Categories
ଆଜିର ଖବର ରାଜ୍ୟ ଖବର

ମହେଶ୍ବର ମହାନ୍ତିଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଆଜି ଶଙ୍ଖଭବନ ଯାଇ ସେଠାରେ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ଏକ ବାର୍ତ୍ତା ରେ ସେ କହିଛନ୍ତି ଯେ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜାମୁକୋଳି ଗୋଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକ ବାଛୁରୀର ଦେଲେ ନାମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।

ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆ ଯାଉଥିବା ଗୋ ଖାଦ୍ୟ ସବୁ ବୁଲି ଦେଖିଥିଲେ ଏବଂ କିଛି ଗାଈ ମାନଙ୍କୁ ଫଳ ଓ ପନିପରିବା ମଧ୍ୟ ଖାଇବାକୁ ଦେଇଥିଲେ।

ଏକ ନବ ଜନ୍ମିତ ବାଛୁରୀକୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ କଣ ବୋଲି ପଚାରି ଥିଲେ। ତାହାର ନାମ ଦିଆ ଯାଇ ନାହିଁ ବୋଲି ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା’ର ନାମ ରଖିଥଲେ କ୍ରିଷ୍ଣା।

ସୂଚନା ଯୋଗ୍ୟ ଯେ ଜାମୁକୋଳି ଠାରେ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୫.୫ ଏକର ପରିମିତ ଜମିରେ ଏକ ଗୋଶାଳା ସ୍ଥାପନ କରା ଯାଇଛି। ଏହାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି। ଏଥିରେ ବର୍ତ୍ତମାନ ୯୦୬ ଟି ଗାଈ ଗୋରୁ ଅଛନ୍ତି। ସହରର ବୁଲା ଗାଈ ଗୋରୁ ମାନଙ୍କୁ ମୁଖ୍ୟତଃ ଏଠାରେ ରଖାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଥିଲେ। ଭୁବନେଶ୍ୱର ମହାନଗର ନିଗମ ମେୟର, ଉତ୍ତର ବିଧାୟକ, ପୂର୍ବତନ ବିଧାୟକ, ମହାନଗର ନିଗମର କମିଶନର ପ୍ରମୁଖ ଉପସ୍ଥତ ଥିଲେ।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ବିଶ୍ବକପ ହକି ପାଇଁ ଆସନ୍ତାକାଲି ଅଧାଦିନ କଟକ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ବକପର ଉଦଘାଟନ ଉତ୍ସବ। ଏହି ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏକ ରଂଗାରଂଗ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ସେଥିପାଇଁ ଆସନ୍ତାକାଲି କଟକ ମ୍ୟୁନିସପାଲ କରପୋରେସନର ସମସ୍ତ କାର୍ଯ୍ୟାଳୟ ଓ ସ୍କୁଲ ଦିନ ଗୋଟାଏରୁ ବନ୍ଦ ରହିବ।

ଏ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ହକି ବିଶ୍ବକପ ପାଇଁ ଆସନ୍ତାକାଲି କଟକର ସମସ୍ତ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ସହିତ ଜଡିତ ସଂସ୍ଥା ବନ୍ଦ ରହିବ। ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ସ୍କୁଲ ଦିନ ଗୋଟିଏ ପରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବର୍ଷା ସିଂ ବରିହାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପଦମପୁରରେ ବିପୁଳ ଭୋଟରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ଏହି ଖବର ଆସିବା ପରେ ତାଙ୍କୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ ଟେଲିଫୋନ ଯୋଗେ ବର୍ଷାଙ୍କ ସହିତ କଥା ହେବା ସହିତ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ପଦମପୁରରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଖଣ୍ଡ ଭୋଟ୍ ମିଳିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହେଲା ମେକ ଇନ ଓଡିଶା କନକ୍ଲେଭ

ଭୁବନେଶ୍ବର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ ଇନ ଓଡିଶା କନକ୍ଲେଭକୁ ଉଦଘାଟିତ କରିଛନ୍ତି। ଭୁବନେଶ୍ବରର ଜନତା ମଇଦାନରେ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, କଟକ ଭୁବନେଶ୍ବର ମେୟର, ମୁଖ୍ୟଶାସନ ସଚିବ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି ଓଡିଶା ବର୍ତ୍ତମାନ ଦେଶର ନିବେଶ ପାଇଁ ଏହି ପ୍ରମୁଖ ରାଜ୍ୟରେ ପରିଗଣତି ହୋଇପାରିଛି। ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଫିକି ର ସହଯୋଗ ପାଇଁ ସେ ଧନ୍ୟବାଦ ଦେଇଥିଲେ। ଏଥିସହିତ ଫିକି ର ମହିଳା ଶାଖା ରାଜ୍ୟରେ ଚାଲିଥିବା ମିସନ ଶକ୍ତିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ସେହିପରି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଦେଶବିଦେଶରୁ ପ୍ରାୟ  ଏଗାର ହଜାରର ଅଧିକ ପଞ୍ଜିକରଣ ହୋଇଛି। ଏହି ପାଞ୍ଚ ଦିନିଆ ସମ୍ମିଳନୀରେ 38ଟି ଶିଳ୍ପ ନିବେଶ ଉପରେ ଆଲୋଚନା ଚକ୍ର କରାଯାଇଛି। ସେହିପରି ଏଥିରେ 124 ଜଣ ବିଶେଷଜ୍ଞ ଯୋଗ ଦେଇ ସେମାନଙ୍କର ମତ ରଖିବେ।

ସେହିପରି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ମଧ୍ୟ ଏହି ସମ୍ମଳନୀକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ଏହା ହେଉଛି 3ୟ ମେକ ଇନ ଓଡିଶା। ପୂର୍ବ ଦୁଇଟି ପରି ଏହି ସମ୍ମିଳନୀରେ ବେଶ ଅଧିକ ପୁଂଜି ଆସିପାରିବ ବୋଲି ସେ ଆଶା କରିଛନ୍ତି। ସେ କହିଛନ୍ତି ଯେ, ଏଥିରେ 130ରୁ ଅଧିକ ବୃହତ ତଥା ମଧ୍ୟମ ଧରଣର ଶିଳ୍ପପତି ଯୋଗ ଦେବେ।

ଭୁବନେଶ୍ବର ଜନତା ମଇଦାନରେ ଏହି ସମ୍ମଳନୀ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କଣ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ତେବେ ଏହା କୌଣସି ରାଜନୈତିକ କାରଣ ନୁହେଁ ବଂର ଓଡିଶା ସ୍ବାର୍ଥ ପାଇଁ ନବୀନ ଏହି ଚିଠି ଲେଖିଛନ୍ତି। ସେ ମୁଖ୍ୟତଃ କେନ୍ଦୁପତ୍ର ପତ୍ର ଉପରୁ ଜିଏସଟି ଛାଡ କରିବା ପାଇଁ ସେ ସୀତାରମଣଙ୍କୁ ଏହି ଚିଠି ଲେଖିଛନ୍ତି।

ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦୁପତ୍ର ଉପରେ ବର୍ତ୍ତମାନ କେନ୍ଦ୍ର ସରକାର 18 ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଏହା ଠିକ ନୁହେଁ। କାରଣ କେନ୍ଦୁପତ୍ର ତୋଳାଳୀ ହେଉଛନ୍ତି ଗରୀବ ଶ୍ରେଣୀର ଲୋକ। ସେମାନେ ଏହି ପତ୍ର ତୋଳି ଗୁଜରାଣ ମେଣ୍ଟାଉଛନ୍ତି। ତେଣୁ ଏହା ଉପରୁ ଜିଏସଟି ଛାଡ କରିବାକୁ ଅର୍ଥମନ୍ତ୍ରୀ ନିଷ୍ପତି ନିଅନ୍ତୁ ବୋଲି ନବୀନ ଉଲ୍ଲେଖ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରାଯିବ। ଆଜି ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସମସ୍ତ ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ।

ମିଳିଥିବା ରିପୋର୍ଟ ଅନୁଯାୟୀ, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍‌ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨, ୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। ଅଥଚ ଏ ପର୍ଯ୍ୟନ୍ତ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ବହୁସଂଖ୍ୟକ ଚାଷୀ ଫସଲ ବୀମା ରାଶି ପାଇପାରି ନାହାନ୍ତି।

