Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍‌ ଫାର୍ମସ୍ୟୁଟିକାଲ୍ ସାଇନ୍‌ସେସ୍ ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଇଛି।

ଭୁବନେଶ୍ୱର ଉପକଣ୍ଠ ଦଶପୁର ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋଆ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ସମସ୍ତଙ୍କ ନିମନ୍ତେ ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ ଭଳି ଉକ୍ତି ଏହି କାର୍ଯ୍ୟକ୍ରମର ମୂଳ ମନ୍ତ୍ର ଥିଲା। ଏହି ଅବସରରେ କ୍ୟାନ୍ସର ପରୀକ୍ଷା ସହ ସଚେତନତା ନେଇ ମଧ୍ୟ ଆହ୍ୱାନ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ପକ୍ଷରୁ ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ, ଏସ୍‌ପିଏସ୍ ପକ୍ଷରୁ ଡ. ଶୋଭନ୍‌ ପଟ୍ଟନାୟକ ଏବଂ ଆଇଡିଏସ୍ ର କମ୍ୟୁନିଟି ବିଭାଗର ପିଜି ଛାତ୍ରଛାତ୍ରୀ, ଡ. ଶର୍ମିଷ୍ଠା ମହାନ୍ତି, ଡ. ଶୈଳଜା ପଣ୍ଡା, ଡ. ମର୍ଲିନ୍ ଜେନା ଏବଂ ଡ. ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଆଇଡିଏସ୍ ପକ୍ଷରୁ ଗତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଅଧିକ ସଂଖ୍ୟକ ଜନସାଧାରଣ ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏପ୍ରିଲ୍ ୫ ରୁ ଆଇଡିଏସ୍‌ରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ୱର: ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି ପ୍ରତି ଏକ ଘଂଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ।
ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଂଚି ରହିବାର ସୁଯୋଗ ପାଇଥାଏ ଏବଂ ଏହାର ଚିକିତ୍ସା ମଧ୍ୟ ଖୁବ୍ ସୁଲଭ ହୋଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି।

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସାରା ଦେଶର ଦନ୍ତ ବିଜ୍ଞାନ ଅନୁଷ୍ଠାନ ମଧ୍ୟରେ ୧୨ ତମ ସ୍ଥାନରେ ରହିଥିବା ଆଇଡିଏସ୍ ପକ୍ଷରୁ ଆସନ୍ତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ଏହି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଥିବା ବେଳେ ଅଧିକ ସଂଖ୍ୟକ ଜନସାଧାରଣର ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି।

ଆଇଡିଏସ୍ ପକ୍ଷରୁ ବର୍ଷକୁ ଦୁଇ ଥର ସପ୍ତାହବ୍ୟାପୀ ଏଭଳି ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥାଏ। ମୁଖ ଗହ୍ୱର କର୍କଟ ରୋଗ ଓଠ, ପାଟି, ଗାଲ, ତାଳୁ କିମ୍ବା ଜିଭରେ ଦେଖାଦେଇଥାଏ। ମଦ୍ୟପାନ ଅଭ୍ୟାସ, ସିଗାରେଟ, ଧୂମବିହିନ ତମାଖୁ ସେବନ, ପାନ ଖାଇବା ଭଳି ଅଭ୍ୟାସ ମୁଖ ଗହ୍ୱର କର୍କଟ ରୋଗର ଆଶଙ୍କାକୁ
ଅଧିକ ବଢ଼ାଇଥାଏ।

ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୦ ଜଣ ଲୋକ ଏହି ରୋଗରେ ଶିକାର ହୋଇଥାନ୍ତି। ମୁଖ ଗହ୍ୱର କର୍କଟ ରୋଗର ଚିକିତ୍ସା ଜନସାଧାରଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଚିନ୍ତାର କାରଣ ହୋଇଛି। କାରଣ ଏହି ରୋଗ ଖୁବ୍‌ ବିଳମ୍ବରେ ଚିହ୍ନଟ ହୋଇଥାଏ ଯାହା ଦ୍ୱାରା କି ଚିକିତ୍ସା ପ୍ରକ୍ରିୟାର ସୁଯୋଗ ଖୁବ୍ କମ୍ ଥାଏ ଓ ଏହାର ଖର୍ଚ୍ଚ ଖୁବ୍ ଅଧିକ ହୋଇଥାଏ।

ନିୟମିତ ମୁଖ ଗହ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷଣ କରାଇଲେ ଏହା ପ୍ରାଥମିକ ସ୍ତରର କର୍କଟ ରୋଗର ଚିହ୍ନଟ କରାଇବାରେ ସହାୟକ ହୋଇଥାଏ।

ଆଇଡିଏସ୍ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଥିବା ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମତି ଭାବରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କରାଯାଇଥାଏ।

ଏହି ପ୍ରେସ ବିଜ୍ଞପପ୍ତିରେ କୁହାଯାଇଛି ଯେ ଏହି ମୁଖ ଗହ୍ୱର କର୍କଟ ପରୀକ୍ଷଣ ସପ୍ତାହରେ ରୋଗୀ ମାନଙ୍କର ରୋଗର ସଠିକ୍‌ ନିରୂପଣ ନିମନ୍ତେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ। ଆଇଡ଼ିଏସର ଚାରିଟି ବିଭାଗ – ଓରାଲ ମେଡିସିନ ଆଣ୍ଡ ରେଡିଓଲଜି, ଓରାଲ ପାଥୋଲଜି ଆଣ୍ଡ ମାଇକ୍ରୋବାଇଓଲଜି, ଓରାଲ ଆଣ୍ଡ ମାକ୍ସିଲୋଫାସିଆଲ ସର୍ଜରୀ ଓ ପବ୍ଲିକ ହେଲଥ୍ ଡେଂଟିଷ୍ଟ୍ରିର ମିଳିତ ଉଦ୍ୟମରେ ଏହି ସପ୍ତାହ ଆୟୋଜିତ ହୋଇଥାଏ।