Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା “କେମିତି ଏ ସମ୍ପର୍କ”

ଭୁବନେଶ୍ଵର: ଏକ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ସାରା ଓଡିଶା ର ୨୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର “କେମିତି ଏ ସମ୍ପର୍କ”। କଳିଙ୍ଗ ପୁତ୍ର ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଲିପ୍ସା ମିଶ୍ର ଙ୍କୁ ନେଇ ଜେଜେଏନଜେ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “କେମିତି ଏ ସମ୍ପର୍କ” ର ପ୍ରିମିଅର ଶୋ’ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସ ରେ ହୋଇଥିଲା।

ନାୟକ ଆକାଶ, ନାୟିକା ଏଲିନା ଏବଂ ଲିପ୍ସା ଙ୍କ ସମେତ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଅସିତ ପତି, ଉଷସୀ ମିଶ୍ର, ମମତା ଦାଶ, ନମିତା, ଶିବ ପୂଜାପଣ୍ଡା, ହାସ୍ୟ କଳାକାର ଜ୍ଞାନ ବାରିକ, ଗୁଡ୍ଡୁ, ସନ୍ତୁ, ଶିଶୁ କଳାକାର ଲତାଶା ଖୁରାନା, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ପ୍ରଯୋଜକ ରୁପେଶ କୁମାର ନାୟକ ଏବଂ ଅନ୍ୟାନ୍ୟ କଳାକାର ମାନେ ସିନେ ପ୍ରେମୀ ଦର୍ଶକଙ୍କ ସହିତ ଏକାଠି ବସି ପୁରା ସିନେମା ଟିକୁ ଦେଖିଥିଲେ। ଏହା ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତଥା ଏକ ମୌଳିକ ପାରିବାରିକ କାହାଣୀ ହୋଇଥିବାରୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଅଧିକ ଦେଖିବାକୁ ମିଳିଥିଲା। ଏକ ସମ୍ପୂର୍ଣ୍ଣ ପାରିବାରିକ ତଥା ତ୍ରିକୋଣୀୟ ପ୍ରେମ ସହିତ ରହସ୍ୟ, ରୋମାଞ୍ଚ ଓ ସଂଘର୍ଷମୟ କାହାଣୀ ହୋଇଥିବାରୁ ଯୁବ ପିଢ଼ିଙ୍କ ମନରେ ଅଧିକ ଉତ୍କଣ୍ଠା ଦେଖିବାକୁ ମିଳିଛି। ଭୁବନେଶ୍ୱରର ପ୍ରିମିଅର ଶୋ’ ରେ ଦର୍ଶକଙ୍କ ଭିଡ଼ ବହୁ ମାତ୍ରାରେ ଜମିଥିଲା।

ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ୱ ରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡିଆ ଚଳଚ୍ଚିତ୍ର। ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ। ସମ୍ପାଦନା ରାଜେଶ ଦାସ। କଳା ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫି ରେ ଲୁବୁନ ଟୁବୁନ, ଭିଏଫକ୍ସ ଦାୟିତ୍ବରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି।  ଅନ୍ୟାନ୍ୟ ଭୂମିକା ରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି।

ତେବେ ହିମାଂଶୁ ପରିଜା (ଚଣ୍ଡୀ) ଙ୍କର ସମସ୍ତ ଫିଲ୍ମ କୁ ଯେମିତି ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି “କେମିତି ଏ ସମ୍ପର୍କ” କୁ ମଧ୍ୟ ଢେର ଭଲ ପାଇବା ଦେବେ ବୋଲି ଆଜି ପ୍ରଥମ ଶୋ ରୁ ସ୍ପଷ୍ଟ ଜାଣିହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ମୁକ୍ତିଲାଭ କଲା ବିଗ ବଜେଟର ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା”, ପୂର୍ବ ପଶ୍ଚିମ ସବୁଠି ହାଉସଫୁଲ

ଭୁବନେଶ୍ଵର: ବହୁ ପ୍ରତିକ୍ଷୀତ ବିଗ ବଜେଟର ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ଓଡ଼ିଶାର ୪୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ତେବେ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସ ରେ ପ୍ରଦର୍ଶିତ ହୋଇଥିବା ପ୍ରିମିଅର ଶୋ’ ରେ ନିମନ୍ତ୍ରିତ ଅତିଥି ଦର୍ଶକ ତଥା ସିନେ ଜଗତର ନାମୀ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସିନେମା ଟିକୁ ଦେଖିଥିଲେ।

ମୁମ୍ବାଇ ନାୟିକା ସିମ୍ରନ କୌର ଏବଂ ନାୟକ ସ୍ୱରାଜ ମଧ୍ୟ ପ୍ରିମିଅର ଶୋ’ ରେ ଯୋଗଦେଇଥିଲେ। ପ୍ରଯୋଜିକା ସନଲିଶା ପଟେଲ, ନିର୍ଦ୍ଦେଶକ କେ. ମୁରଲୀକ୍ରିଷ୍ଣା, ଅଭିନେତା କୁନା ତ୍ରିପାଠୀ, ପ୍ରଯୋଜକ ଅକ୍ଷୟ ପରିଜା, ସଚ୍ଚିକାନ୍ତ ଜେନା, ଗଙ୍ଗାଧର ରେଡ୍ଡୀ, ଅରୁଣ ମହାନ୍ତି, ପ୍ରଣୟ ଜେଠୀ, ଜ୍ୟୋତି ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଅଭିନେତା ପାର୍ଥ ସାରଥୀ ରାୟ, ଡିସ୍କୋ, ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି, ସୁଧାକର ବସନ୍ତ ପ୍ରମୁଖ ପ୍ରିମିଅର ଶୋ’ ଦେଖିଥିଲେ।

ସନଲିଶା ସିଗନେଚର ଫିଲ୍ମସ ବ୍ୟାନର ତଥା ପଶ୍ଚିମ ଓଡିଶାର ଝିଅ ସନଲିଶା ପଟେଲ ଙ୍କ ଦ୍ୱାରା ପ୍ରଯୋଜିତ ହୋଇଥିବା ଚଳଚ୍ଚିତ୍ର “ପ୍ରଥା” ରେ ସ୍ୱରାଜ ବାରିକ ଙ୍କ ଦମଦାର ଆକ୍ସନ ସହିତ ଦୁଇ ନାୟିକା ଙ୍କୁ ନେଇ ହୋଇଥିବା ଡ୍ରାମା, ଗୀତ ଦର୍ଶକଙ୍କୁ ବେଶ ଆନନ୍ଦ ଦେବ।  ଅନେକ ହିଟ ଚଳଚ୍ଚିତ୍ର ର ନିର୍ଦ୍ଦେଶକ କେ.ମୁରଳୀକ୍ରିଷ୍ଣା ଙ୍କ ବଳିଷ୍ଠ ନିର୍ଦ୍ଦେଶନା ପାଇଁ ସିନେ ପ୍ରେମୀ ନିଶ୍ଚିତ ପ୍ରେକ୍ଷାଳୟ ମୁହାଁ ହେବେ। ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଙ୍କ ଗୀତ ର ସ୍ୱର ଏବଂ ଆଗ ଧାଡି ର କଣ୍ଠଶିଳ୍ପୀ ଙ୍କ ସ୍ୱରର ଯାଦୁ ସବୁ ଦର୍ଶକ ଓ ଶ୍ରୋତା ଗୁଣୁଗୁଣୁ ହେବେ ଏବଂ ନାଚିବେ ଝୁମିବେ ମଧ୍ୟ। ଓଲିଉଡ଼ ସମେତ ମୁମ୍ବାଇ, ଦିଲ୍ଲୀ, ପଞ୍ଜାବ ର ଅଭିନେତା ଓ ଅଭିନେତ୍ରୀ ଙ୍କୁ ନେଇ ତିଆରି ହୋଇଥିବା ପ୍ରଥା ର କାହାଣୀ ଏପରି ଅନ୍ଧାର ଠୁ ଦୂରେଇ ଆଲୋକ ପ୍ରଦାନ କରିବା ଉଦ୍ଦେଶ୍ୟ ରେ ଦିୱାଲୀ ଉପଲକ୍ଷେ ମୁକ୍ତିଲାଭ କରିଛି।

