Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

କରୋନା ଲଢେଇ ଜିତିଲେ ଅଭିନେତା ମିଲିନ୍ଦ ସୋମନ: ଆକ୍ରାନ୍ତ ପରେ ପିଉଥିଲେ ଏକ ସ୍ଵତନ୍ତ୍ର କାଢା

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରେଟିମାନେ ଏହି ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଛନ୍ତି। ଅକ୍ଷୟ କୁମାର, ଭିକି କୌଶଳ, ଭୂମୀ ପଡେନକର, ରଣବୀର କପୁରଙ୍କ ସମେତ ଅନେକ ଅଭିନେତା ଏବଂ ଅଭିନେତ୍ରୀ କରୋନାରେ ସଂକ୍ରମଣ ହୋଇଛନ୍ତି। ସେହିପରି ଅଭିନେତା ମିଲିନ୍ଦ ସୋମନ କରୋନାରେ ପଜିଟିଭ ହୋଇ ପୃଥକବାସରେ ରହୁଥିଲେ। ବର୍ତ୍ତମାନ ତାଙ୍କର କୋରୋନ ରିପୋର୍ଟ ନେଗେଟିଭ ଆସିଛି। ମିଲିନ୍ଦ ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ତେବେ କ୍ଵାରେଣ୍ଟିନ ସମୟରେ ସେ ଏକ ସ୍ଵତନ୍ତ୍ର କାଢା ତିଆରି କରି ପିଉଥିଲେ ବୋଲି କହିଛନ୍ତି। ମିଲିନ୍ଦ ଧନିଆ, ଗୋଲ ମରିଚ, ତୁଳସୀ, ଅଦା ଏବଂ ଗୁଡକୁ ମିଶାଇ ଏକ କାଢା ତିଆରି କରୁଥିଲେ। ଏବଂ ସେ କ୍ଵାରେଣ୍ଟିନ ସମୟରେ ଲଗାତାର ସେହି କାଢାକୁ ପିଉଥିଲେ ବୋଲି ମିଲିନ୍ଦ କହିଛନ୍ତି।