ଏ ସଂପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ଏହି ପରିପ୍ରେକ୍ଷୀରେ ପରିସ୍ଥିତିର ଗମ୍ଭୀରତା ଏବଂ ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନି ରିପୋର୍ଟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ପୀଡ଼ିତ ଏବଂ ବଞ୍ଚିତ ଚାଷୀଙ୍କୁ ରାଜ୍ୟର ନିଜସ୍ବ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପୀଡ଼ିତ ଚାଷୀଙ୍କୁ ତତ୍କାଳ ସହାୟତା ରାଶି ପ୍ରଦାନ ଲାଗି ଏହିସବୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ସହାୟତା ରାଶି ସଂର୍ପକରେ ଏସ୍‌ଆର୍‌ସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତ ଚାଷୀଙ୍କ କଷ୍ଟ ଦୂର କରିବାକୁ ଏବେ ୨୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ଆକଳନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଣ୍ଡିତ ନୀଳକଣ୍ଠ ଦାସଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଭାଷା, ସାହିତ୍ୟର ଅନ୍ୟତମ ସାରସ୍ଵତ ସାଧକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆଜି ହେଉଛି ତିରୋଧାନ ଦିବସ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ ଟୁଇଟରେ ସେ କହିଛନ୍ତି ଯେ, ‘ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଭାଷା, ସାହିତ୍ୟର ଅନ୍ୟତମ ସାରସ୍ଵତ ସାଧକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ସମାଜ ସଂସ୍କାର ଦିଗରେ ତାଙ୍କର ଜୀବନବ୍ୟାପି ଉଦ୍ୟମ ସହ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରୁଥିବା ଅନନ୍ୟ ସୃଜନ ସୃଷ୍ଟି ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ।’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୀପାବଳି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ପବିତ୍ର ଦୀପାବଳି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ନବୀନ ଏକ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ,

“ଆଲୋକର ପର୍ବ ଦୀପାବଳି ଓ ପବିତ୍ର କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। ଶୁଭ ଦୀପାବଳି , Happy Diwali ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି ବସୁଛି କ୍ୟାବିନେଟ ବୈଠକ, ନିଆଯିବ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି

ଭୁବନେଶ୍ବର: ସପ୍ତାହ ବ୍ୟବଧାନରେ ପୁଣି ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ ପାଞ୍ଚଟାରେ ବସିବ। ଏଥିରେ ଲୋକସେବା ଭବନରୁ ମନ୍ତ୍ରୀ ଓ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫ୍ରେନସିଂ ମାଧ୍ୟମରେ ରହିବେ।

ଏହି ବୈଠକରେ ଦଶଟି ଭିନ୍ନ ଭିନ୍ନ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି। ସେଗୁଡିକ ମଧ୍ୟରେ ରାଜସ୍ବ,ପାନୀୟ ଜଳ ଯୋଗାଣ, କୃଷି, ସାଧାରଣ ପ୍ରଶାସନ, ପରିବହନ, ପୂର୍ତ୍ତ ଓ କ୍ରୀଡ଼ା ବିଭାଗର ବିଭିନ୍ନ ପ୍ରସ୍ତାବ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁମ୍ବାଇ ଓଡିଶା ଭବନ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ଭଳି ମେଟ୍ରୋ ସହରରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦ୍ଦେଶ୍ୟରେ ଓଡିଶା ଭବନ, ମୁମ୍ବାଇ କାର୍ଯ୍ୟକରୁଅଛି ।

ଏହି ଭବନରେ ୨୮ ଗୋଟି ଏସି ରୁମ ଓ ୪ ଟି ଏସି ଡର୍ମିଟୋରୀ ରହିଛି । ଏହି ସବୁ ରୁମ ମଧ୍ୟରୁ ୧୬ ଗୋଟି ୨ ଶଯ୍ୟା ବିଶିଷ୍ଟ ଏସି ରୁମ ଓ ୨ ଟି ଏସି ଡର୍ମିଟୋରୀ ମୁମ୍ବାଇରେ କ୍ୟାନ୍ସର ଭଳି ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ନିମନ୍ତେ ଆସୁଥିବା ଓଡିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।

ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏହି ରହଣି ସୁବିଧା ଦ୍ୱାରା ଓଡିଶାର ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷଭାବେ ଉପକୃତ ହୋଇ ଆସୁଛନ୍ତି ।

ତେବେ ମୁମ୍ବାଇ ଓଡିଶା ଭବନରେ ରୋଗୀମାନଙ୍କ ପାଇଁ ଅଧିକ ରୁମର ବ୍ୟବସ୍ଥା କରିବାକୁ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ତରଫରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ସେମାନଙ୍କର ଦାବୀକୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି. କେ. ପାଣ୍ଡିଆନ, ନିର୍ମାଣ ବିଭାଗ ଓ ଇଡ୍‌କୋର ଅଧିକାରୀ ବୃନ୍ଦ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଓଡିଶା ଭବନ, ମୁମ୍ବାଇର ଏହି ସଂପ୍ରସାରଣ ପୂର୍ଣ୍ଣ ହେଲେ ମୁମ୍ବାଇ ଭଳି ବ୍ୟୟବହୁଳ ସହରରେ ଅଧିକ କ୍ୟାନ୍ସର ପୀଡିତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇଦିଆଯାଇ ପାରିବ । ଏଥି ନିମନ୍ତେ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Categories
Hockey Worldcup23 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହକି ଇଣ୍ଡିଆର ସଭାପତି ହୋଇଥିବାରୁ ଦିଲ୍ଲୀପ ତୀର୍କିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ବର: ଆଜି ହକି ଇଣ୍ଡିଆର ସଭାପତି ଭାବେ ଦିଲ୍ଲୀପ ତୀର୍କି ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସେ ଏକ ଟୁଇଟ କରି କହିଛନ୍ତି ଯେ, ଭାରତର ପୂର୍ବତନ ହକି କ୍ୟାପେଟନ ଦିଲ୍ଲୀପ ତିର୍କୀ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ। ସେ ଜଣେ ଭଲ ହକି ଖେଳାଳୀ ହୋଇଥିବାରୁ ହକିକୁ ନିଶ୍ଚିତ ଉପରକୁ ନେବେ। ତାଙ୍କୁ ଅଶେଷ ଶୁଭେଚ୍ଛା।

ଆଜି ଆନ୍ତର୍ଜାତୟ ହକି ତାରକା ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ଆସନ୍ତା ଅକ୍ଟୋବର ୧ତାରିଖରେ ହେବାକୁ ଥିଲା।  କାରଣ ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ହକି ଇଣ୍ଡିଆ ସଭାପତି ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଅନ୍ୟ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ଫଳରେ ଦିଲ୍ଲୀପ ତିର୍କୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁମ୍ବାଇ/ଭୁବନେଶ୍ବର: ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଷ୍ଟକ ଏକ୍ସଚେଞ୍ଜର କାରାବାର ନବୀନଙ୍କ ବେଲ ମାଡରୁ ଆରମ୍ଭ ହୋଇଥିଲା। ସାଧାରଣତଃ ଷ୍ଟକ ଏକ୍ସଚେଞ୍ଜର କାରାବାର ଏକ ବେଲ୍ ବଜାଇବାରୁ ଆରମ୍ଭ ହୋଇଥାଏ। ଯାହା ନବୀନ ଆଜି କରିଛନ୍ତି। ଏଥିରେ ବିଏସଇର ଅଧ୍ୟକ୍ଷ ଏସ ଏସ ମୁନ୍ଦ୍ରାଙ୍କ ସହିତ କେତେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ତିନିଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସେଠାରେ ଆୟୋଜିତ ହୋଇଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଥିରେ ଦେଶର ପ୍ରମୁଖ ଶିଳ୍ପପତି ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ସରକାରୀ କଲେଜରେ ଯୋଗ ଦେଲେ ୨୭୪ ଜଣ ଅଧ୍ୟାପକ, ମୁଖ୍ୟମନ୍ତୀ ଦେଲେ ଦିଗଦର୍ଶନ

