Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ପୂର୍ବତନ ରାଜ୍ୟପାଳ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

ଭୁବନେଶ୍ବର: ଓଡିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଆଜି 95 ବର୍ଷ ବୟସରେ ପରଲୋକ ହୋଇଯାଇଛି।  ସେ ଓଡିଶାର ରାଜ୍ୟପାଳ ଭାବେ ୨୦୦୭ ଅଗଷ୍ଟ ୨୧ ତାରିଖରୁ ୨୦୧୩ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ରାଜ୍ୟପାଳ ଥିବା ବେଳେ ସ୍ବର୍ଗତ ଭଣ୍ଡାରେଙ୍କ ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା। ସ୍ବର୍ଗତ ଭଣ୍ଡାରେଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ପରିବାର ଓ ବନ୍ଧୁବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକରେ ରାଜ୍ୟପାଳଙ୍କ ଶୋକ

ଭୁବନେଶ୍ବର: ଆଜି ଓଡିଶାର ପୂର୍ବତନ ରାଜ୍ୟପାଳ ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡିଶା ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି।

ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ଭୁବନେଶ୍ବର: ଆଜି ଓଡିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ଓଡିଶାର ରାଜ୍ୟପାଳ ଭାବେ ୨୦୦୭ ମସିହା ଅଗଷ୍ଟ ୨୧ ତାରିଖରେ ଯୋଗ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ପରବର୍ତ୍ତି ରାଜ୍ୟପାଳ ଆସିବା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ। ସେ ୨୦୧୩ ମାର୍ଚ୍ଚ ୯ ତାରିଖ ପର‌୍ୟ୍ୟନ୍ତ ଓଡିଶାର ରାଜ୍ୟପାଳ ଥିଲେ।

ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେ ହେଉଛନ୍ତି ସୁପ୍ରିମ କୋର୍ଟର ଜଣେ ପ୍ରତିଷ୍ଠିତ ଓକିଲ। ସେ କଂଗ୍ରେସର ଜଣେ ଟାଣୁଆ ନେତା ମଧ୍ୟ ଥିଲେ। ସେ ତିନିଥର ରାଜ୍ୟସଭାକୁ ନିର୍ବାଚନ ହୋଇଯାଇଥିଲେ। ସେ ୧୯୮୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କ ଲିଖିତ ପୁସ୍ତକ The Arc of Memory ଉନମୋଚିତ ହୋଇଥିଲା।