ସୁଦୂର କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବିଭିନ୍ନ ପର୍ଯ୍ୟଟନ ସ୍ଥାନ ତଥା ଦିଲ୍ଲୀ ଏବଂ ପଞ୍ଜାବ ଭଳି ସ୍ଥାନ ମାନଙ୍କରେ ସୁଟିଂ ହୋଇଛି ପ୍ରଥା। ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମ ଓଡ଼ିଆ ପରମ୍ପରା କୁ ଚିତ୍ରଣ କରି ସମସ୍ତ ଦର୍ଶକଙ୍କୁ ଦେଖାଇବାର ପ୍ରୟାସ କରିଛନ୍ତି ପ୍ରଯୋଜିକା ସନଲିଶା। ମୁଖ୍ୟ ଚରିତ୍ର ରେ ଥିବା ନାୟକ ସ୍ୱରାଜ ବାରିକ, ସୁନ୍ଦରୀ ଶୀତଲ ପାତ୍ର ଏବଂ ମୁମ୍ବାଇ ର ସିମ୍ରନ କୌର ଙ୍କ ସମେତ ଅଭିନେତା ଚୌଧୁରୀ ବିକାଶ ଦାସ, ଜୟ ପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ବବି ମିଶ୍ର, ଡିସ୍କୋ ରେଡ୍ଡୀ, ଇଲୁ ବାନାର୍ଜୀ ଙ୍କ ବଳିଷ୍ଠ ଅଭିନୟ ସମସ୍ତ ଦର୍ଶକଙ୍କୁ ବେଶ ଆମୋଦ ଯୋଗାଇବ। ଓଡ଼ିଆ ସିନେମା ଶିଳ୍ପକୁ ବଞ୍ଚେଇବାକୁ ଅଭିଯାନ ଚଳାଇଥିବା ମିଡ଼ିଆ ପ୍ଲାନର ର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରଥା ସିନେମା କୁ ନେଇ ବେଶ ଚର୍ଚ୍ଚା କରିଛନ୍ତି ଏବଂ ସମସ୍ତ ଓଡ଼ିଆଙ୍କୁ ପ୍ରଥା ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

୫୧ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର “ରାମ୍”

ଭୁବନେଶ୍ଵର: ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ରାମ୍ ସାରା ଓଡିଶାର ୫୧ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। କିଛି ବର୍ଷ ର ବିରତି ପରେ ଅରିନ୍ଦମ ଙ୍କ ଫିଲ୍ମ ପରଦାକୁ ଆସିଥିବାରୁ ପ୍ରେକ୍ଷାଳୟ ସାମ୍ନାରେ ଫ୍ୟାନ୍ ଙ୍କର ବହୁତ ଭିଡ଼ ଜମିଥିଲା। ପ୍ରଥମେ କଟକ ରେ ବୃନ୍ଦାବନ ଓ ଭୁବନେଶ୍ବର ଠାରେ ସ୍ତୁତି ରାମ୍ ର ପ୍ରିମିୟର ହୋଇଥିଲା।

ରାମ୍ ରେ ଓଲିଉଡ଼ ର ଦୁଇ ମେଗା ଆକ୍ସନ ଷ୍ଟାର ଅରିନ୍ଦମ ଏବଂ ଅନୁଭବ ନଜର ଆସିଥିବାରୁ ପ୍ରଥମ ଦିନରେ ଓଡ଼ିଶାର ପ୍ରାୟ ସବୁ ପ୍ରେକ୍ଷାଳୟ ଫୁଲ୍ ଥିଲା। ତାଙ୍କ ସହିତ ବଲିଉଡ ତଥା ଟଲିଉଡ ର ଦୁର୍ଦ୍ଦାନ୍ତ ଖଳନାୟକ ଅଭିନେତା ରାହୁଲ ଦେବ ଅଭିନୟ କରିଛନ୍ତି। ଅରିନ୍ଦମ ଙ୍କ ସହିତ ବାଙ୍ଗୀୟ ସୁନ୍ଦରୀ ନାୟିକା ରୁପ୍ସା ଙ୍କ ଯୋଡି ଦର୍ଶକଙ୍କୁ ବେଶ ଆକର୍ଶିତ କରିଛି। ସହ କଳାକାର ଭାବେ ଓଲିଉଡ଼ର ଅନେକ ଅଭିଜ୍ଞ ଅଭିନେତାଙ୍କୁ ଚଳଚ୍ଚିତ୍ର ରାମ୍ ରେ ବେଶ ଭଲ ବ୍ରେକ୍ ମିଳିଛି।

ନିର୍ଦ୍ଦେଶକ ଅଶୋକ ପତିଙ୍କ ଦମଦାର ନିର୍ଦ୍ଦେଶନା ଯୁବପିଢ଼ିଙ୍କୁ ବେଶ ପ୍ରଭାବିତ କରିଛି।  ଆକ୍ସନ ସାଙ୍ଗକୁ ରୋମାନ୍ସ, କମେଡି ସାଙ୍ଗକୁ ରାମ୍ ରେ ଟ୍ରାଜେଡି ଭରପୁର ରହିଛି। ରତ୍ନା ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟ ଙ୍କ ପ୍ରଯୋଜିତ ରାମ୍ ଚଳଚ୍ଚିତ୍ର ଏକ ବିଗ ବଜେଟର ଚଳଚ୍ଚିତ୍ର।

ଗୀତଗୁଡିକୁ ସଙ୍ଗୀତ ରେ ସଜାଡିଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଏବଂ ଲିଙ୍କନ।
ଦଶହରା ବଜାରରେ ୩ ଟି ଓଡ଼ିଆ ଚଳଚ୍ଚିତ୍ର ଆସିଥିବା ବେଳେ ଦର୍ଶକ ରାମ୍ କୁ ଢେର ଭଲ ପାଇବା ଦେଉଥିବା ପରିଲକ୍ଷିତ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଅକ୍ଟୋବର ୬ ରେ ମୁକ୍ତିଲାଭ କରିବ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ 

