Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗାଁର କରୋନା ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ: ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସମୀକ୍ଷା କରିବେ। ବିଭିନ୍ନ ସଚିବ, ଜିଲ୍ଲାପାଳ ଏବଂ ଏସପିଙ୍କ ସହ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ।

ଏହାସହିତ ଗାଁର କରୋନା ପରିଚାଳନା କମିଟିକୁ ସକ୍ରିୟ କରାଯିବ। ସବୁ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶାକର୍ମୀମାନଙ୍କୁ ଦାୟିତ୍ଵ ଦିଆଯିବ। ସେମାନେ ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବେ। ସ୍ଥିତି ଦେଖି ଲକଡାଉନ ନିଷ୍ପତ୍ତି ନିଆଯିବ। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଆଜି ଭୁବନେଶ୍ଵରର ଏକ ଘରୋଇ ଶିକ୍ଷାନୁଷ୍ଠାନ (ଏକ୍ସଆଇଏମବି)ରେ ୪୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

କୋଭିଡ୍‍ ଟିକାଦାନ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଦେଶରେ କୋଭିଡ୍‍ ଟିକା ପ୍ରଦାନ ସଂପର୍କରେ ପ୍ରସ୍ତୁତି ଓ ସ୍ଥିତି ଆଦି ଆକଳନ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‍ ଟିକାଦାନର ସବିଶେଷ ପ୍ରସ୍ତୁତି ଏବଂ ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଛି।

ଭୂତାଣୁ ବିରୋଧରେ ସମ୍ମନ୍ୱିତ ଲଢେଇ

ଆଜି ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ସେ କରୋନା ବିରୋଧୀ ଲଢେଇରେ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ନିରନ୍ତର ଯୋଗାଯୋଗ ଏବଂ ସମନ୍ୱୟର ଉଚ୍ଚପ୍ରଶଂସା କରି କହିଥିଲେ ଯେ ଏହି ସମନ୍ୱୟ ଫଳରେ ଠିକ୍‍ ସମୟରେ ନିଷ୍ପତ୍ତି ଗ୍ରହଣ କରାଯାଇପାରିଥିଲା।

ଏହାଦ୍ୱାରା ଭୂତାଣୁ ବିରୋଧୀ ଲଢେଇରେ ନିର୍ଣ୍ଣାୟକ ଭୂମିକ ଗ୍ରହଣ କରିବା ସହଜ ହୋଇଥିଲା; ଫଳରେ ଦେଶରେ ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିଛି। ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ରୋଗର ପ୍ରଭାବ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ ଆରମ୍ଭ କାଳରେ ଲୋକଙ୍କ ଭିତରେ ଯେଉଁ ଭୟ ଓ ଆଶଂକା ଥିଲା ତାହା ଏବେ ହ୍ରାସ ପାଇଛି। ମହାମାରୀର ଆତଙ୍କ କମିଥିବାବେଳେ ଅର୍ଥନୈତିକ କାର୍ଯ୍ୟକ୍ରମଗୁଡିକରେ ଅସ୍ଥିବାଚକ ଓ ବିଶ୍ୱାସ ସୃଷ୍ଟିକାରୀ ଉପଲବ୍‍ଧି ପ୍ରତିଫଳିତ ହୋଇଛି। ଏହି ଲଢେଇରେ ରାଜ୍ୟ ସରକାରମାନେ ମନପ୍ରାଣ ଦେଇ ନିଜକୁ ନିୟୋଜିତ କରିଥିବାରୁ ତାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ବିଶ୍ୱର ସର୍ବବୃହତ୍‍ ଟିକାଦାନ ଅଭିଯାନ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ବିରୋଧୀ ଲଢେଇରେ ଭାରତ ଏବେ ନିର୍ଣ୍ଣୟାତ୍ମକ ସ୍ଥିତିରେ ପହଞ୍ଚିଛି। ଚଳିତ ଜାନୁୟାରୀ ୧୬ ତାରିଖରେ ଭାରତରେ ବିଶ୍ୱର ସର୍ବବୃହତ୍‍ ଟିକାଦାନ ଅଭିଯାନ ଆରମ୍ଭ ହେବ। ସେ ଆହୁରି କହିଛନ୍ତି ଯେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଯେଉଁ ଦୁଇଟିଯାକ ଟିକାକୁ ଅନୁମତି ପ୍ରଦାନ କରାଯାଇଛି ତାହା ଆମ ଦେଶରେ ତିଆରି। ଏହି ଦୁଇଟି ଟିକା ବିଶ୍ୱର ଅନ୍ୟତ୍ର ଉତ୍ପାଦିତ ଟିକାଠାରୁ ଅପେକ୍ଷାକୃତ ଶସ୍ତା। ଭାରତ ଯଦି ନିଜେ ଟିକା ଉତ୍ପାଦନ ନ କରି ଅନ୍ୟ ଦେଶ ଉପରେ ନିର୍ଭର କରିଥାନ୍ତା ସେଥିପାଇଁ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଟିକା ପ୍ରଦାନରେ ଭାରତର ବ୍ୟାପକ ଓ ସୁଦୀର୍ଘ ଅଭିଜ୍ଞତା ଏହି ପ୍ରୟାସରେ ବିଶେଷ ସହାୟକ ହେବ। ବିଶେଷଜ୍ଞ ଏବଂ ବୈଜ୍ଞାନିକ ସମୁଦାୟଙ୍କ ପରାମର୍ଶ କ୍ରମେ କେଉଁମାନଙ୍କୁ ଆଗ ଟିକା ଦିଆଯିବ ତାହା ସ୍ଥିର ହୋଇଛି। ଏଥିରେ ରାଜ୍ୟମାନଙ୍କର ପରାମର୍ଶ ମଧ୍ୟ ଗ୍ରହଣ କରାଯାଇଛି। ଊଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ପ୍ରଦାନ କରାଯିବ। ସେମାନଙ୍କ ସହିତ ସଫେଇ କର୍ମଚାରୀ, କରୋନା ଯୁଦ୍ଧର ସମ୍ମୁଖଧାଡିର ଯୋଦ୍ଧା, ପୁଲିସ, ଅର୍ଦ୍ଧସାମରିକ ବାହିନୀର ଯବାନ, ହୋମ୍‍ଗାର୍ଡ, ବିପର୍ଯ୍ୟୟ ପରିଚାଳନାରେ ସଂପୃକ୍ତ ସ୍ୱେଚ୍ଛାସେବୀ, ସେବସାମରିକ ସଂସ୍ଥାର ଯବାନ, କରୋନା ମୁକାବିଲାରେ ସଂପୃକ୍ତ ରାଜସ୍ୱ ଅଧିକାରୀ ଆଦିଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ପ୍ରଦାନ କରାଯିବ। ଏସବୁ ଲୋକଙ୍କ ସଂଖ୍ୟା ପ୍ରାୟ ୩ କୋଟି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହି ୩ କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟ ଟିକାଦାନରେ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହାକୁ କେନ୍ଦ୍ର ସରକାର ବହନ କରିବେ। ଏ ବାବଦରେ କୌଣସି ରାଜ୍ୟ ସରକାରଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଏବଂ ୫୦ ବର୍ଷରୁ କମ୍‍ ବ୍ୟକ୍ତିବିଶେଷ ଯେଉଁମାନେ ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧିରେ ପୀଡିତ ସେମାନଙ୍କୁ ଟିକା ଦିଆଯିବ। ଏହି ଦୁଇ ବର୍ଗର ଲୋକ ସଂକ୍ରମିତ ହେବାର ଅଧିକ ଆଶଂକା ଥିବାରୁ ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଟିକାଦାନ ପାଇଁ ଭିତ୍ତିଭୂମି ଓ ସାମଗ୍ରୀ ଯୋଗାଣ ଆଦି କାର୍ଯ୍ୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଶେଷ ହୋଇଛି। ଏଥିପାଇଁ ସମଗ୍ର ଦେଶରେ ଅଭ୍ୟାସମୂଳକ ଟିକାଦାନ କାର୍ଯ୍ୟ ସଫଳତାର ସହ ସଂପନ୍ନ କରାଯାଇଛି। ସେ କହିଛନ୍ତି ଯେ କରୋନା ନେଇ ଆମର ନୂଆ ପ୍ରସ୍ତୁତି ଏବଂ ଷ୍ଟାଣ୍ଡାର୍ଡ ଅପରେସନ ପ୍ରସିଜିଓରକୁ ଆମର ପୁରୁଣା ସାର୍ବଜନୀନ ଟିକାଦାନ କାର୍ଯ୍ୟକ୍ରମ ଓ ନିର୍ବାଚନ ପରିଚାଳନା ବ୍ୟବସ୍ଥା ସହ ଯୋଡିବାକୁ ପଡିବ। ନିର୍ବାଚନରେ ଯେପରି ବୁଥସ୍ତରୀୟ ରଣନୀତି ପ୍ରସ୍ତୁତ କରାଯାଏ ଏହି ଟିକାଦାନରେ ସମାନ ରଣନୀତି ଅବଲମ୍ବନ କରାଯିବ।

କୋ-ୱିନ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟିକାଦାନ ଅଭିଯାନରେ ସବୁଠୁ ବଡ଼ ବିଷୟ ହେଲା କେଉଁମାନେ ଟିକା ନେବା ଆବଶ୍ୟକ ସେମାନଙ୍କୁ ଚିହ୍ନଟ କରି ଏହାର ତଦାରଖ ବ୍ୟବସ୍ଥା କରିବା।ସେଥିପାଇଁ କୋ-ୱିନ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ୍‍ କରାଯାଇଛି। ଆଧାର ସହାୟତାରେ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯିବ ଏବଂ ଠିକ୍‍ ସମୟରେ ସେମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦେବା ନିଶ୍ଚିତ କରାଯିବ। ଏହି ଟିକାଦାନ ଅଭିଯାନ ପାଇଁ ଯେଉଁସବୁ ବାସ୍ତବକାଳୀନ ତଥ୍ୟାବଳୀ କୋ-ୱିନରେ ଅପ୍‍ଲୋଡ ହୁଏ ତାହା ବିଶେଷ ଗୁରୁତ୍ୱ ବହନ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଜଣେ ଲୋକ ପ୍ରଥମ ଡୋଜ ଟିକା ନେଇାସାରିବା ପରେ କୋ-ୱିନ ତୁରନ୍ତ ଟିକା ଦିଆଯାଇଥିବା ଏକ ସାର୍ଟିଫିକେଟ ଜେନେରେଟ କରିବ। ଏହି ସାର୍ଟିଫିକେଟ ବା ପ୍ରମାଣପତ୍ର ଦ୍ୱିତୀୟ ଡୋଜ ଟିକା ପାଇଁ ଏକ ପ୍ରମାଣଭାବେ କାର୍ଯ୍ୟ କରିବ। ଦ୍ୱିତୀୟ ଡୋଜ ଟିକାଦାନ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚୂଡାନ୍ତ ସାର୍ଟିଫିକେଟ ପ୍ରଦାନ କରାଯି। ଆସନ୍ତା କେଇ ମାସରେ ୩୦ କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ଏହି କରୋନା ଟିକାଦାନ ଅଭିଯାନର ବିଶେଷ ଗୁରୁତ୍ୱ ରହିଛି। କାରଣ ଆମ ଟିକାଦାନ ବ୍ୟବସ୍ଥାର ସଫଳତା ଆଧାରରେ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ପ୍ରକ୍ରିୟା ଚାଲିବ।

ସେ କହିଛନ୍ତି ଯେ ଗତ ୩-୪ ସପ୍ତାହ ଧରି ପ୍ରାୟ ୫୦ଟି ଦେଶରେ କୋଭିଡ୍‍ ଟିକା ପ୍ରଦାନ ଆରମ୍ଭ ହୋଇଛି। ତେବେ ଏଯାଏଁ ମାତ୍ର ୨.୫ କୋଟି ପାଖାପାଖି ଲୋକଙ୍କୁ ଏହି ଟିକା ଦେବା ସମ୍ଭବ ହୋଇଛି। ଭାରତ ଅଳ୍ପ କେଇମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଟିକା ନେଇସାରିବା ପରେ କୌଣସି ବ୍ୟକ୍ତି ଯଦି ଅସୁସ୍ଥ ଅନୁଭବ କରେ ତାହାର ମୁକାବିଲା କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆମ ଦେଶରେ ସାର୍ବଜନୀନ ଟିକାଦାନ କାର୍ଯ୍ୟକ୍ରମରେ ଏଭଳି ପ୍ରତିକାର ବ୍ୟବସ୍ଥା ଥିଲା ଏବଂ ଏ କ୍ଷେତ୍ରରେ ସେହି ବ୍ୟବସ୍ଥାକୁ ଆହୁରି ଉନ୍ନତ କରି ତାହାକୁ ଉପଯୋଗ କରାଯାଉଛି।  ଏହି ପ୍ରକ୍ରିୟାରେ କରୋନା ସଂକ୍ରାନ୍ତ ଯେଉଁ ନୀତିନିୟମ ଅନୁପାଳନ କରାଯାଉଛି ତାହାର ବିଶେଷତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି ଯେ ଟିକା ନେଉଥିବା ଲୋକମାନେ ମଧ୍ୟ କରୋନା ସତର୍କତା ନିୟମକୁ ପାଳନ କରିବା ଉଚିତ। ଏହାଦ୍ୱାରା ଭୂତାଣୁ ସଂକ୍ରମଣକୁ ରୋକିହେବ। ସେ କହିଛନ୍ତି ଯେ କରୋନା ଟିକା ବିରୋଧୀ ଅପପ୍ରଚାର ଓ ଗୁଜବକୁ ରୋକିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ କଠୋର ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ। ଏଥିପାଇଁ ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନ, ନେହେରୁ ଯୁବକେନ୍ଦ୍ର, ଏନଏସ୍‍ଏସ୍‍ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡିକର ସହାୟତା ନେବାର ଆବଶ୍ୟକତା ରହିଛି।

ବାର୍ଡ ଫ୍ଲୁ ଆହ୍ୱାନର ମୁକାବିଲା ପ୍ରସ୍ତୁତି

ଏବେ ଦେଶରେ ଦେଖାଦେଇଥିବା ବାର୍ଡ ଫ୍ଲୁ ସଂପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋଚନା କରିଛନ୍ତି। କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜରାଟ, ହରିଆନା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ମହାରାଷ୍ଟ୍ର ଆଦି ୯ଟି ରାଜ୍ୟରେ ବାର୍ଡ ଫ୍ଲୁ ବା ପକ୍ଷୀଜ୍ୱର ଦେଖାଦେଇଛି। ସେ କହିଛନ୍ତି ଯେ ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରଣାଳୟ ଏହି ବାର୍ଡ ଫ୍ଲୁକୁ ରୋକିବା ପାଇଁ ଯୋଜନା ଆରମ୍ଭ କରିଛି। ଏହାର କାର୍ଯ୍ୟକାରିତାରେ ଜିଲ୍ଲାପାଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାର୍ଡ ଫ୍ଲୁ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିପାଇଁ ନିଜ ନିଜର ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପରାମର୍ଶ ଓ ଦିଗ୍‍ଦର୍ଶନ ଦେବାକୁ ସେ କହିଛନ୍ତି। ଯେଉଁ ରାଜ୍ୟରେ ବାର୍ଡ ଫ୍ଲୁ ନାହିଁ ସେସବୁ ରାଜ୍ୟ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଜଙ୍ଗଲ, ସ୍ୱାସ୍ଥ୍ୟ ଓ ପଶୁସଂପଦ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଦ୍ୱାରା ଆମେ ଏହି ଆହ୍ୱାନର ସମ୍ମୁଖୀନ ହୋଇପାରିବା ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଟିକାକରଣ ପ୍ରସ୍ତୁତି ଓ ତଥ୍ୟ ସଂଗ୍ରହ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‍ ମହାମାରୀର ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ନେତୃତ୍ୱରେ ଭାରତ ଅନ୍ୟାନ୍ୟ ଦେଶଠାରୁ ବହୁତ ଭଲ ସଫଳତା ହାସଲ କରିଛି। ଏହି ପ୍ରୟାସରେ ରାଜ୍ୟମାନେ ଯେଉଁ ସହଯୋଗ ଓ ସମନ୍ୱୟ ପ୍ରଦର୍ଶନ କରିଛନ୍ତି ତାହା ବେଶ୍‍ ଭଲ ରହିଛି। ଏହି ସହଯୋଗ ଟିକାଦାନ ପ୍ରକ୍ରିୟାରେ ଅବ୍ୟାହତ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀମାନେ ଏହି ଅବସରରେ ଟିକାଦାନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଟିକାର ଭଲମନ୍ଦ ଦିଗ ଓ ଏହାର ନିରାପତ୍ତା ଏବଂ ଦକ୍ଷତା ଆଦି ସଂପର୍କରେ କେତେକ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗ ଉତ୍‍ଥାପନ କରିଥିଲେ। ବୈଠକ ଅବସରରେ ସେମାନଙ୍କ ସନ୍ଦେହ ଦୂର କରାଯିବା ସହ ବାସ୍ତବ ସ୍ଥିତି ସ୍ପଷ୍ଟ କରିଦିଆଯାଇଥିଲା।

ଟିକାଦାନ ଅଭିଯାନର ପ୍ରସ୍ତୁତି ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ଅବସରରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ଏହି ଟିକାଦାନ ଜନଭାଗିଦାରୀରେ କରାଯିବ। ବର୍ତ୍ତମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହିତ କୌଣସି ସାଲିସ ନ କରି ଅତ୍ୟନ୍ତ ସୁସଂହତ ଓ ଶୃଙ୍ଖଳିତଭାବରେ ଏହି ଟିକାଦାନ ଅଭିଯାନ କାର୍ଯ୍ୟକାରୀ ହେବ। ଟିକାଦାନ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ ଓ ଅନ୍ୟାନ୍ୟ ପ୍ରସ୍ତୁତିର ଏକ ବିବରଣୀ ମଧ୍ୟ ଏହି ଅବସରରେ ସେ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି। ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା ରହିଛି। ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ।  କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତ ବର୍ଷ ବୋନସ୍‌, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୁମି ବିକାଶ ଉଦ୍ଦେଶ୍ୟରେ ୯୨.୩୭ କୋଟି ଟଙ୍କା ବୋର୍ଡ ମଞ୍ଜୁର କରିଛି।

କେନ୍ଦୁପତ୍ର ସଂଗ୍ରହ, ବନ୍ଧେଇ ଓ ପ୍ରକ୍ରିୟାକରଣ କାର୍ଯ୍ୟରେ ସାଧାରଣତଃ ଗରିବ ଲୋକମାନେ ନିୟୋଜିତ ହୋଇଥାନ୍ତି। ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି। ୨୦୧୪ ମସିହାରେ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସାମିଲ କରିଛନ୍ତି।

କୋଭିଡ୍‌ ମହାମାରୀ ସମୟରେ ବିଭାଗ ୬୦ ଲକ୍ଷରୁ ଅଧିକ କର୍ମ ଦିବସ ସୃଷ୍ଟି କରିପାରିଥିଲା। ଏହା ଦ୍ବାରା ୭ ଲକ୍ଷ ୫୪ ହଜାରେ ୬୩୧ କେନ୍ଦୁପତ୍ର ତୋଳାଳୀ, ୧୮୨୨୩ ବନ୍ଧେଇ ଶ୍ରମିକ ଏବଂ ୧୬୫୩୩ ଜଣ ସାମୟିକ କର୍ମଚାରୀ ଉପକୃତ ହୋଇଛନ୍ତି। ୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଡିବିଟି ଜରିଆରେ ପଇଠ କରାଯାଇଛି।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇସ୍ପାତ ଓ ଖଣି ଏବଂ ପୁର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ପ୍ରଭାକର ବେହେରା ବୋର୍ଡର କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା ରଖିଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ଡ. ମୋନା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଭି.କେ. ପାଣ୍ଡିଆନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଚିଲିକାରେ ରାଜ୍ୟ ସରକାର ବିରୋଧରେ ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଲା ବିଜେପି

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ନାମକୁ ଲୁଚାଇ ବିଜୁ ପକ୍କା ଘର ଯୋଜନା ନାମରେ ଷ୍ଟିକର ଲଗାଇ ଜନସାଧାରଣଙ୍କୁ ବିଭ୍ରାଟ କରୁଥିବା ପ୍ରତିବାଦରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏତଲା ଦେଇଛି ଚିଲିକା ବିଜେପି।

