Categories
ଆଜିର ଖବର ଧର୍ମ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ମାଠିଆ ପାଣିର ମୂଲ୍ୟ ହେଲା ଦେଢ ଲକ୍ଷ ଟଙ୍କା

ଭୁବନେଶ୍ବର: ପ୍ରଥମ ମାଠିଆ ପାଣିର ମୂଲ୍ୟ ଲକ୍ଷାଧିକ ଟଙ୍କା। ଆଉ ଦ୍ବିତୀୟ ଗରା ପାଣିର ମୂଲ୍ୟ ୪୭ ହଜାର ଟଙ୍କା। ଯେକେହି ଏ କଥା ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହେବ। କାରଣ ପାଣିର ମୂଲ୍ୟ ଏତେ ଟଙ୍କା କାହିଁ ପ୍ରଶ୍ନ କରିବ।

ତେବେ ଘଟଣାଟି ହେଉଛି, ଗତକାଲି ରାତିରେ ପୁରୁଣା ଭୁବନେଶ୍ବରର ମରିଚି କୁଣ୍ଡ ପାଣି ନିଲାମ କରାଯାଇଥିଲା। ବିଶ୍ବାସ ରହିଛି ଯେ, ଏହି କୁଣ୍ଡର ପାଣି ପ୍ରଭୃ ଲିଙ୍ଗରାଜ ରଥ ଯାତ୍ରା ପୂର୍ବ ରାତିରେ ଯେଉଁ ନିଃସନ୍ତାନ ମହିଳା ପାନ କରି ସ୍ନାନ କରିବେ ସେ ସନ୍ତାନପ୍ରାପ୍ତି ହେବେ। ସେଥିପାଇଁ ପ୍ରତିବର୍ଷ ଏହି ମରିଚି କୁଣ୍ଡର ପାଣି ନିଲାମ ହୋଇଥାଏ।

ଚଳିତ ବର୍ଷ ଏହି କୁଣ୍ଡର ପ୍ରଥମ ମାଠିଆ ପାଣି ୧.୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ସେହିପରି ଦ୍ବିତୀୟ ମାଠିଆ ପାଣି ୪୭ ହଜାର ଟଙ୍କାରେ ବିକ୍ରି ହୋଇଛି। ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି କୁଣ୍ଡର ପାଣି ନିଲାମ ବହୁ ପ୍ରାଚୀନ ଯୁଗରୁ ପ୍ରଚଳିତ ହୋଇଆସୁଛି।