ଭୁବନେଶ୍ଵର: ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର “ମାଇଣ୍ଡ ଗେମ୍” ମୁକ୍ତିଲାଭ କରିବା ନେଇ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ତାରିଖ ଘୋଷଣା ହୋଇଯାଇଛି। ଏହି ଅବସରରେ ସିନେ ପ୍ରଯୋଜକ ଶ୍ରୀଧର ମାର୍ଥା, ଅଭିନେତା ମନୋଜ ମିଶ୍ର, ସିନେ ପ୍ରଣୟ ଜେଠୀ, ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରୋମୋସ୍ନାଲ ପାର୍ଟନର ପ୍ରଭୁଚରଣ ମହାନ୍ତି ପ୍ରମୁଖ ଅତିଥି ମାନେ ଉପସ୍ଥିତ ଥିଲେ।

ଓଡ଼ିଶାରେ ଘଟିଥିବା ଏକ ଚାଞ୍ଚଲ୍ୟକର ପାର୍ସଲ ବୋମା ଘଟଣା ଆଜି ପର୍ଯ୍ୟନ୍ତ କାହା ମନରୁ ପାଶୋରି ହୋଇନାହିଁ। ସେଦିନର ସେଇ ବହୁ ଚର୍ଚ୍ଚିତ ଘଟଣାକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରଯୋଜକ ଶ୍ରୀଧର ମାର୍ଥା ଦୀର୍ଘ ପାଞ୍ଚ ବର୍ଷ ପୂର୍ବରୁ ପ୍ରୟାସ କରି ଚଳଚ୍ଚିତ୍ର ଟିଏ ନିର୍ମାଣ କରିଥିଲେ। ମାଇଣ୍ଡ ଗେମ୍ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଓଡ଼ିଆ ପୁଅ ମନୋଜ ମିଶ୍ର ଅଭିନୟ କରିଛନ୍ତି ଯିଏ କି, ଉଭୟ ବଲିଉଡ, ଟଲିଉଡ ର ଜଣେ ସୁପରିଚିତ ଅଭିନେତା।

ଚଳଚ୍ଚିତ୍ର ମାଇଣ୍ଡଗେମ୍ ବ୍ୟୟ ବହୁଳ, ତା ସହିତ ସେଥିରେ ଟଲିଉଡ ତଥା ବଲିଉଡ ର ଆଗଧାଡି ର ୩ ଜଣ ଅଭିନେତା ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ଣ୍ଣି ଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର ଅପସରା ରାଣୀ ପ୍ରମୁଖ ଅଭିନୟ କରିଛନ୍ତି ଏବଂ ତେଲୁଗୁ ସିନେମାର ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଜଣେ ଆଗଧାଡିର ଜଣା ଶୁଣା ନିର୍ଦ୍ଦେଶକ ରାଜେଶ ଟଚରିଭର ନିର୍ଦ୍ଦେଶନା ଦେଇଛନ୍ତି। କିଛି ମାସ ତଳେ ମାଇଣ୍ଡ ଗେମ୍ ର ଟ୍ରେଲର ଦର୍ଶକ ଦେଖିବାକୁ ପାଇଥିଲେ ଯାହା କି ଦର୍ଶକ ଙ୍କ ମନକୁ ବେଶ ଛୁଇଁ ପାରିଛି ତେଣୁ ରିଲିଜ୍ କୁ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି ଦର୍ଶକ।

ବର୍ଷ ପରେ ବର୍ଷ ଗଡିଚାଲିଥିବା ସତ୍ତ୍ୱେ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ରିଲିଜ୍ ହେଉନଥିବାରୁ ଦର୍ଶକ ଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିଲା।

ତେବେ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ପ୍ରେକ୍ଷାଳୟ କୁ ଖୁବ୍ ଶୀଘ୍ର ଆସିବ ଏବଂ ଦର୍ଶକ ଓଡ଼ିଶା ମାଟିର ଏକ ଚାଞ୍ଚଲ୍ୟ କର ଘଟଣା କୁ ଦେଖି ସଚେତନବାର୍ତ୍ତା ଟିଏ ପାଇବେ ନିଶ୍ଚୟ। ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ର ମୁକ୍ତିଲାଭ ଦିନକୁ ଦର୍ଶକ ବେଶ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ମାଇଣ୍ଡ ଗେମ୍ ଏକ ପ୍ରକାର ସଫଳତା ପାଇବ ଏଥିରେ ସନ୍ଦେହ ନାହିଁ ବୋଲି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଙ୍କ ସମେତ ପ୍ରଯୋଜକ ଶ୍ରୀଧର ମାର୍ଥା ଆଶା ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଗୀତ ରିଲିଜ୍, ଗଣେଶ ପୂଜାରେ ମୁକ୍ତିଲାଭ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଡି. ଏନ୍. ରେଗାଲିଆ ମଲ୍ ଠାରେ ବହୁ ପ୍ରତିକ୍ଷୀତ ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଗୀତ ରିଲିଜ୍ ହୋଇଯାଇଛି। ସେଇ ଅବସରରେ ମଲ୍ ରେ ବହୁ ସିନେ ପ୍ରେମୀ ଉପସ୍ଥିତ ଥିଲେ। ତା ସହିତ ସିନେମା ର ନିର୍ଦ୍ଦେଶକ କେ ମୁରଲୀକ୍ରିଷ୍ଣା, ସହ- ପ୍ରଯୋଜକ ସଞ୍ଜୟ କୁମାର ପଟେଲ, ନାୟକ ସ୍ୱରାଜ, ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବଲିଉଡ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ନାଭ୍ୟା, ଅଭିନେତା ଡିସ୍କୋ ରେଡ୍ଡୀ, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଏବଂ ଏସ ଏସ କେବୁଲ ର ମୁଖ୍ୟ ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆର.ଜେ ଗୁଡ୍ଡୀ ଏବଂ କମେଡିଆନ ପୁଷ୍ପକ ଙ୍କ ଯୁଗଳବନ୍ଦୀ ରେ ଗୀତ ରିଲିଜ୍ ପର୍ବ ବେଶ ସୁନ୍ଦର ଭାବରେ ସଂଯୋଜନା ହୋଇଥିଲା।

ଅନେକ ବର୍ଷ ବ୍ୟବଧାନ ରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟ ର ଆକ୍ସନ ଫିଲ୍ମର ଟ୍ରେଲର ଆଗରୁ ଦେଖି ଯେତିକି ଉତ୍ସାହିତ ହେଇଥିଲେ ଦର୍ଶକ ଗୀତ ରିଲିଜ୍ ଉତ୍ସବ ରେ ମଧ୍ୟ ବେଶ ଉତ୍ସାହିତ ଥିଲେ। ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀ ରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକ ଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ। ତେବେ ଆଜି ଡି ଏନ୍ ରେଗାଲିଆ ମଲ୍ ରେ ପ୍ରଥା ଚଳଚ୍ଚିତ୍ର ର ଗୀତ ଦେଖିଲା ପରେ ଓଡ଼ିଆ ଚଳଚ୍ଚିତ୍ର ର ନିର୍ମାଣ ଶୈଳୀ କେତେ ଉଚ୍ଚ କୋଟିର ଉପସ୍ଥିତ ଦର୍ଶକ ମାନେ ନିଜ ନିଜ ବକ୍ତବ୍ୟ ରେ ବଖାଣି ଥିଲେ। ଶିଶୁ କଳାକାର ରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକ ଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳିଥିଲା। ଓଲିଉଡ଼ ଅଭିନେତ୍ରୀ ଶୀତଲ ଙ୍କ ଅଭିନୟ ମଧ୍ୟ ମତୁଆଲା କରିଛି ଦର୍ଶକ ଙ୍କୁ, ହେଲେ ମୁମ୍ବାଇ ର ଅଭିନେତ୍ରୀ ସିମ୍ରନ୍ କୌର ଙ୍କ ଉପରେ ଦର୍ଶକ ଙ୍କ ନଜର ଜୋର ଥିଲା। ନିର୍ଦ୍ଦେଶକ କେ ମୁରଳୀକ୍ରିଷ୍ଣା ଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲ ରେ ଗୁଣୁଗୁଣୁ ଶୁଭୁଥିଲା।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି। ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।
ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ।  ଚଳଚ୍ଚିତ୍ର ର ପ୍ରଚାର ଚାରିଆଡେ ବିଭିନ୍ନ ଗଣମାଧ୍ୟମ ତଥା ପୋଷ୍ଟର ମାଧ୍ୟମରେ ଆରମ୍ଭ ହୋଇଯାଇଛି।

ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତି। ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି। ତେବେ ଆସନ୍ତା ସେପ୍ଟେମ୍ବର ୧୫ ରେ ମୁକ୍ତିଲାଭ କଲେ ଗଣେଶ ପୂଜା ବଜାର ସରଗରମ ହେବ ବୋଲି ଦର୍ଶକ ଙ୍କ ମନରେ ଉତ୍କଣ୍ଠା ରହିଛି। ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ସାରା‌ ଓଡିଶାରେ ମୁକ୍ତିଲାଭ କଲା ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’

ଭୁବନେଶ୍ଵର: ନୂଆ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’ ଚଳଚ୍ଚିତ୍ର ଅଗଷ୍ଟ ୪ ରେ ୩୫ଟି ହଲ୍ ରେ ଶୁଭମୁକ୍ତି ହୋଇଛି। ବିନି ପଟ୍ଟନାୟକ ଫିଲ୍ମସ ନିଵେଦିତ ନୂଆ ଚଳଚ୍ଚିତ୍ର ନୀଳନୟନାର ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ତ୍ରିପତୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗୀତିକାର ବସନ୍ତରାଜ ସାମଲ, ସଂଳାପକାର ଡ‍ଃ ରଜନୀ ରଞ୍ଜନ।

ଅଗଷ୍ଟ ୪ରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେଲା ଭିନ୍ନ ଏକ ପ୍ରେମ କାହାଣୀ କୁ ନେଇ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’। ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ। ଆଉ ଆପଣଙ୍କ ଜୀବନରେ ସେ ପ୍ରେମର ରଙ୍ଗ ବୋଳିବାକୁ ଆସୁଛି ‘ତୁ ସେଇ ନୀଳ ନୟନା’।

ଫିଲ୍ମରେ ଓଡିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ। ବିନି ପଟ୍ଟନାୟକ ପ୍ରଯୋଜିତ ଏହି ଫିଲ୍ମର ସହ ପ୍ରଯୋଜକ ହେଉଛନ୍ତି ମୋହିତ ପଟ୍ଟନାୟକ। ଫିଲ୍ମର ମୁଖ୍ୟ ଊପଦେଷ୍ଟା ତ୍ରିନାଥ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକ ଥିବା ବେଳେ ଊପଦେଷ୍ଟା ଭାବରେ ମନସା ମୟୁରୀ, ବୃନ୍ଦାବନ ମିଶ୍ର, ସଞ୍ଜିତ ନାୟକ ଓ ମନୋଜ ସ୍ବାଇଁ ଅଛନ୍ତି ଓ ଏଥିରେ ବିଶେଷ ସହଯୋଗ କରିଛନ୍ତି ସଚ୍ଚିକାନ୍ତ ଜେନା।

ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେବା ପାଇଁ ଆମେ ସମସ୍ତେ ଚେଷ୍ଟା କରିଛୁ। ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଫିଲ୍ମ “ତୁ ସେଇ ନୀଳନୟନା” ନିଶ୍ଚିତ ଭାବରେ ଓଡିଆ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଯୋର ଦେଇ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ତ୍ରିପତୀ ସାହୁ। ଫିଲ୍ମର ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ସ୍ବର ଦେଇଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢୀ, ସ୍ୱୟଂ ପାଢୀ, ସୋହିନୀ ମିଶ୍ର, ଆଶୁତୋଷ ଓ ଅମ୍ରିତା ନାୟକ।

ପ୍ରେମ, ପ୍ରଣୟ ଓ ଭଲପାଇବାର ସ୍ପର୍ଶରେ ପଥର କିପରି କୋମଳ ଫୁଲରେ ପରିବର୍ତ୍ତନ ହୁଏ ତାହା ଏହି ଫିଲ୍ମରେ ଦର୍ଶକ ଦେଖିବେ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ୍। ସ୍ବର୍ଗତଃ ପିଣ୍ଟୁ ନନ୍ଦଙ୍କ ବ୍ୟତୀତ ସମ୍ବିତ୍ ଆଚାର୍ଯ୍ୟ, ଲିପିକା ସେନାପତି, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ଚୌଧୁରୀ ଜୟ ପ୍ରକାଶ ଦାସ, ବରଦା ତ୍ରିପାଠୀ, ନନସେନ୍ସ ମଣି, ଅମର ମହାପାତ୍ର, ଆଲିଶା, ଜ୍ୟୋତି ତ୍ରିପାଠୀ,ଜୀବନ ପଣ୍ଡା ଓ ଦେବଶ୍ରୀ ଏହି ଫିଲ୍ମରେ ଅଭିନୟ କରିଛନ୍ତି।

ଓଡ଼ିଶାର ଅଗଣିତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ଚାହିଦା ପୂରଣ କରିବ ଫିଲ୍ମ ‘ତୁ ସେଇ ନୀଳ ନୟନା’ ବୋଲି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ଦାୟିତ୍ବ ରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା‌ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆଜି ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’: ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ

ଭୁବନେଶ୍ଵର: ଜୁନ୍ ୨୯ ତାରିଖରେ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ ଆସୁଛି। ପ୍ରଥମଥର ପାଇଁ ଅମ୍ଳାନ ଓ ଏଲିନା ପରଦାକୁ ଏକାଠି ଆସୁଛନ୍ତି। ଏହି ଫିଲ୍ମରେ ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍। ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବେ ଦର୍ଶକ। ଅନେକ ଓଡିଆ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବେ ଦର୍ଶକ।

ଜୁନ ୧୯ ତାରିଖରେ ଭୁବନେଶ୍ବରସ୍ଥିତ ହୋଟେଲ୍‌ ଶୀତଲ୍ ଠାରେ ପ୍ରଯୋଜନା ସଂସ୍ଥା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ର ମୁକ୍ତିଲାଭର ତାରିଖ ଘୋଷଣା କରାଯାଇଥିଲା। ଏହି ଅବସରରେ ପ୍ରଯୋଜିକା ଝିଲିକ୍ ଭଟାଚ୍ଚାର୍ଯ୍ୟ ଜୁନ୍ ୨୯ରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଥିଲେ”। ଅମ୍ଳାନ, ଏଲିନା ଓ ବଵି ମିଶ୍ରଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ‌, ସଙ୍ଗୀତ ନିର୍ଦ୍ଦୈଶକ ବୈଦ୍ୟନାଥ ଦାସ, କାର୍ଯ୍ୟକାରୀ ପ୍ରଯୋଜକ ଅରୁଣ କୁମାର ସ୍ବାଇଁ ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରେମ ହେଇଯାଏ। କେଉଁଠି, କେମିତି, କେତେବେଳେ..। ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ। ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ। ଏମିତି କାହିଁକି ହେଲା, କେମିତି ହେଲା? କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା? ନିଆରା ପ୍ରେମ କାହାଣୀର, ନିଛକ ଛବି। ପ୍ରେମ-ପ୍ରତିଶ୍ରୁତି-ପାଗଲପନର ପ୍ରତିମୂର୍ତ୍ତୀ। ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚର। ଜାହାର ଶୀର୍ଷକ ରହିଛି ‘ପ୍ରିୟେ ତୁମୋ ସିଏ’।

କାହାଣୀରେ ଭରି ରହିଛି ଓଡିଆ ଝୁଙ୍କ। ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ। କାହାଣୀର ରଚନା କରିଛନ୍ତି ଜଣାଶୁଣା ଯୁବ ଲେଖକ ଶରଣାବିନ୍ଦ ଓଝା। ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ନିର୍ଦ୍ଦେଶକ ବୈଦନାଥ ଦାସ। ଫିଲ୍ମରେ ମୁଖ୍ୟ ଚରିତ୍ର ମାନଙ୍କ ବ୍ୟତୀତ ଅଭିଷେକ ଗିରି, ଭୂପତି ତ୍ରିପାଠୀ, ଗୁଡୁ, ରମେଶ ରାଉତ, ଚୌଧୁରୀ ଜୟପ୍ରକାଶ ଦାସ, ନିଜେ ନିର୍ଦ୍ଦେଶକ ସୁଧାଶୁଂ ସାହୁ, ଅଭିନେତ୍ରୀ ସୋମା ଭୌମିକ, ଛନ୍ଦିତା ପାଢୀ ଓ ଇଷା ବେବର୍ତ୍ତା ଙ୍କୁ ଦେଖିବାକୁ ପାଇବେ ଦର୍ଶକ। ତେବେ କାହାଣୀର ସ୍ୱତନ୍ତ୍ରତା ହିଁ ଆକୃଷ୍ଟ କରିବ ଦର୍ଶକଙ୍କୁ ଜୋର ଦେଇ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ। ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ବାରିପଦାରେ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି।

ଝିଲିକ ମୋସନ ପିକଚର୍ସ ବ୍ୟାନରରେ ‘ପ୍ରିୟେ ତୁମୋ ସିଏ’ ହେଉଛି ଚତୁର୍ଥ ଫିଲ୍ମ। ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ଝିଲିକ୍ ଭଟ୍ଟାଚାର୍ଯ୍ୟ, ଏବେ ପ୍ରଯୋଜନା ମାଧ୍ୟମରେ ମଧ୍ୟ ସଫଳ ଦିଗରେ ଅଗ୍ରସର। ଝିଲିକଙ୍କ ବ୍ୟାନରରେ ‘ରୁଦ୍ରାଣୀ’, ‘କିସମିସ’ ଏବଂ ‘ତୋର ମୋର କଟି’ ପରେ ଆସୁଛି ‘ପ୍ରିୟେ ତୁ ମୋ ସିଏ’। ସମସ୍ତ ଫିଲ୍ମକୁ ଦର୍ଶକଙ୍କ ବହୁମାତ୍ରାରେ ଭଲ ପାଇବା ମିଳିଥିଲା ଓ ଆଜି ମୁକ୍ତିଲାଭ କରୁଥିବା ଏହି ଏଲିନା – ଆମ୍ଳାନଙ୍କ ଯୋଡ଼ିଙ୍କୁ ମଧ୍ୟ ମିଳିବ ଅକୁଣ୍ଠ ଭଲପାଇବା ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଲୋକାର୍ପଣ ହେଲା ଚଳଚ୍ଚିତ୍ର ‘ଟି’ ର ଟ୍ରେଲର, ୨୫ ମେ’ରେ ମୁକ୍ତିଲାଭ

ଭୁବନେଶ୍ଵର: ଚଳଚ୍ଚିତ୍ର “ଟି” ର ଟ୍ରିଜର ରିଲିଜ ପରେ ଭୁବନେଶ୍ୱର ସ୍ଥିତ ସିନେପଲିସ୍ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଟ୍ରେଲର ରିଲିଜ ହୋଇଯାଇଛି। ଏହି ଟ୍ରେଲର ରିଲିଜ ଅବସରରେ ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରି ର ବହୁ ଖ୍ୟାତନାମା ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ଅନେକ ସିନେ ସମୀକ୍ଷକ ଯୋଗଦେଇଥିଲେ। ଟ୍ରିଜର ଦେଖି ଯେଉଁମାନେ ଚଳଚ୍ଚିତ୍ର ସମ୍ପର୍କ ରେ ସୁଚିନ୍ତିତ ମତାମତ ଦେଇଥିଲେ ସେମାନଙ୍କୁ ମଧ୍ୟ ଟ୍ରେଲର ଦେଖିବା ପାଇଁ ଆମନ୍ତ୍ରଣ କରାଯାଇଥିଲା।

ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଯିବା ପରେ ପ୍ରଯୋଜନା ସଂସ୍ଥା ତଥା ଦର୍ଶକଙ୍କ ମନ ଆନନ୍ଦିତ ହୋଇଥିଲା।

ତେବେ ସୂଚନାଯୋଗ୍ୟ ଯେ ; ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର “ଟି” ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ ଗୁଡିକ ଦେଖିବାକୁ ପାଇବେ।

ଟ୍ରେଲର ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ (ଦେବ୍), ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ, ସହପ୍ରଯୋଜକ ହିମାଦ୍ରି ତନୟ ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଥିବା ଚଳଚ୍ଚିତ୍ର ‘ଟି’। ଟ୍ରାନ୍ସଜେଣ୍ଡର ଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଛୋଟ ପରଦାରେ ପୂର୍ବରୁ ପରିକଳ୍ପନା ହୋଇଥିବା ବେଳେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଜିତେଶ କୁମାର ପରିଡା ବଡ଼ ପରଦା ପାଇଁ ପରିକଳ୍ପନା କରିଛନ୍ତି ଏବଂ କିନ୍ନର ମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଟି’ ନିର୍ମାଣ କରିଛନ୍ତି। ପୂର୍ବରୁ ଓଲିଉଡ଼ର ବିଭିନ୍ନ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଦେବାଶିଷ ସାହୁ (ଦେବ୍) ମେଘନା ସାହୁ ଚରିତ୍ରରେ ନଜର ଆସିବେ। ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ତେବେ ‘ଟି’ ଆସନ୍ତା ମେ ୨୫ ତାରିଖ ରେ ସମଗ୍ର ରାଜ୍ୟର ପ୍ରାୟ ତିରିଶ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ର “ଟି” ର ଟିଜର ଦେଖିଥିବା ଦର୍ଶକ ତଥା ମିଡ଼ିଆ ବନ୍ଧୁ ମାନଙ୍କ ମନରେ ଥିବା ଆଗ୍ରହକୁ ଆଖିରେ ରଖି ପ୍ରଯୋଜକ ତଥା ନିର୍ଦ୍ଦେଶକ ଏକ ବଡ଼ ପରଦାରେ ଟ୍ରେଲର ଲୋକାର୍ପଣ ପାଇଁ ମନସ୍ଥ କରିଥିଲେ। ସମାଜ ପାଇଁ ଅନେକ ଶିକ୍ଷଣୀୟ ବାର୍ତ୍ତା ବହନ କରୁଛି ଚଳଚ୍ଚିତ୍ର “ଟି”। ତେଣୁ ସମସ୍ତ ସିନେପ୍ରେମୀ ଚଳଚ୍ଚିତ୍ର ‘ଟି’ କୁ ଦେଖିବା ଉଚିତ ବୋଲି ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି।