ଏହି ପ୍ରରିପ୍ରେକ୍ଷୀରେ ଆଜି ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଚିରାଯାଇଛି। ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ରୀତିମତ ଯୋଜନା କରୁଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି। ଏହା ସହିତ ବାଣପୁର ଥାନାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆଇପିସି ୪୨୦ ଦଫା ଅନୁଯାୟୀ ମୁକଦମା ରୁଜ୍ଜୁ କରାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରସ୍ତୁତ ଘରେ ଲାଗୁଥିବା ଫଳକରେ ଖୁବ୍‍ ଛୋଟ ଅକ୍ଷରରେ ପ୍ର.ଆ.ଯୋ ଲେଖିଥିଲା ବେଳେ ଚଞ୍ଚକତା କରି ବିଜୁବାବୁଙ୍କ ଫଟୋ ଲୋଗୋ ସହ ବଡବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖି ନିର୍ମିତ ଗୃହରେ ଷ୍ଟିକର ମାରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ହରିଚନ୍ଦନ। ଚଞ୍ଚକତା କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବା ସହ ରାଜ୍ୟବାସୀଙ୍କୁ ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ବାଣ୍ଟୁଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ନକରି ସବୁ ପକ୍କାଘର ତାଙ୍କ ସରକାର ଯୋଗାଇ ଦେଇଥିବା ଏକ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟବାସୀଙ୍କୁ ପ୍ରଦାନ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଏହି ପ୍ରତିବାଦ ରାଲିରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ଜିଲ୍ଲା ଉପସଭାପତି ବିଜୟ ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ସର୍ବେଶ୍ୱର ପ୍ରଧାନ, ମଣ୍ଡଳ ସଭାପତି କୈଳାଶ ବରାଳ, ସୌମ୍ୟରଂଜନ ସାମନ୍ତରାୟ, ଜିତେନ୍ଦ୍ର ଭୋଳ, ଦିଲ୍ଲୀପ ମହାନ୍ତି, ବିଭିନ୍ନ ପଞ୍ଚାୟତ ସରପଞ୍ଚ ରମେଶ ପ୍ରଧାନ, ଦୀପକ ପ୍ରଧାନ, ଅଜୟ ମାର୍ଥା, ଇନ୍ଦୁ ଜାଲି, ସୁଜାତା ବିଶ୍ୱାଳ, ଲକ୍ଷ୍ମୀ ସେଠି, କଳ୍ପନା ଦୈରିଗଞ୍ଜନ ଏବଂ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଉକ୍ତ ଦୁଇ ବ୍ଲକ ଆନ୍ଦୋଳନରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ବୈଠକ ବସିବ। ସନ୍ଧ୍ୟା ୫ ଟାରେ ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ବସିବ। ତେବେ ୪ ଦିନ ପୂର୍ବେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିବାବେଳେ ଆଜି ପୁଣି ବୈଠକ ବସୁଥିବାରୁ କିଛି ବଡ ଘୋଷଣା  ହୋଇପାରେ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ବଡ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ୱିଟରେ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ପାଇଁ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ରାଜ୍ୟରେ ଗତ 24ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା 5ଶହ ତଳକୁ କମିଥିବାରୁ ଟ୍ୱିଟ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁଲାଇ16 ତାରିଖର ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ 24ଘଣ୍ଟାରେ  ଦୈନିକ ସଂକ୍ରମଣ ସଂଖ୍ୟା ପାଞ୍ଚଶହ ତଳେ ରହିଛି ।

 

ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଏହି ମହାମାରୀ ବିରୋଧରେ ଲଢେଇକୁ ଜିତିବାରେ ସକ୍ଷମ ହୋଇଛି । ତେବେ  ଏବେବି କରୋନାଠୁ ସତର୍କ ରହିବା ନିତାନ୍ତ ଆବଶ୍ୟକ । ଏଥିପାଇଁ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି, ଭ୍ୟାକସିନ ଆସିବା ଯାଏଁ ସଚେତନ ରୁହନ୍ତୁ ବୋଲି ଟ୍ବିଟ୍‌ ଯୋଗେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ରାଜ୍ୟରୁ 418ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 5ଜଣଙ୍କରମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଏନଡିଏ ନେତା ଭାବେ ନିତୀଶ କୁମାର ନିର୍ବାଚିତ: ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ପାଟନା: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ହେବେ। ଏନଡିଏ ବୈଠକରେ ନିତୀଶ କୁମାରଙ୍କ ନାଁ ରେ ମୋହର ଲାଗିଲା। ଏନଡିଏ ନେତା ଭାବେ ନିତୀଶ କୁମାର ନିର୍ବାଚିତ ହୋଇଛନ୍ତି। ଏନେଇ ପର୍ଯ୍ଯବେକ୍ଷକ ରାଜନାଥ ସିଂହ ଘୋଷଣା କରିଥିବା ସୂଚନା ରହିଛି। ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନିତୀଶ। କିଛି ସମୟ ପରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିପାରନ୍ତି। ହେଲେ ଉପ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇନି।

Categories
ଆଜିର ଖବର ଜାତୀୟ ଖବର

ବିହାରରେ ଆଜି ଏନଡିଏ ବିଧାୟକ ଦଳର ବୈଠକ: ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇପାରନ୍ତି ନୀତିଶ

ପାଟନା: ଆଜି ବିହାରରେ ଏନଡିଏ ବିଧାୟକ ଦଳର ବୈଠକ ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହେବ। ଏନଡିଏରେ ସାମିଲ ଥିବା ବିଜେପି, ଜେଡିୟୁ, ବିକାଶଶୀଳ ଇନସାନ ପାର୍ଟି ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନବନିର୍ବାଚିତ ବିଧାୟକମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନୀତିଶ କୁମାର ଆଜି ଏନଡିଏର ବିଧାୟକ ଦଳ ନେତା ହୋଇପାରନ୍ତି। ନିର୍ବାଚନରେ ଜେଡିୟୁ ନିରାଶାଜନକ ପ୍ରଦର୍ଶନ କରିଥିଲେ ସୁଦ୍ଧା ଏନଡିଏର ପ୍ରାକ୍ ନିର୍ବାଚନୀ ଘୋଷଣା ଅନୁଯାୟୀ ନୀତିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଗାଦିସୀନ ହେବାକୁ ଯାଉଛନ୍ତି। ଜେଡିୟୁ ତୁଳନାରେ ବିଜେପିକୁ ବହୁ ଅଧିକ ଆସନ ମିଳିଥିବାବେଳେ ନୀତିଶଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରାଇବା ପ୍ରସଙ୍ଗକୁ ବିଜେପିର କେତେକ ନେତା ନାପସନ୍ଦ କରୁଥିଲେ ସୁଦ୍ଧା ଦଳ ତାହାର ପୂର୍ବ ପ୍ରତିଶ୍ରୁତିକୁ ପାଳନ କରିବ ବୋଲି ଦୃଢ ଆଶ୍ୱାସନା ଦେଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ମେଣ୍ଟର ସଫଳତା ପାଇଁ ନୀତିଶକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଣଆନୁଷ୍ଠାନିକଭାବେ ତାଙ୍କ ନାମ ଉଲ୍ଲେଖ କରିସାରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ ମୁକାବିଲା: ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏଡାଇବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଉରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି। ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ ଆମକୁ କୋଭିଡ ନିୟମ ଯଥା – ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡାକଡି ଭାବରେ ଜାରି ରଖିବାକୁ ପଡିବ। ଏଥିରେ ଆଦୌ କୋହଳ କରାଯାଇପାରିବ ନାହିଁ। କାରଣ ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମି ଥିବାରୁ ଓ ଆରୋଗ୍ୟ ହାର ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଓନାମ୍‌ ପର୍ବ ପାଳନ ପରେ କେରଳରେ ଉପୁଜିଥିବା ଅବସ୍ଥା ଏବଂ ଦିଲ୍ଲୀର ବର୍ତ୍ତମାନ ଅବସ୍ଥା ସଂପର୍କରେ ଉଦାହରଣ ଦେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଏ କ୍ଷେତ୍ରରେ ସାମାନ୍ୟ ଢିଲାପଣ ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

ଗତ ପୂଜା ସମୟରେ କୋଭିଡ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ ସଂଯମତାର ସହିତ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସମୟରେ ପ୍ରଶାସନ ଓ ପୋଲିସ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଦୀପାବଳି କଟକଣା ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହି କଟକଣାକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୋଭିଡରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କ ଠାରେ କେତେକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବା ଜଣାପଡିଛି। ତେଣୁ ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହିତ ଉପଯୁକ୍ତ ପ୍ରୋଟୋକଲ୍‌ ପ୍ରସ୍ତୁତ କରିବା ଏବଂ ଏଥିପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଏତଦ୍‌ବ୍ୟତୀତ କୋଭିଡ ପରବର୍ତ୍ତୀ ସ୍ବାସ୍ଥ୍ୟର ଯତ୍ନ ସଂପର୍କରେ ବ୍ୟାପକ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡ ଜନିତ ଆର୍ଥିକ ଶିଥିଳତା ସମୟରେ ଆମର ଗରିବ ଲୋକମାନେ ଯେଭଳି ବିଶେଷ ପ୍ରଭାବିତ ନ ହେବେ, ତାକୁ ଦୃଷ୍ଟିରେ ରଖି ଜୀବିକା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗକୁ ପରାମର୍ଶ ଦେଇଥିଲେ। ମନେରେଗା, ମିଶନ ଶକ୍ତି ଏବଂ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ପରି କାର୍ଯ୍ୟକ୍ରମକୁ ଜାରି ରଖିବା ସହିତ ଗରିବ ଲୋକଙ୍କ ଆର୍ଥିକ ନିରାପତ୍ତା ଯେପରି ବ୍ୟାହତ ନ ହେବ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଗତ ଏସଏଲବିସି ବୈଠକ ସମୟରେ ମିଶନ ଶକ୍ତି, ଏମଏସଏମଇ ଓ ଚାଷୀ ମାନଙ୍କୁ ଠିକ୍‌ ସମୟରେ ଋଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ ମାନଙ୍କୁ ଦେଇଥିବା ପରାମର୍ଶ ସଂପର୍କରେ ସ୍ମରଣ କରାଇ ଦେଇ ସଂପୃକ୍ତ ବିଭାଗ ମାନେ ଏହା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ।

କୋଭିଡ ପରିଚାଳନା ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିଛି ଏବଂ ହସ୍‌ପିଟାଲରେ ଆଇସିୟୁ ଓ ଶଯ୍ୟା ସନ୍ତୋଷଜନର ରହିଛି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ପରବର୍ତ୍ତୀ ଯତ୍ନ ପାଇଁ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ପ୍ରସ୍ତୁତ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ସେହିପରି ବ୍ୟାପକ ଟୀକାକରଣକୁ ଦୃଷ୍ଟିରେ ରଖି କୋଲ୍ଡ ଚେନ ଓ ଡାଟା ବେସ କାମ ଜାରି ରହିଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।

କୋଭିଡ ପରିଚାଳନା ସଂପର୍କରେ ସ୍ବତନ୍ତ୍ର ଉପସ୍ଥାପନା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର କହିଥିଲେ ଯେ ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୩ ହଜାର ପରୀକ୍ଷା ହେଉଥିବା ବେଳେ, ଆମ ରାଜ୍ୟରେ ୧ ଲକ୍ଷ ୨ ହଜାର ଟେଷ୍ଟିଂ କରାଯାଇଛି। ଜାତୀୟ ସ୍ତରରେ ଆରୋଗ୍ୟ ହାର ୯୨ ପ୍ରତିଶତ ଥିବାବେଳେ, ଆମ ରାଜ୍ୟରେ ଏହା ୯୫.୩୨ ପ୍ରତିଶତରେ ପହଞ୍ଚିଛି। ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଁ ୦.୪୬ ପ୍ରତିଶତ ରହିଛି। ରାଜ୍ୟରେ ଟୀକାକରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଙ୍ଗ କମିଟି ଗଠନ କରାଯାଇଥିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଏବଂ ଜିଲ୍ଲାପାଳ ମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଟୀକାକରଣ ନିମନ୍ତେ ୩୭୫୨ଟି ସରକାରୀ ଓ ଘରୋଇ ପ୍ରତିଷ୍ଠାନ ଚିହ୍ନଟ କରାଯାଇଥିବା ବେଳେ ୩ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି ବୋଲି ବୈଠକରୁ ଜଣାଯାଇଛି।

ଭୁବନେଶ୍ବରରେ ସେରୋ ସର୍ଭେ ଶେଷ ହୋଇଥିବା ବେଳେ ହାଇ ରିସ୍କ ଗୃପର ସେରୋ ସର୍ଭେ ଗତ ୩ ତାରିଖିରେ ଶେଷ ହୋଇଛି। ବର୍ତ୍ତମାନ କଟକରେ ସେରୋ ସର୍ଭେ ଚାଲିଥିବା ବେଳେ ପୁରୀ, ସମ୍ବଲପୁର ଓ ବାଲେଶ୍ବରରେ ଆଗାମୀ ଡିସେମ୍ବରରେ କରାଯିବ ବୋଲି ସୂଚନା ଦେଇଥିଲେ।

ବୈଠକରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଅପରାହ୍ନ 4ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ 4ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ । ତେବେ କେଉଁ ବିଷୟରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ସେନେଇ କୌଣସି ସୂଚନା ମିଳିନଥିବାବେଳେ ପାର୍ବଣ ସମୟରେ କରୋନାକୁ ନେଇ ରାଜ୍ୟବାସୀ ଅଧିକ ସତର୍କ ହେବା ନେଇ ମୁଖ୍ୟମନ୍ତ୍ରୀ ଅପିଲ୍ କରିପାରନ୍ତି ।

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା 6ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

Categories
ଆଜିର ଖବର ରାଜ୍ୟ ଖବର

8 ଟି ନୂଆ ଟେକନୋଲୋଜିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ, ପ୍ରାଶାସନିକ ଦକ୍ଷତା ଓ ଗୁଣବତ୍ତା ଉପରେ ଗୁରୁତ୍ବ

