Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ ପରେ ଛତିଶଗଡ କଂଗ୍ରେସରେ ବିବାଦ: ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଲାଗି ଦିଲ୍ଲୀରେ ପହଞ୍ଚିଲେ ନେତା

ନୂଆଦିଲ୍ଲୀ: ପଞ୍ଜାବ ପରେ ଏବେ ଛତିଶଗଡ କଂଗ୍ରେସର ଲଢେଇ ଏବେ ଦିଲ୍ଲୀରେ ପହଞ୍ଚିଛି। ସୂଚନାନୁସାରେ ଆସନ୍ତାକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଦିଲ୍ଲୀ ଆସୁଛନ୍ତି। କୁହାଯାଉଛି ଯେ, ଛତିଶଗଡ କଂଗ୍ରେସର ଦାୟିତ୍ୱରେ ଥିବା ପିଏଲ ପୁନିଆଙ୍କ ସହ ଉଭୟ ନେତା ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କୁ ଭେଟି ପାରିବେ। ଅଢେଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ହୋଇ ନ ଥିବାରୁ ଟି.ଏସ୍ ସିଂଦେବ ଅସନ୍ତୋଷ ଥିବା ସୂଚନା ରହିଛି।

ଗତ ମାସରେ କଂଗ୍ରେସ ବିଧାୟକ ବୃହସ୍ପତି ସିଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂଦେବଙ୍କ ଉପରେ ହତ୍ୟା ଧମକ ଦେବା ଅଭିଯୋଗ କରିଥିଲେ। ସେବେଠାରୁ ସମଗ୍ର ରାଜ୍ୟର ରାଜନୈତିକ ମହୋଲ ଗରମ ଅଛି। ବିଧାୟକ ଅଭିଯୋଗ କରିଥିଲେ ଯେ, ଯେବେଠାରୁ ସେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଶଂସା କରିବା ସହ ଅଢେଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କଥାକୁ ଅସ୍ୱୀକାର କରିଥିଲେ, ସେବେ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂଦେବଙ୍କ ଟାର୍ଗେଟରେ ସେ ରହିଆସିଛନ୍ତି।

ଛତିଶଗଡ ଏପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସ ୯୦ ଟି ବିଧାନସଭା ଆସନ ମଧ୍ୟରୁ ୭୦ ଟି ଦଖଲ କରିଛି। ସମଗ୍ର ଦେଶରେ ଯଦି କଂଗ୍ରେସ ସବୁଠାରୁ ଶକ୍ତିଶାଳୀ ଦେଖାଯାଏ, ତେବେ ଛତିଶଗଡରେ ସବୁଠୁ ଶକ୍ତିଶାଳୀ କହିଲେ ଅତ୍ଯୁକ୍ତି ହେବ ନାହିଁ। ଛତିଶଗଡରେ କଂଗ୍ରେସ ସରକାର ଗଠନ ହେବା ଦିନଠାରୁ ଅଢେଇ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାର ଫର୍ମୁଲା ଉପରେ ଆଲୋଚନା ହେଉଛି। ଜୁନ୍ ୧୭ ତାରିଖରେ, ଭୁପେଶ ବାଘେଲଙ୍କ ଅଢେଇ ବର୍ଷ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଛି। ସେବେଠାରୁ ରାଜ୍ୟରେ ନେତୃତ୍ୱ ବଦଳାଇବା ନେଇ ଆଲୋଚନା ଆରମ୍ଭ ହୋଇଛି। ତେବେ କଂଗ୍ରେସ ହାଇକମାଣ୍ଡ ଏହା ଉପରେ ଖୋଲାଖୋଲି ଭାବେ କିଛି କହିନାହାଁନ୍ତି। କଂଗ୍ରେସ ଦାୟିତ୍ୱରେ ଥିବା ପିଏଲ ପୁନିଆ ଏନେଇ ଅନେକ ଥର କହିଛନ୍ତି ଯେ, ଅଢେଇ ବର୍ଷ ପାଇଁ କୌଣସି ସୂତ୍ର ନାହିଁ।

Categories
ଆଜିର ଖବର ଜାତୀୟ ଖବର

୪ ମାସ ପରେ ପୁଣି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା: ସାକ୍ଷାତ ପାଇଁ ରାଜ୍ୟପାଳଙ୍କୁ ସମୟ ମାଗିଲେ ତୀରଥ ସିଂହ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଇସ୍ତଫା ଦେଇପାରନ୍ତି। ସେ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ତେଣୁ ତୀରଥ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି।

ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀରେ ଉପସ୍ଥିତ ଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଖବରର ଚର୍ଚ୍ଚା ସେତେବେଳେ ଜୋର ଧରିଲା ଯେତେବେଳେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଥିଲେ। ଗତ ତିନି ଦିନ ଭିତରେ ସେମାନଙ୍କ ମଧ୍ୟରେ ଏହା ତୃତୀୟ ଆଲୋଚନା ବୋଲି ଜଣାପଡିଛି। ତେଣୁ ସେମାନଙ୍କ ମଧ୍ୟରେ ଆଲୋଚନାକୁ ନେଇ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ଧରିଛି। ଗତ ୪ ମାସ ତଳେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ତୀରଥ ସିଂହ ରାୱତ ଶପଥ ନେଇଥିଲେ।