ଜିତେଶ କୁମାର ଫିଲ୍ମଜ ଓ ଆର ଆର ମୋସନ ପିକ୍ଚର୍ସ ର ପ୍ରଯୋଜନା ତଥା ବିଘ୍ନହର୍ତ୍ତା ମୁଭିଜ, ମୋହିତ କୁମାର ପୁରୀ, ହିମାଦ୍ରି ତନୟ ଦାସ ସହ ପ୍ରଯୋଜନା ଏବଂ ଥମ୍ରିତା ମୋହନ ଶମ୍ଭୁତି, ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ଟି’।

ଆଜି ଟ୍ରେଲର ରିଲିଜ ଅବସରରେ ଚଳଚ୍ଚିତ୍ର ରିଲିଜ ପୂର୍ବରୁ ମିଡ଼ିଆ ବନ୍ଧୁ ମାନଙ୍କ ନିମନ୍ତେ ପ୍ରଥମଥର ପାଇଁ ପ୍ରେକ୍ଷାଳୟ ରେ ସ୍ୱତନ୍ତ୍ର ପ୍ରଦର୍ଶନ ହେବ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଜିତେଶ କୁମାର ପରିଡା ପୁଣି ଥରେ ସୁନିଶ୍ଚିତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ସାରା ଓଡିଶାରେ ମୁକ୍ତିଲାଭ କଲା ଓଡିଆ ଚଳଚ୍ଚିତ୍ର ‘ତୃଷ୍ଣା’

ଭୁବନେଶ୍ବର: ଦୀର୍ଘ ଦିନର ବ୍ୟବଧାନ ପରେ ୨୦୨୨ ଓଡ଼ିଆ ସିନେମା ପାଇଁ ଏକ ଉଲ୍ଲେଖନୀୟ ବର୍ଷ ଥିଲା। କହିବାକୁ ଗଲେ ଓଡ଼ିଆ ସିନେମାର ଏକ ନୂତନ ଯୁଗ ଆରମ୍ଭ ହେଲା ଓ ଅନେକ ଭଲ ଚଳଚ୍ଚିତ୍ର ମୁକ୍ତିଲାଭ କରି ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇଲା।

ଏହି ଧାରାକୁ ବଜାୟ ରଖି ୨୦୨୩ ପାଇଁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ନୂଆ ଚଳଚ୍ଚିତ୍ରର ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଲେଣି। ସେହି ପରିପ୍ରେକ୍ଷୀରେ ଆମର ଷ୍ଟୁଡିଓ ଦ୍ୱାରା ନିର୍ମିତ ତଥା ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ‘ତୃଷ୍ଣା’ ଜାନୁଆରୀ ୧୯ ରେ ମୁକ୍ତିଲାଭ କରିସାରିଛି। ଏହି ଅବସରରେ ଜାନୁୟାରୀ ୨୦ ରେ ଭୁବନେଶ୍ୱରର ଏସ୍ କମ୍ପଲ୍କସ ସ୍ତୁତି ଠାରେ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଛି। ଏଥିସହ ସାରା ଓଡିଶାରେ ୧୫ଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଛି।

ଜଣେ ସାଧାରଣ ମଣିଷର ଆଶା, ସ୍ୱପ୍ନ ଏବଂ ଆକାଂକ୍ଷାର କାହାଣୀ ଭିତରେ, ବସ୍ତୁବାଦୀ ସମାଜରେ, ଯୋଉଠି ଧନ ହି ସମ୍ମାନର ମାପଦଣ୍ଡ, ସେଇଠି ଗୋଟିଏ କଳାକାର ତା କଳା ପ୍ରତି ସମର୍ପିତ ହୋଇ ରହିପାରିବ ନା ସମାଜ ପାଇଁ ମନୋରଞ୍ଜନର ଏକ ବସ୍ତୁ ହୋଇଯିବ ତାହା ହିଁ ତୃଷ୍ଣାର କାହାଣୀକୁ ଗତିଶୀଳ କରିଥିବା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି।ଅଭିଷେକ ଗିରି, ଶୈଳେନ୍ଦ୍ର, ବିଘ୍ନେଶ,ଜ୍ୟୋତି ପଣ୍ଡା, ସମରେଶ, ପ୍ରଦ୍ୟୁମ୍ନ ଲେଙ୍କା, ଲିପ୍ସା ମିଶ୍ର, ସୁରମୟୀ ପ୍ରମୁଖଙ୍କ ଦମଦାର ଅଭିନୟରେ ଏହି ଚଳଚ୍ଚିତ୍ରଟି ଜୀବନ୍ତ ହୋଇଛି।

ଏହି ଚଳଚ୍ଚିତ୍ର ପାଇଁ ଡ. ନିର୍ମଳ ନାୟକ ଓ କୁମାରଶ୍ରୀ ସାହୁ ଗୀତ ରଚନା କରିଥିବା ବେଳେ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ସ୍ଵୟଂ ପାଢ଼ୀ, ଗୌରବ ଆନନ୍ଦ, କୁଲଦୀପ, ଇଶ୍ୱରୀ, ରୂପକ ପ୍ରମୁଖ କଣ୍ଠଦାନ କରିଛନ୍ତି। ଏହା ସହ ଏଥିରେ ସୁରଜ୍ ମହାନତା ଡିଜିଟାଲ ମୁଖ୍ୟ, ଦେବାଶିଷ ପଣ୍ଡା କଣ୍ଟେଣ୍ଟ ଅଧିଗ୍ରହଣ ମୁଖ୍ୟ ଓ ପ୍ରଣୟ ଜେଠୀ କ୍ରିଏଟିଭ ହେଡ୍ ଦାୟିତ୍ୱରେ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଭିନ୍ନସ୍ବାଦର ଏକ ପ୍ରେମ କାହାଣୀ ନେଇ ଆସୁଛି ନୂଆ ଓଡ଼ିଆ ସିନେମା ‘ତିତଲି’

