Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

କୌଣସି ଶୁଭ କାର୍ଯ୍ୟ ବେଳେ ପୃଥକ ଭାବରେ କାହିଁକି ଦିଆଯାଏ ୧ ଟିଙ୍କିଆ ମୁଦ୍ରା?, ଜାଣନ୍ତୁ କାରଣ

ଭୁବନେଶ୍ଵର: ପ୍ରାୟତଃ ଘରେ ଥିବା ଲୋକମାନେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଗୋଟିଏ ମୁଦ୍ରା ରଖିବାକୁ ଭୁଲନ୍ତି ନାହିଁ। ଏହା ପଛର କାରଣ ଆପଣ ଜାଣନ୍ତି କି? ଯେକୌଣସି ଶୁଭ କାର୍ଯ୍ୟ କିମ୍ବା ବିବାହ, ଜନ୍ମଦିନ ଏବଂ ପୂଜାରେ ସମସ୍ତେ ପ୍ରାୟତଃ ଏକ ଲିଫାପାରେ ପୃଥକ ଭାବରେ ଗୋଟିଏ ଟଙ୍କା ଦିଅନ୍ତି। କାରଣ ମାଙ୍ଗଳିକ କାର୍ଯ୍ୟରେ ଗୋଟିଏ ଟଙ୍କା ଦେବା ଶୁଭ ବୋଲି ଧରାଯାଏ।

ବର୍ତ୍ତମାନ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆସିବ ଯେ ମାଙ୍ଗଳିକ କାର୍ଯ୍ୟ ବେଳେ ଲିଫାପା ଭିତରେ କାହିଁକି ୧ ଟଙ୍କା ଦିଆଯାଉଛି? ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପରିମାଣ ଯେତେ ଛୋଟ କିମ୍ବା ବଡ ହେଉନା କାହିଁକି, ଏଥିରେ ୧ ଟଙ୍କିଆ ମୁଦ୍ରା ଯୋଗ କଲେ ଏହି ସଂଖ୍ୟା ବିଭାଜିତ ହୁଏ ନାହିଁ। ହିନ୍ଦୁ ଧର୍ମରେ ଜ୍ୟୋତିଷମାନେ ବିଶ୍ଵାସ କରନ୍ତି ଯେ, ମାଙ୍ଗଳିକ କାର୍ଯ୍ୟରେ ଗୋଟିଏ ମୁଦ୍ରା ଦେବା ଶୁଭ ଏବଂ ସମ୍ପର୍କ ପାଇଁ ଉତ୍ତମ ବୋଲି ବିବେଚନା କରାଯାଏ। ସେଥିପାଇଁ ଲୋକମାନେ ଗୋଟିଏ ଟଙ୍କିଆ ମୁଦ୍ରା ଦିଅନ୍ତି।

ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ବାରମ୍ବାର କେବଳ ଗୋଟିଏ ଟଙ୍କିଆ ମୁଦ୍ରା ଦିଆଯିବା ଉଚିତ୍। କାରଣ ଦେବୀ ଲକ୍ଷ୍ମୀ ଧାତୁରେ ରୁହନ୍ତି। ଏଭଳି ପରିସ୍ଥିତିରେ ମାଙ୍ଗଳିକ କାର୍ଯ୍ୟରେ ଗୋଟିଏ ଟଙ୍କା ଦିଆଯାଏ। ଯାହାଫଳରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ବ୍ୟକ୍ତିଙ୍କ ଉପରେ ରହିଥାଏ। ତଥାପି, ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବିଶ୍ୱାସ କରାଯାଏ ଯେ, ଦୁଃଖ ସମୟରେ କୌଣସି ବ୍ୟକ୍ତିଙ୍କୁ କେବେବି ଗୋଟିଏ ଟଙ୍କା ମୁଦ୍ରା ଦେବା ଉଚିତ୍ ନୁହେଁ। କାରଣ ଏହା ସତ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ ଯେ ଆଜି ଆପଣ ଦେଖିଥିବା ମୁହୂର୍ତ୍ତ କିମ୍ବା ଘଟଣା, ଆପଣ ବାରମ୍ବାର ଦେଖିବେ।

ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ ଶୂନକୁ ଶୁଭତାର ପ୍ରତୀକ ଭାବରେ ବିବେଚନା କରାଯାଏ ନାହିଁ। ଏହା ସମ୍ପର୍କକୁ ସମାପ୍ତ କରିବାର ସଙ୍କେତ ଭାବରେ ଦେଖାଯାଏ। ତେଣୁ ଏକ ଶୁଭ ଅବସରରେ ସର୍ବଦା ଗୋଟିଏ ଟଙ୍କା ଦିଆଯାଏ।

Categories
ବିଶେଷ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଜୀବିକାର୍ଜନ ପାଇଁ ଋଣ ସହାୟତାର ପ୍ରକୃଷ୍ଠ ମାଧ୍ୟମ

ଲେଖକ: ସୌମ୍ୟକାନ୍ତୀ ଘୋଷ; ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା, ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରୁପ

ଗତ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କାର‌୍ୟ୍ୟକାରୀ ହେବାର ଆଠ ବର୍ଷ ପୂରଣ ହୋଇଛି । ୨୦୧୪-୧୫ ବର୍ଷରେ ଭାରତର ଆନୁଷ୍ଠାନିକ ଆର୍ଥିକ କ୍ଷେତ୍ର ଯେତେବେଳେ ଅନାଦାୟ ଋଣ ଓ କ୍ଷତିର ଜଟିଳ ସମୟ ଦେଇ ଗତି କରୁଥିଲା ସେତେବେଳେ ଏହି ମୁଦ୍ରା ଯୋଜନା ଆରମ୍ଭ ହୋଇଥିଲା। ଏହି ଋଣ ଯୋଗାଣ ବ୍ୟବସ୍ଥାରେ କ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗକୁ ସରକାର ଋଣ ଯୋଗାଇବା ସହିତ ସେଗୁଡ଼ିକୁ ଅଧିକ ସୁସ୍ଥ ଓ ଉପାର୍ଜନକ୍ଷମ କରିବାରେ ସହାୟକ ହୋଇଥିଲେ। ମୁଦ୍ରା ଯୋଜନାର ଏକ ଉତ୍ତମ ପ୍ରଭାବ ମଧ୍ୟ ଦେଶର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ର ଉପରେ ପଡ଼ିଛି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର‌୍ୟ୍ୟକ୍ରମ ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବାକୁ ଏହା ଉଦ୍ଦିଷ୍ଟ। କ୍ଷୁଦ୍ର ଉଦ୍ୟୋଗ, ବିଶେଷକରି ନିଜ ଉଦ୍ୟମରେ ଓ ଅର୍ଥରେ ଗଢ଼ି ଉଠିଥିବା ଶିଳ୍ପସଂସ୍ଥାକୁ ସେମାନଙ୍କ ବ୍ୟବସାୟ ବୃଦ୍ଧିରେ ସାହାଯ୍ୟ ସହଯୋଗ କରିବାକୁ ଏହି ଯୋଜନାରେ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଇଛି। ଭାରତର କ୍ଷୁଦ୍ର ଉଦ୍ୟୋଗ (ମାଇକ୍ରୋ ଏଣ୍ଟରପ୍ରାଇଜେସ) ସବୁ ମୁଖ୍ୟତଃ ମାନୁଫାକଚରିଂ ବା ବିନିର୍ମାଣ, ଟ୍ରେଡିଂ (ବେପାର) ଓ ସର୍ଭିସ ବା ସେବା କାର‌୍ୟ୍ୟରେ ନିୟୋଜିତ । ସେଥିରୁ ଅଧିକାଂଶ ଏକକ ମାଲିକାନାରେ ପରିଚାଳିତ।

ଭାରତର ଆନୁଷ୍ଠାନିକ ଓ ସଂସ୍ଥାଗତ ଋଣ ଯୋଗାଣ ବ୍ୟବସ୍ଥାରେ ଏମାନଙ୍କ ପାଇଁ ଋଣ ସୁବିଧା ନ ଥିଲା। ତେଣୁ ନିଜର ବ୍ୟାବସାୟିକ ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କରୁ ଋଣ ପାଇବା ଏସବୁ ସଂସ୍ଥାଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ଥିଲା। ଏସବୁ ସଂସ୍ଥା ଓ ଉଦ୍ୟୋଗ ପ୍ରାୟତଃ ମାଲିକଙ୍କ ନିଜ ଅର୍ଥରେ ପ୍ରତିଷ୍ଠିତ ଏବଂ ପରିଚାଳିତ। ଟଙ୍କାର ଆବଶ୍ୟକତା ପଡ଼ିଲେ ମାଲିକ ନିଜ ଉଦ୍ୟମରେ ଅନ୍ୟ କାହାଠାରୁ ଧାର ଉଧାର କରିଥାଏ କିମ୍ବା ସାହୁକାର ବା ମହାଜନଙ୍କ ଠାରୁ ଋଣ ଆଣେ।

ତେଣୁ ଆବଶ୍ୟକ ସମୟରେ ନିଜର ଉଦ୍ୟୋଗ ପାଇଁ ସହଜରେ ଅର୍ଥ ଯୋଗାଡ଼ କରିବା ଏସବୁ ଉଦ୍ୟୋଗୀଙ୍କ ପାଇଁ ବେଶ ସମସ୍ୟାବହୁଳ ହୋଇଥାଏ । ଏହି କଥାକୁ ବିଚାରକୁ ନେଇ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ସମସ୍ୟା ଦୂର କରିବାକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ପରିକଳ୍ପନା କରାଯାଇଥିଲା । ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାର ବାହାରେ ଥିବା ଏକ ବଡ଼ କ୍ଷେତ୍ର ଓ ଆନୁଷ୍ଠାନିକ ଅର୍ଥ/ଋଣ ଯୋଗାଣ ବ୍ୟବସ୍ଥା ମଧ୍ୟରେ ସେତୁ ସ୍ଥାପନ କରିବା ପାଇଁ ୨୦୧୫ରେ ଏହି ଯୋଜନା କାର‌୍ୟ୍ୟକାରୀ ହୋଇଥିଲା।

ଏହି ଯୋଜନାରେ ଏଭଳି କ୍ଷୁଦ୍ର ବ୍ୟକ୍ତିଗତ ଉଦ୍ୟୋଗକୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ବିନା ବନ୍ଧକ ବା ଅମାନତରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ତାଲିକାଭୁକ୍ତ ବ୍ୟାବସାୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଓ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ ସବୁ ଏହି ଋଣ ପ୍ରଦାନ କରିବାକୁ ଅନୁମତି ପାଇଛନ୍ତି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ମାଇକ୍ରୋ ୟୁନିଟ୍ସ ଡେଭେଲପମେଣ୍ଟସ ଆଣ୍ଡ ରିଫାଇନାନ୍ସିଂ ଏଜେନ୍ସି (ମୁଦ୍ରା) ତିବିଟି ଉପଯୋଜନା ସୃଷ୍ଟି କରିଛି। ଏଥିରେ ଋଣକୁ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା ଶିଶୁ, କିଶୋର ଓ ତରୁଣ। ଶିଶୁ ବର୍ଗର ଉଦ୍ୟୋଗ ପାଇଁ ୫ଠ ହଜାର, କିଶୋର ବର୍ଗ ପାଇଁ ୫୦ ହଜାର ୧ରୁ ୫ ଲକ୍ଷ ଏବଂ ତରୁଣ ବର୍ଗର ଉଦ୍ୟୋଗ ପାଇଁ ୫ ଲକ୍ଷ ୧ରୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଯୋଗାଣର ସୁବିଧା କରାଯାଇଛି।

