Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୨ କରୋନା ଯୋଦ୍ଧାଙ୍କ ପରିବାର ପାଇଲେ ୫୦ ଲକ୍ଷ ଲେଖାଏଁ ସହାୟତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ଯୁଦ୍ଧ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ୍ ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତ କୃଷ୍ଣଚନ୍ଦ୍ର ମଣ୍ଡଳ କର୍ତ୍ତବ୍ୟ କରୁଥିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛିଦିନ ଚିକିତ୍ସା ପରେ ୩୧.୪.୨୦ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ସହ ବ୍ରହ୍ମପୁର ବଡ଼ବଜାର ଥାନାରେ କାର୍ଯ୍ୟରତ ଥିବା କର୍ମଚାରୀ ଜିତେନ୍ଦ୍ର ପ୍ରଧାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଗତ ୧୦.୮.୨୦୨୦ ଦିନ ମୃତ୍ୟୁବରଣ କରିଥିଲେ।

ସରକାରଙ୍କ ପ୍ରତିଶ୍ରୁତି ପ୍ରକାରେ ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ କାର୍ଯ୍ୟାଳୟରେ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ। କୃଷ୍ଣମଣ୍ଡଳଙ୍କ ସ୍ତ୍ରୀ ଅନିତା ମଣ୍ଡଳଙ୍କୁ ଏବଂ ଜିତେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୌଭାଗ୍ୟା କହଁରଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁର ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ତରଫରୁ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅର୍ଥ ଦାନ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶିକ୍ଷକ ମାନେ ଟଙ୍କା ଦାନ କରିଥିବା ଜଣାପଡିଛି। ଶିକ୍ଷକ ସଂଘ ତରଫରୁ ସମସ୍ତ ଶିକ୍ଷକ ମୋଟ ଚାରିଲକ୍ଷ ବୟାଅସୀ ହଜାର ସାତ ଶହ ସତାଅଶୀ ଟଙ୍କା ଦାନ କରିଛନ୍ତି। ଏହି ଟଙ୍କା ସରକାର କରୋନା ବାବଦରେ ଖର୍ଚ୍ଚ କରିବା ପାଇଁ ପଠାଯାଇଛି। ରେଢାଖୋଲ ବ୍ଲକ୍ ଶିକ୍ଷା ଅଧିକାରୀ ଭଗବାନ ବାଙ୍କିଆ, ଶିକ୍ଷକ ସଂଘର ସନ୍ତୋଷ କୁମାର ମହାପାତ୍ର, ଲୋଚନ ଦ୍ୱିବେଦୀ, ସନ୍ତୋଷ କୁମାର ପ୍ରଧାନ,ଏବଂ ଅନୀଲ କୁମାର ମେହେର ପ୍ରମୁଖ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍ ମାଧ୍ୟମରେ ପଠାଇଥିବା ଜଣା ପଡିଛି।