ଭୁବନେଶ୍ବର, ପବ୍ଲିକ ସର୍ଭିସରେ ଉନ୍ନତି ଆଣିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 8 ଟି ନୂଆ ଟେକନୋଲୋଜିର ଶୁଭାରମ୍ଭ କରିଛନ୍ତି। ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ବିଭିନ୍ନ ସରକାରୀ କାମ ଏହାଦ୍ବାରା ଅଧିକ ସରଳ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇ ପାରିବ। ଏହାଦ୍ବାରା ପ୍ରାଶାସନିକ ସଂସ୍କାର ବାବଦ ଲକ୍ଷ୍ୟ ମଧ୍ୟ ସୁବିଧାରେ ହାସକ କରାଯାଇ ପାରିବ। ନୂଆ ଟେକନୋଲୋଜିର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 5ଟି ମଡେଲ ସହ ମୋ ସରକାର କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟ ପ୍ରଶାସନରେ ଦକ୍ଷତା ଓ ଗୁଣବତ୍ତା ଅନେକାଂଶରେ ବଢି ପାରିଛି।

ଭୁବନେଶ୍ବରରେ ସରକାରୀ ଜମିର ସୁରକ୍ଷା ଦିଗରେ ସ୍ପେସ ଟେକନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନସର ବ୍ୟବହାର କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏହାଦ୍ବାରା ରାଜଧାନୀର ଯୋଜନାବଦ୍ଧ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ସଂକଟ ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ପାଇଁ ସମୟ ସୀମା 2020 ଅକ୍ଟୋବର 2କୁ ବଢାଇ ଦିଆଯାଇଛି। ପୂର୍ବରୁ ଏହି ସୀମା ଅଗଷ୍ଟ 15 ଥିଲା।

ଏହି ଅବସରରେ ମୁଖ୍ୟ ସଚିବ ଅସିତ ତ୍ରିପାଠି, ଗୃହ ବିଭାଗ ପ୍ରମୁଖ ସଚିବ, ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, 5ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ :  ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ 

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ଆୟୋଜିତ ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିରୋଧୀଦଳ ନେତା, ସାଂସଦ, ବିଧାୟକଗଣ ଅଂଶଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ। ସେ କହିଥିଲେ ଯେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି । ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସୂତ ଏସ୍‌ଓପି ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ  ପରାମର୍ଶ ଦେଇଛନ୍ତି।

ଗୋଷ୍ଠୀଭିତ୍ତିକ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୋଷ୍ଠୀଭିତ୍ତିକ ପରିଚାଳନାରେ ଆମର ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ୩ ମାସ ଧରି କୋଭିଡ ୧୯ ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଆମ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଆମେ ଅନେକ  ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ। ଗତ ବର୍ଷ  ଫନି ଓ ବୁଲବୁଲ ଭଳି ବାତ୍ୟା ସହିତ ବନ୍ୟା, ବର୍ଷା ଏବଂ ଅନେକ ସ୍ଥାନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଚଳିତ ବର୍ଷ ମଧ୍ୟ  ଉତ୍ତର ଉପକୂଳ ଜିଲ୍ଲା ଗୁଡିକ ମଇ ମାସର ତୃତୀୟ ସପ୍ତାହରେ ମହାବାତ୍ୟା ଅମ୍ଫନ ଦ୍ବାରା ପ୍ରଭାବିତ ହୋଇଥିଲେ। ଓଡିଶାର ଜନସାଧାରଣଙ୍କ ସହଯୋଗରେ ଆମେ କେବଳ ଏହିସବୁ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସଫଳ ହୋଇନାହୁଁ, ତା ସହିତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ମଧ୍ୟ ତାର ବିପଦ ସମୟରେ ସହାୟତା ଯୋଗାଇ ଦେଇପାରିଛୁ  ବୋଲି ସେ କହିଥିଲେ।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍‌ ସମୟରେ ଆସିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି। ଜୁନ୍‌ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ। ଏହିସବୁ ବିପର୍ଯ୍ୟୟ ପାଇଁ ଆମର ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କୋଭିଡଠାରୁ ଆରମ୍ଭ କରି ଆମ୍ଫାନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍‌.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ୨୦ଟି ଓଡ୍ରାଫ ଟିମ୍‌କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ସହିତ ଜାଗତିଆର ରଖାଯାଇଛି। ବିଭିନ୍ନ ନଦୀବନ୍ଧ ମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ବର୍ଷା ଓ ବନ୍ୟାଜଳ ନିଷ୍ଟାସନ ପାଇଁ ପଦକ୍ଷେପ ନିଆଯାଇଛି। ବନ୍ୟାପ୍ରବଣ ଅଞ୍ଚଳରେ ଆଗାମୀ ଦୁଇ ତିନି ମାସର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅତ୍ୟାବଶ୍ୟକ ଔଷଧ ଓ ବିଶେଧନ ସାମଗ୍ରୀ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି।ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ୭୯୬ଟିର ମରାମତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମାସ୍କ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ ହୋଇଛି କୋଟିଏରୁ ଅଧିକ ଟଙ୍କାର ଜରିମାନା

ଭୁବନେଶ୍ବର : ମାସ୍କ ପିନ୍ଧିନଥିବା  ଅମାନିଆଙ୍କଠାରୁ ମୋଟା ରକମର ଜରିମାନା ଆଦାୟ ହୋଇଛି । ମାସ୍କ ଉଲ୍ଲଂଘନକାରୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇଛି  ବୋଲି ସୂଚନା ଦେଇଛନ୍ତି  ଡିଜି ଅଭୟ। ମୁଖ୍ୟମନ୍ତ୍ରୀ ସହ ମିଟିଂ ବେଳେ ପୋଲିସ ଡିଜି ଅଭୟଙ୍କ ସୂଚନା ଦେଇଛନ୍ତି । ମାସ୍କ ଉଲ୍ଲଂଘନକାରୀଙ୍କଠାରୁ 1କୋଟି 25 ଲକ୍ଷ 84 ହଜାର ଆଦାୟ ହୋଇଥିବାବେଳେ ସାମାଜିକ ଦୂରତ୍ବ  ଉଲ୍ଲଂଘନ ନେଇ 11ଲକ୍ଷ 74 ହଜାର ଟଙ୍କା ଆଦାୟ ହୋଇଛି । ସେହିପରି ରାତ୍ରକାଳୀନ କର୍ଫ୍ୟୁ ଉଲ୍ଲଂଘନକାରୀଙ୍କଠାରୁ 1ଲକ୍ଷ  3 ହଜାର ଆଦାୟ ହୋଇଛି ।

କରୋନା ସ୍ଥିତି ଓ ଆଇନ ଶୃଙ୍ଖଳା ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲାର ଏସ୍‌ପି ଓ ରେଞ୍ଜ୍‌ ଡିଆଇଜିଙ୍କ ସହ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଆଲୋଚନା  ସମୟରେ ଫାଇନ୍‌ ଆଦାୟ ନେଇ ସୂଚନା ପ୍ରଦାନ କରିଛନ୍ତି ଡିଜି ଅଭୟ ।

Categories
ଆଜିର ଖବର ରାଜ୍ୟ ଖବର

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଆବଶ୍ୟକ ପଡିଲେ ଅଗ୍ନିଶମ ବିଭାଗର ସହାୟତା ନିଆଯିବ

ଭୁବନେଶ୍ବର : ପଙ୍ଗପାଳ ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷ ବୈଠକ କରିଥିଲେ । ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି । ତେଲେଙ୍ଗାନା, ଆନ୍ଧ୍ର, ବିହାର, ଛତିଶଗଡ଼ ଉପରେ ନଜର ରହିଛି । ଚାରି ହଜାର ନିକଟବର୍ତ୍ତୀ ଜିଲ୍ଳାକୁ ଆଲର୍ଟରେ ରଖାଯାଇଛି । ଏହାସହ ଓଡ଼ିଶାର 8ଜିଲ୍ଳାକୁ ଆଲର୍ଟ କରାଯାଇଛି । 8 ଜିଲ୍ଲା ହେଉଛି ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୁରଭଞ୍ଜ । 50ଲକ୍ଷ ଚାଷୀଙ୍କୁ ସଚେତନ କରାଯାଇଛି । ଜିଲ୍ଳାପାଳ ଓ କୃଷି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜଙ୍ଗଲ, କୃଷି, ଅଗ୍ନିଶମ ଓ ହର୍ଟିକଲଚର ମିଳିତ ଉଦ୍ୟମରେ ପଙ୍ଗପାଳ ମୁକାବିଲା କରାଯିବ । କେମିକାଲ ସହ ବଡ଼ବଡ଼ ସ୍ପ୍ରେ ମେସିନ ପ୍ରସ୍ତୁତ ରଖାଯାଇଛି । ଏହା ସହିତ ଆବଶ୍ୟକ ପଡିଲେ ଅଗ୍ନିଶମ ବିଭାଗର ମଧ୍ୟ ସହାୟତା ନିଆଯିବ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ୍‌ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିଣିକ୍ତ ମୁଖ୍ୟ ଶାସନ ସଚିବ, ଓୟୁଏଟିର କୁଳପତି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ସଚିବ, କୃଷି ନିର୍ଦ୍ଦେଶକ ଏବଂ ଭାରତ ସରକାରଙ୍କ ସମନ୍ବିତ ରୋଗ ପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସରୁ ଫେରୁଥିବା ଓଡ଼ିଆଙ୍କୁ ବାର୍ତ୍ତା ଦେଲେ ନବୀନ : କ୍ବାରେଣ୍ଟିନ୍‌ରେ ରହି ନିୟମ ମାନିବାକୁ କଲେ ଅପିଲ୍‌

ଭୁବନେଶ୍ବର :ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି। କ୍ବାରେଣ୍ଟିନ୍‌ ନିୟମ ମାନିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ନିଜ ଓ ପରିବାରର ଜୀବନ ସୁରକ୍ଷା ପାଇଁ କ୍ବାରେଣ୍ଟିନ୍‌ରେ ରହି ନିୟମ ମାନନ୍ତୁ ବୋଲି ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ପ୍ରଶାସନକୁ ଅବଗତ କରିବେ । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶା ଭଲ ସ୍ଥିତିରେ ଅଛି, ଲକ୍ଷ ଲକ୍ଷ ଲୋକ ଦିନରାତି କାମ କରୁଛନ୍ତି । ଯେଉଁମାନେ ଫେରୁଛନ୍ତି ସେମାନେ ମଧ୍ୟ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ  ବୋଲି ନବୀନ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଭିଡିଓ କନଫରେନସିଂ ଜରିଆରେ ଉଦଘାଟିତ ହେଲା କୁଜଙ୍ଗ-ପାରାଦ୍ବୀପ କୋଭିଡ-୧୯ ହସ୍ପିଟାଲ

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ-ପାରାଦ୍ବୀପ ରେ ଆଜି ଠାରୁ ଡେଡିକେଟେଡ କୋଭିଡ ୧୯ ହସ୍ପିଟାଲ ଆରମ୍ଭ ହୋଇଛି। ପାରାଦ୍ବୀପ ବିଜୁ ଯାତ୍ରୀ ନିବାସରେ ହୋଇଥିବା ଏହି କୋଭିଡ ହସ୍ପିଟାଲ ପାରାଦ୍ବୀପ ବନ୍ଦର,ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କରାଯାଇଛି। ଏହାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଏକ ଭିଡିଓ କନଫରେନସିଂରେ ଉଦଘାଟନ କରିଛନ୍ତି। ବିଜୁ ଯାତ୍ରୀ ନିବାସରେ ହେଉଥିବା ଏହି କୋଭିଡ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ୫୦ ଆଇସୋଲେସନ ବେଡ ଓ ପାଞ୍ଚଟି ଆଇସିୟୁ ରହିଛି। ଏବଂ ଏହାକୁ ପରବର୍ତ୍ତୀ ସମୟରେ ଆଉ ଅଧିକ ୨୦ଟି ବୃଦ୍ଧି କରାଯିବ।

ଏହି ହସ୍ପିଟାଲରେ ବର୍ତ୍ତମାନ ଆଠ ଜଣ ଡାକ୍ତର ଓ ୩୦ ଜଣ ଷ୍ଟାଫ୍ ନର୍ସ ଓ ୧୮ ଜଣ ଏ ଏନ୍ ଏମ୍ ମେଡିକାଲ ନିୟୋଜିତ ହୋଇଛନ୍ତି। ପାରାଦ୍ବୀପର ଅଠରବାଙ୍କିର ମେଡିକାଲ ଅଫିସରଙ୍କୁ ଏହାର ଅଥରାଇଜଡ ଦାୟିତ୍ବ ଓ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ ଙ୍କୁ ମଧ୍ୟ ଏହାର ଅତିରିକ୍ତ ପ୍ରଶାସନିକ ଦାୟିତ୍ବ ଦିଆଯାଇଛି। ତେବେ ଏହି ହସ୍ପିଟାଲର ସମସ୍ତ ଖର୍ଚ୍ଚ ପାରାଦ୍ବୀପ ବନ୍ଦର କର୍ତ୍ତୁପକ୍ଷ ବହନ କରିବେ ବୋଲି ଚୁକ୍ତିନାମା ହୋଇଛି। ଏହି ହସ୍ପିଟାଲର ସମସ୍ତ ଶ୍ରେୟ ପାରାଦ୍ବୀପ ବନ୍ଦରକୁ ଦିଆଯାଇଛି ।ପାରାଦ୍ବୀପ ଏକ ସ୍ପର୍ଶକାତର ଅଞ୍ଚଳ ହୋଇଥିବାରୁ ଏହିାକୁ ଦୃଷ୍ଟିରେ ରଖି ଏଠାରେ ଡେଡିକେଟେଡ କୋଭିଡ19 ହସ୍ପିଟାଲର ଶୁଭ ଉନ୍ମୋଚନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ପାରାଦିପ ବନ୍ଦର ଅଧକ୍ଷ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସମତେ ବହୁ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଭିଡ଼ିଓ

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଡାକ୍ତର ନର୍ସଙ୍କୁ ଆଗୁଆ ଦରମା |

Categories
ଭିଡ଼ିଓ

କରୋନା ଭାଇରସର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା |

Categories
ବିଶେଷ ଖବର

ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କରି ବିବାଦରେ ଛନ୍ଦି ହେଲେ ପ୍ରତାପ ଜେନା

ସମୀକ୍ଷା ବ୍ୟୁରୋ

ହାଇଦ୍ରାବାଦ ଏନକାଉଣ୍ଟରକୁ ପ୍ରଶଂସା କରି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନା। ହାଇଦ୍ରାବାଦ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ପରେ ପ୍ରତାପ ଜେନା ଦେଇଥିବା ମନ୍ତବ୍ୟକୁ ନେଇ କିଛି ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ବୋଲି ଏକ ହ୍ବାଟସ୍‌ଆପ୍‌ ପୋଷ୍ଟରୁ ଜଣାପଡିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତାପଙ୍କ ବିରୋଧରେ ଏକ ଚିଠି ଦିଆଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ ଅଛି ଯେ, ଏପରି କରିବା ଦ୍ୱାରା ସମ୍ବିଧାନିକ ପଦ ମର୍ଯ୍ୟାଦାର ଉଲ୍ଲଂଘନ ହୋଇଥିବାର ଅଭିଯୋଗ କରିବା ସହିତ ଏନେଇ  ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସାମାଜିକକର୍ମୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା ହାଇଦ୍ରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇବା ସହ ଦୋଷୀଙ୍କୁ ଏଭଳି କଠୋର ଦଣ୍ଡ ମିଳିବା ଦରକାର ବୋଲି କହିଥିଲେ। ହାଇଦ୍ରାବାଦରେ ଯେଉଁ ଏନକାଉଣ୍ଟର ହୋଇଛି ସେଥିରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ଏମାନେ ବହୁତ ବଡ ଦୋଷୀ ତେଣୁ କଠୋର ଦଣ୍ଡର ଆବଶ୍ୟକତା ଥିଲା ବୋଲି କହିଥିଲେ ପ୍ରତାପ ଜେନା। ଏଭଳି ଅପରାଧର ଦୋଷୀଙ୍କୁ ଉଚିତ ଶାସ୍ତି ଦେବା ପାଇଁ ଆମ ଦେଶରେ ମଧ୍ୟ ଆଇନ କଠୋର ହେବା ଦରକାର ବୋଲି ମତ ରଖିଥିଲେ ପ୍ରତାପ ଜେନା।

ବୋଧହୁଏ ସାଧାରଣ ଜନତାଙ୍କ ଭଳି ସେ ମଧ୍ୟ ଉକ୍ତ ଏନକାଉଣ୍ଟରଙ୍କୁ ସ୍ୱାଗତ କରିଛନ୍ତି କିନ୍ତୁ ଏବେ କେମିତି ଏଇ କଥାକୁ ନେଇ ନିଜର ସଫେଇ ଦେବେ ତାହା ତାଙ୍କ ଉପରେ ନିର୍ଭର କରୁଛି।  ଭିଡ଼ ଭିତରେ ନିଜର ପରିଚୟ ବଢାଇବାକୁ ଯାଇ ସେ ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏବେ ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଭର କରୁଛି ଯେ, ଏଇ କାର୍ଯ୍ୟ ପାଇଁ ଆଇନ ମନ୍ତ୍ରୀଙ୍କ ପ୍ରତି କ‘ଣ କାର୍ଯ୍ୟାନୁଷ୍ଠାନ ନେବେ। ଯଦି ଏଇ କାର୍ଯ୍ୟ ପାଇଁ ଉକ୍ତ ମନ୍ତ୍ରୀ କ୍ଷମା ପାଇବା ଯୋଗ୍ୟ ତେବେ ସେ କ୍ଷମା ଦେଇ ପାରନ୍ତି ନ ହେଲେ ଉକ୍ତ ମନ୍ତ୍ରୀଙ୍କୁ କ୍ଷମା ପ୍ରାର୍ଥନା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି।

ଜଣେ ରାଜନୀତିକୁ ଆସିଲା ବେଳେ ଯଦି ସ୍ୱଚ୍ଛ ଶାସନର ଦ୍ୱାହି ଦେଉଛନ୍ତି ତେବେ ଏକ୍ଷେତ୍ରରେ ଶ୍ରୀ ଜେନା ଭୁଲ କରିଛନ୍ତି ଏବାଂ ତାଙ୍କୁ ଅନୁତାପ କରିବାକୁ ହେବ ବୋଲି କହିଛନ୍ତି  ସମାଜିକ କର୍ମୀ।

ହାଇଦ୍ରାବାଦଠାରେ ଶୁକ୍ରବାର ଦିନ ଯେଉଁ ଏନକାଉଣ୍ଟର କରାଗଲା ତାହା ଏବେ ରାଜନୀତିରେ ବହୁତ ବିବାଦକୁ ଜନ୍ମ ଦେଇଛି। ବର୍ତ୍ତମାନ ରାଜନେତାମାନେ ଅତ୍ୟନ୍ତ ବେପରୁଆ ଭାବେ ମନ୍ତବ୍ୟ ରଖୁଥିବାର ନଜର ଆସୁଛି। ଅନେକେ ବିବାଦୀୟ କଥା କହି ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ ମଧ୍ୟ ହେଉଛନ୍ତି ।

ତେବେ ରାଜନେତାମାନେ ଯେଉଁ ଆସନରେ ବସିଛନ୍ତି ସେଠାରେ ନିଜର ବାକ୍ୟ ଏବଂ ସମ୍ବିଧାନ ପଦ ମର୍ଯ୍ୟାଦା ପ୍ରତି ଉତ୍ତରଦାୟୀ ରହିବା ଉଚିତ୍‌। ପଦର ମର୍ଯ୍ୟାଦା ଦୃଷ୍ଟିରୁ କଣ କରିବା ଉଚିତ ଓ ଅନୁଚିତ ସେମାନେ ଦେଖିବା ଓ ଭାବିବା ଅନିବାର୍ଯ୍ୟ।  ସମ୍ବେଦନଶୀଳ ପ୍ରସଙ୍ଗରେ ସାଧାରଣ ଲୋକଙ୍କ ଭଳି ମତ ମନ୍ତବ୍ୟ ରଖିବା ଉଚିତ ନୁହେଁ ବୋଲି ସାମାଜିକ କର୍ମୀ ଜଣକ କହିଛନ୍ତି। ଜଣେ ଆଇନ୍‌ ମନ୍ତ୍ରୀ ହୋଇ ଆଇନ ସମ୍ବନ୍ଧରେ ଏପରି ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇପଡ଼ିଥିବା ପ୍ରତାପ ଜେନାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା କ’ଣ ରହୁଛି, ତାହା ଦେଖିବାକୁ ବାକି ରହିଲା।