ଶ୍ରୀନଗର: ଜମ୍ମୁ-କାଶ୍ମୀରର ବରମୁଳା ଜିଲ୍ଲା ଅନ୍ତର୍ଗତ ସୋପୋର ଅଞ୍ଚଳରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି। ଗତକାଲି ରାତିରେ ସୁରକ୍ଷାକର୍ମୀ ଆଉ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଲସ୍କର-ଏ-ତୋଏବାର ମୁଖ୍ୟ କମାଣ୍ଡରଙ୍କ ସମେତ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାତି ସାରା ଚାଲିଥିବା ଏହି ଗୁଳିମିନିମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କି ମୁଦାଶିର ପଣ୍ଡିତ ପ୍ରାଣ ହରାଇଅଛି। ସେ ଅନେକ ଆତଙ୍କି ଗତିବିଧିରେ ସାମିଲ ଥିଲା।
