Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ଵ ନର୍ସିଙ୍ଗ ଦିବସ: ନର୍ସମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଶ୍ଵ ନର୍ସିଙ୍ଗ ଦିବସ। ଏହି ଅବସରରେ ନର୍ସମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ କଥା ହୋଇଛନ୍ତି। କାର୍ଯ୍ୟରତ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି କରୋନା କାଳରେ ନିଜର ବ୍ୟକ୍ତିଗତ ସୁଖକୁ ଭୁଲି ନିଷ୍ଠାର ସହ କାମ କରୁଥିବାରୁ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷ କରି ହସ୍ପିଟାଲ୍ ରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ ପାତ୍ର ଓ ଡାକ୍ତର ଈଶ୍ବର ବେହେରାଙ୍କ କର୍ତ୍ତବ୍ୟ ସଂପାଦନାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଆଜି ଉଭୟ ଡାକ୍ତରଙ୍କୁ ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

କରୋନା ମହାମାରୀର ପ୍ରଭାବ ଓଡିଶାରେ ଆରମ୍ଭ ହେବା ପରଠାରୁହିଁ ଆଇଏମଏସ ଓ ସମ୍‌ ହସ୍ପିଟାଲର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବରରେ ସମ୍‌ କୋଭିଡ ହସ୍ପିଟାଲ ସହିତ କେନ୍ଦ୍ରାପଡ଼ା ତାଳଚେର ଓ ଚାନ୍ଦପୁର ଠାରେ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି ଯେଉଁଠାରେ ଶହଶହ କରୋନା ରୋଗୀ ଚିକିତ୍ସିତ ହୋଇପାରୁଛନ୍ତି।

ସେହିପରି ସମ ତତ୍ତ୍ଵାବଧାନରେ ଭୁବନେଶ୍ୱର ଉପକଣ୍ଠ ଜାମୁଝରୀ ଏବଂ ଜଟଣୀ ଠାରେ କୋଭିଡ କେୟାର ସେଣ୍ଟର କାର୍ଯ୍ୟ କରୁଛି  ଭୁବନେଶ୍ୱର ସମ କୋଭିଡ ହସ୍ପିଟାଲ ରାଜ୍ୟର ବୃହତ୍ତମ ହୋଇଥିବା ବେଳେ ସମ ଅଧିନସ୍ଥ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡିକରେ 2200 ରୁ ଉର୍ଧ୍ଵ ଶଯ୍ୟା ରହିଛି। ସମ କୋଭିଡ ହସ୍ପିଟାଲର ଉତ୍‌ସର୍ଗୀକୃତ ସେବା ଯୋଗୁଁ ଅସଂଖ୍ୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରୋନା ପରିଚାଳନା ନିୟମକୁ ଶୃଙ୍ଖଳିତ ଢଙ୍ଗରେ ବିନିଯୋଗ କରି ରୋଗୀଙ୍କ ସେବା କରୁଥିବାରୁ ସମ କୋଭିଡ ହସ୍ପିଟାଲ ଓ ଏହାର ଡାକ୍ତର ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ଧର୍ଯ୍ୟର ସହ କରୋନା ସଂକ୍ରମିତଙ୍କର ଉତ୍ତମ ସେବା, ଯତ୍ନ ଓ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ଯୋଗୁଁ ରୋଗୀମାନେ ଉପକୃତ ହେଉଥିବା ସେ କହିଛନ୍ତି।

ଫାଇଭ୍‌ ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ସମ୍‌ର ଏହି ଦୁଇ ଦକ୍ଷ ଡାକ୍ତରଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ କରୋନା ପରିଚାଳନାକୁ ଡାକ୍ତର ପାତ୍ର ଏବଂ ଡାକ୍ତର ବେହେରା ମଧ୍ୟ ପ୍ରଶଂସା କରିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଦକ୍ଷତା ସହିତ କରୋନାର ଆଗୁଆ ପରିଚାଳନା କରୁଥିବାରୁ ଏହା ଦ୍ବାରା ହଜାର ହଜାର ରୋଗୀ ଉପକୃତ ହୋଇପାରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାଓ ଦମନ ପାଇଁ କନ୍ଧମାଳ ପୋଲିସକୁ ସାବାସୀ ଜଣାଇଲେ ମୁଖ୍ୟମନ୍ତ୍ରୀ, ଉଦ୍ୟମ ପ୍ରଶଂସନୀୟ

ଭୁବନେଶ୍ବର, କନ୍ଧମାଳ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦମନ କରିବା ନେଇ ଓଡ଼ିଶା ପୋଲିସର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କନ୍ଧମାଳ ଏସପିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ତାଙ୍କୁ ଓ ତାଙ୍କ ଟିମକୁ ମାଓ ଦମନରେ ବିଶେଷ ଭୂମିକା ପାଇଁ ସାଧୁବାଦ ଜଣାଇଛନ୍ତି।

ଏ ଦିଗରେ ଯେତେ ପ୍ରକାର ସହଯୋଗ ଆବଶ୍ୟକ ସରକାର ତାହା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଗତ ସପ୍ତାହରେ ଜିଲ୍ଲାରେ ମାଓ ଦମନ ବେଳେ ଜିଲ୍ଲା ପୋଲିସକୁ ବ୍ୟାପକ ସଫଳତା ମିଳିଥିଲା। ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ କୁଖ୍ୟାତ ମାଓ ନେତା ନିହତ ହୋଇଥିବା ବେଳେ ସେମାନଙ୍କ କ୍ୟାମ୍ପରୁ ବିପୁଳ ପରିମାଣରେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।