ଭୁବନେଶ୍ଵର: ଭିନ୍ନ ସ୍ବାଦର ପ୍ରେମ କାହାଣୀ ସହ ମୌଳିକ ଓଡ଼ିଆ କାହାଣୀ ନେଇ ଆସୁଛି ନୂଆ ଓଡ଼ିଆ ସିନେମା ‘ତିତଲି’। ଅଞ୍ଜନେୟ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରଡକ୍ସନର ଏହା ପଞ୍ଚମ ଅବଦାନ ହୋଇଥିବା ବେଳେ ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି। ପୂର୍ବରୁ ଏହି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ବ୍ୟାଡଗାର୍ଲ, ଧର୍ମ, ଭୈରବ, ଦେବଦାସ ଭଳି ସିନେମା ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ‘ତିତଲି’ ମଧ୍ୟ ଦମଦାର ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି। ଏସ କେ ମୁରଲୀଧରନ ଏବଂ ଦେବିଦତ୍ତ ମହାନ୍ତି ‘ତିତଲି’ର କାହାଣୀ ଲେଖିଛନ୍ତି। ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଏହି ସିନେମାରେ ନଜର ଆସିଛନ୍ତି।

ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ‘ତିତଲି’ରେ ରହିଛି ମୋଟ ୫ଟି ଗୀତ। ଯେଉଁଥିରେ ଦିସ୍ତୀରେଖା, ସବିଶେଷ, ଅନନ୍ୟା, ଗୌରବ, ଆଶୁତୋଷ, ପ୍ରଜ୍ଞା ଏବଂ ସମୀକ୍ଷା ପ୍ରମୁଖ କଣ୍ଠଦାନ କରିଛନ୍ତି।

ବସନ୍ତରାଜ ସାମଲଙ୍କ ରଚିତ ଗୀତ ଗୁଡିକ ବେଶଚିତାକର୍ଷକ ହୋଇଛି। ବସନ୍ତରାଜ-ପ୍ରେମ୍ ଆନନ୍ଦ୍ ଯୋଡିରେ ପ୍ରସ୍ତୁତ ଗୀତଗୁଡିକ ସିନେମାକୁ ଆହୁରି ହୃଦୟଛୁଆଁ କରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୁଲାଇ ୧୭ରେ ମୁକ୍ତିଲାଭ କରିବ ‘କହିବିନି ତତେ ଆଇ ଲଭ ୟୁ’

ଭୁବନେଶ୍ବର: ମୁକ୍ତିଲାଭ ଅପେକ୍ଷାରେ ଆଉ ଏକ ନୂଆ ଓଡିଆ ଚଳଚ୍ଚିତ୍ର। ଯାହାର ନାଁ ରହିଛି ‘କହିବିନି ତତେ ଆଇ ଲଭ ୟୁ’। ଆଜି ହୋଟେଲ ଆର୍ଯ୍ୟ ପ୍ୟାଲେସ ପରିସରରେ ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି। ତିତିଲୀ ପ୍ରଡକ୍ସନ ଓ ଏଲ-ଟି ପ୍ରଡକ୍ସନ ବ୍ୟାନର ସହଯୋଗ ରେ ନିର୍ମିତ ଏହି ନୂଆ ଓଡିଆ ସିନେମାଟି ଆଗାମୀ ଜୁଲାଇ ୧୭ ତାରିଖରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି। ଏଥିସହିତ ଏହି ବ୍ୟାନରରେ ଆଉ ଏକ ନୂଆ ଚଳଚ୍ଚିତ୍ରର ନାଁ ମଧ୍ୟ ଘୋଷଣା କରାଯାଇଛି। ‘ମୋ କାହାଣୀରେ ତୋରି ନାଁ’ ନାମରେ ଏହି ନୂଆ ଚଳଚ୍ଚିତ୍ର ସମ୍ପର୍କରେ ଖୁବଶୀଘ୍ର ଆହୁରି ଅଧିକ ଅପଡେଟ ପ୍ରଯୋଜନା ସଂସ୍ଥା ଯୋଗାଇ ଦେବ ବୋଲି କୁହାଯାଇଛି।

ଆଲବମ ଓ ମ୍ୟୁଜିକ ଭିଡିଓ ଦୁନିଆର ଚର୍ଚ୍ଚିତ ଲୁବୁନ-ଟୁବୁନ ଯୋଡି ଏଥର ବଡପରଦାରେ କମାଲ କରିଛନ୍ତି। ‘କହିବିନି ତତେ ଆଇ ଲଭ ୟୁ’ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ। ପ୍ରିତିଶ ମହାନ୍ତି ଏହାର କାହାଣୀ ଲେଖିବା ସହ ପ୍ରଯୋଜନା ମଧ୍ୟ କରିଛନ୍ତି। ବାପୁ ଗୋସ୍ୱାମୀ ସଂଳାପ ରଚନା କରିଛନ୍ତି। ଉଭୟ ବାପୁ ଗୋସ୍ୱାମୀ ଓ ନିର୍ମଳ ନାୟକ ସିନେମାର ଗୀତଗୁଡିକ ରଚନା କରିଥିବା ବେଳେ ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ ଓ ଦିପ୍ତୀରେଖା ପାଢ଼ୀ ପ୍ରମୁଖ କଣ୍ଠଦାନ କରିଛନ୍ତି। ଗୀତଗୁଡିକ କଟକର ମିଲନ ଷ୍ଟୁଡିଓରେ ରେକର୍ଡ କରାଯାଇଛି। ସିନେମାରେ କ୍ୟୋରିଓଗ୍ରାଫି ଲୁବୁନ-ଟୁବୁନ କରିଥିବା ବେଳେ ଓଡିଆ ଏଣ୍ଟରଟେନମେଣ୍ଟ ଏହାର ଡିଜିଟାଲ ପାର୍ଟନର ରହିଛି। କ୍ୟାମେରା ପରିଚାଳନା କରିଛନ୍ତି ଲୁବୁନ୍।

ଲୁବୁନଙ୍କୁ ଏଥିରେ ନାୟକ ଭୁମିକାରେ ଦେଖିବାକୁ ମିଳିବ। ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ମୁମ୍ବାଇର ସୋନା। ଅନ୍ୟମାନଙ୍କ ମଧ୍ୟରେ ମନସ୍ୱିନୀ, ଅର୍ପିତା କର, ରିସନା, ସରୋଜ ଦାସ, ପ୍ରଭାତୀ ସାହୁ, ଅଶୋକ ଦାସ, ପୁଷ୍ପା ପଣ୍ଡା, ଟନିଆ, ମିଲି ମହାନ୍ତି, ଡିସ୍କୋ ରେଡି, ସନ୍ଦୀପ, ଚିକୁ, କାଳିଆ, ନନସେନ୍ସ ମଣି, ରବି, ଅମର, ଗୁଡୁ, ଅଜୟ ଓ ବିଜୟ ପ୍ରମୁଖ ଅଭିନୟ କରିଛନ୍ତି। ଏଲଟି ଷ୍ଟୁଡିଓ ଇକ୍ୟୁପମେଣ୍ଟସ ଯୋଗାଇ ଦେଇଥିବା ବେଳେ ସେହିଠାରେ ହିଁ ପୋଷ୍ଟ ପ୍ରଡକ୍ସନ କରାଯାଇଛି। ଜବରଦସ୍ତ କାହାଣୀ ସାଙ୍ଗକୁ ଲୁବୁନ ଓ ସୋନା ଯୋଡି ଓଲିଉଡରେ ଧମାଲ କରିବ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ତଥ୍ୟ ପ୍ରଡକ୍ସନ୍ ଦ୍ଵାରା ପ୍ରସ୍ତୁତ ନୂଆ ଓଡିଆ ଚଳଚ୍ଚିତ୍ର “ବିଦ୍ୟାରାଣ”, ଜୁଲାଇ ୧ ରଥ ଯାତ୍ରାରେ କରିବ ମୁକ୍ତିଲାଭ