ସମ୍ପୃକ୍ତ ଉଦ୍ୟୋଗଗୁଡ଼ିକର ପାଣ୍ଠି ଆବଶ୍ୟକତାକୁ ବିଚାରକୁ ନେଇ ଶିଳ୍ପର ଶ୍ରେଣୀ ବିଭାଗ କରାଯାଇଛି। ଏହାଛଡ଼ା କୌଣସି ବ୍ୟକ୍ତିବିଶେଷ ଯଦି ନୂଆକରି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହିଁବେ, ସେ ମଧ୍ୟ ଏହି ଯୋଜନାରେ ଋଣ ପାଇବାକୁ କେତେକ ସର୍ତ୍ତରେ ଯୋଗ୍ୟ ବିବେଚିତ ହେବେ।

ଏହି ଯୋଜନା କାର‌୍ୟ୍ୟକାରୀ ହେବା ଠାରୁ ଅନେକ ପରିବର୍ତ୍ତନ କରାଯାଇଛି । ଭଲ ଅର୍ଥନୈତିକ ପ୍ରଭାବର ସମ୍ଭାବନା ଥିଲେ ଏହାର ପରିସରକୁ ବ୍ୟାପକ କରିବାର ବି ନିୟମ ରହିଛି। ପ୍ରଥମେ ଏହି ଯୋଜନା ମାନୁଫାକଚରିଂ, ଟ୍ରେଡିଂ ଓ ସର୍ଭିସ ଭଳି ଉପାର୍ଜନକ୍ଷମ କାର‌୍ୟ୍ୟକ୍ରମ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଏବେ ଏହାକୁ କୃଷି ଓ ତତସଂକ୍ରାନ୍ତ କାର‌୍ୟ୍ୟକ୍ରମ ଓ କ୍ଷେତ୍ରକୁ ଏହାକୁ ସମ୍ପ୍ରସାରିତ କରାଯାଇଛି । ୨୦୧୭-୧୮ରୁ ଏହି ଯୋଜନାରେ ଟ୍ରାକ୍ଟର ଓ ପାୱାରଟିଲର କିଣିବା ପାଇଁ ଋଣ ଯୋଗାଇ ଦିଆଯାଉଛି । ଏହାଛଡ଼ା ବ୍ୟବସାୟିକ କାମ ପାଇଁ ଦୁଇଚକିଆ ଯାନ କିଣିବାକୁ ଏହି ଯୋଜନାରେ ୨୦୧୮-୧୯ରୁ ଋଣ ଯୋଗାଣ ଆରମ୍ଭ ହୋଇଛି ।

ପ୍ରଥମ ତିନିବର୍ଷରେ ଏହି ଯୋଜନାରେ ହାରାହାରି ଋଣ ପ୍ରଦାନ ଅଭିବୃଦ୍ଧି ୩୩% ହୋଇଥିଲା । ଏଥିରୁ ଏହି ଯୋଜନାର ସଫଳତା ଓ ଲୋକପ୍ରିୟତାର ପ୍ରମାଣ ମିଳେ। ତେବେ କରେନା ମହାମାରୀ କାଳ ଓ ତତ୍ ପରବର୍ତ୍ତୀ ଆର୍ଥିକ ମାନ୍ଦାବସ୍ଥା ସମୟରେ ଏହି ଋଣର ଚାହିଦା ଯଥେଷ୍ଟ କମିଥିଲା । ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରି ଏହି ଯୋଜନାରେ ଯେଉଁମାନେ ଋଣ ନେଇଥିଲେ ସେମାନଙ୍କ କିସ୍ତି ପୈଠ ଉପରେ ଛ’ ମାସିଆ ସ୍ଥଗିତାଦେଶ ଲାଗୁ କରିଥିଲେ। ଫଳରେ ଏହି ଋଣ ଗ୍ରହୀତାମାନେ ସୁଧ ଓ କିସ୍ତି ବୋଝରୁ ନିସ୍ତାର ପାଇଥିଲେ।