ଭୁବନେଶ୍ୱର: ଆଜି ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଇଂରାଜୀରେ ୧୫୬ ଜଣ , ରାଜନୀତି ବିଜ୍ଞାନରେ ୧୧୭ ଜଣ ଏବଂ ଗଣିତରେ ଜଣକୁ ନିଯୁକ୍ତି ଦିଆଯାଇଛି ।

ଲୋକସେବା ସମ୍ମିଳନୀ କକ୍ଷରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍‍ଦର୍ଶନ ଦେଇଥିଲେ। ସମାଜର ପରିବର୍ତ୍ତନ ପାଇଁ ଓଡ଼ିଶାକୁ ଦାୟିତ୍ୱବାନ ଯୁବବର୍ଗ ଆବଶ୍ୟକ। କେବଳ ପୁସ୍ତକ ପାଠ୍ୟକ୍ରମ ମଧ୍ୟରେ ପିଲାଙ୍କୁ ସୀମିତ ନରଖିବାକୁ ନବନିଯୁକ୍ତ ଅଧ୍ୟାପକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସାମାଜିକ- ରାଜନୈତିକ ପ୍ରସଙ୍ଗ ନେଇ ପିଲାଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଚ୍ଚଶିକ୍ଷାରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ। ଏହା ବାସ୍ତବରେ ଉଚ୍ଚଶିକ୍ଷାର ଏକ କେନ୍ଦ୍ର ପାଲଟିଛି ଯେଉଁଥିରେ ବୈଷୟିକ ଜ୍ଞାନ କୈଶଳ ଏବଂ ବୃତ୍ତିଗତ ଅନୁଷ୍ଠାନଗୁଡ଼ିକ ରାଜ୍ୟରେ ସେମାନଙ୍କ କେନ୍ଦ୍ର ଖୋଲୁଛନ୍ତି। ତଥାପି, ଯୁବକମାନେ ସମାଜକୁ ବୁଝିବା ଏବଂ ସମାଜରେ ପରିବେଶର ପରିବର୍ତ୍ତନର ଆହ୍ୱାନର ସମ୍ମୁଖୀନ ହେବାକୁ କୌଶଳ ଶିଖିବା ପାଇଁ ପାରମ୍ପାରିକ ଡିଗ୍ରୀ ଶିକ୍ଷା ଜରୁରୀ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆସନ୍ତାକାଲି ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସେ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ। ସେହିପରି ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ୫ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବେ। ୬ ତାରିଖରେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ‌ରେ ଯୋଗଦେବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେବେ।

ସେହିପରି ୭ତାରିଖରେ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ନବୀନ ଯୋଗଦେବେ। ଏହି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନେ ସାମିଲ ହେବେ। ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବା ପାଇଁ ମୁଖ୍ୟମନ୍ତ୍ରୀ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଏକ ଘୋଷଣା

ଭୁବନେଶ୍ବର: ବୈଷୟିକ ଶିକ୍ଷା ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏକ ଘୋଷଣା। ତାହା ହେଲା ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ବା ଆଇଟିଆଇ (ITI) ଖୋଲାଯିବ। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ।

କୁଚିଣ୍ଡାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି ଟ୍ରେଡରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ। ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପୁଳ ଓ ଅତ୍ମନିଯୁକ୍ତି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିବ।