ଭୁବନେଶ୍ବର: ତଥ୍ୟ ପ୍ରଡକ୍ସନ୍ ଦ୍ଵାରା ଚଳଚ୍ଚିତ୍ର ‘ବିଦ୍ୟାରାଣ’ ପ୍ରସ୍ତୁତ କରାଯାଇଛି। ରଜ ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ବର୍ଣ୍ଣାଢ଼୍ୟ ପରିବେଶରେ ଏହାର ସଙ୍ଗୀତ ଲୋକାର୍ପିତ ହେଇଛି। ଏଥର ରଥଯାତ୍ରାରେ ଏହି ଓଡିଆ ଚଳଚ୍ଚିତ୍ର “ବିଦ୍ୟାରାଣ” ମୁକ୍ତିଲାଭ କରିବ। ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ନିରଞ୍ଜନ ନାୟକ ଏହାର ପ୍ରଯୋଜନା କରିଛନ୍ତି। କାହାଣୀ ପରିକଳ୍ପନା ସହ ଜ୍ୟୋତି ଦାସ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ପୂର୍ବରୁ ନିର୍ଦ୍ଦେଶକ ଜ୍ୟୋତି ଦାସଙ୍କ ସହିତ ଶିବାନୀ କାମ କରିଛନ୍ତି। ମାତ୍ର ବାବୁସାନ୍‌ ପ୍ରଥମ ଥର ପାଇଁ ଜ୍ୟୋତିଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ବାପୁ ଗୋସ୍ବାମୀ। ପୁଣି ବାପୁଙ୍କ ସହ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।

କଣ୍ଠଦାନ କରିଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ବୟମ୍ ପାଢ଼ୀ, ଅନନ୍ୟା, ଲିପ୍ସା, ଗୌରବ ଏବଂ ହ୍ୟୁମାନ ସାଗର। ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା, ପିୟୁଷ, ବିଭୁ, ମାନ୍ୟତା ଏବଂ ଆଉ ଅନେକ କଳାକାର।

ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗ ଥିବା ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଏହାର କ୍ରିଏଟିଭ୍ ହେଡ୍‌ ପ୍ରଣୟ ଜେଠୀ କହିଛନ୍ତି।

ଏହାର ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ର ସହ ସଂପୃକ୍ତ କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଉପସ୍ଥିତ ଥିଲେ। ଏହି ଫିଲ୍ମର ସବୁଯାକ ଗୀତଦୃଶ୍ୟ ଆମର ମ୍ୟୁଜିକ୍ ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ପୁଜା ବଜାରରେ ମୁକ୍ତିଲାଭ କଲା ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ “ମନ ମୋ ନେଇ ଗଲୁରେ”

ଭୁବନେଶ୍ୱର: ଦଶହରାରେ ଓଡ଼ିଆ ସିନେ ପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍‌ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ”। ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଗୁରୁବାର ମୁକ୍ତିଲାଭ କରିଛି। କଟକ ବୃନ୍ଦାବନ ହଲ୍‌ରେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହିତ ସମସ୍ତ କଳାକାରଙ୍କ ଉପସ୍ଥିତରେ ଫିଲ୍ମର ପ୍ରିମିୟର ଶୋ କରାଯାଇଥିଲା।

ଚଳଚ୍ଚିତ୍ରରେ ଅନେକ ସାମାଜିକ ବାର୍ତ୍ତା ରହିଛି। ତା’ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି ତାହା ଚିତ୍ରଣ କରାଯାଇଛି। ଜଣେ ଗରୀବ ଘରର ପିଲା ସହରର ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଭିତରେ କିଭଳି ପ୍ରେମରେ ପଡି ବାଟବଣା ହୋଇଯାଉଛି ଏବଂ ସେହି ପ୍ରେମ ହିଁ ତା’ ଜୀବନକୁ ନୂଆ ବାଟରେ କଢ଼େଇ ନେଉଛି।

ଏଭଳି ଏକ ନୂତନ କାହାଣୀକୁ ନେଇ ରିଲିଜ୍ ହୋଇଛି ଏହି ଚଳଚ୍ଚିତ୍ର। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଭୂମିକା ରହିଛନ୍ତି। ଉଭୟଙ୍କ ରୋମାଂଟିକ୍  ଯୋଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।

ଅନ୍ୟ ଭୂମିକାରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିରାଜ ଦାସ, ଗୁଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପିନାକୀ ନାୟକ ଏବଂ ଧରିତ୍ରୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ନାୟକ। ସିନେମାର ପ୍ରଯୋଜନା କରିଛନ୍ତି ସୁନୀଲ୍ ଦାସ। ଫିଲ୍ମର କାହାଣୀ ଦିଲ୍ଲୀପ କୁମାର ଦାସ ଲେଖିଥିବା ବେଳେ ସମ୍ପାଦନ କରିଛନ୍ତି ରଞ୍ଜନ କୁମାର ଖଟେଇ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍‌-ଟୁବୁନ୍।

ସେହିପରି ଗୀତଗୁଡ଼ିକୁ ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଏବଂ ସଞ୍ଜୟ ନାୟକ ରଚନା କରିଥିବାବେଳେ କଣ୍ଠ ଦାନ କରିଛନ୍ତି ହ୍ୟୁମାନ୍ ସାଗର, ଗୌରବ, କୁଳଦୀପ, ଅସିମା ପଣ୍ଡା, ଅନ୍ତରା, ଜ୍ୟୋର୍ତିମୟୀ ଓ ପ୍ରଜ୍ଞା। ଚିତ୍ର ଉତୋଳନ କରିଛନ୍ତି ଏସ୍‌. ରଞ୍ଜନ୍ (ଚେନ୍ନାଇ)।

କରୋନା ଯୋଗୁଁ ସିନେମା ହଲ୍‌ଗୁଡ଼ିକ ବନ୍ଦ ଥିବା କାରଣରୁ ଫିଲ୍ମ ଦେଖିବା ସମ୍ଭବ ହେଉ ନଥିଲା। ତେଣୁ ପୁଜା ବଜାରରେ ସିନେମା ରିଲିଜ୍ ହେବା ସମୟରେ ହଲ୍ ସମ୍ମୁଖରେ ଦର୍ଶକଙ୍କ ଭିଡ ବେଶ ଦେଖିବାକୁ ମିଳିଥିଲା। ତେଣୁ ଦଶହରାରେ ଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ହାସଲ କରିବ ବୋଲି ଆଶା କରାଯାଏ। ଆଗକୁ ମଧ୍ୟ ସୁମା ରିୟଲ୍ ମିଡିଆ ଆହୁରି ଅନେକ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ରଖାଯାଇଥିବା ପ୍ରଯୋଜକ ସୁନୀଲ୍ ଦାସ କହିଛନ୍ତି।