ଦେଶର ଅର୍ଥନୈତିକ କାର‌୍ୟ୍ୟକଳାପ ସ୍ୱାଭାବିକ ହେବା ପରେ ମୁଦ୍ରା ଋଣ ଚାହିଦା ବଢ଼ିଛି । ଏବେ ଏହି ଋଣ ପ୍ରଦାନ ପରିମାଣ କୋଭିଡ ପୂର୍ବବର୍ତ୍ତୀ ସ୍ତରକୁ ଅତିକ୍ରମ କରିଛି। ୨୦୨୩ ମାର୍ଚ୍ଚ ୨୪ ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁସାରେ ଏହି ଯୋଜନାରେ ଦିଆଯାଇଥିବା ମୋଟ ଋଣ ପରିମାଣ ୨୨.୬୫ ଟ୍ରିଲିୟନ ଟଙ୍କାରେ ପହଞ୍ôଚଥିଲା । ସେଥି ମଧ୍ୟରୁ ଶିଶୁ ଋଣର ଅଂଶ ସର୍ବାଧିକ ୪୦% । ଏଥିରୁ ପ୍ରମାଣିତ ହୁଏ ଯେ ପ୍ରଥମ କରି ଉଦ୍ୟୋଗ କରୁଥିବା ଉଦ୍ୟମୀଙ୍କୁ ଏହି ଋଣ ପ୍ରଦାନରେ ଅଗ୍ରାଧିକାର ମିଳୁଛି।

ମୁଦ୍ରା ଯୋଜନାର ଅର୍ଥନୀତିକ ପ୍ରଭାବ ଏଯାଏ ଭଲ ଭାବେ ପ୍ରତିପାଦିତ ହୋଇନାହିଁ । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସର୍ତ୍ତ ଅନୁସାରେ ଏହି ଯୋଜନାରେ ୨୦୧୫ରୁ ୨୦୧୮ ମଧ୍ୟରେ ୧୧.୨ ନିୟୁତ ଅତିରିକ୍ତ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି।

ଏହି ଯୋଜନାର ସାମାଜିକ ପ୍ରଭାବ ମଧ୍ୟ ଆହୁରି ଏକ ଗଭୀର କାହାଣୀ। ଏହାକୁ ତିନିଟି ବର୍ଗରେ ବୁଝି ହେବ। ସେହି ତିନିଟି କ୍ଷେତ୍ର ହେଲା- ୧. ବୃହତ୍ତର ସାମାଜିକ ଗୋଷ୍ଠୀ, ୨. ମହିଳା, ୩. ସଂଘ୍ୟାଲଘୁ ସମ୍ପ୍ରଦାୟର ଲୋକ।

ପ୍ରଥମ ବର୍ଗରେ ମୁଦ୍ରା ଯୋଜନାରେ ଭାରତୀୟ ସମାଜର ସବୁ ବର୍ଗ ଓ ଗୋଷ୍ଠୀ ଉପକୃତ ହୋଇଛନ୍ତି । ଏଥିରେ ସାଧାରଣ ବର୍ଗ, ତଫସିଲଭୁକ୍ତ ଜାତି, ଉପଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ଅନ୍ତର୍ଭୁକ୍ତ । ଅଧିକରୁ ଅଧିକ ଓବିସି ଓ ଏସଟି ବର୍ଗର ଉଦ୍ୟୋଗୀ ଏହି ଋଣ ନେବା ଘଟଣାରୁ ଜାଣି ହେଉଛି ଯେ ଯୋଜନା ଲୋକଙ୍କ ପାଖରେ ପହଞ୍ôଚଛି ଓ ସେମାନେ ତାହାର ଲାଭ ନେଉଛନ୍ତି।

ମହିଳା ଉଦ୍ୟୋଗୀଙ୍କ ପାଇଁ ଏହି ଯୋଜନା ସବୁଠାରୁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଛି। ଯୋଜନା ଆରମ୍ଭରୁ ମିଳିଥିବା ତଥ୍ୟ ଅନୁସାରେ ମହିଳାଙ୍କ ଜମାଖାତା ହାର ୬୯%। ସେହିଭଳି ଋଣ ମଞ୍ଜୁରୀ କ୍ଷେତ୍ରରେ ଏହି ହାର ୪୫ ଶତାଂଶ ରହିଛି । ଯୋଜନାର ପ୍ରଥମ ଚାରି ବର୍ଷ ମଧ୍ୟରେ ମହିଳା ଉଦ୍ୟୋଗୀଙ୍କ ପଞ୍ଜୀକରଣ ହାରରେ ୨୩% ଅଭିବୃଦ୍ଧି ଘଟିଥିଲା। ୨୦୨୨ରେ ଏହା ୨୮%କୁ ବୃଦ୍ଧି ପାଇଛି।

ଏହି ଯୋଜନାରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଋଣ ଯୋଗାଇ ଦିଆଯାଇ ସେମାନଙ୍କ ଆବଶ୍ୟକତା ବହୁଳ ଭାବେ ପୂରଣ କରାଯାଇଛି । ୨୦୨୨ରେ କେବଳ ଶିଶୁ ଓ କିଶୋର ବର୍ଗର ଉଦ୍ୟୋଗ ପାଇଁ ଦିଆଯାଇଥିବା ଋଣ ମୋଟ ଋଣର ୧୦% ଥିଲା ।

ମୁଦ୍ରା ଯୋଜନା ଏକ ଜାତୀୟ ଯୋଜନା ହୋଇଥିବାରୁ ସମତୁଲ ଅର୍ଥନୀତିକ ବିକାଶ ପାଇଁ ଦେଶର ସବୁ ଅଞ୍ଚଳରେ ଏହା ସମାନୁପାତିକ ଭାବେ ଯୋଗାଇ ଦିଆଯିବା ଆାବଶ୍ୟକ। ଅର୍ଥନୀତିକ ବିକାଶ କ୍ଷେତ୍ରରେ ଦେଶର ପୂର୍ବ ଓ ପଶ୍ଚିମ ଭାଗ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହାକୁ ଦୂର କରିବାକୁ ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇ କାମ କରୁଛନ୍ତି। ସେଥିପାଇଁ ଅଳ୍ପ ବିକଶିତ ପୂର୍ବାଞ୍ଚଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏକ ସମୀକ୍ଷା ଅନୁସାରେ ମୁଦ୍ରା ଋଣ ଯୋଗାଣ ଦେଶର ସବୁ ଅଞ୍ଚଳରେ ଉପଯୁକ୍ତ ଭାବେ ହେଉଛି ଏବଂ କୌଣସି ତ୍ରୁଟି ବିଚ୍ୟୁତି ବା ବିଷମତା ନାହିଁ। ସଂକ୍ଷେପରେ କହିଲେ, ଏହାର ଭୌଗଳିକ ବ୍ୟାପ୍ତି ବେଶ ସନ୍ତୋଷଜନକ ରହିଛି।

ଉତ୍ତର ପ୍ରଦେଶ, ଓଡ଼ିଶା, ବିହାର ଭଳି ରାଜ୍ୟ ମୁଦ୍ରା ଋଣ ଯୋଜନାରେ ସବୁଠାରୁ ଅଧିକ ସଫଳତା ଅର୍ଜନ କରିଛନ୍ତି। ପଶ୍ଚିମବଙ୍ଗ ଓ ତ୍ରିପୁରା ମଧ୍ୟ ଏ କ୍ଷେତ୍ରରେ ଭଲ କରୁଥିବା ଜଣାପଡ଼ିଛି। ଏଥିରୁ ଜାଣି ହେଉଛି ଯେ ମୁଦ୍ରା ଋଣର ଲାଭ କ୍ରମଶଃ ଦେଶରେ ଅନୁଭୂତ ପୂର୍ବାଞ୍ଚଳରେ ଅଧିକ ମିଳୁଛି। ଏହି ସମୟରେ ଦିଲ୍ଲୀ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ ଆଦି ଉନ୍ନତ ଅଞ୍ଚଳରେ ମୁଦ୍ରାଋଣର ଚାହିଦା କମିଛି। ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏହାର କାର‌୍ୟ୍ୟକାରିତାରେ ସମବଣ୍ଟନ ନୀତି ପୂରଣ କରିବାରେ ସଫଳ ହୋଇଛି।

ଏଥିରେ କୌଣସି ଅଞ୍ଚଳ ପ୍ରତି ପାତରଅନ୍ତର କିମ୍ବା ଅବହେଳା କରାଯାଇ ନାହିଁ। ଏଥିରେ ଦେଶର ତଫସିଲଭୁକ୍ତ ଜାତି, ଉପଜାତି, ମହିଳା, ସଂଖ୍ୟାଲଘୁ ଅନ୍ୟାନ୍ୟ ଅନଗ୍ରସର ବର୍ଗଙ୍କ ସମେତ ଅନ୍ୟସବୁ ବର୍ଗଙ୍କୁ ଉପଯୁକ୍ତ ଋଣ ଯୋଗାଣ ସୁବିଧା ମିଳିଛି। ଆଗାମୀ ବର୍ଷଗୁଡ଼ିକରେ ମୁଦ୍ରା ଋଣ କିପରି ୫-ଜି ଟେକ୍ନୋଲୋଜି ଓ ଇ-କମର୍ସର ଫାଇଦା ନେଇ ପାରିବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି । ମୁଦ୍ରା କାର୍ଡକୁ ଆହୁରି ଲୋକପ୍ରିୟ କରିବାକୁ ଉଦ୍ୟମ ଚାଲିଛି। ଏହି ଯୋଜନା ନିଜ ଆକାଉଣ୍ଟର ପଞ୍ଜୀକରଣ ଓ ଆନୁଷ୍ଠାନିକୀରଣକୁ ମଧ୍ୟ ଉତ୍ସାହିତ କରୁଛି। ଏହା ଫଳରେ ଏହି ଯୋଜନା ଆହୁରି ଉପରକୁ ଉଠିପାରିବ।

ବିଶ୍ୱବିଖ୍ୟାତ ନୃତତ୍ତ୍ୱବିତ୍ ଅସ୍କାର ଲେଭିସ ତାଙ୍କର ଲୋକପ୍ରିୟ ପୁସ୍ତକ ‘ଚିଲଡ୍ରେନ ଅଫ ସାନଚେଜ’ରେ ଲେଖିଛନ୍ତି- “ଦାରିଦ୍ର‌୍ୟର ସଂସ୍କୃତି” ସମୟ କ୍ରମେ ବିସ୍ତାର ଲାଭ କରେ ଓ ସୀମା ସରହଦ ଡେଉଁ ମାଡ଼ିଚାଲେ।” ମୁଦ୍ରା ଯୋଜନା କିନ୍ତୁ ଅଳ୍ପ ଦିନରେ ଏହି ଦାରିଦ୍ର‌୍ୟର ସଂସ୍କୃତିକୁ କେବଳ ରୋକି ନାହିଁ, ଏହାକୁ ବଦଳାଇବାରେ ସମର୍ଥ ହୋଇଛି। ଏହା ଏକ ସାଧାରଣ ସମସ୍ୟାର ସମାଧାନରେ ଅସାଧାରଣ ସୂତ୍ର ପାଲଟିଛି।