ସେହିପରି ବଲାଙ୍ଗୀରର ପାଟଣାଗଡ ଠାରେ ପ୍ରତିଷ୍ଠିତ ଆଇଟିଆଇରେ ମଧ୍ୟ ୪ ଗୋଟି ଟ୍ରେଡରେ ୨୪୦ ଜଣ ପିଲା ଶିଳ୍ପ ତାଲିମ ପାଇପାରିବେ । ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ବାରା ବ୍ଲକ୍‌ର ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବୃଦ୍ଧି ହେବା ସହିତ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟିରେ ସହାୟକ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ୨୫୧ଟି ବ୍ଲକ୍‌ର ସରକାରୀ/ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ବା ଆଇଟିଆଇ ରହିଛି । ସେହିପରି ୫୮ଟି ସବ୍‌ଡିଭିଜନ ମଧ୍ୟରୁ ୪୮ଟିରେ ଆଇଟିଆଇ ରହିଛି । ପାଟଣାଗଡ ଓ କୁଚିଣ୍ଡାରେ ଆଇଟିଆଇ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ ଯେ Skilled in Odisha କାର୍ଯ୍ୟକ୍ରମ ଜରିଆରେ ଆମର ଯୁବକ ଯୁବତୀ ମାନେ ବିଭିନ୍ନ ସରକାରୀ ଶିଳ୍ପତାଲିମ ପ୍ରତିଷ୍ଠାନ ମାନଙ୍କରେ ତାଲିମ ନେଇ ନିଜର ଦକ୍ଷତା ଦ୍ବାରା ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ଭୁବନେଶ୍ବର ନିକଟରେ ପ୍ରତିଷ୍ଠିତ World Skill Centre ଆମର ଯୁବସମାଜ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଜଳ ସମ୍ପଦ ବିଭାଗରେ ଆଜି ଯୋଗ ଦେଲେ ଶହେ ଇଂଜିନିୟର, ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ବର: ଆଜି ରାଜ୍ୟ ସରକାର  106 ଜଣ ଜୁନିଅର ମେକାନିକାଲ୍ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନେ ଜଳ ସମ୍ପଦ ବିଭାଗରେ କାର୍ଯ୍ୟ କରିବେ। ଏହି ଇଂଜିନିୟରଙ୍କୁ ରାଜ୍ୟ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି।

ଭର୍ଚୁଆଲ୍ ପ୍ଲାଟଫର୍ମରେ ନୂତନ ଇଞ୍ଜିନିୟର୍ମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଜ୍ଞାନକୌଶଳ ସହିତ ପରିଚିତ ହେବାକୁ କହିଥିଲେ। ସେ କହିଥିଲେ, “ଟେକ୍ନୋକ୍ରାଟ୍ ହୋଇଥିବାରୁ ମୁଁ ଆଶା କରେ ଆପଣ ସମସ୍ତେ ପରିବର୍ତ୍ତନ ଏବଂ ନୂତନ ଟେକ୍ନୋଲୋଜି ସହିତ ସଂଯୋଗରେ ରହିବେ। ଏହା ଆପଣଙ୍କ କାର୍ଯ୍ୟରେ ନିଶ୍ଚିତ ଭାବେ ଦକ୍ଷତା ଏବଂ ସ୍ୱଚ୍ଛତା ଆଣିପାରିବ। ଏହା ଆମର 5T ପଦକ୍ଷେପର କାର୍ଯ୍ୟଧାରାକୁ ହାସଲ କରିବାରେ ସହାୟକ ହୋଇପାରିବ। ”

ସେ କହିଛନ୍ତି ଯେ ଜଳ ସମ୍ପଦ ବିଭାଗ 30 ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ କରିଛି। ସେହିପରି 16 ଟି ବିଭିନ୍ନ ନଦୀ ପାର୍ଶ୍ୱରେ ପାଇପଲାଇନ ରହିଅଛି। ଏହା କେବଳ ଗ୍ରାମାଞ୍ଚଳର ଜଳ ଯୋଗାଣ ସହିତ ଭୂପୃଷ୍ଠ ଜଳ ସଂରକ୍ଷଣ କରିବାରେ ସହାୟକ ହେବ ନାହିଁ, ବରଂ ଭୂତଳ ଜଳ ସ୍ତରକୁ ମଧ୍ୟ ବଢାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡିଶା ମୁଖ୍ୟତଃ ଏକ କୃଷି ରାଜ୍ୟ ବୋଲି କହି ସେ କହିଛନ୍ତି ଯେ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ଏହି ବିଭାଗର ପ୍ରମୁଖ ଦାୟିତ୍ବ ଅଟେ। ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଳଭଣ୍ଡାରର ବୈଜ୍ଞାନିକ ପରିଚାଳନା ସହିତ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ରକ୍ଷା କରିବା ମଧ୍ୟ ଆମର ଦାୟିତ୍ବ। ଆମର ଦୁଇ ହଜାର ପାଞ୍ଚ ଶହରୁ ଅଧିକ ଡ୍ୟାମ୍ ଅଛି। ଏଥିସହିତ ଲୋୟର ସୁକେଲ୍, ଦେଓ, କାନପୁର ଏବଂ ଘାଟକେଶ୍ୱର ଭଳି ଆଉ କିଛି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଛନ୍ତି।

ଜଳ ସମ୍ପଦର ମୂଲ୍ୟ ଉପରେ ଧ୍ୟାନ ଦେଇ ସେ କହିଛନ୍ତି ଯେ ଦିନକୁ ଦିନ ବଢୁଥିବା ଜନସଂଖ୍ୟା ସହିତ ଜଳ ଏକ ଅଭାବୀ ଉତ୍ସରେ ପରିଣତ ହେଉଛି। ଏହି ପରିପ୍ରେକ୍ଷୀରେ ପାନୀୟ ଜଳ, ଜଳସେଚନ, ଜଳ ବିଦ୍ୟୁତ୍ ଶକ୍ତି, ଶିଳ୍ପ, ଏବଂ ପରିବେଶ ସନ୍ତୁଳନ ଭଳି ବିଭିନ୍ନ ଉଦ୍ଦେଶ୍ୟରେ ଜଳ ସଂରକ୍ଷଣରେ ଇଞ୍ଜିନିୟରମାନଙ୍କୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମେକାନିକାଲ୍ ଇଞ୍ଜିନିୟରମାନଙ୍କର ଭୂମିକାକୁ ଦର୍ଶାଇ ସେ କହିଛନ୍ତି ଯେ ଯଦିଓ ସିଭିଲ୍ ନିର୍ମାଣ କାର୍ଯ୍ୟ ସିଭିଲ୍ ଇଞ୍ଜିନିୟର୍ସଙ୍କ ଦ୍ବାରା କରାଯାଇଥାଏ, ତଥାପି ହାଇଡ୍ରୋଲିକ୍ ଷ୍ଟ୍ରକଚରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସ୍ଥାପନ ପାଇଁ ମେକାନିକାଲ୍ ଇଞ୍ଜିନିୟରମାନଙ୍କର ଅଧିକ ଭୂମିକା ରହିଛି ଯେପରିକି ସେମାନଙ୍କ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ସହିତ ଗେଟ୍ କାର୍ଯ୍ୟ ଅନ୍ତର୍ଭୁକ୍ତ।

ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସଫଳତାକୁ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସଶକ୍ତିକରଣକୁ ସେ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି। ନୂତନ ଭାବେ ନିଯୁକ୍ତ ଇଞ୍ଜିନିୟରମାନେ ରାଜ୍ୟର ପଦକ୍ଷେପଗୁଡିକର ଲାଭ ଲୋକଙ୍କ ଦ୍ୱାରରେ ପହଞ୍ଚାଇବାକୁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।

ମୁଖ୍ୟ ସଚିବ ଶ୍ରୀ ସୁରେଶ ମହାପାତ୍ର ଇଞ୍ଜିନିୟରମାନଙ୍କୁ ପ୍ରତିବଦ୍ଧତା ଏବଂ ସ୍ୱଚ୍ଛତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ନୂତନ ଭାବରେ ନିଯୁକ୍ତ ଇଞ୍ଜିନିୟର କୃଷ୍ଣ ପ୍ରିୟଦର୍ଶିନୀ, ଅଞ୍ଜଳି ପରିଡା ଏବଂ ଅର୍ଜୁନ ଦାସ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ପୋଷ୍ଟିଂ ପାଇଁ କମ୍ପ୍ୟୁଟର ଆଧାରିତ ପସନ୍ଦ ଲକିଂ ସିଷ୍ଟମରେ ପ୍ରଶଂସା କରିଥିଲେ।

ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରି ସିଏମ୍ (5 ଟି) ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଇଞ୍ଜିନିୟରମାନଙ୍କୁ ନିଜ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବାକୁ ପରାମର୍ଶ ଦେଇଛନ୍ତି। ଯେହେତୁ ସେମାନେ କେବଳ ଏକ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଦେଇ ଆସିଛନ୍ତି, ସେମାନେ କୌଣସି ଭୟ କିମ୍ବା ଅନୁଗ୍ରହ ବିନା କାର୍ଯ୍ୟ କରିବା ଉଚିତ। ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ଏବଂ ଜଳ ସମ୍ପଦ ବିଭାଗର ମୁଖ୍ୟ ଇଂଜିନିୟର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣିଥରେ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସେ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ। ସେହିପରି ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ୫ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବେ। ୬ ତାରିଖରେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ‌ରେ ଯୋଗଦେବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେବେ।

ସେହିପରି ୭ତାରିଖରେ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ନବୀନ ଯୋଗଦେବେ। ଏହି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନେ ସାମିଲ ହେବେ। ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବା ପାଇଁ ମୁଖ୍ୟମନ୍ତ୍ରୀ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ସରକାର ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଦେଲେ ନିଯୁକ୍ତି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୪୧ ଜଣ ଅଭିଜ୍ଞ ଓକିଲଙ୍କୁ ସହାୟକ ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତ ଦେଇଛନ୍ତି। ଲୋକସେବା ଭବନର ପ୍ରେକ୍ଷାଳୟରେ ଆୟୋଜିତ ଏକ ଉତ୍ସବରେ ଏହି ନିଯୁକ୍ତି ଦିଆଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଯୋଗଦେଇ ଗରିବ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନରେ ସାହାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଏଥିରେ ଗୃହ ରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ନବ ନିଯୁକ୍ତଙ୍କୁ ସଚ୍ଚୋଟାତ ଓ ପାରଦର୍ଶୀ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ତ୍ବରିତ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଗରିବ ଓ ବଞ୍ଚିତ ବର୍ଗର ପୀଡ଼ିତଙ୍କ ବିଶ୍ବାସ ଜିତି ସଚ୍ଚୋଟତାର ସହ କାମ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଥିଲେ। 5T ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ନିର୍ବାଚନ 2022: ବିଧାନସଭାରେ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ଥିବା 54 ନମ୍ବର ରୁମରେ ଭୋଟ ଦେଇଛନ୍ତି। ଆଜା ସାରା ଦେଶରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ନିଜକୁ ସାମିଲ କରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆଜି ଓଡିଶାର ସମସ୍ତ ବିଧାୟକ ବିଭିନ୍ନ ସମୟରେ ଆସି ରାଷ୍ଟ୍ରପତି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଏଥର ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେ ଓଡିଶାର ହୋଇଥିବାରୁ ତାଙ୍କୁ ନବୀନ ପଟ୍ଟନାୟକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି। ଏପରିକି ଅନ୍ୟ ବିଧାୟକଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଆଜି ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଏହି ଭୋଟ ଗ୍ରହଣ ଚାଲିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଇଦ୍ ଉଜ୍ ଜୁହା ଉପଲକ୍ଷେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର : ଆଜି ପବିତ୍ର ଇଦ୍ ଉଜ୍ ଜୁହା ଉପଲକ୍ଷେ  ମୁସଲମାନ ଭାଇ ଭଉଣୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଇଚାରାକୁ ମଜବୁତ କରୁଥିବା ପର୍ବ ସମସ୍ତଙ୍କ ସୁଖ ଓ ସମୃଦ୍ଧି ଭରି ଦେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡର ବିପଦ ଏ ଯାଏଁ ଦୂର ହୋଇନାହିଁ । ସମସ୍ତଙ୍କୁ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରି ନିଜେ ଓ ପରିବାରକୁ ସୁସ୍ଥ ରଖିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।

ସେହିପରି ଇଦ-ଉଜ୍-ଜୁହା ପର୍ବ ଉପଲକ୍ଷେ ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଏହି ପର୍ବ ଉପଲକ୍ଷେ ଆନ୍ତରିକ ଶୁଭେଚ୍ଛା ସହ ସେବା, ସମର୍ପଣ, ତ୍ୟାଗର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ମୁସଲମାନ ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ଉତ୍ସର୍ଗୀକୃତଭାବେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ବାନ କରିଛନ୍ତି ।