Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ଯୁବକ, ରଚିଥିଲା ୩ ଲକ୍ଷର ମୁଣ୍ଡଜାମିନୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନିଜକୁ ମିଛ ଅପହରଣର ନାଟକ କରିବା ଏବଂ ମିଛିମିଛିକା ୩ ଲକ୍ଷ ଟଙ୍କାର ମୁଣ୍ଡ ଜାମିନୀ ରଖିବା ଯୁବକଙ୍କୁ ମହଙ୍ଗା ପଡିଛି। ଏହି ମାମଲାରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ସାହେଵୀ ଗ୍ରାମର ସତ୍ୟନାରାୟଣ ସାହୁ (୩୦) ଘର ଲୋକଙ୍କୁ ହଇରାଣ କରି ପୋଲିସ ହାତରେ ଧରାପଡ଼ି ଗିରଫ ହୋଇଛି।

ସୂଚନା ଅନୁସାରେ ସାହେଵୀ ଗ୍ରାମର ସତ୍ୟନାରାୟଣଙ୍କ ଭଉଣୀ ଶକୁନ୍ତଳା ସାହୁ ଥାନାରେ ଅଭିଯୋଗ ଅନୁସାରେ ସତ୍ୟନାରାୟଣ ଶକୁନ୍ତଳାଙ୍କୁ ଫୋନ୍ କରି କହିଥିଲେ ଯେ, ତାଙ୍କୁ କେହି ଅପହରଣ କରି ନେଇ ଅଟକ ରଖି ୩ ଲକ୍ଷ ଟଙ୍କା ଦାବି କରିଛି ଓ ନ ଦେଲେ ହତ୍ୟାର ଧମକ ଦେଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଗୁରୁତର ସହ ନେଇ ସତ୍ୟନାରାୟଣଙ୍କୁ ଭୁବନେଶ୍ୱର ଖଣ୍ଡଗିରି ଅନ୍ତର୍ଗତ ଭରତପୁର ଥାନା ଅଂଚଳରୁ ଧରିଥିଲା ଏବଂ ଅନୁସନ୍ଧାନ ପରେ ଜଣାପଡିଲା ଯେ, ସତ୍ୟ ନାରାୟଣ ନିଜେ ମିଛିମିଛିକା ଅପହରଣର ଡ୍ରାମା କରି ଟଙ୍କା ଅସୁଲ କରିବାକୁ ପରିବାର ଲୋକଙ୍କୁ ଫୋନ୍ କରିଥିଲା। ଯାହା ଖବର ମିଳିଛିି ସତ୍ୟନାରାୟଣ ଵହୁ ଟଙ୍କା କରଜ କରି ପରିଶୋଧ କରି ନ ପାରିବାରୁ ଏହି ଡ୍ରାମା କରିଥିଲା। କିନ୍ତୁ ପରେ ସତ୍ୟ ନାରାୟଣ ଘର ଲୋକମାନଙ୍କୁ ଟଙ୍କା ଦେବା ପାଇଁ ବାଧ୍ୟ କରି ଥିଲା ଓ ମାରପିଟ୍ କରିଥିଲା।

ଏଣୁ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ନାକଟିଦେଉଳ ଥାନା କର୍ତ୍ତୃପକ୍ଷ ସତ୍ୟ ନାରାୟଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାକ୍ଟିଦେଉଳ ଥାନା କେସ୍ ନମ୍ବର ୧୫ /୨୩ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ନାକଟିଦେଉଳ ଥାନାଧିକାରୀ ପ୍ରକାଶ କରିଛନ୍ତି।