Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ଏକ ସଂସ୍ଥା କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲା 250 କୋଟି ଟଙ୍କା

ଭୁବନେଶ୍ବର, କୋଭିଡ ମହାମାରି ଯେପରି କାୟା ବିସ୍ତାର କରିବାରେ ଲାଗିଛି, ସେଥିରେ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡିଲେଣି। ଏପରକି ଏହାକୁ ମୁକାବିଲା କରିବାରେ ସରକାରଙ୍କ ପାଣ୍ଠିର ଅଭାବ ମଧ୍ୟ ପରିଲକ୍ଷିତ ହେଲାଣି। ଏପରି ପରିସ୍ଥିତିରେ ଦେଶ ତଥା ରାଜ୍ୟର ବିଭିନ୍ନ ସଂସ୍ଥା ମୁକ୍ତ ହସ୍ତରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସାହାର୍ଯ୍ୟ ପ୍ରଦାନ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶାର ଏକ ସଂସ୍ଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 250 କୋଟି ଟଙ୍କା ସାହାର୍ଯ୍ୟ ପ୍ରଦାନ କରିଛି। ସେହି ସଂସ୍ଥା ହେଉଛି ଓଡିଶା ଖଣି ନିଗମ।

ମୁଖ୍ୟତଃ ନିଗମ, ବିଭିନ୍ନ ସିଏସଆର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସାହାର୍ଯ୍ୟ ପ୍ରଦାନ କରିଆସୁଛି। ଗତ ମାର୍ଚ୍ଚ ମାସରେ ଏହି କୋଭିଡ ମୁକାବିଲା ପାଇଁ ନିଗମ ରିଲିଫ ଫଣ୍ଡକୁ 5ଶହ କୋଟି ଟଙ୍କା ପ୍ରଦାନ କରିଥିଲା।  ଆଜି ନିଗମର ଅଧ୍ୟକ୍ଷ ସଂଜୀବ ଚୋପ୍ରା ଏବଂ ପରିଚାଳନା ନିର୍ଦ୍ଦେଶକ ଭିନୀଲ୍ କ୍ରିଷ୍ଣା 250 କୋଟି ଟଙ୍କାର ଚେକ୍ କୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ।