯୋଜନା କରୁଛନ୍ତି ତାହାର ସବିଶେଷ ତଥ୍ୟ ଦେବା ଉଚିତ୍। ନିର୍ବାଚନ ଆୟୋଗଙ୍କ ଦ୍ଵାରା ଦିଆଯାଇଥିବା ପରାମର୍ଶରେ ନୂତନ ନିୟମ ପ୍ରତି ଦଳଗୁଡ଼ିକ ଭୋଟରଙ୍କ ନିକଟରେ ଅଧିକ ଉତ୍ତରଦାୟୀ ରହିବେ। ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଚିଠି ଲେଖି ସେମାନଙ୍କ ଘୋଷଣା ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ ଅର୍ଥ ସଂଗ୍ରହ କରିବାର ଉପାୟ ଏବଂ ଅର୍ଥର ସବିଶେଷ ତଥ୍ୟ ମାଗିଛନ୍ତି। ଅକ୍ଟୋବର ୧୯ ତାରିଖ ସୁଦ୍ଧା ଦଳଗୁଡିକ ପ୍ରସ୍ତାବିତ ପରିବର୍ତ୍ତନଗୁଡିକର ଜବାବ ଦେବାକୁ ପଡିବ। ନିର୍ବାଚନ ଆୟୋଗ ତାଙ୍କ ଚିଠିରେ କହିଛନ୍ତି ଯେ, କେବଳ ସେହି ପ୍ରତିଶ୍ରୁତି ଉପରେ ଭୋଟରଙ୍କ ବିଶ୍ୱାସ ଲୋଡ଼ାଯିବା ଉଚିତ ଯାହା ପୂରଣ ହେବା ସମ୍ଭବ ଅଟେ।

ଚିଠି ଅନୁଯାୟୀ, ଆୟୋଗ କହିଛନ୍ତି ଯେ, ନିର୍ବାଚନ ଘୋଷଣା ପାତ୍ର ସ୍ପଷ୍ଟ ଭାବରେ ସୂଚିତ କରିବା ଉଚିତ ଯେ ପ୍ରତିଶ୍ରୁତିର ସ୍ୱଚ୍ଛତା, ସମାନତା ଏବଂ ବିଶ୍ୱସନୀୟତାକୁ ଦୃଷ୍ଟିରେ ରଖି ଆର୍ଥିକ ଆବଶ୍ୟକତା କିପରି ଏବଂ କେଉଁ ମାଧ୍ୟମରେ ପୂରଣ ହେବ। ଆୟୋଗର ଆଦର୍ଶ ନିର୍ବାଚନ ସଂହିତାରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ନିର୍ବାଚନ ଘୋଷଣା ପତ୍ରରେ ନିର୍ବାଚନ ପ୍ରତିଶ୍ରୁତିର ଯଥାର୍ଥତା ଦେଖାଯିବା ଉଚିତ।

ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବକୁ ଜବାବ ଦେଇ ଆମ୍ ଆଦମୀ ପାର୍ଟି (ଏଏପି) କହିଛି ଯେ, ସରକାର ଟିକସଦାତାଙ୍କ ଟଙ୍କା ରାଜନେତା, ସେମାନଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ପାଇଁ ନୁହେଁ ବରଂ ଜନସାଧାରଣଙ୍କୁ ସୁବିଧା ଯୋଗାଇବା ଉଚିତ୍। ଦଳ କହିଛି ଯେ, ଲୋକଙ୍କୁ ବିଦ୍ୟୁତ୍, ଜଳ, ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା ଯେକୌଣସି ସରକାରର ମୁଖ୍ୟ ଦାୟିତ୍ଵ ଅଟେ।