Categories
ଆଜିର ଖବର ଜାତୀୟ ଖବର

ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ, ପାରିତ ହେଲା ୭ ଟି ବିଲ୍

ନୂଆଦିଲ୍ଲୀ: ୧୭ ତମ ଲୋକସଭାର ଦଶମ ଅଧିବେଶନ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ଶୀତ ଅଧିବେଶନରେ ଲୋକସଭାର ପ୍ରକ୍ରିୟା ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ଶେଷ ହୋଇଛି। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ସଂସଦର ଶୀତକାଳୀନ ଅଧିବେଶନରେ ୧୩ ଟି ବୈଠକରେ ୬୮ ଘଣ୍ଟା ୪୨ ମିନିଟ୍ କାର୍ଯ୍ୟ କରାଯାଇଛି। ଲୋକସଭା ବାଚସ୍ପତି ବିର୍ଲା ଏହା ମଧ୍ୟ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ପ୍ରାୟ ୯୭ ପ୍ରତିଶତ କାର୍ଯ୍ୟ ହୋଇଥିଲା। ଏହି ସମୟରେ ୯ ଟି ବିଲ୍ ଆଗତ କରାଯାଇଥିଲା ଏବଂ ୭ ଟି ବିଲ୍ ପାରିତ ହୋଇଥିଲା।

ସଂସଦରେ କେଉଁ ବିଲ୍ ପାରିତ ହେଲା?:

ଶୀତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯାଇଥିଲା। ସେଥିମଧ୍ୟରୁ ୭ ଟି ବିଲ୍ ପାରିତ ହୋଇଛି। ‘ସାମୁଦ୍ରିକ ଡକାୟତି ବିରୋଧୀ ବିଲ୍ ୨୦୨୨’, ‘ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ସଂଶୋଧନ) ବିଲ୍ ୨୦୨୨’ ଅନୁମୋଦିତହୋଇଛି। ଏହା ସହିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୩.୨୫ ଲକ୍ଷ କୋଟି ଟଙ୍କା ଅନୁଦାନ ଏବଂ ୨୦୧୯-୨୦ ପାଇଁ ଅନୁଦାନ ପାଇଁ ଅତିରିକ୍ତ ଦାବି ଅନୁମୋଦନ କରାଯାଇଥିଲା। ଓମ ବିର୍ଲା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ମଲ୍ଟି ଷ୍ଟେଟ କୋ-ଅପରେଟିଭ ସୋସାଇଟ (ସଂଶୋଧନ) ବିଲ୍ ଏବଂ ଜନ ବିଶ୍ବାସ (ସଂଶୋଧନ) ବିଲ୍ ଉଭୟ ସଂସଦର ମିଳିତ କମିଟି ନିକଟକୁ ପଠାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସର୍ବଦଳୀୟ ବୈଠକ ସତ୍ତ୍ୱେ ଗୃହକାର୍ଯ୍ୟ ବାଧାପ୍ରାପ୍ତ, ଅପରାହ୍ନ ୪ ଟା ଯାଏଁ ମୁଲତବୀ

ଭୁବନେଶ୍ବର: ଓଡିଶା ବିଧାନସଭାର ଚଳିତ ଶୀତକାଳୀନ ଅଧିବେଶନ ବାରମ୍ବାର ବାଧାପ୍ରାପ୍ତ ହେଉଛି। ସର୍ବଦଳୀୟ ବୈଠକ ସତ୍ତ୍ୱେ ଗୃହକାର୍ଯ୍ୟ ସାମାନ୍ୟ ହୋଇପାରୁନି। ଆଜି ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ ଟା ଯାଏଁ ମୁଲତବୀ କରିଛନ୍ତି। ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ବିଧାନସଭାରେ ହୋ-ହଲ୍ଲା କରୁଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଗୃହରେ ବିରୋଧୀ ଦଳ ପ୍ରତିବାଦ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ଗୁପ୍ତଚର ମାମଲା ସହ ବିଭିନ୍ନ ପ୍ରସଂଗ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ

ନୂଆଦିଲ୍ଲୀ, ପେଗାସସ ଗୁପ୍ତଚର ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଲୋକସଭା କାର୍ଯ୍ୟ ଅନେକ ଥର ବ୍ୟାହତ ହୋଇଥିଲା ଏବଂ ଶେଷରେ ଦିନ ପାଇଁ ଗୃହକୁ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାର କାର୍ଯ୍ୟ ମଧ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା।

ଲୋକସଭା ଦୁଇଥର ସ୍ଥଗିତ ହୋଇ ଆରମ୍ଭ ହେବା ମାତ୍ରେ ପେଗାସସ୍ ଗୁପ୍ତଚର ମାମଲା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସମେତ ଟିଏମସି, ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ।

ବାଚସ୍ପତି ଶାନ୍ତି ବଜାୟ ରଖିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ମଧ୍ୟ ସେମାନେ ବିରୋଧ ଜାରି ରଖିଥିଲେ। ଫଳରେ ଗୃହ କାର୍ଯ୍ୟ ଦିନକ ପାଇଁ ସ୍ଥଗିତ ରଖାଯାଇଥିଲା। ୱାଇଏସଆର କଂଗ୍ରେସ ସଦସ୍ୟ ବିଶାଖାପାଟନମ୍ ଇସ୍ପାତ କାରଖାନାର ଘରୋଇକରଣକୁ ବିରୋଧ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଥିଲେ।

ରାଜ୍ୟସଭାର କାର୍ଯ୍ୟ ମଧ୍ୟ ଦୁଇଥର ବ୍ୟାହତ ହୋଇଥିଲା। ଅପରାହ୍ନ 1 ଟାରେ ପୁଣିଥରେ ଆଲୋଚନା ଆରମ୍ଭ ହେବା ମାତ୍ରେ ୱାଇଏସର କଂଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ଷ୍ଟାଟସ ମାନ୍ୟତା ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚିଥିଲେ। ଗୃହର ନେତା ପୀୟୁଷ ଗୋୟଲ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଥିବା କୋଭିଡ ମହାମାରୀ ଉପରେ ଗୃହରେ ଆଲୋଚନା କରିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ।

ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଗୃହରେ କୋଭିଡଙ୍କ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ୱାଇଏସଆର କଂଗ୍ରେସର ସଦସ୍ୟମାନେ ଶାନ୍ତ ହୋଇନଥିଲେ ଏବଂ ହୋହାଲ୍ଲା ଜାରି ରଖିଥିଲେ। ଫଳରେ ବାଚସ୍ପଚି ଗୃହ କାର୍ଯ୍ୟକୁ ଅପରାହ୍ନ 2.45 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଏହାପୂର୍ବରୁ, ଯେତେବେଳେ ମଧ୍ୟାହ୍ନ 12 ଟାରେ ପ୍ରଥମ ମୁଲତବୀ ପରେ ରାଜ୍ୟସଭା ଆରମ୍ଭ ହୋଇଥିଲା, ସେତେବେଳେ ପେଗାସସ୍ ଗୁପ୍ତଚର କାର୍ଯ୍ୟ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସ, ଟିଏମସି , ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ପୁନର୍ବାର ଗୃହର ମଧ୍ୟଭାଗକୁ ଆସିଥିଲେ। ରାଷ୍ଟ୍ରୀୟ ଜନତା ଦଳ, ଶିବସେନା, ବାମପନ୍ଥୀ ତଥା ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ଡେପୁଟି ଚେୟାରମ୍ୟାନ୍ ବାରମ୍ବାର ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ଗୃହର କାର୍ଯ୍ୟକୁ ଦିନ 1 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସକାଳେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ ଗତକାଲି 17 ଟି ମୁଲତବୀ ପ୍ରସ୍ତାବ ଆସିଛି ଏବଂ ଆଜି ମଧ୍ୟ 15 ଟି ପ୍ରସ୍ତାବ ଆସିଛି। ଏକାସାଙ୍ଗରେ ଏତେଗୁଡିଏ ପ୍ରସ୍ତାବକୁ କିପରି ଅନୁମତି ଦିଆଯାଇପାରିବ ବୋଲି ସେ ପ୍ରଶ୍ନ କରିଥିଲେ।

କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ସହ ଜଡିତ ଏବଂ ଏହାକୁ ଗୃହରେ ଉଠାଇବାକୁ ଦିଆଯାଉ। ତେବେ ଦିନ ତମାମ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଠିକରେ ଚାଲିପାରି ନ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର : ଆଜି  ବି ବିଧାନସଭାରେ ପରୀ ତାତି ଦେଖାଯାଇଥିଲା । ବିଧାନସଭାରେ ଆଜି ପରୀ ହତ୍ୟା ପ୍ରସଙ୍ଗ ଉଠିଥିଲା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି 4ଟି ଦିଗରୁ ଉତ୍ତର ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ମନ୍ତ୍ରୀ କେବଳ ଗୋଟିଏ ବିଷୟରେ ବିବୃତ୍ତି ରଖିଥିଲେ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବଅତ୍ତକିକୁ ନେଇ ବିରୋଧୀ ଅସନ୍ତେଷ ହୋଇଥିଲେ । ଅଭିଯୋଗ ଆସିଥିବା ମନ୍ତ୍ରୀଙ୍କ ବିରୋଧରେ ମନ୍ତ୍ରୀ ପଦୁଟିଏ ନ କହିଥିବାରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ଏସ୍‌ଆଇଟି ତଦନ୍ତ ନେଇ ସ୍ପଷ୍ଟୀକରଣ ମାଗିଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ପରୀ ମାମଲାକୁ ନେଇ ହୋହଲ୍ଲା କରିଥିଲେ । ପ୍ରବଳ ହଟ୍ଟଗୋଳ ପାଇଁ ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର : ବିଧାନସଭାରେ ଶୋକ ପ୍ରସ୍ତାବ ପରେ କାଲି ଯାଏଁ ଗୃହ ମୁଲତବୀ  ରହିଛି । କାଲି ଦିନ 10ଟା 30 ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହ ମୁଲତବୀ ହୋଇଛି । ପ୍ରଦୀପ ମହାରଥୀଙ୍କୁ ସମ୍ମାନ ଜଣାଇ ଗୃହ ମୁଲତବୀ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 65ବର୍ଷ ବୟସ ହୋଇଥିଲା । ବିଜେଡିର ଜଣେ ଟାଣୁଆ ନେତା ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଥିଲେ ମହାରଥୀ ।

ପୁରୀ ଏସ୍‌ସିଏସ୍‌ କଲେଜରୁ ଛାତ୍ର ନେତା ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ପ୍ରଦୀପ ମହାରଥୀ । ପିପିଲରୁ 7 ଥର ବିଧାୟକ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ । 1985ରୁ ଜନତା ପାର୍ଟିରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ । 2000 ମସିହାରୁ ଲଗାତାର 5 ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ ।